ସୀମାଚଳମ୍‌ରୁ ଫେରିବାବେଳେ ଦୁର୍ଘଟଣା: ଚାଲିଗଲା ୨ ପରିବାରର ୫ ଜୀବନ

ଭୁବନେଶ୍ୱର (ବ୍ୟୁରୋ)/ ପାତ୍ରପୁର(ଡି.ଏନ୍‌.ଏ),୫।୧: ପୁଅର ମୁଣ୍ଡନ ପାଇଁ ଭୁବନେଶ୍ୱରରୁ ୨ଟି ପରିବାର ଏକ କାର୍‌ ଯୋଗେ ଆନ୍ଧ୍ରପ୍ରଦେଶ ସୀମାଚଳମ୍‌ର ଶ୍ରୀବରାହଲକ୍ଷ୍ମୀନାରାୟଣ ମନ୍ଦିରକୁ ଯାଇଥିଲେ। ଶୁକ୍ରବାର ସେଠାରେ ମୁଣ୍ଡନ ସାରିବା ପରେ ବୁଲାବୁଲି କରି ରାତିରେ ହସଖୁସିରେ ଫେରୁଥିଲେ। ମାତ୍ର ନିୟତି ଥିଲା କିଛି ଭିନ୍ନ। ଶନିବାର ସକାଳ ସାଢ଼େ ୫ଟାରେ ଶ୍ରୀକାକୁଲମ୍‌ ଜିଲାର ମଞ୍ଜୁସା ଥାନା ଅନ୍ତର୍ଗତ ମହେନ୍ଦ୍ରତନୟା ନଦୀ ପୂର୍ବରୁ ଓଭରବ୍ରିଜ୍‌ ନିକଟରେ ଥିବା କଲଭର୍ଟରେ ଗାଡ଼ିଟି ପିଟି ହୋଇ ରାସ୍ତା ତଳକୁ ଖସିପଡ଼ିଲା। ଫଳରେ ଘଟଣାସ୍ଥଳରେ କାର୍‌ ଭିତରେ ଚାପି ହୋଇ ଜଣେ ଶିଶୁଙ୍କ ସମେତ ୫ଜଣଙ୍କ ପ୍ରାଣ ଚାଲିଗଲା। ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସୋମପେଟା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକଙ୍କ ପରିଚୟ ମିଳିବା ପରେ ଖବର ପାଇ ପରିବାର ଲୋକେ ହସ୍ପିଟାଲ ପରିସରରେ ପହଞ୍ଚତ୍ଥିଲେ। ମୃତଦେହ ବ୍ୟବଚ୍ଛେଦ ପରେ ମୃତଦେହଗୁଡ଼ିକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ୱର ସୁନ୍ଦରପଦାସ୍ଥିତ ହାଇଟେକ୍‌ କଲ୍ୟାଣ ପ୍ଲାଜାରେ ରହୁଥିବା ତ୍ରିଲୋଚନ ଜେନା ୩ବର୍ଷ ପୁଅ ଆଦର୍ଶଙ୍କ ମୁଣ୍ଡନ ନିମନ୍ତେ ସ୍ତ୍ରୀ ବନିତା ଜେନା(୩୦), ଏବଂ ବନ୍ଧୁ ଦଣ୍ଡପତି ପ୍ରତାପ, ତାଙ୍କ ସ୍ତ୍ରୀ ରିତୁ ଜେନା(୨୫) ଓ ଶାଳୀ ରଞ୍ଜିତା ଜେନା(୨୪)ଙ୍କ ସହ ଗତ ୨ତାରିଖ ଗୁରୁବାର ବିଳମ୍ବିତ ରାତିରେ ସୀମାଚଳମ୍‌ ଅଭିମୁଖେ କାର୍‌ ଯୋଗେ ଯାତ୍ରା କରିଥିଲେ। ପ୍ରତାପ ତାଙ୍କ କାର୍‌ ଓଡି୦୨-ବିବି- ୨୨୮୨କୁ ଚଳାଇଥିଲେ। ଶୁକ୍ରବାର ମଧ୍ୟାହ୍ନରେ ସେଠାରେ ପହଞ୍ଚତ୍ବା ପରେ ଶ୍ରୀବରାହଲକ୍ଷ୍ମୀନାରାୟଣଙ୍କ ନିକଟରେ ଆଦର୍ଶର ମୁଣ୍ଡନ କରାଯାଇଥିଲା। ପରେ ଉଭୟ ପରିବାର ସେଠାରେ ଥିବା ବିଭିନ୍ନ ଦର୍ଶନୀୟ ସ୍ଥାନ ବୁଲାବୁଲି କରିଥିଲେ। ଶୁକ୍ରବାର ସେଠାରେ
ରହି ଶନିବାର ସକାଳୁ ଫେରିବାର ଯୋଜନା ଥିଲା। ମାତ୍ର ପ୍ରତାପ ରାତାରାତି ଫେରି ଆସିବାକୁ ତ୍ରିଲୋଚନଙ୍କୁ କହିଥିଲେ। ପରେ ବିଳମ୍ବିତ ରାତିରେ ପ୍ରତାପ କାର୍‌ ଚଳାଇ ଭୁବନେଶ୍ୱର ଅଭିମୁଖେ ବାହାରିଥିଲେ। ପ୍ରତାପଙ୍କ ପାର୍ଶ୍ୱ ସିଟ୍‌ରେ ତ୍ରିଲୋଚନ ବସିଥିବାବେଳେ ଅନ୍ୟମାନେ ପଛରେ ବସିଥିଲେ। ଭୋର ପ୍ରାୟ ୫ଟାରେ ମଚ୍ଛଲିପଟ୍ଟନମ୍‌ ନିକଟରେ କାର୍‌କୁ ଅଟକାଇ ସମସ୍ତେ ଚା’ ପିଇବା ପରେ ଗାଡ଼ିରେ ପୁଣି ବାହାରିଥିଲେ। ପ୍ରାୟ ସାଢ଼େ ୫ଟା ପାଖାପାଖି କାର୍‌ଟି ଭାରସାମ୍ୟ ହରାଇ କଲ୍‌ଭର୍ଟରେ ପିଟି ହେବା ସହ ରାସ୍ତା ତଳକୁ ଖସିପଡ଼ିଥିଲା। ଫଳରେ କାରରେ ଚାପିହୋଇ ଘଟଣାସ୍ଥଳରେ ପ୍ରତାପ, ତାଙ୍କ ସ୍ତ୍ରୀ ରିତୁ, ଶାଳୀ ରଞ୍ଜିତା, ତ୍ରିଲୋଚନଙ୍କ ସ୍ତ୍ରୀ ବନିତା ଓ ପୁଅ ଆଦର୍ଶଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଦୁର୍ଘଟଣାଗ୍ରସ୍ତ କାର୍‌ ମଧ୍ୟରୁ ତ୍ରିଲୋଚନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ସୋମପେଟା ପ୍ରାଥମିକ ଚିିକତ୍ସାକେନ୍ଦ୍ର ଏବଂ ପରେ ପଲାସା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। କ୍ରେନ୍‌ ସହାୟତାରେ ଗାଡ଼ିକୁ ଉପରକୁ ଉଠାଯାଇ କାର୍‌ ମଧ୍ୟରୁ ମୃତଦେହକୁ ପୋଲିସ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲା।
ପ୍ରକାଶ ଯେ, ଦଣ୍ଡପତିପ୍ରତାପଙ୍କ ନିଜ ଘର ଗଞ୍ଜାମ ଜିଲା ଜରଡ଼ା ଥାନା ଅନ୍ତର୍ଗତ ଏସ୍‌.ବି. ଜଗଦ୍ଦେବପୁର ଗ୍ରାମରେ ହୋଇଥିବାବେଳେ ସେ ଦୀର୍ଘଦିନ ହେବ ସ୍ତ୍ରୀ, ପିଲାଙ୍କ ସହ ଭୁବନେଶ୍ୱର ସୁନ୍ଦରପଦାସ୍ଥିତ ହାଇଟେକ୍‌ କଲ୍ୟାଣ ପ୍ଲାଜାରେ ଘର ଭଡ଼ା କରି ରହୁଥିଲେ। ସ୍ଥାନୀୟ କଣ୍ଟିଲୋ ବଜାରରେ ପ୍ରତାପ ଏବଂ ତ୍ରିଲୋଚନଙ୍କ ୨ଟି ଦୋକାନ ରହିଛି। ଉଭୟଙ୍କ ମଧ୍ୟରେ ଉତ୍ତମ ବନ୍ଧୁତ୍ୱ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇନ୍‌ଷ୍ଟାଗ୍ରାମରୁ ପ୍ରେମ, ପରେ ପ୍ରତାରଣା ଦେଲେ କହ୍ନେଇ: ବିଧବାଙ୍କୁ ବଳାତ୍କାର ପରେ…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ. ନୂଆଗାଁ ଥାନା ପୋଲିସ କହ୍ନେଇ ମହାନ୍ତି(୨୬) ନାମକ ଜଣେ ଯୁବକଙ୍କୁ ବଳାତ୍କାର ଓ ଠକେଇ ମାମଲାରେ ଗିରଫ କରି…

ଅସନ୍ତୋଷ ଘେରରେ ଜିଲାପାଳଙ୍କ ଜନଶୁଣାଣି:ଘଣ୍ଟା ଘଣ୍ଟା ଅପେକ୍ଷା ପରେ ବି ସମସ୍ୟା ସମାଧାନ ନେଇ…

କୁନ୍ଦୁରା,୧୨।୧୦ ସନ୍ତୋଷ ପ୍ରହରାଜ: କୋରାପୁଟ ଜିଲାର କୁନ୍ଦୁରା ବ୍ଲକରେ ଅନୁଷ୍ଠିତ ଜିଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରକୁ ନେଇ ଅସନ୍ତୋଷ ଦେଖାଦେଇଛି। ନିର୍ଦ୍ଧାରିତ ସମୟରେ ଶିବିର…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅନ୍ତୋଷ, ଟିପିଏସ୍‌ଓଡିଏଲ୍‌ କାର୍ଯ୍ୟାଳୟ ଘେରାଉ ଚେତାବନୀ ତେଜିଲା

ହିଞ୍ଜିଳିକାଟୁ,୧୨।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ଅଞ୍ଚଳରେ ବିଦ୍ୟୁତ୍‌ ସେବାକୁ ନେଇ ଦିନକୁ ଦିନ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ବିନା ସୂଚନାରେ ପ୍ରତିଦିନ ୨ରୁ ୫…

୧୫୦ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ଦ୍ୱିତୀୟଥର ଘଟିଲା ଏହି ଘଟଣା: ବିରଳ ରେକର୍ଡ କଲେ ଏହି ବ୍ୟାଟ୍ସମ୍ୟାନ୍‌

ଡର୍ବାନ,୧୨।୧୦:ଟେଷ୍ଟ କ୍ରିକେଟ୍‌ରେ ବେଳେବେଳେ ଏପରି କିଛି ବିରଳ ରେକର୍ଡ ଦେଖିବାକୁ ମିଳେ, ଯାହା କ୍ରିକେଟ୍‌ପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଦିଏ। ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଡର୍ବାନର କିଙ୍ଗ୍ସମିଡ…

ସେବା ସେତୁରେ ଲୋକଙ୍କ ଗୁହାରି ଶୁଣିଲା ପ୍ରଶାସନ, ସମାଧାନର ଭରସା ଦେଲେ ଅଧିକାରୀ

ପାଟଣା, ୧୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲାର ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରୀ ପଞ୍ଚାୟତ ପରିସରରେ ସୋମବାର ‘ସେବା ସେତୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ…

ବଳାତ୍କାର ମାମଲାରେ ଆସିଲା ବଡ଼ ରାୟ: ପୀଡ଼ିତାଙ୍କୁ…

ନବରଙ୍ଗପୁର, ୧୨/୧୦ (ସଦାଶିବ ପ୍ରହରାଜ): ଏକ ବଳାତ୍କାର ମାମଲାର ବିଚାର କରି ନବରଙ୍ଗପୁର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ବାସୁଦେବ ଆଚାର୍ଯ୍ୟ ଅଭିଯୁକ୍ତ ଡେଭିଡ୍ ଗରଡ଼ାଙ୍କୁ…

ମାତ୍ର ୩୫ ପଇସାରେ ୧୦ ଲକ୍ଷର ବୀମା କଭର୍‌! କାହାକୁ ମିଳିବ ଏହି ଲାଭ, ଜାଣନ୍ତୁ ରେଳବାଇର ନିୟମ

ନୂଆଦିଲ୍ଲୀ, ୧୨।୧୦: ଯଦି ଆପଣ ନିୟମିତ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ଅନଲାଇନରେ ଟିକେଟ ବୁକ କରୁଛନ୍ତି, ତେବେ ଟିକେଟ ବୁକିଂ ସମୟରେ ମିଳୁଥିବା ରେଳ ଯାତ୍ରା…

ମୁହଁତୋଡ ଜବାବ ଦେଲେ କ୍ୟାଟ୍ରିନା: କହୁ କହୁ କହିଦେଲେ…

ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌। ଓଜନ ବୃଦ୍ଧିକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ ହେବାପରେ ଏବେ ସେ ନିଜ ଷ୍ଟାଇଲିସ ଲୁକକୁ ନେଇ ସାଉଁଟିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?