ବିଖଣ୍ଡିତ ଚଲାପଥ ସଂଯୋଗ ଉପରେ ଗୁରୁତ୍ୱ

ଅନୁଗୋଳ ସହର,୨୩।୧ – ସେଭ୍‌ ଏଲିଫ୍ୟାଣ୍ଟ ଫାଉଣ୍ଡେଶନ ଟ୍ରଷ୍ଟ ଆନୁକୂଲ୍ୟରେ ଓଡ଼ିଶା ପରିବେଶ ସମିତି ଓ ଓଡ଼ିଶା ସରକାରଙ୍କ ଜଙ୍ଗଲ ବିଭାଗ ସହଯୋଗରେ ଚାଲିଥିବା ହାତୀ ଚଲାପଥ ପଦଯାତ୍ରା ବୁଧବାର ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ଟିକରପଡ଼ାଠାରେ ଉଦ୍‌ଯାପିତ ହୋଇଯାଇଛି। ଅବସରପ୍ରାପ୍ତ ପିସିସିଏଫ୍‌ ଓଡ଼ିଶା ସରକାରଙ୍କ ଲୋକାୟୁକ୍ତ ସଦସ୍ୟ ଡ. ଦେବବ୍ରତ ସ୍ବାଇଁ ଏଥିରେ ଅଧ୍ୟକ୍ଷତା କରିଥିଲେ। ସେଭ୍‌ ଏଲିଫ୍ୟାଣ୍ଟ ଫାଉଣ୍ଡେଶନ୍‌ର ଚେୟାରମ୍ୟାନ ଡ. ରଜନୀକାନ୍ତ ଜେନା, ସେଭ୍‌ ଏଲିଫ୍ୟାଣ୍ଟ ଫାଉଣ୍ଡେଶନର ଟ୍ରଷ୍ଟି ଡ. ପ୍ରକାଶ ଜେନା, ଓଡ଼ିଶା ଏନ୍‌ଭରମେଣ୍ଟାଲ ସୋସାଇଟି ସଭାପତି ସୁନ୍ଦର ନାରାୟଣ ପାତ୍ର, ଓଇଏସ୍‌ର ସେକ୍ରେଟାରୀ ଡ. ଜୟକୃଷ୍ଣ ପାଣିଗ୍ରାହୀ, ୱାଇଲ୍ଡ ଲାଇଫ୍‌ ଇଣ୍ଡିଆର ଜାନବି ଅମେଡ୍‌, ନରେନ୍‌ ମୋହନ, ଆଶିଷ ଜାହାଙ୍ଗୀର, ମୋହିତ ପାୟଲ, ଶିବାଶିଷ ସାହୁ, ସାତକୋଶିଆ ଡିଏଫ୍‌ଓ ରାମାସ୍ବାମୀ ପି, ଏସିଏଫ୍‌ ଶୁଭେନ୍ଦୁ ବେହେରା ପ୍ରମୁଖ ଯୋଗ ଦେଇଥିଲେ। ରାଜ୍ୟର ପ୍ରମୁଖ ହାତୀ ଚଲାପଥ ଗୁଡ଼ିକର ବର୍ତ୍ତମାନ ସ୍ଥିତି ଓ ମୁଖ୍ୟ ସମସ୍ୟାଗୁଡ଼ିକୁ ନିରୂପଣ କରିବା ଉଦ୍ଦେଶ୍ୟରେ ଜଙ୍ଗଲ ଅଞ୍ଚଳ ମଧ୍ୟରେ ଏହି ସର୍ବେକ୍ଷଣ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଶିମିଳିପାଳ ଜୈବମଣ୍ଡଳ ଅଧୀନସ୍ଥ ଠାକୁରମୁଣ୍ଡା ଠାରେ ୧୨ ତାରିଖରେ ଓଡ଼ିଶା ଲୋକାୟୁକ୍ତ ସଦସ୍ୟ ଓ ଦେବବ୍ରତ ସ୍ବାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ବନ୍ୟଜୀବ ପିସିସିଏଫ୍‌ ଡ. ହରିଶଙ୍କର ଉପାଧ୍ୟାୟଙ୍କ ସମେତ ଅନ୍ୟ ଅତିଥିମାନେ ସ୍ଥାନୀୟ ଅଧିବାସୀମାନଙ୍କୁ ହାତୀ ବାସସ୍ଥଳୀ ଓ ଚଲାପଥର ଗୁରୁତ୍ୱ ସହ ସୁରକ୍ଷା ପାଇଁ ସେମାନଙ୍କ ଭୂମିକା ସମ୍ପର୍କରେ ଅବଗତ କରିଥିଲେ। ଏହାପରେ ଆୟୋଜକ ଅନୁଷ୍ଠାନର ସଦସ୍ୟ ଓ ସ୍ଥାନୀୟ ଅଧିବାସୀମାନେ ଗୋଟିଏ ଗୋଷ୍ଠୀରେ ହଦଗଡ଼, ଆନନ୍ଦପୁର, ରେମାଳ, ଦୈତାରୀ, କାଳିଆପାଣି, କାମାକ୍ଷାନଗର, କଣିହଁା, ତାଳଚେର, ହଣ୍ଡପା, କୁରାବ ଦେଇ ଟିକରପଡ଼ାରେ ପହଞ୍ଚିଥିଲେ। ସେହିପରି ଅନ୍ୟ ଗୋଷ୍ଠୀଟି ଭୀମକୁଣ୍ଡ, ଆନନ୍ଦପୁର, ଘଟଗଁା, ତେଲକୋଇ, ପାଲଲହଡ଼ା, ରେଙ୍ଗାଳି, ରିଆମାଳ, ନାକଟିଦେଉଳ, ରେଢ଼ାଖୋଲ, ମାଧପୁର, କୁରାବ ମଧ୍ୟ ଦେଇ ଟିକରପଡ଼ାରେ ୨୧ ତାରିଖରେ ପହଞ୍ଚତ୍ଥିଲେ। ଉଦ୍‌ଯାପନୀ ସଭାରେ ଡ. ଦେବବ୍ରତ ସ୍ବାଇଁ ପୌରୋହିତ୍ୟ କରିଥିଲେ। ଏଥିରେ ଆର୍‌ସିଏଫ୍‌ଙ୍କ ସହିତ ଅନ୍ୟ ସମସ୍ତ ପଦଯାତ୍ରୀ, ସ୍ଥାନୀୟ ଅଧିବାସୀ ଯୋଗଦାନ କରିଥିଲେ। ପଦଯାତ୍ରା ସମୟରେ ହାତୀ ବାସସ୍ଥଳୀ ଅବକ୍ଷୟ, ଉପଯୁକ୍ତ ଖାଦ୍ୟର ଅଭାବ, ରେଳପଥ, ସଡ଼କପଥ, କେନାଲ ଇତ୍ୟାଦିର ନିର୍ମାଣ ଫଳରେ ହାତୀ ଚଲାପଥରେ ପରିବର୍ତ୍ତନ ଆଦି ସମ୍ପର୍କରେ ସଚେତନ କରାଯାଇଥିଲା। ସେହିପରି ଶିକାର, ରେଳ, ସଡ଼କ ଓ ବିଦ୍ୟୁତ ଜନିତ ଦୁର୍ଘଟଣା, ବିଷ ପ୍ରୟୋଗ ଆଦି ଦ୍ୱାରା ହାତୀମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି। ବିଖଣ୍ଡିତ ହାତୀ ଚଳାପଥକୁ ନୂତନ ଜଙ୍ଗଲ ସୃଷ୍ଟି ମାଧ୍ୟମରେ ସଂଯୋଗ କରିବା, ଚଲାପଥରେ ଗଢ଼ି ଉଠିଥିବା ଜନବସତିକୁ ସ୍ଥାନାନ୍ତର ପରେ ଥଇଥାନ କରିବା, ଜଙ୍ଗଲ ସଂସ୍ଥାର ଗୁଣବତ୍ତାରେ ଉନ୍ନତି ଘଟାଇବାକୁ ଆହ୍ବାନ ଦିଆଯାଇଥିଲା। ଏଥିରେ ୱାଇଲ୍ଡ ଲାଇଫ୍‌ ରିସର୍ଚ୍ଚ ଗାୟତ୍ରୀ ଦେବୀ, ଏଲିଫ୍ୟାଣ୍ଟ ଏକ୍ସେପଟ୍‌ ଡ. ସର, ପିପୁଲ୍ସ ଫର୍‌ ଆନିମଲର ସଞ୍ଜୀବ କୁମାର ଦାଶ, ସେଭ୍‌ ଏଲିଫ୍ୟାଣ୍ଟର ଟ୍ରଷ୍ଟ ରିଟାର୍ଟ ଆଇଏଫ୍‌ଏସ୍‌ ଅଫିସର ଜିତାସର ମହାନ୍ତି, ରିସର୍ଚ୍ଚ ଆସୋସିଏଟ୍‌ ଶିବୁଦତ୍ତ ରଥ ପ୍ରମୁଖ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅନୁଗୋଳରେ ଓସିଏ ଉପସଭାପତିଙ୍କୁ ସମ୍ବର୍ଦ୍ଧନା: ‘ଏକାଡେମୀ ଭିତ୍ତିଭୂମି ବିକାଶ ମୁଖ୍ୟ ଦାୟିତ୍ୱ’

ଅନୁଗୋଳ ଅଫିସ, ୩୦।୯: ଅନୁଗୋଳ ଟ୍ରକ ଆସୋସିଏଶନ୍‌ ପକ୍ଷରୁ ଓଡ଼ିଶା କ୍ରିକେଟ ଆସୋସିଏଶନ୍‌ର ନବନିର୍ବାଚିତ ଉପସଭାପତି ଅକ୍ଷୟ କୁମାର ସାମନ୍ତଙ୍କୁ ରବିବାର ଅପରାହ୍ନରେ ସମ୍ବର୍ଦ୍ଧିତ କରାଯାଇଛି। ଟ୍ରକ...

ଅଭିଯୁକ୍ତଙ୍କୁ ୭ ବର୍ଷ କାରାଦଣ୍ଡାଦେଶ

ଅନୁଗୋଳ ଅଫିସ୍‌, ୧୪।୩ ଏକ ଡକାୟତି ମାମଲାର ବିଚାର କରି ଅନୁଗୋଳ ଆସିଷ୍ଟାଣ୍ଟ ସେସନ୍‌ସ ଜଜ୍‌ କମ୍‌ ସିଜେଏମ୍‌ କୋର୍ଟ ଅଭିଯୁକ୍ତ ଜରାସିଂହାର କାଳିଆ ଓରଫ...

ଛେଣ୍ଡିପଦାରେ ବିଭିନ୍ନ ପ୍ରକଳ୍ପର ତଦାରଖ

ଛେଣ୍ଡିପଦା, ୧୦ା୧୨(ସ୍ବ.ପ୍ର.)- ଅନୁଗୋଳ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଗୁରୁବାର ଛେଣ୍ଡିପଦା ବ୍ଲକର ବିଭିନ୍ନ ପଞ୍ଚାୟତ ଗସ୍ତରେ ଯାଇ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଜିଲାପାଳ...

ଫିକା ପଡ଼ିବ ଶକ୍ତିପୀଠ

ବଅଁରପାଳ, ୨୩ା୧୦(ଡି.ଏନ.ଏ.) ଚଳିତ ବର୍ଷ ଆଡମ୍ବରବିହୀନ ହେବ ଅନୁଗୋଳ ଜିଲା ବଅଁରପାଳ ବ୍ଲକ ତଳମୂଳସ୍ଥିତ ଦୁର୍ଗା ପୂଜା। ପ୍ରସିଦ୍ଧ ଦୁର୍ଗା ଦେବୀ ମନ୍ଦିରରେ ସବୁ ବର୍ଷ...

ବିନା ଅନୁମତିରେ ୩୮ ଏସି ଲାଗିବା ଘଟଣା: ଏଡିଏମ୍‌ଙ୍କ ନେତୃତ୍ୱରେ ତଦନ୍ତ

ଅନୁଗୋଳ ଅଫିସ୍‌, ୫।୭: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଜେନେରାଲ ଇଲେକ୍ଟ୍ରିକାଲ ଡିଭିଜନ (ଜିଇଡି)ର ବିନା ଅନୁମତିରେ ୩୮ଟି ଏସି ଲଗାଯାଇଥିବା ଘଟଣାର ପ୍ରଶାସନିକ ତଦନ୍ତ ଆରମ୍ଭ...

ଜଗି ବସୁଛନ୍ତି ରୋଗୀ

ଅନୁଗୋଳ ଅଫିସ, ୧୦ା୯ ଅସହ୍ୟ ଯନ୍ତ୍ରଣା ଅଥୟ କରିଦେଉଛି। ତଥାପି ରାତିଅନିଦ୍ରା ହୋଇ ପୂର୍ବଦିନରୁ ଡାକ୍ତରଙ୍କୁ ଜଗି ବସୁଛନ୍ତି ରୋଗୀ। କାରଣ ପ୍ରତି ସପ୍ତାହରେ କେବଳ...

ରାତି ପାହିଲେ ଲମ୍ବା ଧାଡ଼ି

ବଇଣ୍ଡା,୯।୬(ଡି.ଏନ.ଏ.): ବସୁଧା ଯୋଜନାରେ ସରକାର ଗ୍ରାମାଞ୍ଚଳରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରୁଛନ୍ତି। ସମସ୍ତେ କିପରି ବିଶୁଦ୍ଧ ପାଇପ୍‌ ପାଣି ପାଇପାରିବେ ତାହା ଉପରେ ଗୁରୁତ୍ୱ...

ଝଡ଼ାଫୁଙ୍କାରୁ ଝଡୁଛି ଜୀବନ

ଅନୁଗୋଳ ଅଫିସ, ୮ା୭:  ଗୁଣିଆ ନୁହେଁ, ଡାକ୍ତରଙ୍କୁ ଜଣା ସର୍ପ ବିଷ ଖସାଇବାର ବିଦ୍ୟା। ହେଲେ ସଚେତନତା ଅଭାବରୁ ଆଜି ବି ଅନେକ ଲୋକ ଝଡ଼ାଫୁଙ୍କା...

Advertisement
Archives

Model This Week