ବାହୁବଳୀ ପରେ ରାମାୟଣକୁ ନେଇ ଫିଲ୍ମ କରିବେ ରାଜାମୌଳି !

ମୁମ୍ବାଇ: ରାମାୟଣକୁ ନେଇ ଲୋକଙ୍କ ଭିତରେ କେତେ କ୍ରେଜ୍‌ ରହିଛି ଏବେ ତାହା ସ୍ପଷ୍ଟ ବାରି ହୋଇ ପଡିଛି। ଦେଶରେ ଚାଲିଥିବା ଲକ୍‌ଡାଉନ ସମୟରେ ଦୂରଦର୍ଶନରେ ପୁଣିଥରେ ପ୍ରସାରଣ କରାଯାଇଥିବା ରାମାୟଣ ସବୁ ରେକର୍ଡ ଭାଙ୍ଗିବା ପରେ ଏହା ସ୍ପଷ୍ଟ ହୋଇଛି। ଏହାର ଲୋକ ପ୍ରିୟତାକୁ ଦେଖି ପ୍ରଥମଥର ପାଇଁ ଦୂରଦର୍ଶନରେ ପ୍ରସାରଣ କରାଯାଇଥିବା ଏହି ଧାରାବାହିକକୁ ଏକ ଘରୋଇ ଚ୍ୟାନେଇ କିଣି ପୁଣିଥରେ ପ୍ରସାରଣ ଆରମ୍ଭ କରିବାକୁ ଯାଉଛି। ଏବେ ଏହାକୁ ନେଇ ସୋସିଆଲ ମିଡିଆରେ ଖୁବ୍‌ ଆଲୋଚନା ହେଲାଣି। ଦର୍ଶକେ ଏହି ଧାରାବାହିକକୁ ଏବେ ବଡ ପରଦାରେ ଦେଖିବାକୁ ମନ ବଳାଇଛନ୍ତି। ତେବେ ରାମାୟଣ ଭଳି ସେଟ୍‌ କାହାଣୀ ଯଦି ବହୁବଳୀ ନିର୍ଦ୍ଦେଶକ ଏସ୍‌ଏସ୍‌ ରାଜାମୌଳି ନିର୍ମାଣ କରନ୍ତି ତେବେ ଏହା ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ସୋସିଆଲ ମିଡିଆରେ ଆଲୋଚନା ହେଲାଣି। ଦର୍ଶକେ କହୁଛନ୍ତି ରାମାୟଣକୁ ବଡପରଦାକୁ ରାଜାମୌଳି ଆଣନ୍ତୁ। ଏମିତିକି ଏବେ #RajamouliMakeRamayan ବୋଲି ଟ୍ରେଣ୍ଡ କରୁଥିବା ଦେଖା ଗଲାଣି। ଏହାକୁ ନେଇ ଯଦିଓ ରାଜାମୌଳିଙ୍କ ପକ୍ଷରୁ ସେମିତି କୌଣସି ଉତ୍ତର ମିଳିନାହିଁ ଏବେ କିନ୍ତୁ ସୋସିଆଲ ମିଡିଆରେ ରାମାୟଣକୁ ନେଇ ଫିଲ୍ମ ତିଆରି କରାଯାଉ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଈ ହେବେ ରବିନା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ରବିନା ଟଣ୍ଡନ ମାତ୍ର ୪୪ ବର୍ଷ ବୟସରେ ଏବେ ଆଈ ହେବାକୁ ଯାଉଛନ୍ତି। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। କାରଣ...

ବିଗ୍‌ବସ୍‌ ମଞ୍ଚରେ ଗୁତ୍ଥିଙ୍କୁ ବିବାହ କଲେ ସଲମାନ !

ବମ୍ବେ: ଦବଙ୍ଗ ଖାନ୍‌ ସଲମାନ କେବେ ବିବାହ କରିବେ ତାହା ଏବେ ବି ପ୍ରଶ୍ନ ହୋଇ ରହିଛି। ତାଙ୍କୁ ଏନେଇ ଅନେକ ଥର ପଚରା ଯାଇଥିଲେ...

ଖୁବ୍‌ ବିଳାସମୟ ମହେଶ ବାବୁଙ୍କ ଭ୍ୟାନିଟି ଭ୍ୟାନ

ଚେନ୍ନାଇ: ତେଲଗୁ ସୁପରଷ୍ଟାର ମହେଶ ବାବୁ କଳାକାର ପରିବାରରୁ ଆସିଥିଲେ ବି ବଡ ପରଦାରେ ତିଷ୍ଠି ରହିବାକୁ ସେ ଖୁବ୍‌ ପରିଶ୍ରମ କରିଛନ୍ତି। ନିଜର ପରିଶ୍ରମ...

୧୬ ବର୍ଷ ଭିତରେ ଏମିତି ବଦଳି ଯାଇଛନ୍ତି ପୂର୍ବତନ ବିଶ୍ୱ ସୁନ୍ଦରୀ, ବିନା ମେକ୍‌ଅପ୍‌ରେ ଶେୟାର କଲେ ଫଟୋ

ସୋସିଆଲ ମିଡିଆରେ ବଲିଉଡ୍‌ ଅଭିନେତ୍ରୀମାନେ ବିନା ମେକ୍‌ଅପ୍‌ର ଫଟୋ ଶେୟାର କରି ଚର୍ଚ୍ଚାରେ ରହୁଛନ୍ତି। ସେମାନଙ୍କୁ ମଧ୍ୟରୁ ଜଣେ ପୂର୍ବତନ ବିଶ୍ୱସୁନ୍ଦରୀ ଫ୍ୟାନ୍‌ମାନଙ୍କ ପାଇଁ ଏକ...

ପ୍ରଭାବଶାଳୀ ମହିଳା ଭୂମିକାରେ ନଜର ଆସିବେ ସୁସ୍ମିତା

ପ୍ରଥମଥର ପାଇଁ ଡିଜିଟାଲ ପ୍ଲାଟଫର୍ମକୁ ଓହ୍ଲାଇଛନ୍ତି ଅଭିନେତ୍ରୀ ସୁସ୍ମିତା ସେନ। ତାଙ୍କ ଅଭିନୀତ ୱେବ ସିରିଜ ‘ଆର୍ଯ୍ୟ’ର ଟ୍ରେଲର ରିଲିଜ ହୋଇଯାଇଛି। ଏଥିରେ ସେ ଜଣେ...

୧୦ବର୍ଷ ପରେ…

ଶ୍ରୀଲଙ୍କା ସୁନ୍ଦରୀ ଜ୍ୟାକଲିନ୍‌ ଫର୍ନାଡିସ୍‌ଙ୍କ ଖୁସି କହିଲେ ନ ସରେ। ଦୀର୍ଘ ୧୦ ବର୍ଷର ପ୍ରତୀକ୍ଷା ଶେଷ ହୋଇଛି। ଏବେ ତାଙ୍କ ହାତରେ ଦୁଇଟି ଅଫର।...

ଏକଦା ପ୍ରେମିକାଙ୍କ ପାଇଁ ସୁନିଲଙ୍କ ଆଗରେ ହାତ ଯୋଡ଼ିଥିଲେ ସଲମାନ୍‌; ଜାଣନ୍ତୁ ପୁରା ଘଟଣା

ବମ୍ବେ: ବଲିଉଡ୍‌ ଅଭିନେତା ସୁନିଲ ସେଟ୍ଟୀଙ୍କୁ ଇଣ୍ଡଷ୍ଟ୍ରୀର ଅନ୍ନା ବୋଲି କୁହାଯାଏ। ହେଲେ ଯଦି ତାଙ୍କର ବିତୃଷ୍ଣା ଭାବ ଆସେ ତେବେ ସେ ତାଙ୍କ ସହ...

ପୁନମ୍‌ ପାଣ୍ଡେ ଗିରଫ

ମୁମ୍ବାଇ: ମଡେଲ ତଥା ଅଭିନେତ୍ରୀ ପୁନମ୍‌ ପାଣ୍ଡେ ଚର୍ଚ୍ଚାକୁ ଆସିବା ଲାଗି ଜାଣିଶୁଣି ସବୁବେଳେ ବିବାଦ ଘେରରେ ରହିଥାନ୍ତି। ଏଥର ବି ସେ ଭୁଲ୍‌ କରି...

Coronavirus Update


Archives

Model This Week

Why Dharitri