ବାଲିଆପାଳ ବିଡିଓଙ୍କ ପରେ ପ୍ରବାସୀ ଶ୍ରମିକଙ୍କୁ ଛେଣ୍ଡିପଦା ବିଡିଓଙ୍କ ଅଶାଳୀନ ବ୍ୟବହାର: ଅଡିଓ ଭାଇରାଲ

ଛେଣ୍ଡିପଦା,୧୪ା୫(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ବିଡିଓଙ୍କ ମହିଳା ଶ୍ରମିକମାନଙ୍କୁ ଅଶାଳୀନ ବ୍ୟବହାର ନେଇ ଗୁରୁବାର ଅଡିଓ ଭାଇରାଲ ହୋଇଛି।
ଘଟଣାରୁ ପ୍ରକାଶ, ବୁଧବାର ଭୁବେନେଶ୍ବରରୁ କିଛି ମହିଳା ଶ୍ରମିକଙ୍କୁ ଅନୁଗୋଳ ଅଣାଯାଇଥିଲା। ଉକ୍ତ ଶ୍ରମିକମାନେ ବଅଁରପାଳ ଓ ତାଲଚେର ଅଞ୍ଚଳର ହୋଇଥିବା ବେଳେ ଜିଲା ପ୍ରଶାସନର ନିର୍ଦ୍ଦେଶାନୁଯାୟୀ କିଛି ଶ୍ରମିକଙ୍କୁ ଛେଣ୍ଡିପଦା ବ୍ଲକ ଅଞ୍ଚଳର ବରପଦା ସଙ୍ଗରୋଧ କେନ୍ଦ୍ରକୁ ଅଣାଯାଇଥିଲା । କିନ୍ତୁ ଉକ୍ତ ମହିଳା ଶ୍ରମିକମାନେ ବରପଦା ସଙ୍ଗରୋଧ କେନ୍ଦ୍ରରେ ରହିବା ପାଇଁ ଅନିଚ୍ଛା ପ୍ରକାଶ କରିବା ସହିତ ସେମାନଙ୍କୁ ନିଜ ଅଞ୍ଚଳରେ ଥିବା ସଙ୍ଗରୋଧ କେନ୍ଦ୍ରରେ ରଖିବା ପାଇଁ ଛେଣ୍ଡିପଦା ବିଡିଓଙ୍କୁ ଫୋନ୍‌ କରିଥିଲେ। ବିଡିଓ ସେମାନଙ୍କୁ ସେଠାରେ ରହିବାକୁ ପଡ଼ିବ। ତୁମେମାନେ ବେଶୀ କଥାବର୍ତ୍ତା କରନି ଆଦି କହିବା ସହିତ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏଥିରେ ବିଡିଓ ରାଗି ସେମାନଙ୍କୁ ଖରାପ ଭାଷାରେ ଗାଳି ମଧ୍ୟ କରିଥିଲେ। ଯାହାର ଏକ ଅଡିଓ ଭାଇରାଲ ହେବା ସହିତ ଚର୍ଚ୍ଚା ଜୋର୍‌ଧରିଛି।
ଏନେଇ ବିଡିଓ ସୁନିଲ କୁମାର କେରେକେଟା କୁହନ୍ତି, ବୁଧବାର ବିଳମ୍ବିତ ରାତିରେ ୫ଜଣ ଶ୍ରମିକଙ୍କୁ ବରପଦା ସଙ୍ଗରୋଧ କେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ ରହିବା ପାଇଁ ସେମାନେ ମନା କରିବା ସହିତ ଗାଡିରୁ ଓହ୍ଲାଇ ନ ଥିଲେ। ଏ ନେଇ ସେମାନଙ୍କୁ ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ବାରମ୍ବାର ବୁଝାଶୁଝା କରିଥିଲେ ମଧ୍ୟ ସେମାନେ ବୁଝି ନ ଥିଲେ। ଏହା ପରେ ସେମାନଙ୍କ ମଧ୍ୟରୁ ଜଣେ ମହିଳା ଫୋନ୍‌ କରି ଯୁକ୍ତିତର୍କ କରିଥିଲେ। ଏହି ଯୁକ୍ତିତର୍କ ମଧ୍ୟରେ ଭୁଲବଶତଃ କିଛି କହିଦେଇଥିବି ବୋଲି ବିଡିଓ କହିଛନ୍ତି। ଗୁରୁବାର ମଧ୍ୟାହ୍ନରେ ସେମାନଙ୍କୁ ନିଜ ଅଞ୍ଚଳରେ ଥିବା ସଙ୍ଗରୋଧ କେନ୍ଦ୍ରକୁ ପଠାଇ ଦିଆଯାଇଥିବା ବିଡିଓ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଣିଷ ହେବା ଏଥର

ଧନୀ ଲୋକଟିଏ ଥିଲା। କପଟ ଓ ଛଳନାକରି ତା’ର ବ୍ୟବସାୟ ଚଲେଇଥିଲା। ଖୁବ୍‌ କମ୍‌ ଦିନ ଭିତରେ ସେ ବିପୁଳ ସମ୍ପତ୍ତି ଅର୍ଜନକଲେ। ଲୋକେ କହିଲେ ଦୋ…

ବାମପନ୍ଥୀରୁ ଦକ୍ଷିଣପନ୍ଥୀ ଆଡ଼କୁ

ଭାରତବର୍ଷରେ ବାମପନ୍ଥୀ ଆନ୍ଦୋଳନ କ୍ରମେ ଦୁର୍ବଳ ହେବାପରି ମନେ ହେଉଛି। ନିକଟରେ ଅନୁଷ୍ଠିତ ୫ ରାଜ୍ୟରେ ବିଧାନସଭା ନିର୍ବାଚନରୁ ଏହା ଜଣାପଡ଼ିଛି। କେରଳ ଥିଲା ଶେଷ ବାମପନ୍ଥୀ…

କାନ୍ଥରେ ନାମ

ଭାରତର ଜମ୍ମୁ ଓ କଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣ ୨୨ ଏପ୍ରିଲ ୨୦୨୫ରେ ଘଟିଥିଲା ଓ ସେଥିରେ ୨୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା। ଏହି…

ମାଛ ମାରିବାକୁ ଯାଇ ପାଣିରେ ବୁଡ଼ି ଜୀବନ ଗଲା

ବରଗଡ଼,୨୯ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ମୁଖ୍ୟ କେନାଲକୁ ମାଛ ମାରିବାକୁ ଯାଇଥିବାବେଳେ ରବିବାର  ଜଣେ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ ଜଣକ ହେଲେ, ଭଟଲି ଥାନା…

‘କରାଚିରେ ଭାରତ କରିଥିଲା ଆକ୍ରମଣ’ – ପାକିସ୍ତାନ ଅଭିଯୋଗର କଡ଼ା ଜବାବ ଦେଲା ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨୯।୬: କରାଚୀ ଆତଙ୍କବାଦୀ ଆକ୍ରମଣରେ ଜଣେ ‘ଭାରତୀୟ ଏଜେଣ୍ଟ’ଙ୍କ ସମ୍ପୃକ୍ତି ସମ୍ପର୍କରେ ପାକିସ୍ତାନର ଅଭିଯୋଗକୁ ଭାରତ ଖାରଜ କରିଦେଇଛି, ଏହାକୁ ଭିତ୍ତିହୀନ ବୋଲି କହିଛି। ଏହା ପାକିସ୍ତାନକୁ…

୫ମ ଶ୍ରେଣୀ ଛାତ୍ରଙ୍କୁ ଧକ୍କା ଦେଇ ଫେରାର ହୋଇଗଲା କାର୍‌, ଡାହାଣ ଗୋଡ଼ରେ ଚକା ଚଢ଼ିଯିବାରୁ…

ଦିଗପହଣ୍ଡି,୨୯ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ବାବୁଲି ବନ୍ଧ ଗ୍ରାମର ସୁବାସ ନାଇକଙ୍କ ପୁଅ ୫ମ ଶ୍ରେଣୀରେ ପଢୁଥିବା ଛାତ୍ର…

ସ୍ନାନମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି: ୧୦୮ ଗରା ସୁବାସିତ ଜଳରେ କରିବେ ସ୍ନାନ

ପୁରୀ,୨୯ା୬: ଆଜି ଅର୍ଥାତ୍‌ ସୋମବାର ହେଉଛି ପବିତ୍ର ସ୍ନାନ ପୂର୍ଣ୍ଣିମା। ଏହି ଅବସରରେ ରତ୍ନବେଦୀରୁ ଆସି ସ୍ନାନବେଦୀରେ ବିରାଜମାନ କରିଛନ୍ତି ପ୍ରଭୁ ଶ୍ରୀସୁଦର୍ଶନ, ବଡ଼ଠାକୁର ବଳଭଦ୍ର, କାଳିଆ…

କରାଚୀ ଆକ୍ରମଣରେ ବିଚଳିତ ପାକିସ୍ତାନ, ଆଫଗାନିସ୍ତାନରେ ବିମାନ ଆକ୍ରମଣ କରି ୩୫ ସାଧାରଣ ନାଗରିକଙ୍କୁ ହତ୍ୟା

ଇସଲାମାବାଦ,୨୯।୬: କରାଚୀରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବା ପାଇଁ, ପାକିସ୍ତାନ ରବିବାର ଏବଂ ସୋମବାର ମଧ୍ୟରାତ୍ରିରେ ପ୍ରାୟ 12:30 AM ସମୟରେ ତିନୋଟି ଆଫଗାନିସ୍ତାନ ପ୍ରଦେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri