ବ୍ରହ୍ମପୁର ଜେଲରେ ୭୬୩ କଏଦୀ , କାରାଗାରରେ ମା’ ସହ ଜଣେ ଶିଶୁ

ବ୍ରହ୍ମପୁର ଅଫିସ,୧୭ା୧୧- ବ୍ରିଟିଶ ଶାସନ ସମୟରେ ୧୮୬୩ ମସିହାରେ ସ୍ଥାପିତ ବ୍ରହ୍ମପୁର ମଣ୍ଡଳ କାରାଗାରକୁ ୧୫୬ ବର୍ଷ ପୂରିଛି। ଏଠାରେ ୭୪୩ କଏଦୀ ରହିବା ବ୍ୟବସ୍ଥାଥିବାବେଳେ ବିଭିନ୍ନ ସମୟରେ ଏହାଠାରୁ ଅଧିକ ରହୁଛନ୍ତି। ଶନିବାର ସୁଦ୍ଧା ୨୯ ମହିଳାଙ୍କ ସମେତ ୭୬୩ ଦଣ୍ଡ ଭୋଗୁଥିବା ଓ ବିଚାରାଧୀନ କଏଦୀ ଥିବା ସୂଚନା ମିଳିଛି। ମା’ ସହ ଜଣେ ଶିଶୁ ମଧ୍ୟ ଥିବା ଜଣାଯାଇଛି।
ଜେଲ ନିୟମ ପ୍ରକାରେ ୬ ବର୍ଷ ବୟସ ପର୍ଯ୍ୟନ୍ତ ସନ୍ତାନ ମା’ ସହ ବନ୍ଦୀଶାଳାରେ ରହିପାରିବେ। ସେମାନଙ୍କୁ ଜେଲ କର୍ତ୍ତୃପକ୍ଷ ସ୍ବତନ୍ତ୍ର ବ୍ୟବସ୍ଥାରେ ରଖିପାରିବେ। ଜେଲ କର୍ତ୍ତୃପକ୍ଷ କହିବାନୁସାରେ ବିଭିନ୍ନ ସମୟରେ କଏଦୀ ଓ ବିଚରାଧୀନ ବନ୍ଦୀଙ୍କ ସଂଖ୍ୟା ବଢ଼ୁଛି।
କୋର୍ଟରୁ ଜାମିନ ପାଇ କେତେକ ମୁକୁଳୁଥିବାବେଳେ ମାମଲାରେ ଛନ୍ଦି ହୋଇ ଆଉ କେତେକ ଭିତରକୁ ଆସୁଛନ୍ତି। ୨୯ ମହିଳାଙ୍କ ମଧ୍ୟରୁ ଅର୍ଦ୍ଧେକ ସଜ୍ଜା କାଟୁଥିବା ବେଳେ ଅନ୍ୟମାନେ ବିଚରାଧୀନ ଅଛନ୍ତି। କାରାଗାରରେ ମହିଳା ଓ ପୁରୁଷଙ୍କ ପାଇଁ ସ୍ବତନ୍ତ୍ର ସ୍ଥାନ ବ୍ୟବସ୍ଥା ରହିଛି। ଜେଲ ଭିତରେ ଡ଼ାକ୍ତରଖାନା ଅଛି। ଏହି ପୁରାତନ ଜେଲରେ ରାଜ୍ୟର ଏକମାତ୍ର ଫାଶୀଖୁଣ୍ଟ ଅଛି। ସ୍ବାଧୀନତା ଆନ୍ଦୋଳନର ମହାନ ସଂଗ୍ରାମୀ ତଥା ବିପ୍ଲବୀ ଆଦିବାସୀ ନେତା ଲକ୍ଷ୍ମଣ ନାୟକଙ୍କୁ ବ୍ରିଟିଶ ସରକାର ୧୯୪୩ ମାର୍ଚ୍ଚ ୨୯ରେ ଫାଶୀ ଦେଇଥିଲେ।
୧୯୯୪ ମସିହା ସୁଦ୍ଧା ଏହି ଫାଶୀଖୁଣ୍ଟରେ ୬ ଜଣ ଝୁଲିଛନ୍ତି। ଲକ୍ଷ୍ମଣ ନାୟକଙ୍କୁ ଶହୀଦ ଆଖ୍ୟା ଦିଆଯାଇଛି। ଜେଲ ସାମ୍ନାରେ ତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ଫାଶୀ ପାଇବା ପର୍ଯ୍ୟନ୍ତ ସେ ରହୁଥିବା ଜେଲ ଭିତରେ ସ୍ବତନ୍ତ୍ର ସେଲକୁ ଜାତୀୟ ସ୍ମାରକୀ ମାନ୍ୟତା ମିଳିଛି। ତାଙ୍କ ଜୟନ୍ତୀ ଓ ଶ୍ରାଦ୍ଧ ଦିବସରେ ସରକାରୀ କାର୍ଯ୍ୟକ୍ରମରେ ସ୍ମୃତିଚାରଣ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି: ରମ୍ଭାରେ ଇଣ୍ଡିଆ ବ୍ଲକର ଓଡ଼ିଶା ବନ୍ଦ ପ୍ରଭାବ

ରମ୍ଭା, ୮।୧୦ (ବିଦ୍ୟାଧର ସାହୁ): ବିଭିନ୍ନ ଦାବି ନେଇ ଇଣ୍ଡିଆ ବ୍ଲକ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାର ପ୍ରଭାବ ଗଞ୍ଜାମ ଜିଲାର ରମ୍ଭା ଅଞ୍ଚଳରେ ଦେଖିବାକୁ…

ସରକାରୀ ବସ୍‌ କାଚ ଭାଙ୍ଗିଲେ, ସାପ୍ତାହିକ ହାଟ ବି ବନ୍ଦ କଲେ ବିକ୍ଷୋଭକାରୀ

ଛତ୍ରପୁର,୮ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଇଣ୍ଡିଆ ବ୍ଲକ ପକ୍ଷରୁ ଗୁରୁବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦରେ ମଧ୍ୟ ଦେଖାଯାଇଛି। ସିପିଆଇର…

ଗଞ୍ଜାମରେ ଓଡ଼ିଶା ବନ୍ଦର ପ୍ରଭାବ: କେନ୍ଦ୍ର ସରକାର ବିରୋଧରେ ଗର୍ଜିଲେ ବିରୋଧୀ

ଗଞ୍ଜାମ,୮।୧୦(ବିଦ୍ୟାଧର ସାହୁ):ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକର ପ୍ରଭାବ ଗଞ୍ଜାମରେ ଦେଖିବାକୁ ମିଳିଛି। ବନ୍ଦକୁ ସମର୍ଥନ ଜଣାଇ ସିପିଆଇ(ଏମ) ସମେତ ବାମପନ୍ଥୀ ଦଳ ପକ୍ଷରୁ…

ପାଟ୍ରୋଲିଂ ବେଳେ କାର୍‌ ଡିକିରୁ ଆସିଲା ଛେଳି ଗନ୍ଧ, ଧରାପଡ଼ିଲେ ୪ ଚୋର; କାର୍‌-ଖଣ୍ଡା ଜବତ…

ଦିଗପହଣ୍ଡି,୭|୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଅନ୍ତର୍ଗତ ଜକର ପଞ୍ଚାୟତ ତେଣ୍ଟୁଆପଡ଼ା ଗ୍ରାମର ଜଣେ ଚାଷୀଙ୍କ ଗୁହାଳରୁ ଛେଳି ଚୋରି ଘଟଣାରେ ପୋଲିସ ୪…

ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟରେ ପ୍ରକାଶ ପାଇଲା ନିର୍ବାଚନୀ ବିଜ୍ଞପ୍ତି: ୯ରେ ନାମାଙ୍କନ

ଛତ୍ରପୁର,୭।୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ) : ବିଗତ ଦିନରେ ରାଜ୍ୟ ସରକାରଙ୍କ ପକ୍ଷରୁ ଛାତ୍ର ନିର୍ବାଚନ ନେଇ ଖବର ପ୍ରକାଶ ପାଇବା ପରେ ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟ…

ବିଇଓ ଅଫିସ ଆଗରେ ଶିକ୍ଷକଙ୍କ ଗଣଧାରଣା: କାରଣ ଦର୍ଶାଅ ନୋଟିସ ପ୍ରତ୍ୟାହାର ପରେ…

ଦିଗପହଣ୍ଡି,୭।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଭୋପେନ କୁମାର ମହାନ୍ତ ଶିକ୍ଷକ ସଂଘର କାର୍ଯ୍ୟକର୍ତ୍ତାଙ୍କୁ ଜାରି କରିଥିବା କାରଣ ଦର୍ଶାଅ ନୋଟିସ…

ଅକ୍ଟୋବର ୮ରେ ଓଡ଼ିଶା ବନ୍ଦ, ସଫଳ କରିବାକୁ ଛତ୍ରପୁରରେ ପଥପ୍ରାନ୍ତ ସଭା

ଛତ୍ରପୁର,୭।୧୦(ଦିଲ୍ଲୀପ ସାମଲ): ଏମଏମଡ଼ିଆର ସଂଶୋଧିତ ଅଧିନିୟମ ତୁରନ୍ତ ରଦ୍ଦ କରିବା, ମୁଖ୍ୟ ନିର୍ବାଚନ ଅଧିକାରୀ ଜ୍ଞାନେସ କୁମାରଙ୍କ ବହିଷ୍କାର ଓ ଗିରଫଦାରୀ, ଏସଆଇଆର ପ୍ରତ୍ୟାହାର କରିବା, ଗଣଶିକ୍ଷା…

ପାଟପୁରରେ ଦକ୍ଷିଣ ଓଡ଼ିଶା ବାଳିକା କବାଡ଼ି ପ୍ରତିଯୋଗିତା; ଗଜପତି ଜିଲାର ରାମଗିରି ଚାମ୍ପିୟନ, ମାଲକାନଗିରି ଉପ ବିଜେତା

ଦିଗପହଣ୍ଡି,୭।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମ ସ୍ଥିତ ବିଶ୍ୱାସରାୟ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ କବାଡ଼ି ପ୍ରତିଯୋଗିତା ଜାରି ରହିଥିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?