Posted inଫୁରସତ

‘ବିଦେଶିନୀ’ର ଆଲୋକ

ଶିବାନୀ ଗଣନାଟ୍ୟ ପ୍ରଯୋଜିତ ‘ବିଦେଶିନୀ’ ନାଟକ ଦେଖିଥିବା ଦର୍ଶକେ ନିଶ୍ଚୟ ମନେରଖିଥିବେ ଆଲୋକ ଦାସ ମହାପାତ୍ରଙ୍କୁ। କାରଣ ଆଲୋକ ହେଉଛି ବିଦେଶିନୀର ସ୍ବାମୀ। ଏହି ଚରିତ୍ରରେ ଅଭିନୟ କରିଥିବା ଅଭିନେତା ଜଣକ ହେଉଛନ୍ତି ପ୍ରିୟ ନାରାୟଣ ତ୍ରିପାଠୀ। ଯାତ୍ରା ଜଗତରେ ସେ କେବଳ ପ୍ରିୟ ଭାବରେ ହିଁ ପରିଚିତ। ପୁରୀରେ ଜନ୍ମ ଗ୍ରହଣ କରିଥିବା ପ୍ରିୟ ନିଜର ପରଲୋକଗତ ବାପା ଓ ମା’ ମଧୁସୂଦନ ତ୍ରିପାଠୀ ଏବଂ ଇନ୍ଦୁମତୀ ତ୍ରିପାଠୀଙ୍କ ପ୍ରେରଣା କ୍ରମେ ପାଦ ରଖିଥିଲେ ଅଭିନୟ ଜଗତରେ। ସେ ସିରିଏଲ ତଥା ଆଲବମ୍‌ରେ ଅଭିନୟ କରି ବେଶ ସନ୍ତୁଷ୍ଟ ଥିଲେ। ଦିନେ ‘ଶିବାନୀ ଗଣନାଟ୍ୟ’ର ପ୍ରଯୋଜକ ଟୁନାବାବୁ ତାଙ୍କୁ ଡାକିଲେ ଆଉ ‘ଶିବାନୀ ଗଣନାଟ୍ୟ’ରେ ଯୋଗଦେବା ଲାଗି ପ୍ରସ୍ତାବ ଦେଲେ। ଏହା କିଛି କମ୍‌ ବଡ଼ ପ୍ରପୋଜାଲ ନ ଥିଲା। ସେ ସିଧାସଳଖ ‘ଶିବାନୀ ଗଣନାଟ୍ୟ’ରେ ଯୋଗଦେଲେ। ପୁଣି ପ୍ରଥମ ନାଟକ ଭାବରେ ମିଳିଲା ‘ବିଦେଶିନୀ’। ଏହି ନାଟକର ଆଲୋକ ଚରିତ୍ରଟି ତାଙ୍କୁ ରାତାରାତ ପ୍ରସିଦ୍ଧ କରିଦେଲା। ଏହାପରେ ସେ ପଛକୁ ଫେରି ଚାହିଁନାହାନ୍ତି। ‘ମୁଇଁ ସମ୍ବଲପୁରୀ ନନୀ’, ‘କାହାଣୀ ଲାଗୁଛି ନୂଆ’, ‘ଭଙ୍ଗା ସବାରି’, ‘ହରେକୃଷ୍ଣ ହରେରାମ’, ‘ପକାଲୋ ପକା ହୁଳହୁଳି’, ‘ରାମନାମ ସତ୍ୟ ହୈ’, ‘ବାଡୁଅ ବୋହୂ’, ‘ହଳଦୀ ରଙ୍ଗର ଝିଅ’, ‘ଏ ମୁନ୍ନି ବଦନାମ ହୁଇ’, ‘ଥ୍ୟାଙ୍କ୍‌ ୟୁ ଡାଡି’ ଆଦି ନାଟକରେ ଅଭିନୟ କରି ସେ ନିଜକୁ ଜଣେ ପୋଖତ ଅଭିନେତା ଭାବରେ ପରିଚିତ କରାଇଛନ୍ତି। ‘ଶିବାନୀ ଗଣନାଟ୍ୟ’ ପରେ ‘ଗୌରୀ’ ଆଦି ଅନୁଷ୍ଠାନରେ ଯାତ୍ରା କରି ଚଳିତବର୍ଷ ସେ ଆସି ପହଞ୍ଚତ୍ଛନ୍ତି ‘ଯାତ୍ରା ମାୟା ନଗରୀ’ରେ। ‘ମାୟା ନଗରୀ’ରେ ତାଙ୍କ ଅଭିନୀତ ନାଟକଗୁଡ଼ିକ ମଧ୍ୟରେ ରହିଛି ‘କଥା ଦିଅ ମୋତେ କରିବନି ପର’, ‘ଦେଲେ ଧରା କଥା ସରେ’, ‘ଧନ ପାଖେ ମନ ବନ୍ଧା ପଡ଼ିଛି’ ଏବଂ ‘ନିଜ ନିଜର ରାମାୟଣ’।


Enter your email to get our daily news in your inbox.

All Right Reserved By Dharitri.Com

କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡୁଆ ବଢ଼ିଲା: ଜାମିନ ବିହୀନ ଗିରଫ ପରୱାନା ରହିତାଦେଶ ହଟାଇଲେ…

କଟକ,୨୫।୮(କାର୍ତ୍ତିକ ସାହୁ): ବାରମ୍ବାର ସମୟ ନେଇ ନିମ୍ନ ଅଦାଲତରେ ହାଜର ନ ହେବା କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଫଳରେ ଗିରଫଦାରିକୁ ନେଇ…

୩୦ ଯାଏ ବଢ଼ିଲା ଓଏସ୍‌ଏସ୍‌ଟିଇଟି ପଞ୍ଜୀକରଣ, ସେପ୍ଟେମ୍ବର ୩୦…

କଟକ,୨୫।୮(କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ସେକେଣ୍ଡାରି ସ୍କୁଲ ଟିଚର୍ସ ଇଲିଜିବିଲିଟି ଟେଷ୍ଟ (ଓଏସ୍‌ଏସ୍‌ଟିଇଟି) ୨୦୨୬ ନିମନ୍ତେ ପଞ୍ଜୀକରଣ ଅବଧିକୁ ଅଗଷ୍ଟ…

ପୁଣି ଲଘୁଚାପ: ୨୮ରୁ ଆହୁରି ବଢ଼ିବ ବର୍ଷା, ଏସବୁ ଜିଲାକୁ ଓ୍ବାର୍ନିଂ…

ଭୁବନେଶ୍ୱର, ୨୫ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା ୨୪ ଘଣ୍ଟାରେ ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବା ସହ ଝାଡ଼ଖଣ୍ଡ ଓ ଉତ୍ତର ଓଡ଼ିଶା…

“ବିବାହ ନ କଲେ ଆତ୍ମହତ୍ୟା କରିବି” କହି ନେଇଗଲେ, ପ୍ରେମିକା ୩ ମାସର ଗର୍ଭବତୀ ହେବା ପରେ ଫେରାର୍; ପରିଶେଷରେ…

ଦେବଗଡ଼,୨୫।୮(ଶଶାଙ୍କ ଶେଖର ଝାଙ୍କର): ବିବାହର ମିଛ ପ୍ରତିଶ୍ରୁତି ଦେଇ ପ୍ରେମିକାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ସ୍ଥାପନ କରିବା ଏବଂ ପରବର୍ତ୍ତୀ ସମୟରେ ପ୍ରତାରଣା କରିବା ଅଭିଯୋଗରେ…

ଗୁରୁଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ଏଣ୍ଟ୍ରି, ୫ ରାଶିଙ୍କ ଲାଗିଲା ଲଟେରୀ! ବଢିବ ଧନ-ସମ୍ପତ୍ତି…

ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ମଙ୍ଗଳ ଗ୍ରହ ବୃହସ୍ପତି (ଦେବଗୁରୁ ବୃହସ୍ପତି)ଙ୍କ ଦ୍ୱାରା ଶାସିତ ପୁନର୍ୱାସୁ ନକ୍ଷତ୍ରରେ ୨ ସେପ୍ଟେମ୍ୱର, ୨୦୨୬ ରେ ପ୍ରବେଶ କରିବାକୁ ଯାଉଛି। ମଙ୍ଗଳ…

ରାହୁଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ଉଗ୍ର ଚାଲ! ୨ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ୫ଟି ରାଶି ଉପରେ ବଡ଼ ସଙ୍କଟ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସେନାପତି ମଙ୍ଗଳ ଏବଂ ଛାୟା ଗ୍ରହ ରାହୁଙ୍କ ସମ୍ବନ୍ଧକୁ ଅତ୍ୟନ୍ତ ଉଗ୍ର ଓ ସମ୍ବେଦନଶୀଳ ମାନାଯାଏ। ପରାକ୍ରମ, ଉର୍ଜା ଏବଂ କ୍ରୋଧର କାରକ…

ସୁଭଦ୍ରା ଟଙ୍କା ଆସିବା ଆଗରୁ ମୋଦିଙ୍କୁ ଭେଟିଲେ ପ୍ରଭାତୀ ପରିଡ଼ା, ହୋଇପାରେ ବଡ଼ ଘୋଷଣା!

ଭୁବନେଶ୍ୱର,୨୫।୮: ବଡ଼ ଖବର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି…

ସୂର୍ଯ୍ୟ-କେତୁ ଆଣିବେ ବଡ଼ ସଙ୍କଟ! ଆଗାମୀ ୨୬ ଦିନ ୩ ରାଶି ପାଇଁ ବଢିବ ଅଯଥା ଟେନସନ୍, ହୋଇଯାଆନ୍ତୁ ସାବଧାନ…

ଜ୍ୟୋତିଷ ଶାସ୍ତ୍ରରେ, ସୂର୍ଯ୍ୟ ଦେବତାଙ୍କୁ ଆତ୍ମା, ପିତା, ସମ୍ମାନ ଏବଂ ନେତୃତ୍ୱର କାରକ ଭାବରେ ବିବେଚନା କରାଯାଏ । ସମାନକ୍ରମରେ ପାପି କେତୁଙ୍କୁ ଏକ ଛାୟା ଗ୍ରହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri