ବାୟୁ ପ୍ରଦୂଷଣ ନିୟନ୍ତ୍ରଣ

ଜୀବଜଗତ ବଞ୍ଚିବା ପାଇଁ ବାୟୁ ଏକ ଅପରିହାର୍ଯ୍ୟ ଉପାଦାନ। ଏଥିରେ ଥିବା ଅମ୍ଳଜାନ ଆମ ରକ୍ତରେ ଥିବା ହିମୋଗ୍ଲୋବିନ୍‌ କଣିକା ସହିତ ଯୁକ୍ତ ହୋଇ ଅକ୍ସିହିମୋଗ୍ଲୋବିନ୍‌ ପ୍ରସ୍ତୁତ କରେ। ତାହା ରକ୍ତସ୍ରୋତ ସହିତ ଶରୀରର ବିଭିନ୍ନ ଅଂଶକୁ ଅମ୍ଳଜାନ ଯୋଗାଇଥାଏ। ଏହା ଖାଦ୍ୟକୁ ଜାରଣ କରି ଶକ୍ତି ଉତ୍ପନ୍ନ କରେ। ଏହି ସ୍ବୟଂକ୍ରିୟ ଶାରୀରିକ ପ୍ରକ୍ରିୟା ନିରବଚ୍ଛିନ୍ନ ଭାବେ ଚାଲିଥାଏ। ନ ଖାଇ ଆମେ କିଛିଦିନ ବଞ୍ଚିଯିବା ମାତ୍ର ବାୟୁ ବିନା କିଛି କ୍ଷଣ ବି ବଞ୍ଚିବା ଅସମ୍ଭବ।
ବାୟୁମଣ୍ଡଳ କମ୍ବଳ ଭଳି ପୃଥିବୀକୁ ଘୋଡ଼ାଇ ରଖିଛି। ସାଧାରଣତଃ ବାୟୁରେ କୌଣସି ଗ୍ୟାସୀୟ, କଠିନ ବା ଜଳୀୟ ପଦାର୍ଥ ନିର୍ଦ୍ଧାରିତ ମାତ୍ରାଠାରୁ ଅଧିକ ରହି ପ୍ରଦୂଷଣ କରନ୍ତି। ସେଗୁଡିକୁ ବାୟୁ ପ୍ରଦୂଷକ କୁହାଯାଏ। ବାୟୁ ପ୍ରଦୂଷକଗୁଡିକୁ ଦୁଇଭାଗରେ ବିଭକ୍ତ କରାଯାଏ, ଯଥା ପ୍ରାଥମିକ ଓ ଦ୍ୱିତୀୟକ। ନାଇଟ୍ରିକ ଅକ୍ସାଇଡ୍‌, କାର୍ବନ ମନୋକ୍‌ସାଇଡ୍‌, ଅଙ୍ଗାରକାମ୍ଳ, ସଲଫରଡାଇଅକ୍ସାଇଡ୍‌, ହାଇଡ୍ରୋଜେନ୍‌ ଆଦି ଗ୍ୟାସ୍‌ ପ୍ରାଥମିକ ଶ୍ରେଣୀର ଏବଂ ଏହି ପ୍ରାଥମିକ ପ୍ରଦୂଷକଗୁଡ଼ିକ ବାୟୁମଣ୍ଡଳରେ ପ୍ରବେଶ କରି ବିଭିନ୍ନ ରାସାୟନିକ ପ୍ରକ୍ରିୟାରେ ଦ୍ୱିତୀୟ ଶ୍ରେଣୀର ପ୍ରଦୂଷକ ନିର୍ଗତ କରିଥାଆନ୍ତି। ନାଇଟ୍ରୋଜେନ୍‌ ଡାଇଅକ୍ସାଇଡ୍‌ ପ୍ରଭୃତି ପ୍ରଥମ ଗୋଷ୍ଠୀ ସହ ଦ୍ୱିତୀୟ ଶ୍ରେଣୀର ପ୍ରଦୂଷକ ସଂଯୁକ୍ତ ହୋଇ ଫଟୋକେମିକାଲ, ସ୍ମଗ୍‌, ଅମ୍ଳ କଣିକା ଆଦି ସୃଷ୍ଟି କରିଥାନ୍ତି। ଏହି ବାୟୁ ପ୍ରଦୂଷକ ଜୀବଜଗତକୁ ଯଥେଷ୍ଟ ପ୍ରଭାବିତ କରିଥାଏ। ବିଶେଷତଃ ୧୦ ମାଇକ୍ରନ୍‌ରୁ କମ୍‌ ଆକାର କଣିକା ଆମ ଶ୍ୱାସନଳୀରେ ପ୍ରବେଶ କରି ଆଜ୍‌ମା, ବ୍ରୋଙ୍କାଇଟିସ୍‌ ଇତ୍ୟାଦି ରୋଗ ଏବଂ ଫୁସ୍‌ଫୁସ୍‌ର ବାୟୁ ପରିବହନ ପଦ୍ଧତିରେ ଜମାହୋଇ ବିଭିନ୍ନ ଶ୍ୱାସଜନିତ ରୋଗ ସୃଷ୍ଟି କରିଥାଏ।
ପ୍ରକୃତିରେ ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ସମ୍ଭବପର ନୁହେଁ। ବାୟୁ ପ୍ରଦୂଷଣ ଉତ୍ସରୁ ପ୍ରଦୂଷକକୁ ନିୟନ୍ତ୍ରଣ କରିବା ସର୍ବୋତ୍କୃଷ୍ଟ ଉପାୟ। ଶିଳ୍ପସଂସ୍ଥାଗୁଡ଼ିକରୁ ନିର୍ଗତ ପ୍ରଦୂଷକଗୁଡିକୁ ନିୟନ୍ତ୍ରଣ କରିବାକୁ ହେଲେ ଶିଳ୍ପ ପ୍ରତିଷ୍ଠା ପୂର୍ବରୁ ପାରିବେଶିକ ପ୍ରଭାବ ଆକଳନ କରିବା ଆବଶ୍ୟକ। କାରଖାନା ପରିସରରେ ଉଡୁଥିବା ଧୂଳିକୁ ନିୟନ୍ତ୍ରଣ କରିବା, ଆବଶ୍ୟକ କାରିଗରି କୌଶଳ ବ୍ୟବହାର, ପ୍ରଦୂଷଣ ନିୟନ୍ତ୍ରଣ ଯନ୍ତ୍ରପାତିର ପ୍ରୟୋଗ, ଶିଳ୍ପକେନ୍ଦ୍ରରେ ଉଚ୍ଚ ଚିମିନୀ ଲଗାଇବା ପ୍ରତି ଦୃଷ୍ଟିଦେବାକୁ ପଡ଼ିବ। ସୌରଚୁଲିର ବ୍ୟବହାର, ଚତୁଃପାର୍ଶ୍ୱରେ ଇତସ୍ତତଃଭାବେ ପରିତ୍ୟକ୍ତ ଅଳିଆ, ଆବର୍ଜନା, ପ୍ଲାଷ୍ଟିକ, ପଲିଥିନ, ଥର୍ମୋକୁଲ୍‌ର ପୁନଃଚକ୍ରଣ କରି କେତେକାଂଶରେ ପ୍ରଦୂଷଣକୁ ପ୍ରତିହତ କରିପାରିବା। ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଭାରତ ସରକାର ବାୟୁ ପ୍ରଦୂଷଣ ନିରାକରଣ ଓ ନିବାରଣ ଆଇନ ୧୯୮୧ ପ୍ରଣୟନ କରିଛନ୍ତି। ବିଭିନ୍ନ ସହରରୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ମୋବାଇଲରେ ନମୁନା ସଂଗ୍ରହ କରି ପରୀକ୍ଷା କରାଯାଉଛି। ବିଭିନ୍ନ ଶିଳ୍ପସଂସ୍ଥାରୁ ନିର୍ଗତ ବିଷାକ୍ତ ବାୟୁରେ ପ୍ରଦୂଷକର ପରିମାଣ ପାରିପାର୍ଶ୍ୱିକ ବାୟୁର ଗୁଣବତ୍ତା ଜାଣିବା ପାଇଁ ଅନ୍‌ଲାଇନ୍‌ ମନିଟରିଂର ବ୍ୟବସ୍ଥା କରାଯାଇଛି। ବାୟୂ ପ୍ରଦୂଷଣ ଆଇନ ପାଳନରେ ଅବହେଳା କଲେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଇନ ଅନୁଯାୟୀ ଅଦାଲତରେ କେସ୍‌ ଦାଏର କରୁଛନ୍ତି। ସେହିଭଳି ବୋର୍ଡ ତରଫରୁ ପ୍ରଦତ୍ତ କୌଣସି ନିର୍ଦ୍ଦେଶ ବିରୋଧରେ ଅଭିଯୋଗ ଥିଲେ ତା’ର ଶୁଣାଣି ପାଇଁ ରାଜ୍ୟ ସରକାର ଏକ ଶୀର୍ଷ ଅଥରିଟି ଗଠନ କରିଛନ୍ତି।
ବାୟୁ ପ୍ରଦୂଷଣ ଏକ ସାର୍ବଜନୀନ ସମସ୍ୟା। ଅମ୍ଳବର୍ଷା, ଓଜୋନ ଗର୍ତ୍ତ, ସବୁଜଗୃହ ବାଷ୍ପ ଯୋଗୁ ହେଉଥିବା ବିଶ୍ୱତାପନ ବୃଦ୍ଧି, ଜଳ, ମୃତ୍ତିକା ଓ ବାୟୁର ପରିବର୍ତ୍ତନ ଜୀବଜଗତର ଶାରୀରିକ ପ୍ରକ୍ରିୟା ଓ ଜିନୀୟ ବ୍ୟବସ୍ଥାରେ ଅସନ୍ତୁଳନ ସୃଷ୍ଟି କରିବା ସହ ଏହି ପ୍ରକ୍ରିୟା ଅନ୍ୟାନ୍ୟ ମଣ୍ଡଳକୁ ମଧ୍ୟ ପ୍ରଭାବିତ କରୁଛି। ପରିବେଶର ସୁରକ୍ଷା ଓ ଉନ୍ନୟନ ପ୍ରତ୍ୟେକ ନାଗରିକର ମୌଳିକ ଦାୟିତ୍ୱ ଓ କର୍ତ୍ତବ୍ୟ। ବାୟୁ ପ୍ରଦୂଷଣ ହ୍ରାସ ପାଇଁ ଯୁଦ୍ଧକାଳୀନଭିତ୍ତିରେ କେତେକ ଅଗ୍ରାଧିକାରମୂଳକ ପଦକ୍ଷେପ ଯଥା ସଚେତନତା ସୃଷ୍ଟି, ଶିକ୍ଷାନୁଷ୍ଠାନ, ଚିକିତ୍ସାଳୟ, ଜରାଶ୍ରମ ନିକଟରେ ‘ନୋ କାର ଆଇଡ୍‌ଲିଙ୍ଗ ଜୋନ୍‌’ ପ୍ରତିଷ୍ଠା, ସର୍ବସାଧାରଣ ଯାନ ଓ ସାଇକେଲରେ ଯିବା, ମିଥେନ୍‌ ଗ୍ୟାସ୍‌ ଯାହା ଅଙ୍ଗାରକାମ୍ଳ ଅପେକ୍ଷା ୨୧ ଗୁଣ ଅଧିକ ଅନିଷ୍ଟକାରୀ ତାହାର ଉତ୍ସକୁ ନିୟନ୍ତ୍ରଣ କରିବା, କମ୍ପୋଷ୍ଟ ଓ ପୁନଃବିନିଯୋଗ ବ୍ୟବସ୍ଥା ଦ୍ୱାରା ପରିତ୍ୟକ୍ତ ପ୍ଲାଷ୍ଟିକ୍‌ ସମେତ ଅଳିଆ-ଆବର୍ଜନାର ସୁବିନିଯୋଗ କରିବା, ଶିଳ୍ପାନୁଷ୍ଠାନରୁ ନିର୍ଗତ ବାୟୁ ପ୍ରଦୂଷକର ପରିମାଣକୁ ଉତ୍ସରୁ ହ୍ରାସ କରିବା, ଡିଜେଲ ଓ ପେଟ୍ରୋଲ ଭଳି ଜୀବାଶ୍ମ ଜାଳେଣି ବ୍ୟବହାର ନ କରି ହାଇବ୍ରିଡ ଓ ଇଲେକ୍ଟ୍ରିକ୍‌ ଯାନ ବ୍ୟବହାର କରିବା, ନବୀକରଣଯୋଗ୍ୟ ଶକ୍ତି ବ୍ୟବସ୍ଥାକୁ ତ୍ୱରାନ୍ବିତ କରିବା, ଆଞ୍ଚଳିକ, ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ବାୟୁ ପ୍ରଦୂଷଣରେ ନିର୍ଦ୍ଦିଷ୍ଟ ବାୟୁ ପ୍ରଦୂଷଣ ପାଇଁ ଆକ୍ସନ୍‌ ପ୍ଲାନ ତିଆରି କରିବା, ଯାହାକି ପ୍ରତ୍ୟେକ ବର୍ଷ ବିଶ୍ୱସ୍ତରରେ ପ୍ରଦୂଷଣ କ୍ଷୟକ୍ଷତିର ୫ ବିଲିୟନ ଡଲାର ସଞ୍ଚିତ ହୋଇପାରିବ।
ମିଳିତ ଜାତିସଂଘ ବିବରଣୀ ଅନୁଯାୟୀ ପ୍ରତି ୫ ବର୍ଷରେ ବିଶ୍ୱର ଉତ୍ତାପ ୧ ଡିଗ୍ରୀ ସେଲସିୟସ୍‌ ବୃଦ୍ଧି ପାଉଛି। ସୁତରାଂ ପ୍ରତ୍ୟେକ ଲୋକ ୫ଟି ଲେଖାଏ ବୃକ୍ଷରୋପଣ କରି ଆମ ଭବିଷ୍ୟତ ବଂଶଧରଙ୍କ ପାଇଁ ଏକ ସୁନ୍ଦର ନିରାମୟ ସବୁଜ ପୃଥିବୀ ସୃଷ୍ଟି କରିପାରିବା।
-ଡ. ଆଶୁତୋଷ ଦେବତା

ମୋ- ୯୯୩୮୯୩୨୬୭୧


Enter your email to get our daily news in your inbox.

All Right Reserved By Dharitri.Com

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?