ବାଳାଶ୍ରମରୁ ନାବାଳିକା ଫେରାର ଘଟଣା: ୮ ଦିନ ପରେ ବି ୬ ଜଣଙ୍କ ପତ୍ତା ମିଳୁନି

ବ୍ରହ୍ମପୁର ଅଫିସ୍‌,୧୪ା୧-ଗୋଷାଣୀନୂଆଗଁ। ଥାନା ଉତ୍କଳ ବାଳାଶ୍ରମରୁ ୧୩ ନାବାଳିକା ନିଖୋଜ ଘଟଣାକୁ ୮ ଦିନ ବିତିଛି। କିନ୍ତୁ ଅଦ୍ୟାବଧି ୬ ଜଣଙ୍କୁ ଉଦ୍ଧାର କରାଯାଇପାରିନାହିଁ। ବର୍ତ୍ତମାନ ଜିଲା ପ୍ରଶାସନ ଓ ବାଳାଶ୍ରମ ଅଧିକାରୀଙ୍କ କାର୍ଯ୍ୟ ପ୍ରତି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଫଳରେ ପ୍ରଶାସନ ନିଦାବିଷ୍ଣୁ ପାଲଟିଛି। ବାଳାଶ୍ରମ ସୁପରିଣ୍ଟେଣ୍ଡେଣ୍ଟ ସସ୍ମିତା ପାଢ଼ୀ, ଶିଶୁ ମଙ୍ଗଳ ଅଧିକାରୀ ଜିଲାପାଳଙ୍କୁ ଠିକ୍‌ ତଥ୍ୟ ଦେଉ ନ ଥିବା ଅଭିଯୋଗ ହୋଇଛି। ଫଳରେ ନିଖୋଜ ଅନ୍ତେବାସୀଙ୍କ ପତ୍ତା ଏବେସୁଦ୍ଧା ପୋଲିସ ପାଇନାହିଁ। ଗତ ୯ ତାରିଖରେ ୪ ଉଦ୍ଧାର ଅନ୍ତେବାସୀଙ୍କୁ ସିଡବ୍ଲ୍ୟୁସିରେ ହାଜର କରାଯାଇଥିବା ରାଜ୍ୟ ଶିଶୁ ମଙ୍ଗଳ କମିଶନ ସଦସ୍ୟ ସଚିବ କୁଆମର ସୁଲତାନା ବେଗମ୍‌ ବ୍ରହ୍ମପୁର ଗସ୍ତ ବେଳେ ସୂଚନା ଦେଇଥିଲେ। ତା’ ପରଦିନ ଅର୍ଥାତ୍‌ ୧୦ ତାରିଖରେ ଦୁଇଜଣ ଅନ୍ତେବାସୀଙ୍କୁ ଉଦ୍ଧାର କରାଯାଇଥିଲା ବୋଲି ଗୋଷାଣୀନୂଆଗଁା ଥାନାଧିକାରୀ ସୁମିତ୍‌ କୁମାର ସୋରେନ ସୂଚନା ଦେଇଥିଲେ। ସୋମବାର ୭ ଉଦ୍ଧାର ଅନ୍ତେବାସୀଙ୍କୁ ସିଡବ୍ଲ୍ୟୁସିରେ ହାଜର କରାଯାଇଥିବା ନେଇ ସିଡବ୍ଲ୍ୟୁସି ଚେୟାରମ୍ୟାନ ରଞ୍ଜିତ ବାନାର୍ଜୀ ସୂଚନା ଦେଇଛନ୍ତି। ମିଳିଥିବା ଏକ ସୂଚନା ପ୍ରକାରେ, ଉଦ୍ଧାର ଶିଶୁମାନଙ୍କ ନିକଟରୁ ଏକ ଚାବିପେନ୍ଥା ମିଳିିଛି। ସେହି ଚାବି ବାଳାଶ୍ରମର ହୋଇଥିବା ବେଳେ ତାହା ତାଙ୍କ ନିକଟକୁ କିପରି ଆସିଲା ସେନେଇ ପ୍ରଶ୍ନ ଉଠିଛି। ଶିଶୁମାନଙ୍କୁ ଖାଇବା, ପୋଷାକ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ଦେବାରେ ପାତରଅନ୍ତର ହେଉଥିବା ଜଣାପଡ଼ିଛି। ଏପରିକି ପୁଞ୍ଜିଭୂତ ଅସନ୍ତୋଷରୁ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି। ବାଳାଶ୍ରମରୁ ଚମ୍ପଟ ମାରିଥିବା ୧୩ ଅନ୍ତେବାସୀଙ୍କ ମଧ୍ୟରେ ବାଲ୍ୟବିବାହ ସମୟରେ ଉଦ୍ଧାର ହୋଇଥିବା ଜଣେ ନାବାଳିକା, ଚାଇଲ୍‌ଡ ଲାଇନ ଦ୍ୱାରା ଉଦ୍ଧାର ହୋଇଥିବା ଜଣେ ନାବାଳିକା, ବ୍ରହ୍ମପୁର ରେଳଷ୍ଟେଶନରୁ ବାହାର ରାଜ୍ୟକୁ କାମ କରିବାକୁ ଯାଉଥିବା ୩ ନାବାଳିକାଙ୍କୁ ଉଦ୍ଧାର ପରେ ସେମାନଙ୍କୁ ସିଡବ୍ଲ୍ୟୁସି ଜରିଆରେ ବାଳାଶ୍ରମରେ ରଖାଯାଇଥିଲା। ସେହିପରି ୮ ନାବାଳିକା ପୋକ୍‌ସୋ ମାମଲାରେ କୋର୍ଟ ନିର୍ଦ୍ଦେଶ ପରେ ସେଠାରେ ରହୁଥିଲେ। ଗୋଟିଏ ପଟେ ବାଳାଶ୍ରମରେ ରହୁଥିବା ଅନ୍ତେବାସୀଙ୍କୁ ତାଙ୍କ ପରିବାର ଗ୍ରହଣ କରୁ ନ ଥିବା ବେଳେ ସମାଜ ମଧ୍ୟ ସେମାନଙ୍କୁ ବାସନ୍ଦ କରିଛି।
ଦୁଇଦିନ ପୂର୍ବରୁ ଉକ୍ତ ବାଳାଶ୍ରମରେ କାର୍ଯ୍ୟରତ ହାଉସ୍‌ ମଦର ଓ ଦାୟିତ୍ୱରେ ଥିବା ସୁପରିଣ୍ଟେଣ୍ଡେଣ୍ଟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଫଳରେ ହାଉସ୍‌ ମଦର ଧରିଥିବା ଚାବିପେନ୍ଥା ସେଠାରେ ଫୋପାଡ଼ି ଦେଇଥିଲେ। ତେବେ ଚମ୍ପଟ ମାରିଥିବା ଅନ୍ତେବାସୀଙ୍କୁ ଉଦ୍ଧାର କରିବା ପାଇଁ ଉଭୟ ଜିଲା ଶିଶୁ ସୁରକ୍ଷା ଅଧିକାରୀ, ସୁପରିଣ୍ଟେଣ୍ଡେଣ୍ଟ ସେମାନଙ୍କ ସମ୍ପର୍କୀୟଙ୍କ ଫୋନ ନମ୍ବର ଓ ଠିକଣା ଜାଣିଥିଲେ ମଧ୍ୟ ପୋଲିସକୁ ଠିକ୍‌ ଭାବେ ସୂଚନା ଦେଉ ନ ଥିବାରୁ ଅଦ୍ୟାବଧି ନିଖୋଜ ନାବାଳିକାଙ୍କୁ ପୋଲିସ ଚିହ୍ନଟ କରି ଉଦ୍ଧାର କରିବାରେ କଷ୍ଟ ହେଉଛି ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି। ସେହିପରି ମଙ୍ଗଳବାର ଶିଶୁ ସୁରକ୍ଷା ଓ ଯନତ୍ ସମ୍ପର୍କରେ ଜିଲାପାଳଙ୍କ ତତ୍ତ୍ବାବଧାନରେ ଏକ ଜରୁରୀ ବୈଠକ ବସିବା ପାଇଁ ହୋଇଥିବା ଜଣାପଡ଼ିଛି।
ଗତ ୯ ତାରିଖ ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ଓ ଅନୁଧ୍ୟାନ କରିବା ନିମନ୍ତେ ରାଜ୍ୟ ଶିଶୁ ମଙ୍ଗଳ କମିଶନ ସଦସ୍ୟ ସଚିବ ବେଗମ ଏବଂ ଉକ୍ତ ବିଭାଗର ଶିଶୁ ମଙ୍ଗଳ ଅଧିକାରୀ ଅନୁପମା ବିଶ୍ୱାଳ ପ୍ରମୁଖ ଆସି ବାଳାଶ୍ରମରୁ ନିଖୋଜ ନାବାଳିକାଙ୍କ ସମ୍ପର୍କରେ ବୁଝିଥିଲେ।
ଏ ସମ୍ପର୍କରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ କୁହନ୍ତି, ଏନେଇ ମୋ ନିକଟରେ କୌଣସି ତଥ୍ୟ ନାହିଁ। ତଥ୍ୟ ମିଳିବା ପରେ ଜଣାଇ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri