ବାଲ୍ୟବିବାହ ଭୟରେ ଘରୁ ପଳାଇଥିବା ନାବାଳିକା ଉଦ୍ଧାର

ଓଡ଼ଗାଁ,୧୭।୧୧(ସ୍ବ.ପ୍ର.)-ବାଲ୍ୟ ବିବାହ ଭୟରେ ଘରୁ ନିଖୋଜ ହୋଇଯାଇଥିଲେ ଜଣେ ନାବାଳିକା। ଦୀର୍ଘମାସ ପରେ ଶନିବାର ତାଙ୍କୁ ସମ୍ପର୍କୀୟଙ୍କ ଘରୁ ଉଦ୍ଧାର କରାଯାଇଛି। ଘଟଣା ଘଟିଛି ନୟାଗଡ ଜିଲା ଓଡଗଁାର ଆଦର୍ଶ ଥାନା ଅଞ୍ଚଳରେ। ସାକେରୀ ଗ୍ରାମରେ ମାଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଜଣେ ନାବାଳିକାଙ୍କୁ ତାଙ୍କ ମାତାପିତା ବିବାହ ଦେବା ପାଇଁ ଉଦ୍ୟମ କରିଥିଲେ ା ନାବାଳିକା ଜଣକ ମାତା ପିତାଙ୍କ ଯୋଜନା ସମ୍ପର୍କରେ ଜାଣିବା ପରେ ଫେବୃୟାରୀ ୧୬ ତାରିଖରେ ଘରୁ ନିଖୋଜ ହୋଇଯାଇଥିଲେ ା ସେ ଭୁବନେଶ୍ୱର ଅନ୍ତର୍ଗତ ପାହାଳ ଥାନା ଅଞ୍ଚଳରେ ରହୁଥିବା ତାଙ୍କର ବଡ ଭଉଣୀଙ୍କ ଶାଶୁଙ୍କ ପାଖକୁ ଚାଲିଯାଇଥିଲେ। ଝିଅକୁ ବହୁ ଖୋଜାଖୋଜି କରି ନ ପାଇବା ପରେ ନାବାଳିକାଙ୍କ ବାପା ୧୯ ତାରିଖରେ ଝିଅ ନିଖୋଜ ସମ୍ପର୍କରେ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ ା ପୋଲିସ ଏନେଇ ନଂ୨୭/୧୯ରେ ଏକ ମାମଲା ରୁଜୁ କରିବା ସହିତ ନାବାଳିକାଙ୍କୁ ଉଦ୍ଧାର କରିବାପାଇଁ ଉଦ୍ୟମ ଜାରି ରଖିଥିଲା । ପରବର୍ତ୍ତୀ ସମୟରେ ଝିଅ ସମ୍ପର୍କୀୟ ଘରେ ରହୁଥିବା ବାପା ଜାଣିବାକୁ ପାଇଥିଲେ ମଧ୍ୟ ପୋଲିସକୁ ୯ ମାସ ପଯର୍‌ୟନ୍ତ ଭୁଆଁ ବୁଲାଇ ଚାଲିଥିଲେ ମଧ୍ୟ କୌଣସି ସୂଚନା ଦେଇ ନ ଥିଲେ ା ତେବେ କୌଣସି ସୂତ୍ରରୁ ଖବରପାଇ ପୋଲିସ ଶନିବାର ଭୋର ସମୟରେ ନାବାଳିକାଙ୍କୁ ତାଙ୍କ ସମ୍ପର୍କୀୟଙ୍କ ଘରୁ ଉଦ୍ଧାର କରିଥିଲା। ସ୍ଥାନୀୟ ଜେଏମଏଫସି କୋର୍ଟରେ ଧାରା ୧୬୪ ଅନୁସାରେ ବୟାନ ରେକର୍ଡ କରାଇଥିଲା ା ଘରେ ଜୋରଜବରଦସ୍ତ ତାଙ୍କୁ ବିବାହ ଦେବାକୁ ଉଦ୍ୟମ କରାଯାଉଥିବାରୁ ସେ ମାଟ୍ରିକ ପରୀକ୍ଷା ନ ଦେଇ ଘରୁ ଚାଲିଯାଇଥିଲେ ବୋଲି ନାବାଳିକା କହିଥିବା ଜଣାଯାଇଛି ା ଆଦର୍ଶ ଥାନା ଅଧିକାରୀ ମମତା ପତି ନାବାଳିକାଙ୍କ ମାତାପିତାଙ୍କୁ ବାଲ୍ୟବିବାହର କୁପରିଣାମ ସମ୍ପର୍କରେ ବହୁ ବୁଝାଶୁଝା କରିବା ପରେ ନାବାଳିକାଙ୍କୁ ହସ୍ତାନ୍ତର କରିଥିବା ପ୍ରକାଶ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ଗାଧୋଉଥିଲେ ଯୁବକ, ୨ ରାଉଣ୍ଡ ଗୁଳି ଚଳାଇ ଲୁଟିନେଲେ ବାଇକ

ନୟାଗଡ, ୨୦।୮(ଲୋକନାଥ ମିଶ୍ର): ନୟାଗଡ ଜିଲା ଚାନ୍ଦପୁର ଥାନା କୁସୂପଲାରେ ୨ରାଉଣ୍ଡ ଗୁଳି ଚାଳନା ହୋଇଛି । ପୋଖରୀରେ ଗାଧୋଉ ଥିବା ବେଳେ ଗୁରୁବାର ଅପରାହ୍ନ ପ୍ରାୟ…

ମହାପ୍ରଭୁଙ୍କ ବିଚିତ୍ର ଲୀଳା, ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କୁ ଦେଲେ ନୂଆ ଜୀବନ: ରିଷ୍ଟ ଖଣ୍ଡନ ହୋଇଗଲା କହି….

ନୟାଗଡ,୧୯।୮(ଲୋକନାଥ ମିଶ୍ର):ନୟାଗଡ ପୁରୁଣା ସହର ଜଗନ୍ନାଥ ମନ୍ଦିର ଦକ୍ଷିଣ ଦ୍ୱାରରେ ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥରେ ଏକ ବ୍ୟାଟେରୀ ସ୍କୁଟି ଜଳିଗଲା। ସ୍କୁଟି ଚାଳକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri