ବାହାନା କରି ବାହାରୁଛନ୍ତି ଲୋକେ, ୨୪ ଜଣଙ୍କ ନାମରେ ମାମଲା

ଅନୁଗୋଳ ଅଫିସ୍, ୨୫ା୩- କରୋନା ସଂକ୍ରମଣକୁ ଅଟକାଇବା ପାଇଁ ସାରା ଦେଶରେ ସରକାର ଲକଡାଉନ ଘୋଷଣା କରିଥିଲେ ହେଁ ଅନେକେ ଏହାକୁ ପାଳୁ ନ ଥିବା ଦେଖିବାକୁ ମିଳିଛି। କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଆଣିବାକୁ ଲୋକଙ୍କୁ ଅନୁମତି ଦିଅଆଯାଇଥିବାବେଳେ ଲୋକେ ଏହି ସୁବିଧାର ଦୁରୂପଯୋଗ କରୁଛନ୍ତି । ଆବଶ୍ୟକ ଅଛି ବୋଲି କହି ଲୋକେ ବାହାରକୁ ବୁଲିବାକୁ ଯାଉଥିବାରୁ ପୋଲିସ ଏ ଦିଗରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ସରକାରଙ୍କ ପକ୍ଷରୁ କୁହାଯାଇଛି ।ଅନୁଗୋଳ ଜିଲାରେ ଏଭଳି ବାହାନା କରି ବାହାରକୁ ବାହାରୁଥିବା ଲୋକଙ୍କୁ ଅଟକାଇବା ସହ ସେମାନଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି। ଆଇନ ଉଲ୍ଲଂଘନ କରିବା ଅଭିଯୋଗରେ ଜିଲାରେ ମୋଟ ୨୪ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି। ଜରପଡ଼ା ଥାନାରେ ୨, ପାଲଲହଡା ଥାନାରେ ୨, ବଅଁରପାଳ ଥାନାରେ ୫ ଏବଂ ଅନୁଗୋଳ ଥାନାରେ ୧୫ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଛି। ସେମାନଙ୍କ ନିକଟରୁ ୧୦ଟି ବାଇକ୍ ମଧ୍ୟ ଜବତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସଂଘର୍ଷ ସମିତି ପକ୍ଷରୁ ଧାରଣା, ଦାବି ପୂରଣ ନ ହେଲେ ଆନ୍ଦୋଳନ ଚେତାବନୀ

ବଲାଙ୍ଗୀର ଅଫିସ,୧୪।୧୦: ସ୍ଥାନୀୟ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଖୋର୍ଦ୍ଧା ବଲାଙ୍ଗୀର ସଂଘର୍ଷ ସମିତି ପକ୍ଷରୁ ଶୁକ୍ରବାର ଧାରଣା ଦିଆଯାଇଥିଲା। ସମିତିର ଆବାହକ ଗୋପାଳଜୀ ପାଣିଗ୍ରାହୀଙ୍କ ନେତୃତ୍ୱରେ...

ଜି.ଉଦୟଗିରି, ବାଲିଗୁଡା, ଫୁଲବାଣୀରେ ବିଜେଡି ଆଗରେ

ଫୁଲବାଣୀ ଅଫିସ,୨୩।୫(ଡି.ଏନ୍‌.ଏ.)- ଜି.ଉଦୟଗିରି ବିଧାନସଭା କ୍ଷେତ୍ରରେ ବିଜେଡି ପ୍ରାର୍ଥୀ ସାଲୁଗା ପ୍ରଧାନ ଆଗୁଆ ଅଛନ୍ତି। ସାଲୁଗାଙ୍କୁ ୯୧୩୪ ଭୋଟ ମିଳିଥିବାବେଳେ ଭାଜପାର ଅର୍ଚ୍ଚନା ପ୍ରଧାନଙ୍କୁ ୬୩୨୨...

ବିଦ୍ୟୁତ୍‌ ବିଭ୍ରାଟକୁ ନେଇ କୁହୁଳୁଛି ଅସନ୍ତୋଷ

ପୁରୁଷୋତ୍ତମପୁର, ୩୧।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରବାସୀଙ୍କ ଉପରେ ଟିପିଏସ୍‌ଓଡିଏଲ୍‌ ଦାଉ ସାଧିଛି। ସାଉଥକୋଠାରୁ ଟାଟା ପାୱାର(ଟିପିଏସ୍‌ଓଡିଏଲ୍‌) ଗତ ଜାନୁୟାରୀ ୨୦୨୧ରୁ ବିଦ୍ୟୁତ୍‌ ବଣ୍ଟନ ଦାୟିତ୍ୱ...

ବିପଦସଙ୍କୁଳ ଟିକରପଡ଼ା ପ୍ରାଥମିକ ବିଦ୍ୟାଳୟ

ରମ୍ଭା,୩।୭: ରମ୍ଭା ଟିକରପଡା ପ୍ରାଥମିକ ବିଦ୍ୟାଳୟ ୭ନମ୍ବର ୱାର୍ଡ ଏନ୍‌ଏସି ନିକଟରେ ଅବସ୍ଥିତ। ଏଠାରେ ୯୦ ଭାଗରୁ ଊର୍ଦ୍ଧ୍ୱ ଅନୁସୂଚିତ ଜାତିର ଛାତ୍ରୀଛାତ୍ର ପଢନ୍ତି। ୫...

ଜଙ୍ଗଲ ଜଳୁଛି, ଗ୍ରାମବାସୀ ଭୟଭୀତ

ବଇଣ୍ଡା, ୬। ୪(ଡି.ଏନ.ଏ.)- ଆଠମଲ୍ଲିକ ବ୍ଲକ ସାପଘରା ପଞ୍ଚାୟତ ଲକ୍ଷ୍ମୀପୁର ଜଙ୍ଗଲରେ କିଛି ଦିନ ହେଲା ନିଆଁ ଲାଗିଛି। ଜଙ୍ଗଲ ଜଳୁଥିବାରୁ ନିକଟରେ ଥିବା ସାପଘରା,...

ହାଟକୁ ଡାକି ନେଇ ସ୍ତ୍ରୀଙ୍କୁ ହତ୍ୟା

ଓଡ଼ାପଡ଼ା, ୧୨ା୧୧ (ଡି.ଏନ.ଏ.)- ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ଶ୍ରୀଡ଼ିହ ଗ୍ରାମର ସାବିତ୍ରୀ ଭୋଇ (୩୨) ନିଖୋଜ ଘଟଣାର ସୋମବାର ପର୍ଦ୍ଦାଫାସ ହୋଇଛି। ଅଭିଯୁକ୍ତ ସ୍ବାମୀ...

ଶ୍ରୀମନ୍ଦିରରେ ସହଜ ଦର୍ଶନର ନୂଆ ଉପାୟ

ପୁରୀ ଅଫିସ,୨।୩: ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ପ୍ରତ୍ୟହ ବହୁସଂଖ୍ୟାରେ ଶ୍ରଦ୍ଧାଳୁ ଆସୁଛନ୍ତି। ଏମାନଙ୍କ ମଧ୍ୟରେ ଅନେକ ଭିଆଇପି ଏବଂ ଭିଭିଆଇପି ବି ରହୁଛନ୍ତି। ସେମାନଙ୍କୁ...

ହାରିନାହାନ୍ତି ହୀରାମଣି

ବାରିପଦା ଅଫିସ, ୮।୩- ଜୀବନ ଯୁଦ୍ଧରେ ହାର୍‌ ନ ମାନି ସଂଘର୍ଷ କରି ହୀରାମଣି ଆଜି ଚର୍ଚ୍ଚାକୁ ଆସିଛନ୍ତି। ବିବାହ ପରେ ତାଙ୍କ ସ୍ବାମୀଙ୍କ ଅକ୍ଷମତା...

Advertisement
Archives

Model This Week