ବାହାନା କରି ବାହାରୁଛନ୍ତି ଲୋକେ, ୨୪ ଜଣଙ୍କ ନାମରେ ମାମଲା

ଅନୁଗୋଳ ଅଫିସ୍, ୨୫ା୩- କରୋନା ସଂକ୍ରମଣକୁ ଅଟକାଇବା ପାଇଁ ସାରା ଦେଶରେ ସରକାର ଲକଡାଉନ ଘୋଷଣା କରିଥିଲେ ହେଁ ଅନେକେ ଏହାକୁ ପାଳୁ ନ ଥିବା ଦେଖିବାକୁ ମିଳିଛି। କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଆଣିବାକୁ ଲୋକଙ୍କୁ ଅନୁମତି ଦିଅଆଯାଇଥିବାବେଳେ ଲୋକେ ଏହି ସୁବିଧାର ଦୁରୂପଯୋଗ କରୁଛନ୍ତି । ଆବଶ୍ୟକ ଅଛି ବୋଲି କହି ଲୋକେ ବାହାରକୁ ବୁଲିବାକୁ ଯାଉଥିବାରୁ ପୋଲିସ ଏ ଦିଗରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ସରକାରଙ୍କ ପକ୍ଷରୁ କୁହାଯାଇଛି ।ଅନୁଗୋଳ ଜିଲାରେ ଏଭଳି ବାହାନା କରି ବାହାରକୁ ବାହାରୁଥିବା ଲୋକଙ୍କୁ ଅଟକାଇବା ସହ ସେମାନଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି। ଆଇନ ଉଲ୍ଲଂଘନ କରିବା ଅଭିଯୋଗରେ ଜିଲାରେ ମୋଟ ୨୪ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି। ଜରପଡ଼ା ଥାନାରେ ୨, ପାଲଲହଡା ଥାନାରେ ୨, ବଅଁରପାଳ ଥାନାରେ ୫ ଏବଂ ଅନୁଗୋଳ ଥାନାରେ ୧୫ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଛି। ସେମାନଙ୍କ ନିକଟରୁ ୧୦ଟି ବାଇକ୍ ମଧ୍ୟ ଜବତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଡ଼ାଘରୁ ମିଳିଲା ଅଧ୍ୟାପିକାଙ୍କ ଝୁଲନ୍ତା ମୃତଦେହ, ୩ ଦିନ ଧରି…

ଫୁଲବାଣୀ,୨ା୫(ରାକେଶ କୁମାର ରାଉତ): ଫୁଲବାଣୀରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଭଡ଼ାଘରୁ ସ୍ବୟଂ ଶାସିତ ମହାବିଦ୍ୟାଳୟର ଜଣେ ଅଧ୍ୟାପିକାଙ୍କ ଝୁଲନ୍ତା ମୃତଦେହ ଦେଖି ଲୋକଙ୍କ…

ଅତିରିକ୍ତ ତହସିଲଦାରଙ୍କ ଗାଡିକୁ ଧକ୍କା ଦେଲା ବାଲି ବୋଝେଇ ଟ୍ରକ: ଆଉ ତା’ପରେ…

ସୋର,୨।୫(ଜନ୍ମେଜୟ ମିଶ୍ର): ସୋର ତହସିଲର ଅତିରିକ୍ତ ତହସିଲଦାରଙ୍କ ଗାଡିକୁ ଧକ୍କା ଦେଇଛି ବାଲି ବୋଝେଇ ଟ୍ରକ। ଅଳ୍ପକେ ବର୍ତ୍ତିଲେ ସୋର ଅତିରିକ୍ତ ତହସିଲଦାର କୃଷ୍ଣମୋହନ ସିଂ l…

ଚତୁର୍ଥୀ ପୂର୍ବରୁ ଶାଶୁ ଘରୁ କନ୍ୟାକୁ ଉଠାଇ ନେଲା ପୋଲିସ, ବର ମାରିଲା ଛୁ

ନୟାଗଡ଼, ୨।୫(ଲୋକନାଥ ମିଶ୍ର): ନୟାଗଡ଼ ଚାଇଲ୍ଡ ହେଲ୍ପ ଲାଇନ ଦ୍ୱାରା ଇଟାମାଟି ଥାନା ଅଧୀନସ୍ଥ ଡେଂଗେରାଗୋଡି ଅଞ୍ଚଳରେ ଚତୁର୍ଥୀ ପୂର୍ବରୁ ଶାଶୁଘରୁ କନ୍ୟାକୁ ଉଠାଇ ନେଲା ପୋଲିସ…

ଚାକିରି ରେଗୁଲାର କରାଇଦେବା ନାଁରେ ଚାହୁଁଥିଲେ ଯୌନ ସୁଖ: ରସିକିଆ ସମ୍ପାଦକ ବାବୁଙ୍କ ନାଁରେ ମାମଲା ରୁଜ୍ଜୁ

ଅତାବିରା,୨।୫(ଯୁଧିଷ୍ଠିର ମହାପାତ୍ର): ପୁଣି ଜଣେ ସରକାରୀ ବାବୁଙ୍କ ନାଁରେ ଆସିଲା ଯୌନ କେଳେଙ୍କାରୀର ଅଭିଯୋଗ। ବରଗଡ଼ ଜିଲା ଅତାବିରା ଆରଏମସି ସମ୍ପାଦକ ଶଶାଙ୍କ ଶେଖର ସାହାଣି ନିଜ…

ନୃଶଂସ କାଣ୍ଡ: ପୁଅର ଶିଳପୁଆ ମାଡରେ ବାପର ମୃତ୍ୟୁ

ଆଠଗଡ,୨।୫(ସତ୍ୟ ପ୍ରସାଦ ରଥ): ଆଠଗଡ ଥାନା ଅନ୍ତର୍ଗତ ଜାଗିଆପଡା ଗ୍ରାମ ତଅଁଳା ସାହିରେ ଶନିବାର ସକାଳୁ ଘଟିଯାଇଛି ଅଘଟଣ।ନିଶାଶକ୍ତ ପୁଅ ବିଭୂତି ନାଏକ(୪୦)ର ଶିଳପୁଆ ମାଡରେ ବାପା…

ଅଣ୍ଟା ଭାଙ୍ଗି ଖଟରେ ପଡ଼ିଛନ୍ତି ରୋଜଗାରିଆ ପୁଅ: ଅର୍ଥ ଅଭାବରୁ ଅଧାରେ ଚିକିତ୍ସା

ଥୁଆମୂଳ ରାମପୁର,୨।୫(ଦୁର୍ଗା କୀର୍ତ୍ତି): ବଡ଼ ବଡ଼ କମ୍ପାନୀର ବେପରୁଆ କାର୍ଯ୍ୟଶୈଳୀ କେମିତି ଜଣେ ଗରିବ ପରିବାରର ହସଖୁସି ଛଡ଼ାଇ ନିଏ, ତାହାର କରୁଣ ଚିତ୍ର ଦେଖିବାକୁ ମିଳିଛି…

ସକାଳୁ ସକାଳୁ ଥରିଲା ବଲାଙ୍ଗୀର: ଲୋକେ ଭୟଭୀତ

ବଲାଙ୍ଗୀର, ୨।୫ (ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ଜିଲାରେ ଶନିବାର ଭୋର ସକାଳେ ମୃଦୁ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଭୋର ପ୍ରାୟ ୪ଟା ୪୦ ମିନିଟ ସମୟରେ…

ଦେଢବର୍ଷ ବିତିଗଲା,ସମ୍ପୂର୍ଣ୍ଣ ହୋଇପାରୁନି ଅଙ୍ଗନବାଡି କେନ୍ଦ୍ର: ଶିକ୍ଷାଦାନ କ୍ଷେତ୍ରରେ ଘୋର ସମସ୍ୟା

କେସିଙ୍ଗା,୨।୫.(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବାଲସି ଗ୍ରାମ ପଞ୍ଚାୟତର କଛାରପଦର ଗ୍ରାମର ଅଙ୍ଗନବାଡି କେନ୍ଦ୍ର ଆଜିକୁ ଏକ ବର୍ଷ ୫ ମାସ ବିତିଗଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri