ବିଦ୍ୟାଳୟରେ ତାଲା ପକାଇ ରାସ୍ତା ଅବରୋଧ କଲେ ଗ୍ରାମବାସୀ: ଅପରାହ୍ନରେ ହେଲା ଷାଣ୍ମାସିକ ପରୀକ୍ଷା

ଖୁଣ୍ଟା,୨ା୧୧(ଡି.ଏନ୍‌.ଏ.)- ଖୁଣ୍ଟା ବ୍ଲକ ଅଧୀନ ଜଡ଼ାବାଣୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବଦଳି ଦାବି କରାଯାଇଥିବା ଜଣେ ଶିକ୍ଷୟିତ୍ରୀଙ୍କ ପୁନଃ ଯୋଗଦାନକୁ ଗ୍ରାମବାସୀ ବିରୋଧ କରିଛନ୍ତି। ଏଥିନେଇ ଶୁକ୍ରବାର ବିଦ୍ୟାଳୟରେ ତାଲା ପକାଇ ଗ୍ରାମବାସୀ ରାସ୍ତାରୋକ କରିଥିଲେ। ପରେ ପୋଲିସର ହସ୍ତକ୍ଷେପ ଓ ଶିକ୍ଷାଧିକାରୀ ପହଞ୍ଚି ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା। ଅନ୍ୟପକ୍ଷେ ଶୁକ୍ରବାରଠାରୁ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ଷାଣ୍ମାସିକ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଏହି ବିଦ୍ୟାଳୟରେ ତାଲାବନ୍ଦ ଆନ୍ଦୋଳନ ଯୋଗୁ ଅପରାହ୍ନରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ସୂଚନା ଅନୁଯାୟୀ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ କାର୍ଯ୍ୟକୁ ନେଇ ପରିଚାଳନା କମିଟି ଓ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଏଥିନେଇ ୩ ମାସ ପୂର୍ବେ ଗ୍ରାମବାସୀ ଜିଲାପାଳ, ଜିଲା ଶିକ୍ଷାଧିକାରୀ ଓ ବ୍ଲକ ଶିକ୍ଷଧିକାରୀ ଦୃଷ୍ଟି ଆକର୍ଷଣ କରିଥିଲେ। ଅଧିକାରୀମାନେ ଗ୍ରାମବାସୀଙ୍କ ଦାବି ଉପରେ ବିଚାର କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ବିଦ୍ୟାଳୟର ଆର୍ଥିକ ପରିଚାଳନା କ୍ଷମତା ହସ୍ତାନ୍ତର ନ କରି ସେହି ଦିନଠାରୁ ଛୁଟିରେ ରହିଥିଲେ। ଫଳରେ ମଧ୍ୟାହ୍ନଭୋଜନ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପ୍ରଭାବିତ ହୋଇଥିଲା। ଶୁକ୍ରବାର ଶିକ୍ଷୟତ୍ରୀ ଜଣକ ବିଦ୍ୟାଳୟରେ ପୁନଃ ଯୋଗଦେବା ପାଇଁ ଆସୁଛନ୍ତି ବୋଲି ଶୁଣିବାକୁ ପାଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମାଛ ଧରୁଥିବା ବେଳେ ଗୋଡ଼ ଖସିଯିବାରୁ ପ୍ରଖର ସ୍ରୋତରେ ଭାସିଯାଇଥିଲେ, ଚାଲିଗଲା ଯୁବ ଅଧ୍ୟାପକଙ୍କ ଜୀବନ

ବୈଶିଙ୍ଗା,୧୫|୮(ରତନ ଦାଶ): ମୟୂରଭଞ୍ଜ ଓ ବାଲେଶ୍ଵର ଜିଲା ସୀମାନ୍ତ ବୁଢ଼ାବଳଙ୍ଗ ନଦୀର ଏକ ନାଳରେ ଶନିବାର ଦିନ ୧୦ଟା ସମୟରେ ମାଛ ଧରୁଥିବା ବେଳେ ପାଣିର ପ୍ରଖର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri