ବାଲାନ୍ସ ଜାଣିବାକୁ ଚାଲିଲେ ୩୬ କିମି

ଭଞ୍ଜନଗର,୬।୫(ଡି.ଏନ.ଏ.)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗୁଣ୍ଡିରିବାଡ଼ି ପଞ୍ଚାୟତ ଗୋହିରିବାଡ଼ିର ଏକ ସ୍ବୟଂ ସହାୟିକା ଗୋଷ୍ଠୀ (ଏସ୍‌ଏଚ୍‌ଜି) ନାମରେ ଥିବା ଆକାଉଣ୍ଟର ବାଲାନ୍ସ ଜାଣିବାକୁ ୭ ମହିଳା ୧୮ କିମି ଚାଲିଚାଲି ମଙ୍ଗଳବାର ସକାଳେ ଭଞ୍ଜନଗର ଆଇଓବି ବ୍ୟାଙ୍କକୁ ଆସିଥିଲେ। ବ୍ୟାଙ୍କ କାମ ସରିବା ପରେ ମହିଳାମାନେ ଭୋକରେ ପୁଣି ୧୮ କିମି ଚାଲିଚାଲି ଗ୍ରାମକୁ ଫେରିଥିଲେ। କେବଳ ବାଲାନ୍ସ ଜାଣିବା ପାଇଁ ଏହି ମହିଳାମାନେ ୩୬ କିମି ଚାଲିଛନ୍ତି। ଲକ୍‌ଡ଼ାଉନ ଯୋଗୁ ଗାଡି ଚଳାଚଳ ବନ୍ଦ ଯୋଗୁ ବହୁ ହିତାଧିକାରୀ ଏହିଭଳି ଚାଲିଚାଲି ଭଞ୍ଜନଗରର ବିଭିନ୍ନ ବ୍ୟାଙ୍କକୁ ଆସୁଛନ୍ତି। ପ୍ରତି ପଞ୍ଚାୟତସ୍ତରରେ ବ୍ୟାଙ୍କ ଖୋଲିବା ନେଇ ସରକାର ନିଷ୍ପତ୍ତି କାର୍ଯ୍ୟକାରୀ ହୋଇପାରିନାହିଁ। କିଛିବର୍ଷ ପୁର୍ବରୁ ଆଇଓବି ବ୍ୟାଙ୍କଟି ମୁଜାଗଡ଼ରୁ ଭଞ୍ଜନଗର ସ୍ଥାନାନ୍ତର କରାଯାଇଥିଲା। ଉକ୍ତ ଅଞ୍ଚଳର ଲୋକେ ଏବେ ବାଧ୍ୟ ହୋଇ ଭଞ୍ଜନଗରରେ ଥିବା ବ୍ୟାଙ୍କକୁ ଆସୁଛନ୍ତି। ଏହିଭଳି ପରିସ୍ଥିତିରେ ପ୍ରଶାସନ ପକ୍ଷରୁ ଲୋକଙ୍କ ପାଖରେ କିଭଳି ବ୍ୟାଙ୍କ ସେବା ପହଞ୍ଚତ୍ପାରିବ ସେନେଇ ଯୋଜନା କରାଯାଉ ବୋଲି ସମ୍ପୃକ୍ତ ମହିଳାମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିରଳ ବୋଡ଼ା ସାପ ଉଦ୍ଧାର

ପଦ୍ମପୁର,୧୮ା୧୨(ଡି.ଏନ୍‌.ଏ.)- ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ରାଜଘରପୋଖରୀ ପଞ୍ଚାୟତର ବୁଢ଼ା ନାୟକ ନାମକ ଜଣେ ବ୍ୟକ୍ତିଙ୍କ ବାଡ଼ିରୁ ଏକ ବିରଳ ଜାତିର ବୋଡ଼ା ସାପ...

ଯୁବଚିତ୍ରକାରଙ୍କ କାନ୍‌ଭାସରେ ଅରିନ୍ଦମ ଦାସ

ପାଟଣା,୨୬।୯(ସ୍ବ. ପ୍ର.): କଟକ ମୁଣ୍ଡଳି ଜଳସ୍ରୋତରେ ଫସି ରହିଥିବା ହାତୀର ଖବର ସଂଗ୍ରହକୁ ଯାଇ ଖବର ପାଲଟି ଯାଇଥିବା ରିପୋର୍ଟର ଅରିନ୍ଦମ ଦାସଙ୍କ ମୃତ୍ୟୁ ସମସ୍ତଙ୍କୁ...

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: ଜଣେ ଅଟକ

ପଦ୍ମପୁର,୯।୨(ଡି.ଏନ୍‌.ଏ.) : ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ନାୟକାଣିଡିହ ପୋଲିସ ଜନୈକା ୫ମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ଜଣକୁ ଅଟକ ରଖିଛି।...

ରାହାଞ୍ଜ ବଜାରରୁ ୫ ଦୋକାନରୁ ଚୋରି

ଭଦ୍ରକ ଅଫିସ, ୧୯।୯- ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରାହାଞ୍ଜ ବଜାରରୁ ୫ଟି ଦୋକାନରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି। ବଜାରରେ ଥିବା ଏକ...

ଠିକାଦାରଙ୍କୁ ଗୁଳିମାଡ଼: ୨ ଅଭିଯୁକ୍ତଙ୍କୁ ନିର୍ଧୁମ ଛେଚିଲେ ଲୋକେ

ଗୋପ,୬।୧୧(ଡି.ଏନ୍‌.ଏ.): ପୁରୀ ଜିଲା ଗୋପ-ବାଲିଘାଇ ରାସ୍ତାର ସୁବର୍ଣ୍ଣପୁର ଗ୍ରାମ ନିକଟରେ ବୁଧବାର ସକାଳେ ଜଣେ ଠିକାଦାରଙ୍କୁ ୨ ଦୁର୍ବୃତ୍ତ ଗୁଳିମାଡ଼ କରିଛନ୍ତି । ଠିକାଦାର ହେଲେ...

ଗଣ୍ଡଗୋଳରେ ଗର୍ଭବତୀ ଆହତ ଘଟଣା, ୩ ଗିରଫ

ଦାରିଙ୍ଗବାଡ଼ି,୧୩ା୧୧(ଡି.ଏନ.ଏ)-ଜମିକୁ କେନ୍ଦ୍ର କରି ଗଣ୍ଡଗୋଳ ବେଳେ ଜଣେ ଗର୍ଭବତୀଙ୍କୁ ଆକ୍ରମଣ କରାଯିବାରୁ ମୃତଶିଶୁ ଜନ୍ମ ହେବା ଘଟଣାରେ ଦାରିଙ୍ଗବାଡ଼ି ପୋଲିସ ମଙ୍ଗଳବାର ୩ ଜଣଙ୍କୁ ଗିରଫ...

କାଠ ଉପରେ ଚାଲିବେ ସଂକ୍ରିଡ଼ାବାସୀ

ବନ୍ତଳା, ୧୨ା୧୦ (ଡି.ଏନ୍‌.ଏ.):  ଶିଳ୍ପାୟନରେ ଆଗୁଆ ଅନୁଗୋଳ। ରାଜ୍ୟର ସର୍ବାଧିକ ରାଜସ୍ବ ମଧ୍ୟ ଆଦାୟ ହେଉଛି ଏହି ଜିଲାରୁ। ହେଲେ ଜିଲାରେ ଏମିତି ବି ଗଁା...

ଟ୍ୟୁସନ ଯାଉଥିବା ଛାତ୍ରୀଙ୍କୁ ଟଣାଓଟରା ଅଭିଯୋଗ: ୨ ଗିରଫ

ଧାମନଗର ୩।୧୨(ଡି.ଏନ.ଏ.)- ଭଦ୍ରକ ଜିଲା ଧାମନଗର ବ୍ଲକ ଧୂଷୁରୀ ଥାନା ଅନ୍ତର୍ଗତ ନସଲାପୁର ପ୍ରାଥମିକ ବିଦ୍ୟାଳୟ ନିକଟରେ ଟ୍ୟୁସନ ଯାଉଥିବା ଜଣେ ଛାତ୍ରୀଙ୍କୁ ଗତ ୧...

Advertisement


Archives

Model This Week