ବାଳକରେ ପିଟ୍‌ବୁଲ୍‌ସ, ବାଳିକାରେ ଚ୍ୟାଲେଞ୍ଜର୍ସ ଚାମ୍ପିୟନ୍‌

ବ୍ରହ୍ମପୁର ଅଫିସ୍‌,୨୬ା୪- ବ୍ରହ୍ମପୁର ଷ୍ଟାଡିୟମ୍‌ରେ ଗତ ୩ ଦିନ ହେଲା ଚାଲିଥିବା ପ୍ରଥମ ବ୍ରହ୍ମପୁର ଗ୍ରୀଷ୍ମକାଳୀନ ବାସ୍କେଟବଲ୍‌ ଲିଗ୍‌ ଗୁରୁବାର ଅପରାହ୍ନରେ ଉଦ୍‌ଯାପିତ ହୋଇଯାଇଛି। ବାଳକ ବର୍ଗରେ  ୪ଟି ଦଳ ଭାଗ ନେଇଥିଲେ।  ଫାଇନାଲ୍‌ ମ୍ୟାଚ୍‌ ବ୍ରହ୍ମପୁର ପିଟ୍‌ବୁଲ୍‌ସ ଏବଂ ବ୍ରହ୍ମପୁର ହୁପ୍‌ଷ୍ଟର୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌କୁ ପିଟବୁଲ୍‌ସ ୬୪-୪୫ ପଏଣ୍ଟ୍‌ରେ ଜିତି ଚାମ୍ପିୟନ୍‌ ହୋଇଛି। ବାଳବ ବର୍ଗର ତୃତୀୟ ଏବଂ ଚତୁର୍ଥ ସ୍ଥାନ ପାଇଁ ବ୍ରହ୍ମପୁର ଉରି ଏବଂ ବ୍ରହ୍ମପୁର ପାଣ୍ଡବସ୍‌ ମଧ୍ୟରେ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା। ଉରି ୩୫-୧୧ ପଏଣ୍ଟରେ ପାଣ୍ଡବସ୍‌ଙ୍କୁ ପରାସ୍ତ କରିଥିଲା। ସେହିଭଳି ବାଳିକା ବର୍ଗର ଫାଇନାଲ୍‌ ରୟାଲ୍‌ ଚ୍ୟାଲେଞ୍ଜର୍ସ ବ୍ରହ୍ମପୁର ଏବଂ ବ୍ରହ୍ମପୁର ରକର୍ସ ମଧ୍ୟରେ ଖେଳାଯାଇଥିଲା। ରୟାଲ୍‌ ଚ୍ୟାଲେଞ୍ଜର୍ସ ୨୭-୧୪ ପଏଣ୍ଟ୍‌ରେ ରକର୍ସଙ୍କୁ ପରାସ୍ତ କରି ଚାମ୍ପିୟନ୍‌ ହୋଇଛି। ଅନ୍ୟପଟେ ବରିଷ୍ଠ ଖେଳାଳିଙ୍କୁ ନେଇ ମାଷ୍ଟର୍ସ ମ୍ୟାଚ୍‌ ମଧ୍ୟ ଖେଳାଯାଇଥିଲା। ଏଥିରେ ମିତେନ୍‌ସ ମାଷ୍ଟର୍ସ ୪୨-୨୮ ପଏଣ୍ଟ୍‌ରେ ଲିଟୁ ମାଷ୍ଟର୍ସଙ୍କୁ ହରାଇ ଚାମ୍ପିୟନ୍‌ ହୋଇଛି। ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଜିଲା କ୍ରୀଡ଼ା ସଂସଦ ସାଧାରଣ ସମ୍ପାଦକ ଅଶୋକ କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଜେଡ଼ି ଯୁବନେତା ଆର୍‌. ମୁରଲୀ ମୋହନ ଏବଂ ଲଳିତ ମଙ୍ଗରାଜ ଯୋଗଦେଇ ସଫଳ ଦଳଗୁଡ଼ିକୁ ପୁରସ୍କୃତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରହ୍ମପୁର ଜୋନ ଯୁକ୍ତ ଦୁଇ ପରୀକ୍ଷାଫଳ କଳାରେ ପାସ୍‌ ହାର ୬୧.୨୧%, ବାଣିଜ୍ୟରେ ୬୦.୮୮%, ଧନ୍ଦାମୂଳକ ଶିକ୍ଷାରେ ୪୩.୬୯ %

ବ୍ରହ୍ମପୁର ଅଫିସ୍‌,୨୨ା୬-ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବାର୍ଷିକ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ବ୍ରହ୍ମପୁର ଜୋନ ଅଧୀନସ୍ଥ ଗଞ୍ଜାମ, ଗଜପତି,...

ଜାତୀୟ ଜୁଡ଼ୋ ପ୍ରତିଯୋଗିତାରେ ଭାଗନେବେ ବିଦ୍ୟାଶ୍ରୀ

ବ୍ରହ୍ମପୁର ଅଫିସ୍‌,୧୩ା୧୦-ମଣିପୁର ରାଜଧାନୀ ଇମ୍ପାଲ୍‌ରେ ସବ୍‌ଜୁନିୟର୍‌ ଏବଂ କ୍ୟାଡେଟ୍‌ ଜୁଡ଼ୋ ଜାତୀୟ ଚାମ୍ପିୟନ୍‌ଶିପ୍‌ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପ୍ରତିଯୋଗିତାରେ ଭାଗନେବା ପାଇଁ ଓଡ଼ିଶା ଦଳ...

ଘୋଡାହାଡ ଡ୍ୟାମରେ ଜଳପତ୍ତନ ବିପଦ ସଙ୍କେତ ନିକଟତର: ଅଞ୍ଚଳରେ ୮୩ ମି.ମି. ବର୍ଷା

ଦିଗପହଣ୍ଡି,୧୩।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଘୋଡାହାଡ ଡ୍ୟାମରେ ଜଳପତ୍ତନ ବିପଦ ସଙ୍କେତ ନିକଟତର ରହିଛି। ଡ୍ୟାମର ଜଳଧାରଣା କ୍ଷମତା ୧୧୭.୮୦ ମିଟର ଥିବା ବେଳେ...

୯ ହଜାରରୁ ଅଧିକ ଭୋଟରେ ବିକ୍ରମ ଆଗୁଆ

ବ୍ରହ୍ମପୁର ଅଫିସ,୨୩।୫- ବ୍ରହ୍ମପୁର ବିଧାନସଭା ର୍ନିବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ବିକ୍ରମ ପଣ୍ଡା ୯ ହଜାରରୁ ଅଧିକ ଭୋଟରେ ଆଗୁଆ ହୋଇଛନ୍ତି। ପଞ୍ଚମ ରାଉଣ୍ଡ ସୁଦ୍ଧା...

ବିପଦ ସଙ୍କେତ ନିକଟତର ୩ ନଦୀ

ଛତ୍ରପୁର,୨୫ା୧୦(ଡି.ଏନ.ଏ)- ଲଘୁଚାପ ପ୍ରଭାବରେ ଗଞ୍ଜାମ ଜିଲାରେ ଗତ ୩ ଦିନ ହେଲା ବର୍ଷା ଲାଗିରହିଛି। ବିଭିନ୍ନ ସ୍ଥାନରେ ପାଣି ଜମିଛି। ୨୪ ଘଣ୍ଟା ମଧ୍ୟରେ ଜିଲାରେ...

ଡାକ୍ତରୀ ଛାତ୍ରଙ୍କୁ ଆକ୍ରମଣ

ବ୍ରହ୍ମପୁର ଅଫିସ,୩୦।୪: ବ୍ରହ୍ମପୁର ବଡ଼ ମେଡିକାଲରେ ଜଣେ ଡାକ୍ତରୀ ଛାତ୍ରଙ୍କୁ ଆକ୍ରମଣ ହୋଇଛି। ଏହି ଘଟଣାକୁ ନେଇ ଡାକ୍ତରୀ ଛାତ୍ରଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଛି।...

ପିପି, ଏପିପିଙ୍କ ସହ ଆଲୋଚନା: ଦଣ୍ଡ ହାର ବୃଦ୍ଧି ଉପରେ ଏସ୍‌ପିଙ୍କ ଗୁରୁତ୍ୱାରୋପ

ଛତ୍ରପୁର,୨ା୧(ଡି.ଏନ୍‌.ଏ.)-ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରଏ ଗୁରୁବାର ଜିଲାର ପବ୍ଲିକ୍‌ ପ୍ରୋସିକ୍ୟୁଟର(ପିପି), ଆସିଷ୍ଟାଣ୍ଟ ପବ୍ଲିକ୍‌ ପ୍ରୋସିକ୍ୟୁଟର(ଏପିପି)ଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏସ୍‌ପିଙ୍କ କାର୍ଯ୍ୟାଳୟଠାରେ...

ଗୁଣ୍ଡିରିବାଡି, ତେନ୍ତୁଳିଆରେ ଲାଗିଲା ଟ୍ରାପ୍‌ କ୍ୟାମେରା

ଭଞ୍ଜନଗର,୭।୧୧(ଡି.ଏନ.ଏ)-ଗତମାସ ୯ ତାରିଖରେ ଜଗନ୍ନାଥପ୍ରସାଦ ରେଞ୍ଜ ଗୁଣ୍ଡିରିବାଡି ଗ୍ରାମ ନିକଟସ୍ଥ ଲଣ୍ଡେଇହିଲ୍‌ ପାହାଡ ନିକଟରୁ ଏକ ବାଘୁଣୀର ପାଦ ଚିହ୍ନ ମିଳିବାପରେ ଉକ୍ତ ଜଙ୍ଗଲରେ ବାଘ...

Advertisement
Archives

Model This Week