ବିଏମ୍‌ସିର ପ୍ରସ୍ତାବିତ ଡିଡିଏନ୍‌ ପ୍ରକଳ୍ପ ବନ୍ଦ : କାର୍ଯ୍ୟକାରୀ ନ ହେଉଣୁ ମିଳିଛି ସ୍କଚ୍‌ ପୁରସ୍କାର

ବ୍ରହ୍ମପୁର ଅଫିସ,୧୬ା୬-ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି)ର ପ୍ରସ୍ତାବିତ ଡିଜିଟାଲ ଡୋର ନମ୍ବରିଂ (ଡିଡିଏନ୍‌) ଯୋଜନା ବନ୍ଦ ହୋଇଯାଇଛି ।
ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା ପୂର୍ବରୁ ନୂଆଦିଲ୍ଲୀର ଏକ ସଂସ୍ଥା ଦ୍ୱାରା ପୁରସ୍କୃତ ହୋଇଛି ମହାନଗର ନିଗମ । ୨୦୧୮ ଜାନୁୟାରୀରେ ପୂର୍ବତନ ମେୟର କେ. ମାଧବୀ ଓ ତତ୍କାଳୀନ ବିଏମ୍‌ସି କମିଶନର ନିଖିଲ ପୱନ କଲ୍ୟାଣ ନିଗମ ଖର୍ଚ୍ଚରେ ଦିଲ୍ଲୀ ଯାଇ ସ୍କଚ୍‌ ଅର୍ଡର ଅଫ୍‌ ମେରିଟ୍‌ ପୁରସ୍କାର ଗ୍ରହଣ କରିଥିଲେ।
ଘରଗୁଡ଼ିକୁ ଡିଜିଟାଲ ନମ୍ବରିଂ କରିବା ନିମନ୍ତେ ହାଇଦ୍ରାବାଦର ଏକ ଘରୋଇ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଥିଲା।
ସେହି ସଂସ୍ଥାଦ୍ୱାରା ପୁରସ୍କାରର ଆୟୋଜନ କରାଯାଇଥିଲା।
ଏବେ ସେହି ଖବର ପଦାକୁ ଆସିଛି ।
ସୂଚନାଯୋଗ୍ୟ, ୨୦୧୮ ଜାନୁୟାରୀ ୯ରେ ବିଏମ୍‌ସି ପକ୍ଷରୁ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ପୂର୍ବତନ କମିଶନର ପୱନ କଲ୍ୟାଣ କହିଥିଲେ, ମହାନଗରର ପ୍ରତ୍ୟେକ ଘରର ନମ୍ବରିଂ କରିବା ଏକ ବୈଧାନିକ ଆବଶ୍ୟକତା। ତଦନୁଯାୟୀ ଡିଡିଏନ୍‌ (ଡିଜିଟାଲ ଡୋର ନମ୍ବରିଂ) ପ୍ରକଳ୍ପ ହାତକୁ ନିଆଯାଇଛି ।
ଏହାଦ୍ୱାରା ମହାନଗରବାସୀଙ୍କ ସ୍ବାର୍ଥ ଜଡ଼ିତ ଏବଂ ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟମାନଙ୍କୁ ମଧ୍ୟ ବହୁବିଧ ସୁବିଧା ଉପଲବ୍ଧ ହେବ ଓ ନିଗମକୁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବାରେ ସୁବିଧା ହୋଇପାରିବ। ଏହି ପ୍ରକଳ୍ପ କାର୍ଯ୍ୟକାରିତା ପାଇଁ ମହାନଗର ନିଗମ ସ୍କଚ୍‌ ଅର୍ଡର ଅଫ୍‌ ମେରିଟ୍‌ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛି । ତେଣୁ ମେୟରଙ୍କ ସହ ସେ ଦିଲ୍ଲୀ ଯାଇ ପୁରସ୍କାର ଗ୍ରହଣ କରିବାର କଲ୍ୟାଣ ସୂଚାଇଥିଲେ । ପରେ ଉଭୟେ ଦିଲ୍ଲୀ ଯାଇ ପୁରସ୍କାର ଗ୍ରହଣ କରିଥିବା ବିଏମ୍‌ସି ରେକର୍ଡରେ ଅଛି ।
ମହାନଗରରେ ବର୍ତ୍ତମାନ ସୁଦ୍ଧା ୫୮ ହଜାରରୁ ଊର୍ଦ୍ଧ୍ୱ ବିଭିନ୍ନ ବର୍ଗର ବାସଗୃହ ରହିଛି। ନୂଆ ସାହିବସ୍ତି ସଂଖ୍ୟା ମଧ୍ୟ ବଢ଼ି ଚାଲିଛି । ତେଣୁ ସବୁ ଘର ଆଗର ଡିଜିଟାଲ ନମ୍ବରିଂ କରାଯିବାକୁ ପ୍ରସ୍ତାବ ରଖାଗଲା । ହାଇଦ୍ରାବାଦର ଏକ ଘରୋଇ ସଂସ୍ଥାକୁ କାର୍ଯ୍ୟାଦେଶ ଦିଆଯାଇଥିଲା। ବିଏମ୍‌ସିର ବିଭିନ୍ନ କଲ୍ୟାଣମୂଳକ କାର୍ଯ୍ୟକ୍ରମ ଲାଗି ବ୍ୟବସାୟୀ ଓ ସାମାଜିକ ଅନୁଷ୍ଠାନ ପକ୍ଷରୁ ଦାନ ଆକାରରେ ମିଳିଥିବା ବହୁ ଲକ୍ଷ ଟଙ୍କା ସେହି ସଂସ୍ଥା ଅଗ୍ରିମ ବାବଦରେ ନେଇଥିଲା । କାଗଜରେ ଛାପି ଅନେକ ଘର ଆଗରେ ତାହା ଲଗାଯାଇଛି ଓ ପ୍ରସ୍ତାବିତ ଡିଜିଟାଲ ନମ୍ବରିଂ ହଜିଯାଇଛି। କାନ୍ଥରେ ଲଗାଯାଇଥିବା ସେହି ରଙ୍ଗିନ ଛାପା କାଗଜ ବର୍ଷା ପାଣି ପଡ଼ି ଧୋଇ ହୋଇଯାଇଛି । ଅନ୍ୟପକ୍ଷରେ ଡିଡିଏନ୍‌ ଯୋଜନା ବନ୍ଦ ହୋଇଯାଇଥିବା ବିଏମ୍‌ସିର ଜଣେ ଦାୟିତ୍ୱ ସମ୍ପନ୍ନ ଅଧିକାରୀ ନିଜ ନାମକୁ ଗୋପନ ରଖି କହିଛନ୍ତି । ଗତ ଅକ୍ଟୋବର ମାସ ପ୍ରାରମ୍ଭରୁ ନିର୍ବାଚିତ ନିଗମ ପରିଷଦର କାର୍ଯ୍ୟକାଳ ସରିଯାଇଛି। ପୁରାତନ ସ୍ବାୟତ୍ତ ଶାସନ ସଂସ୍ଥାରେ ଏବେ ଅମଲାତନ୍ତ୍ର ଶାସନ ଚାଲିଛି। ଡିଡିଏନ୍‌ ପ୍ରକଳ୍ପ ଠପ୍‌ ହୋଇଛି ା ସ୍କଚ୍‌ ଆୱାର୍ଡ ଅଫ୍‌ ମେରିଟ ପୁରସ୍କାର ଫଳକଟି ନିଗମ ଦପ୍ତରରେ ରଖାଯାଇଛି । ଶନିବାର ଯୋଗାଯୋଗ ବେଳେ ପୂର୍ବତନ ମେୟର ମାଧବୀ କହିଛନ୍ତି, ପୁରସ୍କାର ମିଳିଥିଲେ ମଧ୍ୟ ଡିଡିଏନ୍‌ ଯୋଜନା ବନ୍ଦ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ଚଢାଉ, ୮୦ ଲିଟର ଦେଶୀମଦ ଜବତ

ଦିଗପହଣ୍ଡି,୨୨ା୪(ଡି.ଏନ.ଏ.)- ଗଞ୍ଜାମ-ଗଜପତି ଜିଲା ସୀମାନ୍ତ ଘଞ୍ଚ ଜଙ୍ଗଲରେ ମଙ୍ଗଳବାର ଅବକାରୀ ଓ ପୋଲିସ ଟିମ୍‌ ମିଳିତ ଭାବେ ଚଢାଉ କରି ୮୦ ଲିଟର ରନ୍ଧା ଦେଶୀମଦ...

ଟଙ୍କା ଠକେଇ ଘଟଣା: ମିଳିଛି ଫୁଟେଜ୍‌, ଅଭିଯୁକ୍ତଙ୍କୁ ଧରିପାରୁନି ପୋଲିସ

ବ୍ରହ୍ମପୁର ଅଫିସ,୧୮ା୧୨- ବ୍ରହ୍ମପୁର ଟାଉନ ଥାନା ମିଲିଟାରୀ ଲାଇନ୍‌ରେ ଥିବା କାନାରା ବ୍ୟାଙ୍କରୁ ଦୁର୍ବୃତ୍ତମାନେ ଜୁଲାଇ ୬ରେ ଜଣେ ଜମାକାରୀଙ୍କଠାରୁ ୧୮ ହଜାର ଟଙ୍କା ଠକି...

ଏଲ୍‌ଆଇସି ଅଂଶଧନ ବିକ୍ରିକୁ ବିରୋଧ

ବ୍ରହ୍ମପୁର ଅଫିସ,୩ା୨-ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି)ରୁ ସରକାରଙ୍କ ଅଂଶଧନରୁ କିଛି ପ୍ରତିଶତ ଷ୍ଟକ୍‌ ବଜାର ମାଧ୍ୟମରେ ତଥା ଆଇପିଓ ରୂପେ ବିକ୍ରି କରାଯିବା ଲୋକ...

ନାମକୁ ମାତ୍ର ଚାଲିଛି ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ: ଅସୁବିଧାରେ ଯୁବତୀ, ଯୁବକ

ବ୍ରହ୍ମପୁର ଅଫିସ,୧୮ା୩ – ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଭଞ୍ଜବିହାରରେ ଏକ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ରହିଛି। ଦକ୍ଷିଣ ଓଡିଶାର ୧୦ ଜିଲା ଯଥା ଗଞ୍ଜାମ, ନବରଙ୍ଗପୁର, କଳାହାଣ୍ଡି, ଗଜପତି,...

ଜନସେବା କେନ୍ଦ୍ର ଖୋଲିବାରେ ଅନିୟମିତତା ମାସକ ପରେ ତଦନ୍ତ ଆରମ୍ଭ, ୩ ଜଣଙ୍କ ବୟାନ ରେକର୍ଡ

ଛତ୍ରପୁର,୩୧ା୧୨(ଡି.ଏନ.ଏ)-ଗଞ୍ଜାମ ଜିଲାରେ ଜନସେବା କେନ୍ଦ୍ର ଖୋଲିବା ପାଇଁ ମଞ୍ଜୁରୀ ଦେବାରେ ଅନିୟମିତତା ହୋଇଥିବା ପୂର୍ବରୁ ଜିଲାପାଳ ଓ ଅତିରିକ୍ତ ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା ା...

ଭିଡିଓ କନଫରେନ୍ସିଂରେ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଛତ୍ରପୁର,୧ା୯(ଡି.ଏନ.ଏ)-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଭିଡିଓ କନଫରେନ୍ସିଂ ଜରିଆରେ ଗଞ୍ଜାମ ଜିଲାର ୪ ସହରାଞ୍ଚଳରେ ମଳ ଉପଚାର ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସେହି ସହରାଞ୍ଚଳଗୁଡିକ...

ଜନ୍ମଦିନ ପାଳିଲେନି, ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିକୁ ୧୫ ହଜାର ଦେଲେ ଛାତ୍ରୀ

ଭଞ୍ଜନଗର,୭।୪(ଡି.ଏନ.ଏ)-ଭଞ୍ଜନଗର ବିଡିଓ ଅନିଲ କୁମାର ସେଠୀଙ୍କ ଝିଅ ଆଦ୍ୟାଶା ଗତ ୪ ତାରିଖରେ ନିଜ ଜନ୍ମଦିନ ପାଳନ ନ କରି ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିକୁ (କୋଭିଡ୍‌ ଫଣ୍ଡ)କୁ...

ଶେରଗଡ଼ରେ ଜଳମଗ୍ନ ଚାଷଜମି, ଝିଣ୍ଟିକା ଦଳ ଦେଖି ଫେରିଲେ କୃଷି ବିଭାଗ ଅଧିକାରୀ

ଶେରଗଡ଼,୧୫ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ର ଜଳମଗ୍ନ ଚାଷଜମି ଓ ଝିଣ୍ଟିକା ଦଳ ଦେଖି କୃଷି ବିଭାଗର ଅଧିକାରୀମାନେ ଫେରିଯାଇଛନ୍ତି। କୃଷି ଜିଲା ଅଧିକାରୀ ପ୍ରଶାନ୍ତ କୁମାର...

Advertisement
Archives

Model This Week