Posted inଜାତୀୟ

‘ବିଦ୍ରୋହୀ ବିଧାୟକଙ୍କୁ ଅଟକ ରଖାଯାଇପାରିବନି’

ନୂଆଦିଲ୍ଲୀ,୧୯ା୩(ପି.ଟି.): ମଧ୍ୟପ୍ରଦେଶରେ ରାଜନୈତିକ ଅଚଳାବସ୍ଥା ଲାଗି ରହିଥିବାବେଳେ ବିଦ୍ରୋହୀ ୧୬ ବିଧାୟକଙ୍କୁ ଚାମ୍ବରରେ ହାଜର ପାଇ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ଇସ୍ତଫା ଦେଇଥିବା ବିଧାୟକମାନେ ବିଧାନସଭାରେ ଯୋଗ ଦିଅନ୍ତୁ କି ନ ଦିଅନ୍ତୁ, ସେମାନଙ୍କୁ ଆବଦ୍ଧ କରି ରଖାଯାଇ ପାରିବ ନାହିଁ ବୋଲି ଜଷ୍ଟିସ୍‌ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଏବଂ ହେମନ୍ତ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ମତ ଦେଇଛନ୍ତି। ବିଦ୍ରୋହୀ ବିଧାୟକମାନେ ବିଚାରପତିଙ୍କ ଚାମ୍ବରରେ ହାଜର ହୋଇ ମତ ରଖିବା ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ଅଗ୍ରାହ୍ୟ କରି ଖଣ୍ଡପୀଠ କହିଥିଲେ, ଏହା ଠିକ୍‌ ନୁହେଁ। ଏପରିକି ବିଧାୟକମାନଙ୍କ ପାଖକୁ ରେଜିଷ୍ଟ୍ରାର ଜେନେରାଲଙ୍କୁ ପଠାଇବାକୁ ମଧ୍ୟ ଖଣ୍ଡପୀଠ ମନା କରିଦେଇଥିଲେ। ଆସ୍ଥାଭୋଟ କାହା ସପକ୍ଷରେ ଯାଉଛି, ବିଧାନସଭା ତାହା ନିର୍ଣ୍ଣୟ କରିବାରେ ଅଦାଲତ ପ୍ରତିବନ୍ଧକ ହେଉନାହାନ୍ତି। ବିଧାୟକମାନଙ୍କର ସ୍ବାଧୀନ ମତବ୍ୟକ୍ତ ଅଧିକାରକୁ ସୁନିଶ୍ଚିତ କରିବା ଅଦାଲତଙ୍କ କାମ ବୋଲି ବିଚାରପତି କହିଥିଲେ।
ନିର୍ଦ୍ଦେଶ ସତ୍ତ୍ୱେ ମଧ୍ୟପ୍ରଦେଶ ବିଧାନସଭାରେ ଆସ୍ଥାଭୋଟ ନ କରାଇ ବାଚସ୍ପତି କରୋନା ଭୂତାଣୁ ସଂକ୍ରମଣ ଆଳରେ ଗୃହକୁ ୨୬ ତାରିଖ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ଏହାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ଶିବରାଜ ସିଂ ଚୌହାନ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଶିବରାଜଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ ଉପସ୍ଥିତ ରହି ୧୬ ବିଧାୟକଙ୍କୁ ବିଚାରପତିଙ୍କ ଚାମ୍ବରରେ ହାଜର କରାଇବାକୁ ସେ ପ୍ରସ୍ତାବ ଦେଇଥିଲେ। ବିକଳ୍ପ ଭାବରେ କର୍ନାଟକ ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲଙ୍କୁ ସମ୍ପୃକ୍ତ ବିଧାୟକମାନଙ୍କ ପାଖକୁ ପଠାଇ ଭିଡିଓ ରେକର୍ଡିଂ କରାଇବାକୁ ମଧ୍ୟ ରୋହତଗୀ ଅନୁରୋଧ କରିଥିଲେ। ବାଚସ୍ପତି ସେମାନଙ୍କ ଇସ୍ତଫାକୁ ଅଟକାଇପାରିବେ ନାହିଁ ବୋଲି ବିଦ୍ରୋହୀ ବିଧାୟକମାନଙ୍କ ପକ୍ଷରୁ କୁହାଯାଇଥିଲା।
ଅନ୍ୟପକ୍ଷରେ ୨୨ ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ପରେ ରାଜ୍ୟରେ ରାଜନୈତିକ ସଙ୍କଟକୁ ନେଇ କଂଗ୍ରେସ ପକ୍ଷରୁ ମଧ୍ୟ ସର୍ବୋଚ୍ଚ ଅଦାଲତରେ ଏକ ପିଟିଶନ ଦାଏର ହୋଇଥିଲା। ଆସ୍ଥାଭୋଟକୁ ଉପନିର୍ବାଚନ ପର୍ଯ୍ୟନ୍ତ ଘୁଞ୍ଚାଇଦେବାକୁ ମଧ୍ୟପ୍ରଦେଶ କଂଗ୍ରେସ ବିଧାୟକ ଦଳ (ଏମ୍‌ପିସିଏଲ୍‌ପି) ପକ୍ଷରୁ ଏଥିରେ ଆବେଦନ କରାଯାଇଥିଲା। କମଲନାଥଙ୍କ ନେତୃତ୍ୱାଧୀନ ସରକାର ସେପର୍ଯ୍ୟନ୍ତ କ୍ଷମତାରେ ରହିଲେ ଆକାଶ ଖସିପଡ଼ିବ ନାହିଁ ବୋଲି କଂଗ୍ରେସ ପକ୍ଷରୁ ବରିଷ୍ଠ ଆଇନଜୀବୀ ଦୁଷ୍ୟନ୍ତ ଡାଭେ କହିଥିଲେ। ଖଣ୍ଡପୀଠ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ଭାଜପା ଏବଂ କଂଗ୍ରେସର ପିଟିଶନର ଶୁଣାଣିକୁ ଗୁରୁବାର ପୂର୍ବାହ୍ନ ୧୦ଟା ୩୦ରେ କରିବା ପାଇଁ ଧାର୍ଯ୍ୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ଗାଡ଼ି ଅଟକାଇ ଚର୍ଚ୍ଚାରେ ଯୁବତୀ, ଭିଡିଓ ଭାଇରାଲ

ମୁମ୍ବାଇ, ୨୩।୭ : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଛାତ୍ର ଆନ୍ଦୋଳନ ଚାଲିଥିବା ବେଳେ ମୁମ୍ବାଇର ଦାଦର ନିକଟସ୍ଥ ଶିବାଜୀ ପାର୍କ ନିକଟରୁ ଏକ…

ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର, ଆଉ ଫେରିବ ନାହିଁ ଇଥାନଲ୍‌ମୁକ୍ତ ପେଟ୍ରୋଲ

ନୂଆଦିଲ୍ଲୀ,୨୩ା୭: ଆଉ କୌଣସି ପରିସ୍ଥିତିରେ ବିନା ଇଥାନଲ୍‌ ପେଟ୍ରୋଲ ଫେରିବ ନାହିଁ । ପେଟ୍ରୋଲରେ ୨୦ ପ୍ରତିଶତ ଏଥାନଲ୍ ମିଶ୍ରଣ (E20) ଏକ ସୁରକ୍ଷିତ, ସ୍ୱଚ୍ଛ ଏବଂ…

ଦିଲ୍ଲୀ ପୋଲିସ କମିଶନରଙ୍କୁ ମିଳିଲା ବଡ଼ କ୍ଷମତା

ନୂଆଦିଲ୍ଲୀ,୨୩ା୭: ଦିଲ୍ଲୀରେ କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି)ର ବିକ୍ଷୋଭ ହିଂସାତ୍ମକ ରୂପ ନେଉଥିବାରୁ କେନ୍ଦ୍ର ସରକାର ଦିଲ୍ଲୀ ପୋଲିସ କମିଶନରଙ୍କୁ ଜାତୀୟ ସୁରକ୍ଷା ଆଇନ (ଏନ୍‌ଏସ୍‌ଏ) ବଳରେ…

ରଥ ମେଲଣରେ ଯୋଗଦେଲେ ଉପ ମୁଖ୍ୟମନ୍ତ୍ରୀ

ଅତାବିରା,୨୩।୭(ଯୁଧିଷ୍ଠିର ମହାପାତ୍ର) ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ବରଗଡ଼ ଜିଲା ଅତାବିରା ଗସ୍ତରେ ଆସି ଗୁରୁବାର ସନ୍ଧ୍ୟାରେ କାଠଡେରା ଶ୍ରୀଗୁଣ୍ଡିଚା…

ରାସ୍ତା କାଦୁଅ ପଚ ପଚ, ଦୁର୍ଦ୍ଦଶାରେ ଲୋକେ

କୋକସରା,୨୩ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ବ୍ଲକ ଡଙ୍ଗରୀଗୁଡା ଛକଠାରୁ କାଦୋପଦର ଭାୟା କାଶିବାହାଲ ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି।…

ଦିଲ୍ଲୀ ତାତି ବରଗଡ଼ରେ: ଗାନ୍ଧୀଛକରେ କଂଗ୍ରେସର ବିକ୍ଷୋଭ ସହ ମୋଦୀ-ଶାହ-ଧର୍ମେନ୍ଦ୍ରଙ୍କ କୁଶପୁତ୍ତଳିକା ଦାହ

ବରଗଡ଼, ୨୩ା୭(ପ୍ରେମାନନ୍ଦ ଖମାରୀ): ଦିଲ୍ଲୀ ଜନ୍ତରମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ଉପରେ ପୋଲିସର ଦମନଲୀଳା ଏବଂ ଶୀର୍ଷ ନେତୃବୃନ୍ଦଙ୍କ ଗିରଫଦାରୀ ପ୍ରତିବାଦରେ ଗୁରୁବାର ସନ୍ଧ୍ୟାରେ ବରଗଡ଼ ଜିଲା…

ଜନ୍ତର ମନ୍ତର ଅନ୍ଦୋଳନକୁ ନେଇ ଗୃହ ମନ୍ତ୍ରଣାଳୟର ବଡ଼ ନିର୍ଦ୍ଦେଶ: ଏସବୁ ଅଞ୍ଚଳରେ ବନ୍ଦ ହେବ ମୋବାଇଲ ଇଣ୍ଟରନେଟ ସେବା

ନୂଆଦିଲ୍ଲୀ,୨୩।୭: ଗୃହ ମନ୍ତ୍ରଣାଳୟ ଜନ୍ତର ମନ୍ତର ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛି। ଚାଲିଥିବା ପ୍ରତିବାଦକୁ ଦୃଷ୍ଟିରେ ରଖି, ସରକାର ନିର୍ଦ୍ଦେଶ ଦେଇଛନ୍ତି ଯେ ଜନ୍ତର…

ଛାତ୍ର ଆନ୍ଦୋଳନକୁ ନେଇ ମୁହଁ ଖୋଲିଲେ କ୍ରିକେଟର ଭଗବାନ, ବାପାଙ୍କୁ ମନେ ପକାଇ କହିଲେ…

ନୂଆଦିଲ୍ଲୀ,୨୩।୭: NEET-UG ପେପର୍‌ ଲିକ ନେଇ ବିବାଦ ତୀବ୍ର ହେବାରେ ଲାଗିଛି। CJP ଦେଶବ୍ୟାପୀ ପ୍ରତିବାଦ ଘୋଷଣା କରିଛନ୍ତି ଏବଂ ଛାତ୍ରୀଛାତ୍ରମାନଙ୍କୁ ଅଂଶଗ୍ରହଣ କରିବାକୁ ଆହ୍ବାନ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri