ଆପାତକାଳିନ ସେବା ଦେବେ ବିଡିଏ କର୍ମଚାରୀ: ଗୁରୁବାରଠୁ ଯୋଗଦେବେ ସବୁ କର୍ମଚାରୀ

ଭୁବନେଶ୍ୱର, ୬।୪(ବ୍ୟୁରୋ): ଭୁବନେଶ୍ୱରରେ ବିଏମ୍‌ସି କର୍ମଚାରୀ ଯେପରି ଆପତାକଳୀନ ସେବା ଯୋଗାଉଛନ୍ତି, ବିଡିଏ କର୍ମଚାରୀମାନେ ମଧ୍ୟ ଆପାତକାଳିନ ସେବା ଯୋଗାଇବେ। ସମସ୍ତ କର୍ମଚାରୀ ଗୁରୁବାର ଅର୍ଥାତ ଆସନ୍ତାକାଲିଠାରୁ ବିଡିଏ କାର୍ଯ୍ୟାଳୟରେ ଯୋଗଦେବା ସହ ଫୁଲ୍‌ ଟାଇମ୍‌ ଡ୍ୟୁଟି କରିବେ। କରୋନା ମୁକାବିଲା କରିବାରେ ସରକାରଙ୍କୁ ସହଯୋଗ କରିବେ ବୋଲି ବିଡିଏ ଉପାଧ୍ୟକ୍ଷ ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି।
ବିଡିଏ ପକ୍ଷରୁ ବୁଧବାର ଏନେଇ ଚିଠି ସଂଖ୍ୟା ୮୧୮୭ରେ ସ୍ବତନ୍ତ୍ର ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ସମ୍ପୃକ୍ତ ନିର୍ଦ୍ଦେଶନାମାରେ ବିଡିଏରେ କାର୍ଯ୍ୟରତ ସବୁ ସ୍ତରର କର୍ମଚାରୀଙ୍କୁ କାର୍ଯ୍ୟାଳୟ ଆସି ଫୁଲ୍‌ ଟାଇମ୍‌ ଡ୍ୟୁଟି କାରିବାକୁ ନିର୍ଦ୍ଦେଶ ଦିଆଯାଇଛି। କାର୍ଯ୍ୟାଳୟରେ ସାମାଜିକ ଦୂରତ୍ୱ ବଜାୟ ରଖି ନିଜ ନିଜର କାର୍ଯ୍ୟ କରିବାକୁ କୁହାଯାଇଥିବାବେଳେ କୋଭିଡ୍‌ ନିୟନ୍ତ୍ରଣ କାର୍ଯ୍ୟରେ ପୂର୍ବରୁ କାର୍ଯ୍ୟରତ ବିଡିଏ ଅଧିକାରୀଙ୍କୁ ସେମାନଙ୍କୁ ଦିଆଯାଇଥିବା ଦାୟିତ୍ୱକୁ ସଠିକ୍‌ ଭାବେ ତୁଲାଇବା ପାଇଁ କୁହାଯାଇଛି। ଏଥିସହ ସମସ୍ତ ବାଇଓମେଟ୍ରିକ୍‌ ସ୍କାନର ପୁନଃ କାର୍ଯ୍ୟକ୍ଷମ ନ ହେବା ଯାଏ ରେଜିଷ୍ଟରରେ ଦସ୍ତଖତ କରିବାକୁ କୁହାଯାଇଛି। ଯଦି କୌଣସି କର୍ମଚାରୀ ଅନୂମତି ବିନା କାର୍ଯ୍ୟାଳୟ ବନ୍ଦ କରେ ତାଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉପାଧ୍ୟକ୍ଷ ଚୌଧାରୀ କହିଛନ୍ତି। ଅନୁମତି ନ ନେଇ କାର୍ଯ୍ୟାଳୟ ବନ୍ଦ କଲେ ବେତନରୁ ଦରମା କଟାଯିବ ବୋଲି ମଧ୍ୟ କୁହାଯିବା ସହ ବିଡିଏର ବେତନ ବିଭାଗକୁ ଏନେଇ ଜଣାଇଦିଆଯାଇଛି। ଏହି ନିର୍ଦ୍ଦେଶନାମାକୁ ବିଡିଏରେ କାର୍ଯ୍ୟରତ ସମସ୍ତ ସେକ୍ସନ ଅଫିସର, ଆକଉଣ୍ଟସ୍‌, ଅଧିକ୍ଷକଙ୍କୁ ପ୍ରଦାନ କରାଯାଇଛି।
ଉଲ୍ଲେଖଯୋଗ୍ୟ, ଗତ ୨ ତାରିଖ ଦିନ ରାଜ୍ୟ ସରକାରଙ୍କ ଦ୍ୱାରା ବିଭାଗ ଅନୁଯାୟୀ କେଉ କାର୍ଯ୍ୟାଳୟରେ କେତେ କର୍ମଚାରୀ କାର୍ଯ୍ୟ କରିବେ ସେନେଇ ନିର୍ଦ୍ଦେଶନାମା ପ୍ରକାଶ ପାଇଥିଲା। ସରକାରୀ ଦପ୍ତରରେ କୋଭିଡ୍‌ ସଂକ୍ରମଣର ନିୟନ୍ତ୍ରଣ ପାଇଁ ଗୁରୁତର ସେବା ଯୋଗାଉଥିବା ବିଭାଗ ଗୁଡ଼ିକରେ ୫୦% କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ବିଡିଏ ଉପାଧ୍ୟକ୍ଷଙ୍କ ଦ୍ୱାରା ବୁଧବାର ଦିଆଯାଇଥିବା ଏହି ପରିବର୍ତ୍ତିତ ନିର୍ଦ୍ଦେଶନାମାରେ ବିଡିଏରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଯୋଗଦେବେ ଓ ନିଜ ନିଜର କାର୍ଯ୍ୟ ସମ୍ପାଦନ କରିବେ ବୋଲି ଉଲ୍ଲେଖ ରହିଛି। କରୋନା ସଂକ୍ରମଣର ଭୟ ସାଙ୍ଗକୁ କାର୍ଯ୍ୟରେ ୮୦୦ରୁ ଊର୍ଦ୍ଧ୍ୱ କର୍ମଚାରୀଙ୍କ ସହ ଫୁଲ ଡ୍ୟୁଟି କରିବା ବିପଦଜନକ ସ୍ଥିତି ଉପୁଜିବାର କାରଣ ହୋଇପାରେ ବୋଲି ବିଡିଏର କିଛି କର୍ମଚାରୀ ପ୍ରକାଶ କରିବା ସହ ଏନେଇ ଅସନ୍ତୋସ ମଧ୍ୟ ଜାହିର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ର ସଂସଦ ନିର୍ବାଚନକୁ ନେଇ ବଲାଙ୍ଗୀର କଲେଜରେ ଉତ୍ତେଜନା

ବଲାଙ୍ଗୀର,୭ା୧୦(ସୁନିଲ କୁମାର ମହାନ୍ତି): କଲେଜ ନିର୍ବାଚନକୁ ନେଇ ଏବେଠୁ ବଲାଙ୍ଗିର ଜିଲାରେ ଉତ୍ତେଜନା ଦେଖାଦେଲାଣି। ବଲାଙ୍ଗୀର ପୁଇଁନ୍ତଳା ନିକଟରେ ଥିବା ସରକାରୀ ବଲାଙ୍ଗୀର କଲେଜରେ ଉତ୍ତେଜନା ଦେଖାଦେବା…

୫୮ ବର୍ଷ ପରେ ନବରାତ୍ରୀରେ ଦୁର୍ଲଭ ମହାସଂଯୋଗ: ଫିଟିବ ଏହି ୩ ରାଶିର ଭାଗ୍ୟ, ଧନ ବର୍ଷା ସହ ମିଳିବ ବଡ଼ ଚାକିରିର ଅଫର୍‌

୧୧ ଅକ୍ଟୋବର ୨୦୨୬ରୁ ଶାରଦୀୟ ନବରାତ୍ରୀ ଆରମ୍ଭ ହେବାକୁ ଯାଉଛି, ଯାହାକୁ ଏଥର ବେଶ ଖାସ ବୋଲି ଧରାଯାଉଛି। ପ୍ରକୃତରେ, ବହୁ ବର୍ଷ ପରେ ନବରାତ୍ରୀ ସମୟରେ…

କେତେ ସମ୍ପତ୍ତିର ମାଲିକ ରାହୁଲ ଗାନ୍ଧୀ? କେବଳ ଅଫିସର ଦାମ ୯ କୋଟି! ଜାଣନ୍ତୁ ନେଟଓ଼୍ବର୍ଥ

ନୂଆଦିଲ୍ଲୀ,୭।୧୦: ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପ୍ରାୟତଃ ନିଜର ରାଜନୈତିକ ନିଷ୍ପତ୍ତି ଏବଂ ସରକାରଙ୍କ ବିରୋଧରେ ଦେଉଥିବା ବୟାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି।…

ବିକଶିତ ଓଡ଼ିଶା ଗଠନରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ, ଡବଲ୍‌ ଇଞ୍ଜିନ ସରକାରରେ…

ଖୋର୍ଦ୍ଧା,୭।୧୦(ପ୍ରଭାତ ପାଣିଗ୍ରାହୀ): ‘ବିକଶିତ ଭାରତ’ ସହ ‘ବିକଶିତ ଓଡ଼ିଶା’ ଗଠନ ପ୍ରକ୍ରିୟାରେ ସମସ୍ତ ନାଗରିକ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ…

ବିରାଟଙ୍କୁ ବଡ଼ ଝଟକା, ଶୂନ୍ୟ ରନରେ ଆଉଟ ହେବା ପରେ ତଳକୁ ଖସି ଆସିଛନ୍ତି କୋହଲି, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୭।୧୦: ଭାରତର ଷ୍ଟାର୍‌ ବ୍ୟାଟର ବିରାଟ କୋହଲିଙ୍କୁ ନିକଟରେ ୱେଷ୍ଟଇଣ୍ଡିଜ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଖେଳୁଥିବାର ଦେଖିବାକୁ ମିଳିଥିଲା। କୋହଲି ପ୍ରଥମ ମ୍ୟାଚରେ…

ନବରାତ୍ରୀ ଆରମ୍ଭରୁ ଚମକିବ ୪ ରାଶିଙ୍କ ଭାଗ୍ୟ, ପ୍ରଚୁର ଧନବର୍ଷା ସହ ଘରକୁ ଆସିବ ଖୁସି ଖବର

ଶାରଦୀୟ ନବରାତ୍ରୀର ପବିତ୍ର ପର୍ୱ ୧୧ ଅକ୍ଟୋବର, ରବିବାରଠାରୁ ଆରମ୍ଭ ହେବାକୁ ଯାଉଛି। ନବରାତ୍ରୀର ପ୍ରଥମ ଦିନରେ ଆଶ୍ୱିନ ଶୁକ୍ଳ ପ୍ରତିପଦା ତିଥିରେ କଳସ ସ୍ଥାପନ କରାଯାଏ…

ODI ବ୍ୟାଟ୍ସମ୍ୟାନଙ୍କ ଟପ-୧୦ରେ ସାମିଲ ହେଲେ କେଏଲ ରାହୁଲ, ଜାଣନ୍ତୁ ପ୍ରଥମ ସ୍ଥାନରେ କିଏ ଅଛନ୍ତି

ନୂଆଦିଲ୍ଲୀ,୭।୧୦: ODI କ୍ରିକେଟରେ ଭାରତୀୟ ବ୍ୟାଟରମାନଙ୍କର ପ୍ରାଧାନ୍ୟ ପୁଣିଥରେ ସ୍ପଷ୍ଟ ହୋଇଛି। ସାମ୍ପ୍ରତିକ ICC ରାଙ୍କିଙ୍ଗରେ, କେ.ଏଲ. ରାହୁଲ ଏକ ବଡ଼ ଧରଣର ଅଗ୍ରଗତି କରି ଶ୍ରେଷ୍ଠ…

ଇନଷ୍ଟାଗ୍ରାମ୍ ପ୍ରେମିକଙ୍କ ସହ ବିବାହ କରିବାକୁ ରାଜି ହେଲେନି ମା’; ଏମିତି ହତ୍ୟା କଲେ ଝିଅ, ଶୁଣିଲେ ଥରିଉଠିବ ଛାତି

ନୂଆଦିଲ୍ଲୀ,୭ା୧୦: ହରିୟାଣାର ସୋନିପତରୁ ଆସିଛି ଛାତିଥରା ଘଟଣା।ଇନଷ୍ଟାଗ୍ରାମ୍‌ରେ ହୋଇଥିବା ପ୍ରେମ ଓ ବିବାହ କରିବାକୁ ନେଇ ମା’ ପ୍ରତିବନ୍ଧକ ସାଜିବାରୁ ନିଜ ପ୍ରେମିକ ସହ ମିଶି ମା’ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?