ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ ଘଟଣା: କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ପାପଡାହାଣ୍ଡି,୧୯।୪(ଡ.ିଏନ.ଏ)- ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ  ଖୁଟୁବାଇ ପଞ୍ଚାୟତ ଛାଲିପେଟା ଗ୍ରାମରେ ଗୁରୁବାର ଅପରାହ୍ନରେ ବିଦ୍ୟୁତ ଖୁଣ୍ଟରେ ଚଢି ତାର ମରାମତି ସମୟରେ ବିଦ୍ୟୁତ ଆଘାତରେ ମନ କାତିଙ୍କ ମୃତ୍ୟୁ ହୋଇଥିଲା । କିନ୍ତୁ ତୁରନ୍ତ ବିଦ୍ୟୁତ ବିଭାଗର କୌଣସି କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନ ଥିଲେ। ଏହାକୁ ନେଇ ଉତ୍ତେଜନା ଦେଖା ଦେଇଥିଲା । ଶୁକ୍ରବାର କଚିଆଗୁଡା ଗ୍ରାମବାସୀ  କ୍ଷତିପୂରଣ ଦାବି କରି ଟାୟାର ଜାଳି ରାସ୍ତାରୋକୋ କରିଥିଲେ।  କୋଷାଗୁମୁଡା ଠାରୁ ପାପଡାହାଣ୍ଡି ବ୍ଲକ ମଧ୍ୟରେ ଯାନବାହନ ଚଳାଚଳ ସମ୍ପୂର୍ଣ ରୂପେ ବନ୍ଦ ରହିଥିଲା।   ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ସହ ପରିବାରର ଜଣକୁ ଚାକିରୀ ଦେବା ଲାଗି ଗ୍ରାମବାସୀ ଦାବି କରିଥିଲେ। ଖବର ପାଇ ପାପଡାହାଣ୍ଡି ତହସିଲଦାର ପ୍ରେମଲାଲ ହିଆଲ, କୋଡ଼ିଙ୍ଗା ଥାନା ଅଧିକାରୀ ପୁଷ୍ପେନ୍ଦୁ  ସାଗର ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଥିଲେ । ରେଡକ୍ରସ ତରଫରୁ ୧୦ହଜାର ଟଙ୍କା, କୋଷାଗୁମୁଡା ବିଦ୍ୟୁତ ବିଭାଗ ପକ୍ଷରୁ ୨୦ ହଜାର ଟଙ୍କା,  ଆବାସ ଯୋଜନାରେ ଘର, ମନଙ୍କ  ସ୍ତ୍ରୀଙ୍କୁ ଭତ୍ତା ସହ ବିଦ୍ୟୁତ ବିଭାଗ ତରଫରୁ ଚାକିରି ଦିଆଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକୋ ହଟିଥିଲା । ମୃତଦେହକୁ କୋଷାଗୁମଡା  ଡାକ୍ତରଖାନା ବ୍ୟବଚ୍ଛେଦ ଲାଗି ପଠାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

୪ ଶିକାରୀ ଅଟକ, ୨ ବନ୍ଧୁକ ଜବତ

ଝରିଗାଁ,୧୪ା୬(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚକଲାପଦର ପଞ୍ଚାୟତ ଅନ୍ତର୍ଗତ ଭଇରାଘୁମର ଜଙ୍ଗଲକୁ ଚଢ଼େଇ ଶିକାର କରିବା ନେଇ ଆସିଥିବା କୁହୁଡି ଗ୍ରାମର ୪ ଜଣଙ୍କୁ...

ଶିକୁଳିବନ୍ଧା ଜୀବନ କାଟୁଛନ୍ତି ୨ ମହିଳା

କୁନ୍ଦୁରା,୧୯।୧୧(ଡି.ଏନ୍‌.ଏ.)କୁନ୍ଦୁରା ବ୍ଲକ ଚେଣ୍ଡିଆ ଝିଲିଗାଁର ପଦ୍ମା ପରଜା (୨୬) ଓ ବଡ଼ ଝିଲିଗଁାର ରାଧା ପରଜା (୨୮)। ଏହି ୨ ମହିଳା ମାନସିକ ଭାବେ ଅସୁସ୍ଥ...

ଶ୍ରାଦ୍ଧ ଦିବସରେ ଅସମ୍ମାନ: ବିଜୁଙ୍କ ପ୍ରତିମୂର୍ତ୍ତିରେ ପଡିଲାନି ଫୁଲମାଳ

ଗୁଣପୁର,୧୭।୪(ଡି.ଏନ୍‌.ଏ.)-ରାୟଗଡା ଜିଲା ଗୁଣପୁର ବିଜେଡିରେ ଥିବା ମତଭେଦ ଯୋଗୁ ଶ୍ରାଦ୍ଧ ଦିବସରେ ପ୍ରବାଦ ପୁରୁଷଙ୍କ ପ୍ରତି ଅସମ୍ମାନ ହେଲାଭଳି ଘଟଣା ଦେଖିବାକୁ ମିଳିଛି। ବୁଧବାର ନୂତନ...

ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ଜୀବନଗଲା

ରାୟଗଡ଼ା ଅଫିସ, ୨୯।୧୨: ରାୟଗଡ଼ାର ଗଜପତି ଛକରେ ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକରେ ଧକ୍କା ହୋଇ ବାଇକ ଚାଳକଙ୍କ ମୃତ ହୋଇଛି । ମୃତକ...

ନିଯୁକ୍ତିରେ ନୈରାଶ୍ୟ

ରାୟଗଡ଼ାରେ ବର୍ଷକୁ ପ୍ରାୟ ୧୦ ହଜାର ଶିକ୍ଷିତ ଯୁବତୀ ଯୁବକ ବାହାରୁଛନ୍ତି। ଏହାସହ ପାଠ ପଢ଼ି ନ ଥିବା କିମ୍ବା ଅଧାରୁ ପାଠ ଛାଡ଼ିଥିବା ଯୁବପିଢ଼ିଙ୍କ...

ଲୁଟେରା ଗ୍ୟାଙ୍ଗର ୬ ଗିରଫ: ଚୋରି ସୁନା ଫେରାଇଲା ପୋଲିସ

ରାୟଗଡା ଅଫିସ,୧୦।୨: ରାୟଗଡ଼ା ପୋଲିସକୁ ଏକ ସଫଳତା ମିଳିଛି । ଗତ ଜାନୁୟାରୀ ୧ ଏବଂ ୬ ତାରିଖ ଓ ୨୦୨୨ ଜୁଲାଇ ୧୬ରେ ହୋଇଥିବା...

ତେଲଙ୍ଗାନାରୁ ଆସିଲେ ୧୬୦ ପ୍ରବାସୀ ଓଡ଼ିଆ

ରାୟଗଡ଼ା ଅଫିସ,୨୦ା୫: ତେଲଙ୍ଗାନା ରାଜ୍ୟକୁ ରୋଜଗାର କରିବା ପାଇଁ ଓଡ଼ିଶାର ଗଜପତି, ରାୟଗଡ଼ା,କୋରାପୁଟ, ନବରଙ୍ଗପୁର,କନ୍ଧମାଳ ଓ ମାଲକାନଗିରି ଜିଲାର କିଛି ଲୋକ ଯାଇଥିଲେ। କରୋନା ପାଇଁ...

ବାଇପାସ ରାସ୍ତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆଦିବାସୀ କଲ୍ୟାଣ ମନ୍ତ୍ରୀ

ମୁନିଗଡ଼ା,୧୮।୧୦(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ମୁନିଗୁଡ଼ା ସହରରେ ଟ୍ରାଫିକ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଟ୍ରାଫିକ ସମସ୍ୟା ଦୂର ଏବଂ ବାଇପାସ ରାସ୍ତା ନିର୍ମାଣ ପାଇଁ...

Advertisement
Archives

Model This Week