ବ୍ରହ୍ମପୁର ଅଫିସ୍,୧୪ା୧-ଗୋଷାଣୀନୂଆଗଁ। ଥାନା ଉତ୍କଳ ବାଳାଶ୍ରମରୁ ୧୩ ନାବାଳିକା ନିଖୋଜ ଘଟଣାକୁ ୮ ଦିନ ବିତିଛି। କିନ୍ତୁ ଅଦ୍ୟାବଧି ୬ ଜଣଙ୍କୁ ଉଦ୍ଧାର କରାଯାଇପାରିନାହିଁ। ବର୍ତ୍ତମାନ ଜିଲା ପ୍ରଶାସନ ଓ ବାଳାଶ୍ରମ ଅଧିକାରୀଙ୍କ କାର୍ଯ୍ୟ ପ୍ରତି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଫଳରେ ପ୍ରଶାସନ ନିଦାବିଷ୍ଣୁ ପାଲଟିଛି। ବାଳାଶ୍ରମ ସୁପରିଣ୍ଟେଣ୍ଡେଣ୍ଟ ସସ୍ମିତା ପାଢ଼ୀ, ଶିଶୁ ମଙ୍ଗଳ ଅଧିକାରୀ ଜିଲାପାଳଙ୍କୁ ଠିକ୍ ତଥ୍ୟ ଦେଉ ନ ଥିବା ଅଭିଯୋଗ ହୋଇଛି। ଫଳରେ ନିଖୋଜ ଅନ୍ତେବାସୀଙ୍କ ପତ୍ତା ଏବେସୁଦ୍ଧା ପୋଲିସ ପାଇନାହିଁ। ଗତ ୯ ତାରିଖରେ ୪ ଉଦ୍ଧାର ଅନ୍ତେବାସୀଙ୍କୁ ସିଡବ୍ଲ୍ୟୁସିରେ ହାଜର କରାଯାଇଥିବା ରାଜ୍ୟ ଶିଶୁ ମଙ୍ଗଳ କମିଶନ ସଦସ୍ୟ ସଚିବ କୁଆମର ସୁଲତାନା ବେଗମ୍ ବ୍ରହ୍ମପୁର ଗସ୍ତ ବେଳେ ସୂଚନା ଦେଇଥିଲେ। ତା’ ପରଦିନ ଅର୍ଥାତ୍ ୧୦ ତାରିଖରେ ଦୁଇଜଣ ଅନ୍ତେବାସୀଙ୍କୁ ଉଦ୍ଧାର କରାଯାଇଥିଲା ବୋଲି ଗୋଷାଣୀନୂଆଗଁା ଥାନାଧିକାରୀ ସୁମିତ୍ କୁମାର ସୋରେନ ସୂଚନା ଦେଇଥିଲେ। ସୋମବାର ୭ ଉଦ୍ଧାର ଅନ୍ତେବାସୀଙ୍କୁ ସିଡବ୍ଲ୍ୟୁସିରେ ହାଜର କରାଯାଇଥିବା ନେଇ ସିଡବ୍ଲ୍ୟୁସି ଚେୟାରମ୍ୟାନ ରଞ୍ଜିତ ବାନାର୍ଜୀ ସୂଚନା ଦେଇଛନ୍ତି। ମିଳିଥିବା ଏକ ସୂଚନା ପ୍ରକାରେ, ଉଦ୍ଧାର ଶିଶୁମାନଙ୍କ ନିକଟରୁ ଏକ ଚାବିପେନ୍ଥା ମିଳିିଛି। ସେହି ଚାବି ବାଳାଶ୍ରମର ହୋଇଥିବା ବେଳେ ତାହା ତାଙ୍କ ନିକଟକୁ କିପରି ଆସିଲା ସେନେଇ ପ୍ରଶ୍ନ ଉଠିଛି। ଶିଶୁମାନଙ୍କୁ ଖାଇବା, ପୋଷାକ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ଦେବାରେ ପାତରଅନ୍ତର ହେଉଥିବା ଜଣାପଡ଼ିଛି। ଏପରିକି ପୁଞ୍ଜିଭୂତ ଅସନ୍ତୋଷରୁ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି। ବାଳାଶ୍ରମରୁ ଚମ୍ପଟ ମାରିଥିବା ୧୩ ଅନ୍ତେବାସୀଙ୍କ ମଧ୍ୟରେ ବାଲ୍ୟବିବାହ ସମୟରେ ଉଦ୍ଧାର ହୋଇଥିବା ଜଣେ ନାବାଳିକା, ଚାଇଲ୍ଡ ଲାଇନ ଦ୍ୱାରା ଉଦ୍ଧାର ହୋଇଥିବା ଜଣେ ନାବାଳିକା, ବ୍ରହ୍ମପୁର ରେଳଷ୍ଟେଶନରୁ ବାହାର ରାଜ୍ୟକୁ କାମ କରିବାକୁ ଯାଉଥିବା ୩ ନାବାଳିକାଙ୍କୁ ଉଦ୍ଧାର ପରେ ସେମାନଙ୍କୁ ସିଡବ୍ଲ୍ୟୁସି ଜରିଆରେ ବାଳାଶ୍ରମରେ ରଖାଯାଇଥିଲା। ସେହିପରି ୮ ନାବାଳିକା ପୋକ୍ସୋ ମାମଲାରେ କୋର୍ଟ ନିର୍ଦ୍ଦେଶ ପରେ ସେଠାରେ ରହୁଥିଲେ। ଗୋଟିଏ ପଟେ ବାଳାଶ୍ରମରେ ରହୁଥିବା ଅନ୍ତେବାସୀଙ୍କୁ ତାଙ୍କ ପରିବାର ଗ୍ରହଣ କରୁ ନ ଥିବା ବେଳେ ସମାଜ ମଧ୍ୟ ସେମାନଙ୍କୁ ବାସନ୍ଦ କରିଛି।
ଦୁଇଦିନ ପୂର୍ବରୁ ଉକ୍ତ ବାଳାଶ୍ରମରେ କାର୍ଯ୍ୟରତ ହାଉସ୍ ମଦର ଓ ଦାୟିତ୍ୱରେ ଥିବା ସୁପରିଣ୍ଟେଣ୍ଡେଣ୍ଟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଫଳରେ ହାଉସ୍ ମଦର ଧରିଥିବା ଚାବିପେନ୍ଥା ସେଠାରେ ଫୋପାଡ଼ି ଦେଇଥିଲେ। ତେବେ ଚମ୍ପଟ ମାରିଥିବା ଅନ୍ତେବାସୀଙ୍କୁ ଉଦ୍ଧାର କରିବା ପାଇଁ ଉଭୟ ଜିଲା ଶିଶୁ ସୁରକ୍ଷା ଅଧିକାରୀ, ସୁପରିଣ୍ଟେଣ୍ଡେଣ୍ଟ ସେମାନଙ୍କ ସମ୍ପର୍କୀୟଙ୍କ ଫୋନ ନମ୍ବର ଓ ଠିକଣା ଜାଣିଥିଲେ ମଧ୍ୟ ପୋଲିସକୁ ଠିକ୍ ଭାବେ ସୂଚନା ଦେଉ ନ ଥିବାରୁ ଅଦ୍ୟାବଧି ନିଖୋଜ ନାବାଳିକାଙ୍କୁ ପୋଲିସ ଚିହ୍ନଟ କରି ଉଦ୍ଧାର କରିବାରେ କଷ୍ଟ ହେଉଛି ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି। ସେହିପରି ମଙ୍ଗଳବାର ଶିଶୁ ସୁରକ୍ଷା ଓ ଯନତ୍ ସମ୍ପର୍କରେ ଜିଲାପାଳଙ୍କ ତତ୍ତ୍ବାବଧାନରେ ଏକ ଜରୁରୀ ବୈଠକ ବସିବା ପାଇଁ ହୋଇଥିବା ଜଣାପଡ଼ିଛି।
ଗତ ୯ ତାରିଖ ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ଓ ଅନୁଧ୍ୟାନ କରିବା ନିମନ୍ତେ ରାଜ୍ୟ ଶିଶୁ ମଙ୍ଗଳ କମିଶନ ସଦସ୍ୟ ସଚିବ ବେଗମ ଏବଂ ଉକ୍ତ ବିଭାଗର ଶିଶୁ ମଙ୍ଗଳ ଅଧିକାରୀ ଅନୁପମା ବିଶ୍ୱାଳ ପ୍ରମୁଖ ଆସି ବାଳାଶ୍ରମରୁ ନିଖୋଜ ନାବାଳିକାଙ୍କ ସମ୍ପର୍କରେ ବୁଝିଥିଲେ।
ଏ ସମ୍ପର୍କରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ କୁହନ୍ତି, ଏନେଇ ମୋ ନିକଟରେ କୌଣସି ତଥ୍ୟ ନାହିଁ। ତଥ୍ୟ ମିଳିବା ପରେ ଜଣାଇ ଦିଆଯିବ।
ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି
କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…
ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି
ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…
ଚିଠା ଭୋଟର ତାଲିକା ପ୍ରକାଶ, ବଲାଙ୍ଗୀର ଜିଲାରୁ ବାଦ ପଡ଼ିଲେ…
ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision – SIR) ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ…
କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ
ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…
୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ
ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…
ନଦିଗାଁ ରାସ୍ତାର ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ଧୂଷୁରୀ ଥାନା ଘେରାଉ କଲେ ଶତାଧିକ ମହିଳା
ଅସୁରାଳି,୫ା୭(ସନ୍ତୋଷ ସାହୁ): ଧୂଷୁରୀ ଥାନା ଅଞ୍ଚଳର ନଦିଗାଁ ରାସ୍ତା ନିକଟରେ ପ୍ରସ୍ତାବିତ ମଦ ଦୋକାନ ଖୋଲିବାକୁ ବିରୋଧ କରିଛନ୍ତି ସ୍ଥାନୀୟ ମହିଳା । ରବିବାର ଶତାଧିକ ମହିଳା…
ବର୍ଷାରେ ବେହାଲ କେସିଙ୍ଗା, ରେଳ ଷ୍ଟେଶନରେ ପାଣି ଗଳୁଥିବାରୁ ଯାତ୍ରୀ ହନ୍ତସନ୍ତ
କେସିଙ୍ଗା,୫।୭(ତୁମେଶ୍ୱର ସାହୁ): ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଲୱେ ଷ୍ଟେଶନକୁ ଗତ ମାସ ୨୬ ତାରିଖରେ ଜେନେରାଲ ମେନେଜର ପରମେଶ୍ବର ଫୁଙ୍କାୱାଲଙ୍କ ସମେତ ଡି ଆର…
ସମ୍ପତ୍ତି ପାଇଁ ସୈତାନ ସାଜିଲେ ଆପଣା ଭାଇ: ପରସ୍ପରକୁ ହତ୍ୟା ଉଦ୍ୟମ ପରେ ଗଲେ ଜେଲ୍
ଦିଗପହଣ୍ଡି,୫।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମରେ ଗତ ଏପ୍ରିଲ ୨୧ ତାରିଖ ସକାଳେ ପୈତୃକ ସମ୍ପତ୍ତି ପାଇଁ ପାରିବାରିକ…
Archives

