ବିତ୍ତଶାଳୀ ଆମେରିକାରେ କରୋନା ତାଣ୍ଡବ: ଅନ୍ତିମ ସଂସ୍କାର ନ କରି ମୃତଦେହକୁ ରାସ୍ତାକଡ଼ରେ ଛାଡିଯାଉଛନ୍ତି ଲୋକେ; ଚିକିତ୍ସା ପାଇଁ ପାଖରେ ନାହିଁ ଅର୍ଥ

ଓ୍ବାଶିଂଟନ,୨୦।୪: କରୋନା ସଂକ୍ରମଣର ତାଣ୍ଡବ ଯୋଗୁ ବିତ୍ତଶାଳୀ ଆମେରିକାର ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଲକ୍‌ ଡାଉନ୍‌ ଯୋଗୁ ଲୋକଙ୍କ ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିଛି। ଖାଦ୍ୟ ସଂଗ୍ରହ ଲାଗି ଲୋକେ ଘଣ୍ଟା ଘଣ୍ଟା ଧାଡ଼ିବାନ୍ଧି ଫୁଡ୍‌ ବ୍ୟାଙ୍କ ସମ୍ମୁଖରେ ଛିଡ଼ାହୋଇ ରହୁଛନ୍ତି। ସେହିପରି ସରକାରୀ ହସ୍ପିଟାଲରେ ଶଯ୍ୟାର ଅଭାବ ଯୋଗୁ ବହୁ ସଂକ୍ରମିତ କାର୍‌, ଆମ୍ବୁଲାନ୍ସ୍‌, ଘରେ ଅବା ରାସ୍ତାକଡ଼ରେ ଏକୁଟିଆ କ୍ୱାରାଣ୍ଟାଇନ୍‌ରେ ରହିବାକୁ ବାଧ୍ୟ ହେଉଛନ୍ତି। ପାଖରେ ଅର୍ଥର ଅଭାବ ଯୋଗୁ ବହୁ ଲୋକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇପାରୁ ନାହାଁନ୍ତି। କ୍ୱାରାଣ୍ଟାଇନ୍‌ରେ ରହିଥିବା ସମୟରେ ଭୋକ ଉପାସ ଏବଂ ଆବଶ୍ୟକ ଔଷଧ ନ ମିଳୁ ଥିବାରୁ ବହୁ ଲୋକଙ୍କ ମୃତ୍ୟୁ ଘଟୁଛି। ସରକାରୀ ଯାଞ୍ଚ୍‌ ଟିମ୍‌ ସେମାନଙ୍କ ପାଖରେ ପହଞ୍ଚିବା ବେଳକୁ ମୃତଦେହଗୁଡ଼ିକ ପଚିସଢ଼ି ଯାଉଥିବା ମଧ୍ୟ କୁହାଯାଉଛି। ଲଗାତାର ମୃତକଙ୍କ ସଂଖ୍ୟା ବଢୁଥିବାରୁ କବରସ୍ତାନରେ ସ୍ଥାନର ଅଭାବ ଦେଖାଦେଇଛି। ଅର୍ଥ ଅଭାବରୁ ପରିବାର ସଦସ୍ୟ ନିଜ ପ୍ରିୟପରିଜନଙ୍କ ଅନ୍ତିମ ସଂସ୍କାର ନ କରି ପାରି ମୃତଦେହ ଗୁଡ଼ିକୁ ସରକାରୀ ଟିମ୍‌ ସାହାରାରେ ରାସ୍ତାକଡ଼ରେ ରଖି ଚାଲି ଯାଉଥିବା ଦେଖିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପୂର୍ଣ୍ଣ ଟିକା ନେବା ପରେ ମାସ୍କର ଆବଶ୍ୟକତା ନାହିଁ : ବାଇଡେନ

ଓ୍ବାଶିଂଟନ,୧୪।୫: କରୋନା ଟିକାର ଦ୍ୱିତୀୟ ଡୋଜ୍‌ ନେବା ପରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ ବୋଲି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି। ଯେଉଁମାନେ ଟିକାର...

ଦିନକର ଦରମା ଦାନକଲେ ‘ନିରତାର’ କର୍ମଚାରୀ

କଣ୍ଟାପଡ଼ା,୧୫ା୪(ଡି.ଏନ୍‌.ଏ.) : କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ଅଧୀନରେ ଓଲଟପୁରଠାରେ ଥିବା ଦିବ୍ୟାଙ୍ଗ ସ୍ବାସ୍ଥ୍ୟ ଓ ଗବେଷଣା କେନ୍ଦ୍ର ଓ ପାରାମେଡିକାଲ...

ସାଉଥ୍‌ କାରୋଲିନା ପ୍ରାଇମେରି ଜିତିଲେ ଜୋ ବିଡେନ

କଲମ୍ବିଆ,୨ା୩: ଆଫ୍ରିକୀୟ ଆମେରିକୀୟମାନଙ୍କ ସମର୍ଥନ ବଳରେ ଆମେରିକାର ପୂର୍ବତନ ଉପରାଷ୍ଟ୍ରପତି ଜୋ ବିଡେନ ଶନିବାର ଅନୁଷ୍ଠିତ ସାଉଥ କାରୋଲିନା ଡେମୋକ୍ରାଟିକ୍‌ ପ୍ରାଇମେରିକୁ ସହଜରେ ଜିତିଯାଇଛନ୍ତି। ଫଳରେ...

ଖରା ହେଲେ କମିବ କରୋନା ଭାଇରସ ପ୍ରକୋପ!

ଓ୍ବାଶିଂଟନ,୧୪।୩: କରୋନା ଭାଇରସ ଏବେ ବିଶ୍ୱର ପ୍ରାୟ ୪୫ ଦେଶରେ ବ୍ୟାପିଥିବା ବେଳେ ଏବେ ଏହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଯାଇଛି। ସୋସିଆଲ ମିଡିଆରେ...

ଆର୍ମି ବେସ୍‌ ଉପରେ ଆକ୍ରମଣ: ୧୩ ଯବାନ ମୃତ; ୨ ଆହତ

କାହିରା,୨୦ା୬: ସିରିଆରେ ସୋମବାର ମଧ୍ୟାହ୍ନରେ ଏକ ବଡ଼ ଧରଣର ଆକ୍ରମଣ ହୋଇଛି। ଆତଙ୍କବାଦୀମାନେ ସେନାର ଏକ ବେସ୍‌ରେ ଏପରି  ଆକ୍ରମଣ ଘଟାଇଛନ୍ତି। ଫଳରେ ୧୩ ଯବାନଙ୍କ...

ଜାରି ହେଲା ୨୦୨୩ର ଶକ୍ତିଶାଳୀ ପାସପୋର୍ଟ ତାଲିକା, ଜାପାନ ଶୀର୍ଷରେ- ଭାରତ ୮୫ତମ ସ୍ଥାନରେ…

ଲଣ୍ଡନ/ନୂଆଦିଲ୍ଲୀ,୧୧।୧ : ଲଣ୍ଡନର ଫାର୍ମ ହେଲନ ଆଣ୍ଡ ପାର୍ଟନର୍ସ ଦ୍ୱାରା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ପାସପୋର୍ଟର ମାନ୍ୟତା ପ୍ରକାଶ ପାଇଛି। ୨୦୨୩ ବର୍ଷ ପାଇଁ ଜାରି...

କରୋନା ଭାଇରସ କବଳରେ ୩୧ ଦେଶ, ଜାପାନ ଜାହାଜରେ ଆଉ ଜଣଙ୍କର ମୃତ୍ୟୁ

ବେଜିଂ,୨୫।୨: କରୋନା ଭାଇରସର ଭୟାବହତା କମିବାର ନାଁ ନେଉନି। ଚାଇନାରେ ପ୍ରଥମକରି ଦେଖାଯାଇଥିବା ଏହି କରୋନା ଭାଇରସରେ ଏବେ ସେଠାରେ ପ୍ରାୟ ୭୭,୬୫୮ ଜଣ ଆକ୍ରାନ୍ତ...

ଟିକାକରଣ ପାଇଁ କାଉଣ୍ଟ୍‌ ଡାଉନ୍‌ ଆରମ୍ଭ: କୋଭିଶିଲ୍ଡକୁ ମିଳିବ ମଞ୍ଜୁରୀ

ନୂଆଦିଲ୍ଲୀ,୨୮।୧୨: କରୋନା ପ୍ରତିଷେଧକ ଟିକାକରଣ ନେଇ ସରକାରଙ୍କ ପକ୍ଷରୁ କାଉଣ୍ଟ୍‌ ଡାଉନ୍‌ ଆରମ୍ଭ ହୋଇଛି। ଆସନ୍ତା ୨-୩ ଦିନ ମଧ୍ୟରେ ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ଦ୍ୱାରା ପ୍ରସ୍ତୁତ ହୋଇଥିବା...

Advertisement
Archives

Model This Week