ବିଜେପୁର ଡାକ୍ତରଖାନରେ ଖାଲିପଡ଼ିଥିବା ପଦବୀପୂରଣ ଦାବି: ୧୯ରେ ଅନଶନ ଚେତାବନୀ

ବରଗଡ଼ ଅଫିସ,୪।୬: ବରଗଡ଼ ଜିଲା ବିଜେପୁର ଡାକ୍ତରଖାନାରେ ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତର ଓ ଅନ୍ୟ ସ୍ବାସ୍ଥ୍ୟ କର୍ମଚାରୀ ପଦବୀଗୁଡ଼ିକ ଦୀର୍ଘଦିନ ହେଲା ଖାଲି ପଡ଼ିଛି । ଫଳରେ ଏଠାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇ ପଡିଛି। ଏହାକୁ ନେଇ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ଅଞ୍ଚଳବାସୀ ପକ୍ଷରୁ ମଙ୍ଗଳବାର ବରଗଡ଼ ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍‌ଓ) ଏନ. କେ. ପାଢୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଆସନ୍ତା ୧୫ ଦିନ ମଧ୍ୟରେ ଖାଲିପଡ଼ିଥିବା ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀ ପଦବୀ ପୂରଣ କରିବାକୁ ସ୍ମାରକପତ୍ରରେ ଉଲ୍ଲେଖ ରହଛି। ଦାବି ପୂରଣ ନ ହେଲେ ଆସନ୍ତା ୧୯ ତାରିଖ ଡାକ୍ତରଖାନା ସମ୍ମୁଖରେ ଅଞ୍ଚଳବାସୀ ଅନଶନରେ ବସିବେ ବୋଲି ଚେତାବନୀ ଦେଇଛନ୍ତି। ସୁଶାନ୍ତ କୁମାର ଗଡତିଆ, ସଚ୍ଚିଦାନନ୍ଦ ପାତ୍ର, ମାନସ ରଞ୍ଜନ ମେହେର, ଦୀପକ ସାହୁ ପ୍ରମୁଖ ଏଥିରେ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ଧାରୀ କପ କ୍ରିକେଟ ଟୁର୍ନାମେଣ୍ଟ: ବାଟଗାଁ ଚାମ୍ପିୟନ

ନାକଟିଦେଉଳ,୩୧ା୧୨(ଡି.ଏନ.ଏ.): ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ ବଳମ ଗ୍ରାମ ୟୁଥ୍‌ ସ୍ପୋର୍ଟିଂ କ୍ଲବ ଆନୁକୂଲ୍ୟରେ ଚାଲିଥିବା ଅନ୍ଧାରୀ କପ କ୍ରିକେଟ ଟୁର୍ନାମେଣ୍ଟ ବୁଧବାର ଉଦ୍‌ଯାପିତ ହୋଇଯାଇଛି।...

ପେଟ୍ରୋଲ ପମ୍ପ୍‌ ମାଲିକଙ୍କ ସମେତ ୬ ଗିରଫ

ସମ୍ବଲପୁର,୨୦ା୪(ବ୍ୟୁରୋ): ପାରାଦୀପରୁ ସମ୍ବଲପୁର ଦେଇ ରାଞ୍ଚତ୍କୁ ପାଇପ୍‌ ଲାଇନ୍‌ ଯୋଗେ ଯାଉଥିବା ଆଇଓସିଏଲ୍‌ କମ୍ପାନୀର ତେଲ ଚୋରି ଘଟଣାର ସମ୍ବଲପୁର ପୋଲିସ ପର୍ଦ୍ଦାଫାଶ କରିଛି। ଘଟଣାରେ...

ଟାଇଁସର ୫ ଟି ହାଇସ୍କୁଲ ନିର୍ମାଣରେ ଅନିୟମିତତା

କୁଚିଣ୍ଡା,୩୧ା୧(ଡି.ଏନ.ଏ.): ସମ୍ବଲପୁର ଜିଲା କୁଚିଣ୍ଡା ବ୍ଲକ ଅନ୍ତର୍ଗତ ଟାଇଁସର ପଞ୍ଚାୟତର ଟାଇଁସର ତ୍ରିଲୋଚନ ପଦ୍ମାବତୀ ହାଇସ୍କୁଲ ୫ଟି ଯୋଜନାରେ ଚାଲିଥିବା ରୂପାନ୍ତରିକରଣରେ ଅନିୟମିତତା ଅଭିଯୋଗ ହୋଇଛି।...

ସମ୍ବଲପୁର ଜିଲା ୨ ଦିନ ଶଟ୍‌ଡାଉନ

ସମ୍ବଲପୁର,୯।୭(ବ୍ୟୁରୋ)-କରୋନା ସଂକ୍ରମଣକୁ ଦୃଷ୍ଟିରେ ସମ୍ବଲପୁର ଜିଲାକୁ ୨ ଦିନ ଶଟ୍‌ଡାଉନ ଘୋଷଣା କରାଯାଇଛି। ଆସନ୍ତା ୧୧ ଓ ୧୨ ତାରିଖ ୨ ଦିନ ଶଟ୍‌ଡାଉନ ହେବ।...

ବିଭିନ୍ନ ସ୍ଥାନରେ ବିଶ୍ୱ ପରିବେଶ ଦିବସ ପାଳିତ: ପରିବେଶ ସୁରକ୍ଷା ପାଇଁ ସମସ୍ତେ ଆଗେଇ ଆସିବାକୁ ଆହ୍ବାନ

କର୍ଲାମୁଣ୍ଡା,୫।୬(ଡି.ଏନ.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ବିଭିନ୍ନ ସ୍ଥାନରେ ବିଶ୍ୱ ପରିବେଶ ଦିବସ ବୁଧବାର ପାଳିତ ହୋଇଯାଇଛି। ଏହି ଅବସରରେ ବୋରପଦର ପଞ୍ଚାୟତ ସରାବାହାଲି ଅର୍ଟଚାର୍ଟଠାରେ...

ସ୍କୁଲରେ ରହିଲା ନାହିଁ ସମାଜିକ ଦୂରତା – ମାଗଣା ବହି ପାଇଁ ପ୍ରବଳ ଭିଡ଼

ସମ୍ବଲପୁର,୨୭ା୪ (ବ୍ୟୁରୋ)-ରବିବାର ସମ୍ବଲପୁର ମହାନଗର ନିଗମ ଅଧୀନ ବୀର ସୁରେନ୍ଦ୍ର ସାଏ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନ କରାଯାଇଥିବା ଅଭିଯୋଗ...

ଝରକା ବାଟେ ବାହାରକୁ ଗରମ ପାଣି ଫିଙ୍ଗିଲେ ସହାୟିକା, ଅଙ୍ଗନଓ୍ବାଡି ଶିଶୁ ଗୁରୁତର

ସୋନପୁର/ବୀରମହାରାଜପୁର,୧୪।୫(ନି.ପ୍ର.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଜଟିଆପାଲି ଅଙ୍ଗନୱାଡି କେନ୍ଦ୍ରରେ ମଙ୍ଗଳବାର ସକାଳେ ଏକ ଦୁଃଖଦ ଘଟଣା ଘଟିଛି। କେନ୍ଦ୍ରର ସହାୟିକା ବେଦମତୀ ମହାକୁର ଶିଶୁକନ୍ୟା...

ରୋଗଣା ମା’ଙ୍କୁ ଜାଳିଦେବା ଘଟଣା : ଅଭିଯୁକ୍ତ ପୁଅ କୋର୍ଟ ଚାଲାଣ

ବଲାଙ୍ଗୀର ଅଫିସ/ ପାଟଣାଗଡ/ ବେଲପଡା, ୮।୭ (ଡି.ଏନ୍‌.ଏ.) : ବଲାଙ୍ଗୀର ଜିଲା ବେଲପଡା ଥାନା ଅନ୍ତର୍ଗତ ରାଡବାହାଲ ଗାଁରେ ଶଯ୍ୟାଶାୟୀ ବୃଦ୍ଧା ମା’ଙ୍କ ଦେହରେ କିରୋସିନ...

Advertisement
Archives

Model This Week