ବ୍ରହ୍ମପୁର ଜେଲରେ ୭୬୩ କଏଦୀ , କାରାଗାରରେ ମା’ ସହ ଜଣେ ଶିଶୁ

ବ୍ରହ୍ମପୁର ଅଫିସ,୧୭ା୧୧- ବ୍ରିଟିଶ ଶାସନ ସମୟରେ ୧୮୬୩ ମସିହାରେ ସ୍ଥାପିତ ବ୍ରହ୍ମପୁର ମଣ୍ଡଳ କାରାଗାରକୁ ୧୫୬ ବର୍ଷ ପୂରିଛି। ଏଠାରେ ୭୪୩ କଏଦୀ ରହିବା ବ୍ୟବସ୍ଥାଥିବାବେଳେ ବିଭିନ୍ନ ସମୟରେ ଏହାଠାରୁ ଅଧିକ ରହୁଛନ୍ତି। ଶନିବାର ସୁଦ୍ଧା ୨୯ ମହିଳାଙ୍କ ସମେତ ୭୬୩ ଦଣ୍ଡ ଭୋଗୁଥିବା ଓ ବିଚାରାଧୀନ କଏଦୀ ଥିବା ସୂଚନା ମିଳିଛି। ମା’ ସହ ଜଣେ ଶିଶୁ ମଧ୍ୟ ଥିବା ଜଣାଯାଇଛି।
ଜେଲ ନିୟମ ପ୍ରକାରେ ୬ ବର୍ଷ ବୟସ ପର୍ଯ୍ୟନ୍ତ ସନ୍ତାନ ମା’ ସହ ବନ୍ଦୀଶାଳାରେ ରହିପାରିବେ। ସେମାନଙ୍କୁ ଜେଲ କର୍ତ୍ତୃପକ୍ଷ ସ୍ବତନ୍ତ୍ର ବ୍ୟବସ୍ଥାରେ ରଖିପାରିବେ। ଜେଲ କର୍ତ୍ତୃପକ୍ଷ କହିବାନୁସାରେ ବିଭିନ୍ନ ସମୟରେ କଏଦୀ ଓ ବିଚରାଧୀନ ବନ୍ଦୀଙ୍କ ସଂଖ୍ୟା ବଢ଼ୁଛି।
କୋର୍ଟରୁ ଜାମିନ ପାଇ କେତେକ ମୁକୁଳୁଥିବାବେଳେ ମାମଲାରେ ଛନ୍ଦି ହୋଇ ଆଉ କେତେକ ଭିତରକୁ ଆସୁଛନ୍ତି। ୨୯ ମହିଳାଙ୍କ ମଧ୍ୟରୁ ଅର୍ଦ୍ଧେକ ସଜ୍ଜା କାଟୁଥିବା ବେଳେ ଅନ୍ୟମାନେ ବିଚରାଧୀନ ଅଛନ୍ତି। କାରାଗାରରେ ମହିଳା ଓ ପୁରୁଷଙ୍କ ପାଇଁ ସ୍ବତନ୍ତ୍ର ସ୍ଥାନ ବ୍ୟବସ୍ଥା ରହିଛି। ଜେଲ ଭିତରେ ଡ଼ାକ୍ତରଖାନା ଅଛି। ଏହି ପୁରାତନ ଜେଲରେ ରାଜ୍ୟର ଏକମାତ୍ର ଫାଶୀଖୁଣ୍ଟ ଅଛି। ସ୍ବାଧୀନତା ଆନ୍ଦୋଳନର ମହାନ ସଂଗ୍ରାମୀ ତଥା ବିପ୍ଲବୀ ଆଦିବାସୀ ନେତା ଲକ୍ଷ୍ମଣ ନାୟକଙ୍କୁ ବ୍ରିଟିଶ ସରକାର ୧୯୪୩ ମାର୍ଚ୍ଚ ୨୯ରେ ଫାଶୀ ଦେଇଥିଲେ।
୧୯୯୪ ମସିହା ସୁଦ୍ଧା ଏହି ଫାଶୀଖୁଣ୍ଟରେ ୬ ଜଣ ଝୁଲିଛନ୍ତି। ଲକ୍ଷ୍ମଣ ନାୟକଙ୍କୁ ଶହୀଦ ଆଖ୍ୟା ଦିଆଯାଇଛି। ଜେଲ ସାମ୍ନାରେ ତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ଫାଶୀ ପାଇବା ପର୍ଯ୍ୟନ୍ତ ସେ ରହୁଥିବା ଜେଲ ଭିତରେ ସ୍ବତନ୍ତ୍ର ସେଲକୁ ଜାତୀୟ ସ୍ମାରକୀ ମାନ୍ୟତା ମିଳିଛି। ତାଙ୍କ ଜୟନ୍ତୀ ଓ ଶ୍ରାଦ୍ଧ ଦିବସରେ ସରକାରୀ କାର୍ଯ୍ୟକ୍ରମରେ ସ୍ମୃତିଚାରଣ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ସମୟରେ ନିଜ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁରେ...

ହିଞ୍ଜିଳିକାଟୁରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ବିଜେଡିର ଷ୍ଟାର ପ୍ରଚାରକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପାରମ୍ପରିକ ଆସନରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଛନ୍ତି। ତାଙ୍କ ସହ ଫାଇଭ-ଟି...

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଅଶାନ୍ତ ହେଉଛି ହିଞ୍ଜିଳି, ବୁଲିଲା ଖଣ୍ଡା

ହିଞ୍ଜିଳିକାଟୁ, ୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ଦିନକୁ ଦିନ ହିଞ୍ଜିଳି ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି। ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ସହ ଗୁଣ୍ଡାଗିରି ବଢୁଛି।...

୪ କୋଟି ଟଙ୍କାର ଗଞ୍ଜେଇ ସହ ୫ ଦେଶୀ ବନ୍ଧୁକ ଜବତ

ବାଲିଗୁଡ଼ା,୨୨ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବାଲିଗୁଡ଼ା ଥାନା ଗଦ୍ରିଙ୍ଗିଆ ଘାଟି ନିକଟସ୍ଥ ଇର୍ପିଗୁଡ଼ା ଜଙ୍ଗଲରୁ ୪...

ବ୍ଲକ ଅଧ୍ୟକ୍ଷ ପଦବୀରୁ ଦୈତାରୀ ବେହେରାଙ୍କ ଇସ୍ତଫା

ଖଲ୍ଲିକୋଟ,୨୨ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧ୍ୟକ୍ଷ ପଦବୀରୁ ଇସ୍ତଫା ଦେଇଛନ୍ତି ବିଧାୟିକାଙ୍କ ସ୍ବାମୀ ଦୈତାରୀ ବେହେରା। ବ୍ୟକ୍ତିଗତ କାରଣରୁ ସେ ଅଧ୍ୟକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri