ବିଏସ୍‌ଏନ୍‌ଏଲ ମଜଦୁର ସଂଘର ତାଲାବନ୍ଦ ଆନ୍ଦୋଳନ

ବଲାଙ୍ଗୀର ଅଫିସ, ୧୧ା୬-ବିଏସ୍‌ଏନ୍‌ଏଲ ମଜଦୁର ସଂଘ ସଭାପତି ଲଳିତ କୁମାର ନାଏକଙ୍କ ନେତୃତ୍ୱରେ ଶତାଧିକ ବିଏସ୍‌ଏନ୍‌ଏଲ କର୍ମଚାରୀ ସ୍ଥାନୀୟ ବିଏସ୍‌ଏନ୍‌ଏଲ କାର୍ଯ୍ୟାଳୟ ଓ ଏକ୍ସଚେଞ୍ଜ ଅଫିସକୁ ତାଲା ପକାଇ ବନ୍ଦ କରିଦେଇଥିଲେ ା ୬ ଦଫା ଦାବି ନେଇ ଏହି କର୍ମଚାରୀମାନେ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ା କରୋନା ସମୟରେ ଲୋକେ ଲକ୍‌ଡାଉନ୍‌ରେ ଥିବାବେଳେ କର୍ତ୍ତବ୍ୟ ଜାରି ରଖିଥିବା ବିଏସ୍‌ଏନ୍‌ଏଲ କମଚାରୀଙ୍କ ଦୀର୍ଘ ୧୦ ମାସ ହେଲା ଦରମା ମିଳି ନ ଥିବା ଦୁର୍ଭାଗ୍ୟଜନକ ବୋଲି ସଭାପତି ନାଏକ କହିଥିଲେ ା କରୋନା ମହାମାରୀ ସମୟରେ ଏହି କର୍ମଚାରୀମାନଙ୍କୁ ଦରମା ନଦେବା ମାନବିକତାର ଉଲ୍ଲଂଘନ ବୋଲି ସେ କହିଛନ୍ତି ା ଏହି କର୍ମଚାରୀଙ୍କୁ ଗୋଟିଏ ମାସରେ ୨୬ ଦିନ କାମ ଦିଆଯିବାର ପ୍ରାବଧାନ ଥିଲେ ମଧ୍ୟ କର୍ମଚାରୀମାନଙ୍କୁ ଏହା ଯୋଗାଇ ନ ଦିଆଯାଇ ମାସିକ ୧୪/୧୫ ଦିନ ମାସ ଯୋଗାଇ ଦିଆଯାଉଛି ା ଏଣୁ ତୁରନ୍ତ ସମସ୍ତ କର୍ମଚାରୀଙ୍କୁ ୨୬ଦିନର କାମ ଯୋଗାଇବାକୁ ସେ ଦାବି କରିଥିଲେ ା ଅନ୍ୟ ଦାବିଗୁଡିକ ମଧ୍ୟରେ ଅଣକୁଶଳୀକୁ ଅର୍ଦ୍ଧକୁଶଳୀ ଓ ଅର୍ଦ୍ଧକୁଶଳୀକୁ କୁଶଳୀ ଶ୍ରମିକ ପଦୋନ୍ନତି ଦେବା, ମାର୍ଚ୍ଚ ମାସର ଦରମାରୁ ଠିକାଦାର ଅଧା ଦରମା କାଟି ଦେଇଥିବାରୁ ତୁରନ୍ତ ସବୁ ଦରମା ପ୍ରଦାନ, କଟାଯାଉଥିବା ଇପିଏଫ୍‌ ତୁରନ୍ତ ଜମା କରିବା, ଦରମା ମାଗିଲେ ଧମକ ଦିଆଯାଉଥିବାରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି ା ଏହି କାର୍ଯ୍ୟକ୍ରମରେ ବଲାଙ୍ଗୀର, ସୋନପୁର, ପାଟଣାଗଡ, କଣ୍ଟାବାଞ୍ଜିର ବିଏସ୍‌ଏନ୍‌ଏଲ କର୍ମଚାରୀ ଉପସ୍ଥିତ ଥିଲେ ା ଦାବିପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସଭାପତି ନାଏକ ସୂଚନା ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ର ସଂସଦ ନିର୍ବାଚନକୁ ନେଇ ବଲାଙ୍ଗୀର କଲେଜରେ ଉତ୍ତେଜନା

ବଲାଙ୍ଗୀର,୭ା୧୦(ସୁନିଲ କୁମାର ମହାନ୍ତି): କଲେଜ ନିର୍ବାଚନକୁ ନେଇ ଏବେଠୁ ବଲାଙ୍ଗିର ଜିଲାରେ ଉତ୍ତେଜନା ଦେଖାଦେଲାଣି। ବଲାଙ୍ଗୀର ପୁଇଁନ୍ତଳା ନିକଟରେ ଥିବା ସରକାରୀ ବଲାଙ୍ଗୀର କଲେଜରେ ଉତ୍ତେଜନା ଦେଖାଦେବା…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଛୁଇବନ୍ଧରେ ଟ୍ରକକୁ ପିଟିଲା ପିକଅପ୍, ଦୁଇ ମୃତ

ବଲାଙ୍ଗୀର,୬।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ସମ୍ବଲପୁର ଏନ୍‌ଏଚ୍‌-୨୬ର ଛୁଇଁବନ୍ଧ ନିକଟରେ ମଙ୍ଗଳବାର ସକାଳୁ ଭୟଙ୍କର ଦୁର୍ଘଟଣା ହୋଇଛି । ପିକଅପ୍ ଗାଡ଼ି ଟ୍ରକକୁ ପଛରୁ ଧକ୍କା ଦେବା…

ଘରକୁ ଫେରୁଥିଲେ ଈଶ୍ୱର, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଗଲା…

ବଲାଙ୍ଗୀର, ୫।୧୦ (ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ସହରର ସଦର ଥାନା ନିକଟ ଲାଲଟିକ୍ରାସ୍ଥିତ ଇରିଗେସନ ଅଫିସ ସମ୍ମୁଖରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?