ବିଜୟ ସଂକଳ୍ପ ସମାବେଶରେ ବର୍ଷିଲେ ଧର୍ମେନ୍ଦ୍ର: ପରଘର ତିଅଣରେ ନବୀନଙ୍କ ଅତିଥି ସତ୍କାର

କଣିହାଁ/ ଛେଣ୍ଡିପଦା/ ଭୁବନ/ ପରଜଙ୍ଗ, ୧୯।୪ (ଡି.ଏନ୍‌.ଏ.)- ରାଜ୍ୟ ସରକାର କାଳିଆ ଯୋଜନାରେ ଲୋକମାନଙ୍କୁ ଠକିଛନ୍ତି। ଏହି ଯୋଜନାକୁ ବନ୍ଦ କରିବା ପାଇଁ ଭାଜପା ଉଦ୍ୟମ କରୁଥିବା ମିଛ ପ୍ରଚାର କରୁଛନ୍ତି। ଗରିବ ଲୋକଙ୍କୁ ପ୍ରଦାନ କରାଯାଉଥିବା ୧ ଟଙ୍କିଆ ଚାଉଳ ବାବଦରେ କେନ୍ଦ୍ରର ମୋଦି ସରକାର ୨ ଟଙ୍କା ଓ ହିତାଧିକାରୀ ୧ ଟଙ୍କା ଦେଉଥିବାବେଳେ ନବୀନ ସରକାର ପର ଘର ତିଅଣରେ ଅତିଥି ସତ୍କାର କରି ରାଜ୍ୟବାସୀଙ୍କୁ ଭୂଅଁା ବୁଲାଉଛନ୍ତି। ଅନୁଗୋଳ-ଢେଙ୍କାନାଳ ଜିଲାର ବିଭିନ୍ନ ସ୍ଥାନରେ ଗୁରୁବାର ଅନୁଷ୍ଠିତ ଭାଜପାର ବିଜୟ ସଂକଳ୍ପ ସମାବେଶରେ ରାଜ୍ୟ ସରକାରଙ୍କ ଉପରେ ଏପରି ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଅନୁଗୋଳ ଜିଲା କଣିହଁା ବ୍ଲକ ରେଙ୍ଗାଳି ପ୍ରକଳ୍ପ ଅପେରା ପଡ଼ିଆଠାରେ ଭାଜପାର ବିଜୟ ସଂକଳ୍ପ ସଭା ଅନୁଷ୍ଠିତ ହୋଇଥିଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥିରେ ଯୋଗଦେଇ ନବୀନ ସରକାରଙ୍କୁ ତୀବ୍ର ସମାଲୋଚନା କରିବା ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ କହିଥିଲେ। ସେ କହିଥିଲେ, କେନ୍ଦ୍ରର ମୋଦି ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୦ ଲକ୍ଷ ଗୃହ ରାଜ୍ୟକୁ ପ୍ରଦାନ କରିଛନ୍ତି। ୫୦ ଲକ୍ଷ ଶୌଚାଳୟ, ଉଜ୍ଜଳା ଯୋଜନାରେ ମାଗଣା ଗ୍ୟାସ୍‌, ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ପ୍ରଥମ କିସ୍ତି ଦୁଇ ହଜାର ଟଙ୍କା ଚାଷୀମାନଙ୍କୁ ଦେଇଛନ୍ତି। କିନ୍ତୁ ବିଜେଡି ସରକାର ରାଜ୍ୟବାସୀଙ୍କୁ ମିଥ୍ୟା ବିକାଶର ଚିତ୍ର ଦେଖାଇ ଭୂଆଁ ବୁଲାଉଛନ୍ତି। ଜିଲା ଖଣିଜ ପାଣ୍ଠିର ଅର୍ଥ ଲୋକଙ୍କ ପାଇଁ ଖର୍ଚ୍ଚ କରିପାରୁନାହାନ୍ତି। ଏପରି ଅପାରଗ ସରକାର ବଦଳରେ ରାଜ୍ୟର ବିକାଶ ପାଇଁ ଡବଲ ଇଞ୍ଜିନ ସରକାର ଆସିବା ଦରକାର ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ। ଏଥିସହ ମଞ୍ଚରେ ଉପସ୍ଥିତ ଥିବା ଢେଙ୍କାନାଳ ଲୋକ ସଭା ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି ଓ ପାଲଲହଡ଼ା ବିଧାନସଭା ପ୍ରାର୍ଥୀ ଅଶୋକ ମହାନ୍ତିଙ୍କୁ ବିଜୟୀ କରିବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଥିଲେ। ସେହିପରି ଛେଣ୍ଡିପଦା ବ୍ଲକ ସଦରମହକୁମାର ଜଗନ୍ନାଥ ମନ୍ଦିର ସମ୍ମୁଖ ପଡିଆଠାରେ ଅନୁଷ୍ଠିତ ସମାବେଶରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ ଯୋଗଦେଇ ଚିଟ୍‌ଫଣ୍ଡ, ଖଣି ଦୁର୍ନୀତି, ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିବା ସହ ଛେଣ୍ଡିପଦା ନିର୍ବାଚନମଣ୍ଡଳୀ ଭାଜପା ବିଧାୟକ ପ୍ରାର୍ଥୀ ଅଗସ୍ତି ବେହେରା ଓ ସମ୍ବଲପୁର ଲୋକ ସଭା ପ୍ରାର୍ଥୀ ନିତିଶ ଗଙ୍ଗଦେବଙ୍କୁ ଜିତାଇବାକୁ ଅନୁରୋଧ କରିଥିଲେ। ସେହିପରି ଢେଙ୍କାନାଳ ଜିଲା କାମାକ୍ଷାନଗର ନିର୍ବାଚନମଣ୍ଡଳୀର ଭୁବନଠାରେ ବିଜୟ ସଂକଳ୍ପ ସଭାରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଏସିଆ ମହାଦେଶର ବଡଗାଁ ତଥା ଏହି ମାଟିରେ ଜନ୍ମ ନେଇଥିବା ସର୍ବ କନିଷ୍ଠ ବୀର ବାଜି ରାଉତଙ୍କ ଗ୍ରାମ ଭୁବନ ପ୍ରତି ଘୋର ଅବହେଳା କରାଯାଇଥିବା କହିଥିଲେ। ଢେଙ୍କାନାଳ ଲୋକ ସଭା ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି ଓ କାମାକ୍ଷାନଗର ବିଧାନସଭା ପ୍ରାର୍ଥୀ ଶତ୍ରୁଘ୍ନ ଜେନାଙ୍କୁ ନିର୍ବାଚନରେ ବିଜୟୀ କଲେ ଜିଲା ଏବଂ ଅଞ୍ଚଳର ବିକାଶ ହୋଇପାରିବ ବୋଲି ଧର୍ମେନ୍ଦ୍ର ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର: ସମସ୍ୟାର ତ୍ୱରିତ୍‌ ସମାଧାନ ନିର୍ଦ୍ଦେଶ

ସୋହେଲା,୧୯।୫(ଅଶ୍ବିନୀ ପାତ୍ର):ବରଗଡ ଜିଲା ସୋହେଲା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସୋମବାର ଜିଲାପାଳ ଆଦିତ୍ୟ ଗୋୟଲଙ୍କ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।...

କବାଟ ଭାଙ୍ଗି ଘରୁ ସୁନାଗହଣା, ଟଙ୍କା ଚୋରି

ଦିଗପହଣ୍ଡି,୯ା୫(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହର ଗୁଡ଼ିଆଗଳି ବାସିନ୍ଦା ସୁଦର୍ଶନ ସାହୁଙ୍କ ଘରୁ ଦୁର୍ବୃତ୍ତମାନେ ପ୍ରାୟ ୪୦ ହଜାର ଟଙ୍କା ଏବଂ ବହୁ ପରିମାଣର ସୁନାଗହଣା...

ସୌଜନ୍ୟ ବଦଳରେ ସ୍ବଜନ୍ୟ ଲେଖାକୁ ନେଇ ଉଦବେଗ ପ୍ରକାଶ କଲେ ପର୍ଯ୍ୟଟକ

ଦାରିଙ୍ଗବାଡି, ୨୯।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଓଡିଶାର କାଶ୍ମୀର ଭାବେ ବହୁ ପରିଚିତ। ଦୈନିକ ଶହ ଶହ ପର୍ଯ୍ୟଟକ ଦାରିଙ୍ଗବାଡିକୁ ବୁଲିବାକୁ ଆସୁଛନ୍ତି...

ଟଙ୍କା ନ ଦେବାରୁ ସ୍ତ୍ରୀଙ୍କୁ କରିଥିଲେ ହତ୍ୟା: କୋର୍ଟ ଶୁଣାଇଲେ ଆଜୀବନ କାରାଦଣ୍ଡ 

ଭଞ୍ଜନଗର,୨୨।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା  ଭଞ୍ଜନଗର ଥାନା ଅନ୍ତର୍ଗତ ଆଖୁପଦର ଗ୍ରାମର ଗୀତାଞ୍ଜଳୀ ମୁଳିଙ୍କୁ ତାଙ୍କ ସ୍ବାମୀ ରାଜୁ ମୁଳିି ୨୦୨୩ ମସିହା ମେ ମାସ...

ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ନେଇ ଯାଉଥିବା ବୋଲେରୋ ଧକ୍କାରେ ଚାଲିଗଲା ସାଇକେଲ ଆରୋହୀଙ୍କ ଜୀବନ

ରାଜନଗର,୨୧ା୨( ଭାସ୍କର ରାଉତରାୟ ): ମାଟ୍ରିକ ପିଲାଙ୍କୁ ନେଇ ପରୀକ୍ଷାକେନ୍ଦ୍ରକୁ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏକ ବୋଲେରୋ। ଫଳରେ ବୋଲେରୋରେ ଥିବା ୧୧ ପରୀକ୍ଷାର୍ଥୀ...

ଅଟୋ ଚଲାଇଲେ ମନ୍ତ୍ରୀ, ବସିଲେ ଏମ୍‌ଏଲ୍‌, ଏମ୍‌ପି

ଗଜପତି,୭।୧୧(ଗିରିଧାରୀ ପରିଛା): ଦିନିକିଆ ଗଜପତି ଜିଲା ଗସ୍ତରେ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ  ଗକୁଳ ମଲ୍ଲିକ। ୨ଦିନ ଧରି ପ୍ରଶାସନିକ ତରଫରୁ ଆୟୋଜିତ ମତ୍ସ୍ୟ...

ସହରରେ ଚାଞ୍ଚଲ୍ୟ: ମନୋରମାଙ୍କ ହତ୍ୟାକାରୀ ହାରିଦେଲେ ଜୀବନ

କେନ୍ଦୁଝର,୬ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ମୁଖ୍ୟାଳୟରେ ଶଙ୍କରଗଳି ପବିତ୍ରଡିହାରେ ଗତ ୪ ତାରିଖରେ ଜଣେ ୨୦ ବର୍ଷୀୟା ଯୁବତୀ ମନୋରମା ବେହେରା ହତ୍ୟାକାଣ୍ଡର ଅଭିଯୁକ୍ତ...

ଓଡ଼ିଶା: ଆଜିର ଫଟୋ ( ୮ ଅଗଷ୍ଟ, ୨୦୨୪)

ଭୁବନେଶ୍ୱର ଉପକୂଳ ଅଞ୍ଚଳରେ ବର୍ଷା ହେବାପରେ ଚାଷୀମାନେ ଧାନ ଚାରା ରୋପଣ କରୁଛନ୍ତି

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri