ବିଦ୍ୟାଳୟରେ ବିସ୍ଫୋରଣ ଘଟି ୨ ଛାତ୍ର ଆହତ ମାମଲା: ୨ ଗିରଫ, ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ

ଆସିକା, ୨୨।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଆସିକା ଥାନା କୋତିନଡ଼ା ଫାଣ୍ଡି ଅନ୍ତର୍ଗତ ମାଗୁରା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶନିବାର ସକାଳେ ବିସ୍ଫୋରଣ ଘଟି ୨ ଛାତ୍ର ଆହତ ହୋଇଥିଲେ। ଏହି ମାମଲାରେ ପୋଲିସ ସୋମବାର ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଦୂତିକୃଷ୍ଣ ପଣ୍ଡା ଏବଂ ଏସ୍‌. ପ୍ରତାପ ରେଡ୍ଡୀ। ସେମାନଙ୍କ ନିକଟରୁ ବିପୁଳ ପରିମାଣର ଡିଟୋନେଟର, ଜିଲୋପିନ ଏବଂ ୟୁରିଆ ସାର ଜବତ କରାଯାଇଛି।
ଭେଙ୍କଟରାଇପଲି ପାହାଡ଼ ତଳେ ପଡ଼ିଥିବା ଅଫୁଟା ଡିଟୋନେଟରକୁ ଆଣି ଅଷ୍ଟମ ଶ୍ରେଣୀ ଛାତ୍ର ଚନ୍ଦନ ସ୍ବାଇଁ ଏବଂ ସପ୍ତମ ଶ୍ରେଣୀ ଛାତ୍ର ରାଜା ନାୟକ ବିଦ୍ୟାଳୟ ହତାରେ ମୋବାଇଲ ବ୍ୟାଟେରୀ ସଂଯୋଗକରି ପରୀକ୍ଷା କରୁଥିବା ବେଳେ ତାହା ବିସ୍ଫୋରଣ ଘଟିଥିଲା। ଆହତ ଛାତ୍ରଙ୍କ ବୟାନ ଓ ଗ୍ରାମବାସୀଙ୍କ ଅଭିଯୋଗ କ୍ରମେ ପୋଲିସ ଚଢ଼ାଉକରି ଦୂତିକୃଷ୍ଣ ଏବଂ ଏସ୍‌. ପ୍ରତାପଙ୍କୁ ଗିରଫ କରିଛି। ଏଥିସହ ପାହାଡ଼ରେ ଲୁଚାଇ ରଖାଯାଇଥିବା ବିସ୍ଫୋରକ ସାମଗ୍ରୀକୁ ଜବତ କରିଥିବା ସୋମବାର ଅପରାହ୍ନରେ ଆସିକା ଥାନାରେ ଆୟୋଜିତ ଏକ ଖବରଦାତା ସମ୍ମୀଳନୀରେ ଆସିକା ଏସ୍‌ଡିପିଓ ସୂର୍ଯ୍ୟମଣୀ ପ୍ରଧାନ ଓ ଥାନା ଅଧିକାରୀ ପୀତବାସ ଧାରୁଆ ସୂଚନା ଦେଇଛନ୍ତି।
ଅପରପକ୍ଷେ ସୋମବାର ଭଞ୍ଜନଗର ଉପଜିଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ, ତହସିଲଦାର ସୁବାଷ ଚନ୍ଦ୍ର ସେଠୀଆ, ଅତିରିକ୍ତ ତହସିଲଦାର, ଆଶୁତୋଷ ଗୌରବ କର ଏବଂ ଆସିକା ଥାନା ଅଧିକାରୀ ପୀତବାସ ଧାରୁଆଙ୍କୁ ନେଇ ଆସିକା ତହସିଲର ଗୁଣ୍ଠପଡ଼ା ରାଜସ୍ବ ସର୍କିଲ ଅଧୀନ ଗୁଣ୍ଠପଡ଼ା, ମନ୍ତପଲ୍ଲୀ ଓ ରାଇପଲ୍ଲୀ ଗ୍ରାମରେ ଥିବା ବିଭିନ୍ନ ପଥର ଖାଦନ ଉପରେ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ବେଳେ କମ୍ପ୍ରେସରଯୁକ୍ତ ଟ୍ରାକ୍ଟର, ହିଟାଚି ମେଶିନ ଏବଂ ବହୁ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ଏହି ମାମଲାରେ ପୋଲିସ ୩ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି। ସେହିପରି ଆସିକା ପୋଲିସ ପକ୍ଷରୁ ପଥର ଖାଦନକାରୀଙ୍କୁ ବିସ୍ଫୋରକ ସାମଗ୍ରୀ ଯୋଗାଉଥିବା ଜଣେ ବ୍ୟକ୍ତିଙ୍କ କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଚକର ଗ୍ରାମରେ ଚଢ଼ାଉ କରାଯାଇଥିଲା। ପୋଲିସ ସେଠାରୁ ମଧ୍ୟ ବହୁ ବିସ୍ଫୋରକ ସାମଗ୍ରୀ ଜବତ କରିଛି। ଅଭିଯୁକ୍ତ ଜଣଙ୍କ ଫେରାର ହୋଇଯାଇଥିବା ବେଳେ ତାଙ୍କୁ ଗିରଫ ଲାଗି ଉଦ୍ୟମ ଜାରି ରହିଥିବା ପୋଲିସ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ଆଇଙ୍କ ବିରୋଧରେ ମହିଳାଙ୍କ ବଳାତ୍କାର ଅଭିଯୋଗ

ଭୁବନେଶ୍ୱର,୨୫।୮(ବ୍ୟୁରୋ): କନ୍ଧମାଳ ଜିଲାରେ କାର୍ଯ୍ୟରତ ଜଣେ ମହିଳା ଏସ୍‌ଆଇ ବଳାତ୍କାରର ଶିକାର ହୋଇଛନ୍ତି। ଏନେଇ ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନାରେ କାର୍ଯ୍ୟରତ ଜଣେ ଏସ୍‌ଆଇଙ୍କ ବିରୋଧରେ...

୧୯ ନଂ. ଜୋନ୍‌ ପାଇଁ ତୀବ୍ର ଲଢ଼େଇ

ନିମାପଡ଼ା,୪।୨(ଡି.ଏନ୍‌.ଏ.): ନିମାପଡ଼ା ବ୍ଲକରେ ୪ଟି ଜିଲା ପରିଷଦ ଜୋନ ରହିଥିବା ବେଳେ ୧୯ନଂ. ଜୋନଟି ସମ୍ମାନଜନକ ଅଟେ। ବାମନାଳ, ସଲଙ୍ଗ, ଅରିଷଣ୍ଢ, ଅନ୍ତୁଆର, ଧଳେଶ୍ୱର, ବଡ଼ଶିରୁଳା,...

ରାସ୍ତା ଦୁର୍ଘଟଣାରେ ଯୁବ ବ୍ୟବସାୟୀ ମୃତ

ଆନନ୍ଦପୁର, ୨୪।୫(ସ୍ବ.ପ୍ର.): ରାମଚନ୍ଦ୍ରପୁର ଥାନା ୨୦ ନଂ ଜାତୀୟ ରାଜପଥର ପଦନା ହାଟ ନିକଟରେ ରାସ୍ତା ଦୁର୍ଘଟଣାରେ ଜଣେ ଯୁବ ବ୍ୟବସାୟୀ ପ୍ରାଣ ହରାଇଛନ୍ତି। ବ୍ୟବସାୟୀ...

ଆଜିଠୁ ରିମାଣ୍ଡ, ଗୁମର ଖୋଲିବେ ହିମାଂଶୁ

ଭୁବନେଶ୍ୱର,୧୬।୧(ବ୍ୟୁରୋ): କିଡ୍‌ନୀ ଦେବା ନାଁରେ ରାଜ୍ୟରେ ସକ୍ରିୟ ଥିବା ଠକେଇ ର଼୍ୟାକେଟ୍‌ର ମାଷ୍ଟରମାଇଣ୍ଡ୍‌ କେନ୍ଦ୍ରାପଡ଼ାର ହିମାଂଶୁ ଭୂଷଣ ନନ୍ଦଙ୍କୁ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି ଏସ୍‌ଡିଜେଏମ୍‌...

ଗଞ୍ଜାମ ଏନ୍‌ଏସିରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ

ଗଞ୍ଜାମ,୯।୧(ଡି.ଏନ୍‌.ଏ.): ଗଞ୍ଜାମ ଏନ୍‌ଏସି ଅଞ୍ଚଳରେ ପରିମଳ ବ୍ୟବସ୍ଥା ସମ୍ପୂର୍ଣ ଭାବେ ବିପର୍ଯ୍ୟସ୍ତ ହୋଇ ପଡିଛି l ଠିକା ନେଇଥିବା ସଂସ୍ଥାର ବେପରୁଆ ନୀତି ଯୋଗୁ ଏଭଳି...

ବାହୁଡ଼ିଲେ ଶ୍ରୀ ବଳଦେବଜୀଉ

କେନ୍ଦୁଝର,୯ା୭(ସ୍ବ.ପ୍ର.): ବିଶ୍ୱର ସର୍ବୋଚ୍ଚ ମାନ୍ୟତା ପାଇଥିବା କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ବାହୁଡ଼ା ଯାତ୍ରା ଶନିବାର ଶାନ୍ତିପୂର୍ଣ୍ଣ ଭାବରେ ସରିଛି। ଲକ୍ଷାଧିକ ଭକ୍ତ ଶ୍ରୀଜିଉଙ୍କ...

ଚଳିତ ବର୍ଷ ୭ ଲକ୍ଷ ପକ୍କାଘର ଟାର୍ଗେଟ୍‌

ଭୁବନେଶ୍ୱର,୧୧।୮(ବ୍ୟୁରୋ)ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟରେ ୭ ଲକ୍ଷ ପକ୍କା ଘର ନିର୍ମାଣ କରାଯିବ। ଅଗଷ୍ଟ ୫ ସୁଦ୍ଧା ରାଜ୍ୟରେ ୧ ଲକ୍ଷ ଘର...

ରାଜ୍ୟରେ ବଢ଼ିଲା ବସ୍‌ ଭଡ଼ା: ସାଧାରଣ-ଏକ୍‌ପ୍ରେସ୍‌ ୩ ପଇସା, ଡିଲକ୍ସ- ଏସି ଡିଲକ୍ସ ୬ ପଇସାକୁ ବୃଦ୍ଧି

ଭୁବନେଶ୍ୱର, ୧୬।୬(ବ୍ୟୁରୋ): ଲଗାତାର ଭାବେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଉଛି। ଗତ ୧୦ ଦିନ ମଧ୍ୟରେ ପ୍ରାୟ ୫ ଟଙ୍କା ଅଧିକ ଟଙ୍କା...

Advertisement
Archives

Model This Week