ଆପାତକାଳିନ ସେବା ଦେବେ ବିଡିଏ କର୍ମଚାରୀ: ଗୁରୁବାରଠୁ ଯୋଗଦେବେ ସବୁ କର୍ମଚାରୀ

ଭୁବନେଶ୍ୱର, ୬।୪(ବ୍ୟୁରୋ): ଭୁବନେଶ୍ୱରରେ ବିଏମ୍‌ସି କର୍ମଚାରୀ ଯେପରି ଆପତାକଳୀନ ସେବା ଯୋଗାଉଛନ୍ତି, ବିଡିଏ କର୍ମଚାରୀମାନେ ମଧ୍ୟ ଆପାତକାଳିନ ସେବା ଯୋଗାଇବେ। ସମସ୍ତ କର୍ମଚାରୀ ଗୁରୁବାର ଅର୍ଥାତ ଆସନ୍ତାକାଲିଠାରୁ ବିଡିଏ କାର୍ଯ୍ୟାଳୟରେ ଯୋଗଦେବା ସହ ଫୁଲ୍‌ ଟାଇମ୍‌ ଡ୍ୟୁଟି କରିବେ। କରୋନା ମୁକାବିଲା କରିବାରେ ସରକାରଙ୍କୁ ସହଯୋଗ କରିବେ ବୋଲି ବିଡିଏ ଉପାଧ୍ୟକ୍ଷ ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି।
ବିଡିଏ ପକ୍ଷରୁ ବୁଧବାର ଏନେଇ ଚିଠି ସଂଖ୍ୟା ୮୧୮୭ରେ ସ୍ବତନ୍ତ୍ର ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ସମ୍ପୃକ୍ତ ନିର୍ଦ୍ଦେଶନାମାରେ ବିଡିଏରେ କାର୍ଯ୍ୟରତ ସବୁ ସ୍ତରର କର୍ମଚାରୀଙ୍କୁ କାର୍ଯ୍ୟାଳୟ ଆସି ଫୁଲ୍‌ ଟାଇମ୍‌ ଡ୍ୟୁଟି କାରିବାକୁ ନିର୍ଦ୍ଦେଶ ଦିଆଯାଇଛି। କାର୍ଯ୍ୟାଳୟରେ ସାମାଜିକ ଦୂରତ୍ୱ ବଜାୟ ରଖି ନିଜ ନିଜର କାର୍ଯ୍ୟ କରିବାକୁ କୁହାଯାଇଥିବାବେଳେ କୋଭିଡ୍‌ ନିୟନ୍ତ୍ରଣ କାର୍ଯ୍ୟରେ ପୂର୍ବରୁ କାର୍ଯ୍ୟରତ ବିଡିଏ ଅଧିକାରୀଙ୍କୁ ସେମାନଙ୍କୁ ଦିଆଯାଇଥିବା ଦାୟିତ୍ୱକୁ ସଠିକ୍‌ ଭାବେ ତୁଲାଇବା ପାଇଁ କୁହାଯାଇଛି। ଏଥିସହ ସମସ୍ତ ବାଇଓମେଟ୍ରିକ୍‌ ସ୍କାନର ପୁନଃ କାର୍ଯ୍ୟକ୍ଷମ ନ ହେବା ଯାଏ ରେଜିଷ୍ଟରରେ ଦସ୍ତଖତ କରିବାକୁ କୁହାଯାଇଛି। ଯଦି କୌଣସି କର୍ମଚାରୀ ଅନୂମତି ବିନା କାର୍ଯ୍ୟାଳୟ ବନ୍ଦ କରେ ତାଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉପାଧ୍ୟକ୍ଷ ଚୌଧାରୀ କହିଛନ୍ତି। ଅନୁମତି ନ ନେଇ କାର୍ଯ୍ୟାଳୟ ବନ୍ଦ କଲେ ବେତନରୁ ଦରମା କଟାଯିବ ବୋଲି ମଧ୍ୟ କୁହାଯିବା ସହ ବିଡିଏର ବେତନ ବିଭାଗକୁ ଏନେଇ ଜଣାଇଦିଆଯାଇଛି। ଏହି ନିର୍ଦ୍ଦେଶନାମାକୁ ବିଡିଏରେ କାର୍ଯ୍ୟରତ ସମସ୍ତ ସେକ୍ସନ ଅଫିସର, ଆକଉଣ୍ଟସ୍‌, ଅଧିକ୍ଷକଙ୍କୁ ପ୍ରଦାନ କରାଯାଇଛି।
ଉଲ୍ଲେଖଯୋଗ୍ୟ, ଗତ ୨ ତାରିଖ ଦିନ ରାଜ୍ୟ ସରକାରଙ୍କ ଦ୍ୱାରା ବିଭାଗ ଅନୁଯାୟୀ କେଉ କାର୍ଯ୍ୟାଳୟରେ କେତେ କର୍ମଚାରୀ କାର୍ଯ୍ୟ କରିବେ ସେନେଇ ନିର୍ଦ୍ଦେଶନାମା ପ୍ରକାଶ ପାଇଥିଲା। ସରକାରୀ ଦପ୍ତରରେ କୋଭିଡ୍‌ ସଂକ୍ରମଣର ନିୟନ୍ତ୍ରଣ ପାଇଁ ଗୁରୁତର ସେବା ଯୋଗାଉଥିବା ବିଭାଗ ଗୁଡ଼ିକରେ ୫୦% କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ବିଡିଏ ଉପାଧ୍ୟକ୍ଷଙ୍କ ଦ୍ୱାରା ବୁଧବାର ଦିଆଯାଇଥିବା ଏହି ପରିବର୍ତ୍ତିତ ନିର୍ଦ୍ଦେଶନାମାରେ ବିଡିଏରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଯୋଗଦେବେ ଓ ନିଜ ନିଜର କାର୍ଯ୍ୟ ସମ୍ପାଦନ କରିବେ ବୋଲି ଉଲ୍ଲେଖ ରହିଛି। କରୋନା ସଂକ୍ରମଣର ଭୟ ସାଙ୍ଗକୁ କାର୍ଯ୍ୟରେ ୮୦୦ରୁ ଊର୍ଦ୍ଧ୍ୱ କର୍ମଚାରୀଙ୍କ ସହ ଫୁଲ ଡ୍ୟୁଟି କରିବା ବିପଦଜନକ ସ୍ଥିତି ଉପୁଜିବାର କାରଣ ହୋଇପାରେ ବୋଲି ବିଡିଏର କିଛି କର୍ମଚାରୀ ପ୍ରକାଶ କରିବା ସହ ଏନେଇ ଅସନ୍ତୋସ ମଧ୍ୟ ଜାହିର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ଯୋଗ ଦେଲେ ହିନ୍ଦୋଳ ବିଧାୟିକା ସୀମା ନାୟକ

ଭୁବନେଶ୍ୱର,୨୩।୪: ଭାଜପାରେ ସାମିଲ ହେଲେ ହିନ୍ଦୋଳ ବିଧାୟକ ସୀମା ନାୟକ। ଗତକାଲି ରାତିରେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ। ଭାଜପା ରାଜ୍ୟ କାର୍ଯ୍ୟାଳୟକୁ ଆସି ଆନୁଷ୍ଠାନିକ...

ଓଡ଼ିଶା ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ଘୋଷଣା କଲା ଭାଜପା: ତାଲିକାରେ ପ୍ରଧାନମନ୍ତ୍ରୀ, ୪ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ଅଛନ୍ତି ଏହି ହେଭିଓ୍ବେଟ୍‌ ନେତା

ଭୁବନେଶ୍ୱର,୨୩।୪(ସୁନୀତ ମିଶ୍ର): ଭାଜପା ପକ୍ଷରୁ ଓଡ଼ିଶା ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ମଙ୍ଗଳବାର ପ୍ରକାଶ ପାଇଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ...

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ରାସେଶ୍ୱରୀ ବିଜେଡି ଛାଡିବା ପରେ ବଡ଼ ବୟାନ ଦେଲେ ରୋହିତ ପୂଜାରୀ, କହିଲେ…

ଭୁବନେଶ୍ୱର,୨୩।୪: ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ ଇସ୍ତଫା ଦେଇଛନ୍ତି । ମଙ୍ଗଳବାର ରାସେଶ୍ୱରୀ ବିଜେଡି ଛାଡିବା ପରେ ପ୍ରତିକ୍ରିୟା ରଖିଛନ୍ତି ସମ୍ବଲପୁର ବିଜେଡି...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

ରାଜଧାନୀରେ ନିଆଁବର୍ଷା, ନିସ୍ତାର ନାହିଁ

ଭୁବନେଶ୍ୱର, ୨୩।୪: ତତଲା କଡେଇରେ ସିଝୁଛି ପୂରା ଓଡ଼ିଶା । ଡହଡହ ଖରାରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ । ଗତକାଲି ପରି ଆଜି ମଧ୍ୟ ରାଜଧାନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri