ବାୟୁ ପ୍ରଦୂଷଣ ନିୟନ୍ତ୍ରଣ

ଜୀବଜଗତ ବଞ୍ଚିବା ପାଇଁ ବାୟୁ ଏକ ଅପରିହାର୍ଯ୍ୟ ଉପାଦାନ। ଏଥିରେ ଥିବା ଅମ୍ଳଜାନ ଆମ ରକ୍ତରେ ଥିବା ହିମୋଗ୍ଲୋବିନ୍‌ କଣିକା ସହିତ ଯୁକ୍ତ ହୋଇ ଅକ୍ସିହିମୋଗ୍ଲୋବିନ୍‌ ପ୍ରସ୍ତୁତ କରେ। ତାହା ରକ୍ତସ୍ରୋତ ସହିତ ଶରୀରର ବିଭିନ୍ନ ଅଂଶକୁ ଅମ୍ଳଜାନ ଯୋଗାଇଥାଏ। ଏହା ଖାଦ୍ୟକୁ ଜାରଣ କରି ଶକ୍ତି ଉତ୍ପନ୍ନ କରେ। ଏହି ସ୍ବୟଂକ୍ରିୟ ଶାରୀରିକ ପ୍ରକ୍ରିୟା ନିରବଚ୍ଛିନ୍ନ ଭାବେ ଚାଲିଥାଏ। ନ ଖାଇ ଆମେ କିଛିଦିନ ବଞ୍ଚିଯିବା ମାତ୍ର ବାୟୁ ବିନା କିଛି କ୍ଷଣ ବି ବଞ୍ଚିବା ଅସମ୍ଭବ।
ବାୟୁମଣ୍ଡଳ କମ୍ବଳ ଭଳି ପୃଥିବୀକୁ ଘୋଡ଼ାଇ ରଖିଛି। ସାଧାରଣତଃ ବାୟୁରେ କୌଣସି ଗ୍ୟାସୀୟ, କଠିନ ବା ଜଳୀୟ ପଦାର୍ଥ ନିର୍ଦ୍ଧାରିତ ମାତ୍ରାଠାରୁ ଅଧିକ ରହି ପ୍ରଦୂଷଣ କରନ୍ତି। ସେଗୁଡିକୁ ବାୟୁ ପ୍ରଦୂଷକ କୁହାଯାଏ। ବାୟୁ ପ୍ରଦୂଷକଗୁଡିକୁ ଦୁଇଭାଗରେ ବିଭକ୍ତ କରାଯାଏ, ଯଥା ପ୍ରାଥମିକ ଓ ଦ୍ୱିତୀୟକ। ନାଇଟ୍ରିକ ଅକ୍ସାଇଡ୍‌, କାର୍ବନ ମନୋକ୍‌ସାଇଡ୍‌, ଅଙ୍ଗାରକାମ୍ଳ, ସଲଫରଡାଇଅକ୍ସାଇଡ୍‌, ହାଇଡ୍ରୋଜେନ୍‌ ଆଦି ଗ୍ୟାସ୍‌ ପ୍ରାଥମିକ ଶ୍ରେଣୀର ଏବଂ ଏହି ପ୍ରାଥମିକ ପ୍ରଦୂଷକଗୁଡ଼ିକ ବାୟୁମଣ୍ଡଳରେ ପ୍ରବେଶ କରି ବିଭିନ୍ନ ରାସାୟନିକ ପ୍ରକ୍ରିୟାରେ ଦ୍ୱିତୀୟ ଶ୍ରେଣୀର ପ୍ରଦୂଷକ ନିର୍ଗତ କରିଥାଆନ୍ତି। ନାଇଟ୍ରୋଜେନ୍‌ ଡାଇଅକ୍ସାଇଡ୍‌ ପ୍ରଭୃତି ପ୍ରଥମ ଗୋଷ୍ଠୀ ସହ ଦ୍ୱିତୀୟ ଶ୍ରେଣୀର ପ୍ରଦୂଷକ ସଂଯୁକ୍ତ ହୋଇ ଫଟୋକେମିକାଲ, ସ୍ମଗ୍‌, ଅମ୍ଳ କଣିକା ଆଦି ସୃଷ୍ଟି କରିଥାନ୍ତି। ଏହି ବାୟୁ ପ୍ରଦୂଷକ ଜୀବଜଗତକୁ ଯଥେଷ୍ଟ ପ୍ରଭାବିତ କରିଥାଏ। ବିଶେଷତଃ ୧୦ ମାଇକ୍ରନ୍‌ରୁ କମ୍‌ ଆକାର କଣିକା ଆମ ଶ୍ୱାସନଳୀରେ ପ୍ରବେଶ କରି ଆଜ୍‌ମା, ବ୍ରୋଙ୍କାଇଟିସ୍‌ ଇତ୍ୟାଦି ରୋଗ ଏବଂ ଫୁସ୍‌ଫୁସ୍‌ର ବାୟୁ ପରିବହନ ପଦ୍ଧତିରେ ଜମାହୋଇ ବିଭିନ୍ନ ଶ୍ୱାସଜନିତ ରୋଗ ସୃଷ୍ଟି କରିଥାଏ।
ପ୍ରକୃତିରେ ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ସମ୍ଭବପର ନୁହେଁ। ବାୟୁ ପ୍ରଦୂଷଣ ଉତ୍ସରୁ ପ୍ରଦୂଷକକୁ ନିୟନ୍ତ୍ରଣ କରିବା ସର୍ବୋତ୍କୃଷ୍ଟ ଉପାୟ। ଶିଳ୍ପସଂସ୍ଥାଗୁଡ଼ିକରୁ ନିର୍ଗତ ପ୍ରଦୂଷକଗୁଡିକୁ ନିୟନ୍ତ୍ରଣ କରିବାକୁ ହେଲେ ଶିଳ୍ପ ପ୍ରତିଷ୍ଠା ପୂର୍ବରୁ ପାରିବେଶିକ ପ୍ରଭାବ ଆକଳନ କରିବା ଆବଶ୍ୟକ। କାରଖାନା ପରିସରରେ ଉଡୁଥିବା ଧୂଳିକୁ ନିୟନ୍ତ୍ରଣ କରିବା, ଆବଶ୍ୟକ କାରିଗରି କୌଶଳ ବ୍ୟବହାର, ପ୍ରଦୂଷଣ ନିୟନ୍ତ୍ରଣ ଯନ୍ତ୍ରପାତିର ପ୍ରୟୋଗ, ଶିଳ୍ପକେନ୍ଦ୍ରରେ ଉଚ୍ଚ ଚିମିନୀ ଲଗାଇବା ପ୍ରତି ଦୃଷ୍ଟିଦେବାକୁ ପଡ଼ିବ। ସୌରଚୁଲିର ବ୍ୟବହାର, ଚତୁଃପାର୍ଶ୍ୱରେ ଇତସ୍ତତଃଭାବେ ପରିତ୍ୟକ୍ତ ଅଳିଆ, ଆବର୍ଜନା, ପ୍ଲାଷ୍ଟିକ, ପଲିଥିନ, ଥର୍ମୋକୁଲ୍‌ର ପୁନଃଚକ୍ରଣ କରି କେତେକାଂଶରେ ପ୍ରଦୂଷଣକୁ ପ୍ରତିହତ କରିପାରିବା। ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଭାରତ ସରକାର ବାୟୁ ପ୍ରଦୂଷଣ ନିରାକରଣ ଓ ନିବାରଣ ଆଇନ ୧୯୮୧ ପ୍ରଣୟନ କରିଛନ୍ତି। ବିଭିନ୍ନ ସହରରୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ମୋବାଇଲରେ ନମୁନା ସଂଗ୍ରହ କରି ପରୀକ୍ଷା କରାଯାଉଛି। ବିଭିନ୍ନ ଶିଳ୍ପସଂସ୍ଥାରୁ ନିର୍ଗତ ବିଷାକ୍ତ ବାୟୁରେ ପ୍ରଦୂଷକର ପରିମାଣ ପାରିପାର୍ଶ୍ୱିକ ବାୟୁର ଗୁଣବତ୍ତା ଜାଣିବା ପାଇଁ ଅନ୍‌ଲାଇନ୍‌ ମନିଟରିଂର ବ୍ୟବସ୍ଥା କରାଯାଇଛି। ବାୟୂ ପ୍ରଦୂଷଣ ଆଇନ ପାଳନରେ ଅବହେଳା କଲେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଇନ ଅନୁଯାୟୀ ଅଦାଲତରେ କେସ୍‌ ଦାଏର କରୁଛନ୍ତି। ସେହିଭଳି ବୋର୍ଡ ତରଫରୁ ପ୍ରଦତ୍ତ କୌଣସି ନିର୍ଦ୍ଦେଶ ବିରୋଧରେ ଅଭିଯୋଗ ଥିଲେ ତା’ର ଶୁଣାଣି ପାଇଁ ରାଜ୍ୟ ସରକାର ଏକ ଶୀର୍ଷ ଅଥରିଟି ଗଠନ କରିଛନ୍ତି।
ବାୟୁ ପ୍ରଦୂଷଣ ଏକ ସାର୍ବଜନୀନ ସମସ୍ୟା। ଅମ୍ଳବର୍ଷା, ଓଜୋନ ଗର୍ତ୍ତ, ସବୁଜଗୃହ ବାଷ୍ପ ଯୋଗୁ ହେଉଥିବା ବିଶ୍ୱତାପନ ବୃଦ୍ଧି, ଜଳ, ମୃତ୍ତିକା ଓ ବାୟୁର ପରିବର୍ତ୍ତନ ଜୀବଜଗତର ଶାରୀରିକ ପ୍ରକ୍ରିୟା ଓ ଜିନୀୟ ବ୍ୟବସ୍ଥାରେ ଅସନ୍ତୁଳନ ସୃଷ୍ଟି କରିବା ସହ ଏହି ପ୍ରକ୍ରିୟା ଅନ୍ୟାନ୍ୟ ମଣ୍ଡଳକୁ ମଧ୍ୟ ପ୍ରଭାବିତ କରୁଛି। ପରିବେଶର ସୁରକ୍ଷା ଓ ଉନ୍ନୟନ ପ୍ରତ୍ୟେକ ନାଗରିକର ମୌଳିକ ଦାୟିତ୍ୱ ଓ କର୍ତ୍ତବ୍ୟ। ବାୟୁ ପ୍ରଦୂଷଣ ହ୍ରାସ ପାଇଁ ଯୁଦ୍ଧକାଳୀନଭିତ୍ତିରେ କେତେକ ଅଗ୍ରାଧିକାରମୂଳକ ପଦକ୍ଷେପ ଯଥା ସଚେତନତା ସୃଷ୍ଟି, ଶିକ୍ଷାନୁଷ୍ଠାନ, ଚିକିତ୍ସାଳୟ, ଜରାଶ୍ରମ ନିକଟରେ ‘ନୋ କାର ଆଇଡ୍‌ଲିଙ୍ଗ ଜୋନ୍‌’ ପ୍ରତିଷ୍ଠା, ସର୍ବସାଧାରଣ ଯାନ ଓ ସାଇକେଲରେ ଯିବା, ମିଥେନ୍‌ ଗ୍ୟାସ୍‌ ଯାହା ଅଙ୍ଗାରକାମ୍ଳ ଅପେକ୍ଷା ୨୧ ଗୁଣ ଅଧିକ ଅନିଷ୍ଟକାରୀ ତାହାର ଉତ୍ସକୁ ନିୟନ୍ତ୍ରଣ କରିବା, କମ୍ପୋଷ୍ଟ ଓ ପୁନଃବିନିଯୋଗ ବ୍ୟବସ୍ଥା ଦ୍ୱାରା ପରିତ୍ୟକ୍ତ ପ୍ଲାଷ୍ଟିକ୍‌ ସମେତ ଅଳିଆ-ଆବର୍ଜନାର ସୁବିନିଯୋଗ କରିବା, ଶିଳ୍ପାନୁଷ୍ଠାନରୁ ନିର୍ଗତ ବାୟୁ ପ୍ରଦୂଷକର ପରିମାଣକୁ ଉତ୍ସରୁ ହ୍ରାସ କରିବା, ଡିଜେଲ ଓ ପେଟ୍ରୋଲ ଭଳି ଜୀବାଶ୍ମ ଜାଳେଣି ବ୍ୟବହାର ନ କରି ହାଇବ୍ରିଡ ଓ ଇଲେକ୍ଟ୍ରିକ୍‌ ଯାନ ବ୍ୟବହାର କରିବା, ନବୀକରଣଯୋଗ୍ୟ ଶକ୍ତି ବ୍ୟବସ୍ଥାକୁ ତ୍ୱରାନ୍ବିତ କରିବା, ଆଞ୍ଚଳିକ, ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ବାୟୁ ପ୍ରଦୂଷଣରେ ନିର୍ଦ୍ଦିଷ୍ଟ ବାୟୁ ପ୍ରଦୂଷଣ ପାଇଁ ଆକ୍ସନ୍‌ ପ୍ଲାନ ତିଆରି କରିବା, ଯାହାକି ପ୍ରତ୍ୟେକ ବର୍ଷ ବିଶ୍ୱସ୍ତରରେ ପ୍ରଦୂଷଣ କ୍ଷୟକ୍ଷତିର ୫ ବିଲିୟନ ଡଲାର ସଞ୍ଚିତ ହୋଇପାରିବ।
ମିଳିତ ଜାତିସଂଘ ବିବରଣୀ ଅନୁଯାୟୀ ପ୍ରତି ୫ ବର୍ଷରେ ବିଶ୍ୱର ଉତ୍ତାପ ୧ ଡିଗ୍ରୀ ସେଲସିୟସ୍‌ ବୃଦ୍ଧି ପାଉଛି। ସୁତରାଂ ପ୍ରତ୍ୟେକ ଲୋକ ୫ଟି ଲେଖାଏ ବୃକ୍ଷରୋପଣ କରି ଆମ ଭବିଷ୍ୟତ ବଂଶଧରଙ୍କ ପାଇଁ ଏକ ସୁନ୍ଦର ନିରାମୟ ସବୁଜ ପୃଥିବୀ ସୃଷ୍ଟି କରିପାରିବା।
-ଡ. ଆଶୁତୋଷ ଦେବତା

ମୋ- ୯୯୩୮୯୩୨୬୭୧


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଶୀର୍ବାଦ କାମନା କଲେ ଦେବେଶ ଆଚାର୍ଯ୍ୟ

ବରଗଡ଼,୨୯ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରମାଗତ ତୃତୀୟଥର ପାଇଁ ଦେବେଶ ଆଚାର୍ଯ୍ୟଙ୍କ ନାମ...

ଭାଜପା ଛାଡ଼ିବା କାରଣ କହିଲେ ପ୍ରକାଶ

ଭୁବନେଶ୍ୱର,୨୯।୩: ଭାଜପା ଛାଡ଼ିବା ପରେ ମୁହଁ ଖୋଲିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ କହିଛନ୍ତି, ଲୋକଙ୍କ ସେବା କରିବା ସହ ସଙ୍ଗଠନକୁ ମଜଭୁତ...

ବିଜେଡିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ

ଭୁବନେଶ୍ୱର/ବଲାଙ୍ଗୀର,୨୯ା୩: ବିଧାନସଭା ନିର୍ବାଚନ ପୂର୍ବରୁ ବଲାଙ୍ଗୀର ଜିଲା ଟିଟିଲାଗଡ଼ର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସରୁ ଇସ୍ତଫା ଦେଇ ଗୁରୁବାର ଶଙ୍ଖଭବନରେ ବିଜେଡିରେ ସାମିଲ...

ସଡ଼କ ଦୁର୍ଘଟଣା ହ୍ରାସ କରିବ ଆଇଇଏମ୍‌ଏସ୍‌

ଭୁବନେଶ୍ୱର,୨୯ା୩(ଅନିଲ ଦାସ):ରାଜ୍ୟରେ ସଡ଼କ ଦୁର୍ଘଟଣା ଚିନ୍ତାଜନକ ରହିଛି। ଏହାକୁ ହ୍ରାସ କରିବା ପାଇଁ ରାଜ୍ୟ ସରକାର ରାଜ୍ୟର ନୂତନ ନିର୍ମାଣାଧୀନ ରାସ୍ତା, ଏନ୍‌ଏଚ୍‌ ସମେତ ପୂର୍ତ୍ତ...

ପୋଲିସ କବ୍‌ଜାରେ ୫ ଜଣିଆ ଡକାୟତି ଗ୍ୟାଙ୍ଗ

ଭୁବନେଶ୍ୱର (ସତ୍ୟଜିତ୍‌ ରାଉତ)/ଜଟଣୀ(ରବୀନ୍ଦ୍ରନାଥ ମହାକୁଡ଼),୨୯।୩:କମିଶନରେଟ୍‌ ପୋଲିସ ହାତରେ ଧରାପଡିଛନ୍ତି ୫ ଜଣିଆ ଡକାୟତି ଗ୍ୟାଙ୍ଗ। ବୁଧବାର ବିଳମ୍ବିତ ରାତିରେ ଡକାୟତି ଯୋଜନା ବେଳେ ଜଟଣୀ ପୋଲିସ...

ପାଣି ନାହିଁ, ମାଠିଆ ମେଲା

ଭୁବନେଶ୍ୱର,୨୯।୩ (ବନ୍ଦନା ସେଠୀ): ରାଜ୍ୟରେ ଏବେ ପାରଦ ଉପରମୁହାଁ ରହିଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ଧୀରେ ଧୀରେ ତାତି ଅସମ୍ଭାଳ ହେଉଛି। ଟାଇଁ ଟାଇଁ ଖରାକୁ ଗରମ...

ସୌମ୍ୟଙ୍କ ବାସଭବନରେ ପ୍ରଣବ: ବଢୁଛି ଚର୍ଚ୍ଚା

ଭୁବନେଶ୍ୱର,୨୯।୩ (ଅନିଲ ଦାସ):୨୦୨୪ ନିର୍ବାଚନ ଯେତେ ପାଖେଇ ଆସୁଛି, ରାଜନୈତିକ ବାତାବରଣ ସେତିକି ଉଷ୍ମ ହେବାରେ ଲାଗିଛି। ଦଳ ବଦଳଠାରୁ ଆରମ୍ଭ କରି ପାର୍ଟି ଭିତରେ...

୧ ଲୋକ ସଭା, ୪ ବିଧାନସଭା ପ୍ରାର୍ଥୀ ଘୋଷଣା କଲା ଏସ୍‌ୟୁସିଆଇ

କଟକ,୨୯ା୩(ଶିଳ୍ପା ପ୍ରିୟଦର୍ଶିନୀ):ଏସ୍‌ୟୁସିଆଇ (କମ୍ୟୁନିଷ୍ଟ) ପାର୍ଟିର କେନ୍ଦ୍ରୀୟ କମିଟି ନିଷ୍ପତ୍ତିକ୍ରମେ ଆସନ୍ତା ନିର୍ବାଚନରେ କଟକ ଲୋକ ସଭା ଆସନରୁ ରାଜକିଶୋର ମଲ୍ଲିକ, କଟକ ସଦର ବିଧାନସଭା ଆସନରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri