ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ ଘଟଣା: କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ପାପଡାହାଣ୍ଡି,୧୯।୪(ଡ.ିଏନ.ଏ)- ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ  ଖୁଟୁବାଇ ପଞ୍ଚାୟତ ଛାଲିପେଟା ଗ୍ରାମରେ ଗୁରୁବାର ଅପରାହ୍ନରେ ବିଦ୍ୟୁତ ଖୁଣ୍ଟରେ ଚଢି ତାର ମରାମତି ସମୟରେ ବିଦ୍ୟୁତ ଆଘାତରେ ମନ କାତିଙ୍କ ମୃତ୍ୟୁ ହୋଇଥିଲା । କିନ୍ତୁ ତୁରନ୍ତ ବିଦ୍ୟୁତ ବିଭାଗର କୌଣସି କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନ ଥିଲେ। ଏହାକୁ ନେଇ ଉତ୍ତେଜନା ଦେଖା ଦେଇଥିଲା । ଶୁକ୍ରବାର କଚିଆଗୁଡା ଗ୍ରାମବାସୀ  କ୍ଷତିପୂରଣ ଦାବି କରି ଟାୟାର ଜାଳି ରାସ୍ତାରୋକୋ କରିଥିଲେ।  କୋଷାଗୁମୁଡା ଠାରୁ ପାପଡାହାଣ୍ଡି ବ୍ଲକ ମଧ୍ୟରେ ଯାନବାହନ ଚଳାଚଳ ସମ୍ପୂର୍ଣ ରୂପେ ବନ୍ଦ ରହିଥିଲା।   ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ସହ ପରିବାରର ଜଣକୁ ଚାକିରୀ ଦେବା ଲାଗି ଗ୍ରାମବାସୀ ଦାବି କରିଥିଲେ। ଖବର ପାଇ ପାପଡାହାଣ୍ଡି ତହସିଲଦାର ପ୍ରେମଲାଲ ହିଆଲ, କୋଡ଼ିଙ୍ଗା ଥାନା ଅଧିକାରୀ ପୁଷ୍ପେନ୍ଦୁ  ସାଗର ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଥିଲେ । ରେଡକ୍ରସ ତରଫରୁ ୧୦ହଜାର ଟଙ୍କା, କୋଷାଗୁମୁଡା ବିଦ୍ୟୁତ ବିଭାଗ ପକ୍ଷରୁ ୨୦ ହଜାର ଟଙ୍କା,  ଆବାସ ଯୋଜନାରେ ଘର, ମନଙ୍କ  ସ୍ତ୍ରୀଙ୍କୁ ଭତ୍ତା ସହ ବିଦ୍ୟୁତ ବିଭାଗ ତରଫରୁ ଚାକିରି ଦିଆଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକୋ ହଟିଥିଲା । ମୃତଦେହକୁ କୋଷାଗୁମଡା  ଡାକ୍ତରଖାନା ବ୍ୟବଚ୍ଛେଦ ଲାଗି ପଠାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ମୋବାଇଲ୍‌ ଟାଓ୍ବାର ଉପରେ ଚଢ଼ିଗଲେ ଯୁବକ: ପରେ ଧମକ ଦେଇ ଯେଉଁ କାଣ୍ଡକଲେ…

କଲ୍ୟାଣସିଂହପୁର,୧୧।୫(ଦୀପକ କୁମାର ପରିଡା ): ମୋବାଇଲ ଟାୱାର ଉପରେ ଚଢି ମଦ୍ୟପ ଯୁବକଙ୍କ ଉନ୍ମତକାଣ୍ଡ। ଏଭଳି ଘଟଣା ଘଟିଛି ରାୟଗଡ଼ା ଜିଲା କଲ୍ୟାଣସିଂହପୁର ସହରରେ । ମଦ୍ୟପ…

ପିଚ୍ଛା କଲେ ଗୁଳି ଫୁଟାଇ ଟେକିନେଲେ: ସକାଳୁ ପଡ଼ିଥିଲା ରକ୍ତ ଜୁଡ଼ୁଜୁଡ଼ୁ ମୃତଦେହ

ରାୟଗଡ଼ା,୯।୫(ସୁଜାତା ପାଢ଼ୀ): ରାୟଗଡ଼ା ସହର ଇନ୍ଦିରା ନଗର ୩ୟ ଲାଇନ୍‌ରେ ଅଜଣା ଦୁର୍ବୃତ୍ତମାନେ ଶନିବାର ରାତିରେ ଗୁଳିକାଣ୍ଡ କରି  ରାୟଗଡା ସହରସ୍ଥିତ ରେଲି ସାହିର ଯୁବକ ନିଖିଲ…

ସ୍ତ୍ରୀ-ସ୍ବାମୀଙ୍କୁ ଧକ୍କା ଦେଇ ଫେରାର ମାରୁଥିଲା କାର୍‌, ବାଟରେ ହେଲା ଚକା ପଙ୍କଚର, ଆଉ ତା’ ପରେ…

କଲ୍ୟାଣସିଂହପୁର,୯ା୫(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ କୃଷ୍ଣନଗର ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦ୍ରୁତଗତିରେ ଆସୁଥିବା ଏକ କାର୍‌ ବାଇକ୍‌କୁ…

ପୁଷ୍ପା ଷ୍ଟାଇଲରେ ଚାଲାଣ କରୁଥିଲେ ଶାଳକାଠ, ମାଡିବସିଲା ବନ ବିଭାଗ, ତା’ପରେ…

କଲ୍ୟାଣସିଂହପୁର, ୯।୫( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକରେ ବନବିଭାଗର ବଡ଼ ଚଢ଼ାଉ। ଶିରିପୁର ନିକଟରେ ଚଢ଼ାଉ କରି ୮୦ ଖଣ୍ଡ ଶାଳ…

ମନ୍ଦିର ପାଇଁ ମଞ୍ଜୁର ଟଙ୍କାରେ ଘର ତିଆରି ଅଭିଯୋଗ: ବିଧାୟକ ପାଣ୍ଠିର ଦୁରୁପଯୋଗ 

ଗୁଣପୁର,୬।୫(ସଂକେତ ପାତ୍ର): ରାୟଗଡ଼ା  ଜିଲା ଗୁଣପୁର ବ୍ଲକ ଅଧୀନ ମେରିଙ୍ଗି ଗ୍ରାମରେ ଅବସ୍ଥିତ ମାତାରବନମ୍‌ ମନ୍ଦିର ଉନ୍ନତି ପାଇଁ ମଞ୍ଜୁରି ହୋଇଥିବା ବିଧାୟକ ପାଣ୍ଠିର ଦୁରୁପଯୋଗ ହୋଇଥିବା…

ଅବସରପ୍ରାପ୍ତ ଶିକ୍ଷକଙ୍କୁ ୨ ବର୍ଷ ଜେଲ ଦଣ୍ଡ: ରାୟ ଶୁଣାଇଲେ ଭିଜିଲନ୍ସ କୋର୍ଟ

ଗୁଣପୁର,୫।୫( ସୁଜାତା ପାଢ଼ୀ): ରାୟଗଡା ଜିଲା ଡୁକୁମ କଲ୍ୟାଣ ବିଭାଗର ପୂର୍ବତନ ଶିକ୍ଷକ ୟୁ.ରାଜେନ୍ଦ୍ର ପାତ୍ରଙ୍କୁ ଜୟପୁର ଭିଜିଲାନସ ସ୍ବତନ୍ତ୍ର ଅଦାଲତ ବିଚାରପତି ଆୟବର୍ହିଭୂତ ସମ୍ପତି ଠୁଳ…

କଲ୍ୟାଣସିଂହପୁର ଲ୍ୟାମ୍ପ୍‌ସରେ ଦୁର୍ନୀତି ଅଭିଯୋଗ: ପରିଚାଳନା ନିର୍ଦ୍ଦେଶକଙ୍କୁ ଦାୟିତ୍ୱରୁ ହଟାଗଲା

ଗୁଣପୁର,୫।୫( ସୁଜାତା ପାଢ଼ୀ/ସଂକେତ ପାତ୍ର): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ଲ୍ୟାମ୍ପ୍‌ସରେ ଆର୍ଥିକ ଅନିୟମିତତା ଅଭିଯୋଗ ଆସିଛି। ଚାଷୀମାନଙ୍କ ଜମା ଟଙ୍କା ଲ୍ୟାମ୍ପ୍‌ସ ପରିଚାଳନା ନିର୍ଦ୍ଦେଶକ ତାରିଣୀ ପ୍ରସାଦ…

ପଶ୍ଚିମବଙ୍ଗରେ ଭାଜପାର ବିଜୟ: କଲ୍ୟାଣସିଂହପୁରରେ ବିଜୟ ଉତ୍ସବ

କଲ୍ୟାଣସିଂହପୁର,୪।୫(ଦୀପକ କୁମାର ପରିଡା): ଭାଜପା ଜିଲା ସଭାପତି ଗୋପୀ ଆନନ୍ଦଙ୍କ ଆଦେଶ କ୍ରମେ ଜିଲା ସମ୍ପାଦକ ସନ୍ଦୀପ ଗୁଡୁଲାଙ୍କ ନେତୃତ୍ୱ ରେ ରାୟଗଡା ଜିଲା କଲ୍ୟାଣସିଂହପୁର ଟାଉନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri