ବିଛିନ୍ନାଞ୍ଚଳରେ ପ୍ରଜାମେଳି: ବିଏସଏଫ କ୍ୟାମ୍ପ ନିର୍ମାଣକୁ ବିରୋଧ କରି ଏକାଠି ହେଲେ ଶହ ଶହ ଆଦିବାସୀ

କୋରୁକୋଣ୍ଡା/ଚିତ୍ରକୋଣ୍ଡା,୩।୧୨(ଡି.ଏନ.ଏ): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବିଛିନ୍ନାଞ୍ଚଳରେ ପୁଣି ଥରେ ପ୍ରଜାମେଳି ହେବା ଦେଖାଦେଇଛି। ଏହି ପ୍ରଜାମେଳି ଚିତ୍ରକୋଣ୍ଡା ବିଛିନ୍ନାଞ୍ଚଳର ଯୋଡ଼ାଆମ୍ବ ପଞ୍ଚାୟତର ହନ୍ତାଳଗୁଡାଠାରେ ହୋଇଥିଲା। ଏହି ପ୍ରଜାମେଳିରେ ବିଛିନ୍ନାଞ୍ଚଳବାସୀ କେବଳ ନୂତନ କରି ହେଉଥିବା ରାସ୍ତା ନିର୍ମାଣ ଏବଂ ସେଠାରେ ଆଗକୁ ହେବାକୁ ଥିବା ବିଏସଏଫ କ୍ୟାମ୍ପକୁ ବିରୋଧ କରି ଏହି ପ୍ରଜାମେଳି କରିଥିବା ବିଛିନ୍ନାଞ୍ଚଳବାସୀ କହିଛନ୍ତି। ସେମାନଙ୍କ କହିବାନୁଯାୟୀ, ବହୁ ପୂର୍ବରୁ ସେମାନେ ସ୍ବାସ୍ଥ୍ୟ, ଶିକ୍ଷା ଏବଂ ରାସ୍ତା ନିର୍ମାଣ ନିମନ୍ତେ ଦାବି କରି ଆସୁଛନ୍ତି। ସେମାନେ ଦଫା ୩୧ ଅନୁଯାୟୀ ବିଛିନ୍ନାଞ୍ଚଳବାସୀ ଆନ୍ଦୋଳନ ମଧ୍ୟ କରି ଆସିଛନ୍ତି। କିନ୍ତୁ ସେଗୁଡିକ ପୁରଣ ନ କରି ପ୍ରଶାସନ ସେଠାରେ ନୂତନ କରି ବିଏସଏଫ କ୍ୟାମ୍ପ ନିର୍ମାଣ କରିବାକୁ ଚାହୁଁଛନ୍ତି। ପାପରମେଟଲାରେ ରାଜୁ ହନ୍ତାଳଙ୍କୁ ବିଏସଏଫ ଯବାନମାନେ ଯେପରି ପିଟିପିଟି ମାରି ଦେଇଥିଲେ। ସେଭଳି ଘଟଣାର ଯେପରି ପୁନରାବୃତ୍ତି ନ ହେଉ ତେଣୁ କରି ବିଛିନାଞ୍ଚଳବାସୀ ମୁଖ୍ୟତଃ ଏହି ହନ୍ତାଳଗୁଡାଠାରୁ ଟିକିରିପଡ଼ାକୁ ହେଉଥିବା ରାସ୍ତା ନିର୍ମାଣ ଏବଂ ବିଏସଏଫ କ୍ୟାମ୍ପକୁ ବିରୋଧ କରି ପ୍ରଜାମେଳି କରୁଥିବା କହିଛନ୍ତି। ଏହି ପ୍ରଜାମେଳିରେ ୭ଟି ପଞ୍ଚାୟତର ଶହ ଶହ ଆଦିବାସୀ ଏକତ୍ରିତ ହୋଇ ଏଇ ପ୍ରଜାମେଳି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କରୋନାର ନୂଆ ଭାରିଏଣ୍ଟକୁ ନେଇ ବଢୁଛି ଭୟ: ରାଜ୍ୟ ସରକାର ଜାରି କଲେ ନୂଆ ଗାଇଡ୍‌ଲାଇନ୍‌

ଭୁବନେଶ୍ୱର,୨୮।୧୧(ବ୍ୟୁରୋ): କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ଆତଙ୍କ ପରେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନୂଆ ଗାଇଡ୍‌ଲାଇନ ଜାରି ହୋଇଛି। ନୂଆ...

ଭୁବନେଶ୍ୱରରେ ହେବ ସାତକୋଶିଆ ମାନସମନ୍ଥନ ୧୫ରେ ବାଘୁଣୀ ସୁନ୍ଦରୀର ଭାଗ୍ୟ ନିର୍ଦ୍ଧାରଣ

ବନ୍ତଳା,୧୧ା୭ : ଆସନ୍ତା ୧୫ ତାରିଖରେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପକୁ ନେଇ ଭୁବନେଶ୍ୱରରେ ହେବ ମାନସମନ୍ଥନ। ରାଜ୍ୟ ସରକାରଙ୍କ ପକ୍ଷରୁ ବସୁଥିବା ଏହି ବୈଠକରେ ସାତକୋଶିଆ...

କାଳବୈଶାଖୀରେ ବ୍ୟାପକ କ୍ଷୟକ୍ଷତି

କୁଆମରା, ୨୬।୪(ଡି.ଏନ.ଏ.)-ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ କାଳ ବୈଶାଖୀ ତାଣ୍ଡବ ରଚିଛି ଗୋପବନ୍ଧୁ ନଗର ବ୍ଲକରେ। ପବନ ସାଙ୍ଗକୁ କୁଆପଥର ମାଡ ଓ ମୂଷଳ ଧାରାରେ ବର୍ଷା...

ଲିନ୍ସଲରୀ ପ୍ରୋଜେକ୍ଟ କାର୍ଯ୍ୟ ତଦାରଖ

ବଅଁରପାଳ,୨୪ା୧(ଡି.ଏନ.ଏ.) ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋର ନୂତନ ଅଧ୍ୟକ୍ଷ ଶ୍ରୀଧର ପାତ୍ର ଦୁଇ ଦିନିଆ ଅନୁଗୋଳ ଗସ୍ତରେ ଆସି ଗୁରୁବାର ନାଲ୍‌କୋ ସ୍ମେଲଟର ଓ ପାୱାର ପ୍ଲାଣ୍ଟର...

ଫଳଦୋକାନୀ ଗିରଫ

ଯାଜପୁର ଟାଉନ,୧୦ା୫(ଡି.ଏନ.ଏ.): ଯାଜପୁର ଥାନା ଅନ୍ତର୍ଗତ ଖଣ୍ଡରା ଛକରେ ଗ୍ରାହକଙ୍କୁ ଆକ୍ରମଣରେ ଘଟଣାରେ ଫଳଦୋକାନୀ ପ୍ରଶାନ୍ତ କୁମାର ସାହୁ(୩୦)ଙ୍କୁ ପୋଲିସ ଗିରଫ କରି ମଙ୍ଗଳବାର କୋର୍ଟଚାଲାଣ...

ଶାସକ ଦଳକୁ ମୁକାବିଲାରେ ବିଫଳ ବିରୋଧୀ

ବ୍ରହ୍ମପୁର ଅଫିସ,୧୨।୫: ଗଞ୍ଜାମ ଜିଲା ରାଜନୀତିରେ ଶାସକ ଦଳକୁ ମୁକାବିଲାରେ ବିଫଳ ହୋଇଛି ବିରୋଧୀ। ଜିଲାର ସବୁ ନିର୍ବାଚନରେ ବିଜେଡିର ବିଜୟ ବାନା ଉଡ଼ୁଛି। କଂଗ୍ରେସର ସ୍ଥିତି...

ପରିସ୍ରା ଯିବା ବାହାନା ଦେଖାଇ କଏଦୀ ଫେରାର

ନବରଙ୍ଗପୁର/ପାପଡାହାଣ୍ଡି, ୧୨।୧୧(ବି.ପ୍ର/ଡି.ଏନ.ଏ.): ନବରଙ୍ଗପୁର ଜିଲା ପାପଡାହାଣ୍ଡି ଥାନା ହାଜତରୁ ଜଣେ ବିଚାରଧୀନ କଏଦୀ ମଙ୍ଗଳବାର ରାତିରେ ଫେରାର ହୋଇଯାଇଛନ୍ତି। ତାଙ୍କ ନାମ ଅରୁଣ ହରିଜନ। ତାଙ୍କ...

ପୁରୁଷୋତ୍ତମପୁରରେ କରୋନା ସ୍ଥିତି ସମୀକ୍ଷା: ମୁକାବିଲା ଲାଗି ଅଧିକାରୀମାନଙ୍କୁ ଜିଲାପାଳଙ୍କ ପରାମର୍ଶ

ପୁରୁଷୋତ୍ତମପୁର,୨୭ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ଶନିବାର ପୁରୁଷୋତ୍ତମପୁର ବ୍ଲକ କାର୍ଯ୍ୟାଳୟକୁ ଆସି କରୋନା ଭାଇରସ୍‌ ସଂକ୍ରମଣ ନେଇ ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହ...

Advertisement
Archives

Model This Week