ପରିବାରର ୩ ସମେତ ୪ କରୋନା ସଂକ୍ରମିତ: ଜିଲାରେ ଭୟର ବାତାବରଣ

ଜଗତ୍‌ସିଂହପୁର ଅଫିସ, ୬ା୫: ଜଗତ୍‌ସିଂହପୁର ଜିଲାକୁ ବୁଧବାର କରୋନା ଛୁଇଁଛି। ଜିଲାର ୪ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ସମସ୍ତେ ନାଉଗାଁ ବ୍ଲକ ଅଞ୍ଚଳର ବୋଲି ଜଣାପଡିଛି। ଏହି ୪ ଜଣଙ୍କ ମଧ୍ୟରୁ ୩ଜଣ ଗୋଟିଏ ପରିବାରର। ମାତ୍ର ଏହି ପରିବାରର ଜଣେ ସ୍ତ୍ରୀ ଲୋକ ଏବଂ ତାଙ୍କ ଛୋଟ ଝିଅ କରୋନା ସଂକ୍ରମଣରୁ ବର୍ତ୍ତୀ ଯାଇଛନ୍ତି। ଅନ୍ୟଜଣକ ସେମାନଙ୍କ ସମ୍ପର୍କୀୟ। ଏହି ସୂଚନା ମିଳିବା ପରେ ସାରା ଜିଲାରେ ଭୟର ବାତାବରଣ ସୃଷ୍ଟି ହୋଇଛି। ନାଉଗାଁ ବିଡିଓ ରଶ୍ମିରେଖା ମଲ୍ଲିକ, ଜଗତ୍‌ସିଂହପୁର ଏସ୍‌ଡିପିଓ ପ୍ରିୟରଞ୍ଜନ ଶତପଥୀ, ନାଉଗାଁ ଥାନା ଅଧିକାରୀ ଗୋବର୍ଦ୍ଧନ ସାହୁ ପ୍ରମୁଖ କରୋନା ସଂକ୍ରମିତମାନେ ରହୁଥିବା ଜାମୁଗାଁ ପଞ୍ଚାୟତ ଅନ୍ତର୍ଗତ କଣ୍ଟୁଣିଆହାଟ ହାଇସ୍କୁଲ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିଛନ୍ତି। ପ୍ରାଥମିକ ଭାବେ ଏହି ହାଇସ୍କୁଲ ଫାଟକ ନିକଟରେ ବ୍ୟାରିକେଡ୍‌ କରାଯିବା ସହ ୪ ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ କଟକ କିମ୍ବା ପାରାଦୀପସ୍ଥିତ କୋଭିଡ୍‌ ସ୍ବାସ୍ଥ୍ୟକେନ୍ଦ୍ର ନିଆଯିବ ସେ ଉପରେ ବିଚାରବିମର୍ଷ ଚାଲିଛି। ମାତ୍ର କେନ୍ଦ୍ରରେ ୧୩ ଜଣ ରହୁଥିବା ଏବଂ ଗୋଟିଏ ପାଇଖାନା ବ୍ୟବହାର କରୁଥିବାରୁ ସମ୍ଭାବ୍ୟ ପରିସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରାଯାଉଛି।
ସୂଚନା ମୁତାବକ ଜାମୁଗାଁ ପଞ୍ଚାୟତର ଗୋଟିଏ ପରିବାରର ୫ (୪୭, ୩୨, ୨୭, ୨୬ ଓ ୩ ବର୍ଷର) ଓ ସେମାନଙ୍କ ସମ୍ପର୍କୀୟ ତଥା ତିରୁଣା ପଞ୍ଚାୟତର ଜଣେ ବ୍ୟକ୍ତି (୩୦) ଜଣକା ୩,୫୦୦ ଟଙ୍କା ଲେଖାଏଁ ଭଡା ଦେଇ ସୁରଟରୁ ଏକ ବସ୍‌ରେ କଟକ ଆସିିଥିଲେ। ୫ ଜଣିଆ ପରିବାରରେ ସ୍ତ୍ରୀ, ସ୍ବାମୀ, ଦାଦା ଓ ସେମାନଙ୍କ ଛୋଟ ଝିଅ ଅନ୍ତର୍ଭୁକ୍ତ। ତେବେ କଟକରେ ପହଞ୍ଚତ୍ଲା ପରେ ସେମାନଙ୍କୁ ଚାଉଳିଆଗଞ୍ଜସ୍ଥିତ କ୍ବାରେଣ୍ଟାଇନ୍‌ ସେଣ୍ଟରରେ ରଖାଯାଇଥିଲା। ସେଠାରେ ଗୋଟିଏ କୋଠରୀରେ ୬ ଜଣ ରହିଥିଲେ। ୨ ତାରିଖ ଦିନ ଜିଲା ପ୍ରଶାସନ ତରଫରୁ ସେମାନଙ୍କୁ ଜଗତ୍‌ସିଂହପୁର ଅଣାଯିବା ବ୍ୟବସ୍ଥା ହୋଇଥିଲେ ସୁଦ୍ଧା ସ୍ବାବ୍‌ ପରୀକ୍ଷା କରା ନ ଯାଇ ସିଧାସଳଖ ସେମାନଙ୍କ ପଞ୍ଚାୟତ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇ ଦିଆଯାଇଥିଲା। ମଙ୍ଗଳବାର ଜଗତ୍‌ସିଂହପୁର ଅଣାଯାଇ ସରଳାଦେବୀ କଲ୍ୟାଣ ମଣ୍ଡପରେ ସ୍ବାବ୍‌ ସଂଗ୍ରହ ପରେ ପୁଣି କଣ୍ଟୁଣିଆହାଟ ହାଇସ୍କୁଲ ପଠାଇ ଦିଆଯାଇଥିଲା। ବୁଧବାର ଏହି ନମୁନା ରିପୋର୍ଟ ଆସିଛି। ରିପୋର୍ଟ ଆସିଲା ପରେ ଶଙ୍କା ବଢିବାରେ ଲାଗିଛି। କାରଣ ଏହି କେନ୍ଦ୍ରରେ ମୋଟ ୧୩ ଜଣ ରହୁଛନ୍ତି। ଗୋଟିଏ କୋଠରୀରେ ୬ ଓ ଅନ୍ୟଟିରେ ୭ ଜଣ ରହୁଛନ୍ତି। ଏହି ୭ ଜଣଙ୍କ ମଧ୍ୟରୁ ହାଇଦ୍ରାବାଦ୍‌ରୁ ୩ ଓ ଯାଜପୁର ଫେରନ୍ତା ହେଉଛନ୍ତି ୪। ଅନ୍ୟ ଜଣେ ମଧ୍ୟପ୍ରଦେଶରୁ ଫେରିଥିବା କୁହାଯାଉଥିଲେ ସୁଦ୍ଧା ସେ କେଉଁଠି ରହୁଛନ୍ତି ସ୍ପଷ୍ଟ ହୋଇନାହିଁ। ଏହି ୧୩ ଜଣ ଗୋଟିଏ ପାଇଖାନା ବ୍ୟବହାର କରୁଥିଲେ। ଏ ସମ୍ପର୍କରେ କଣ୍ଟୁଣିଆହାଟର କିଛି ଲୋକଙ୍କ କହିବା କଥା ହେଲା ଯେହେତୁ ବଜାରଟି ପାଖ ତେଣୁ ସେମାନେ ବଜାର ବୁଲିବାକୁ ଯାଇଥିଲେ ଆଗକୁ ବିପଦ ରହିଛି। କେତେଜଣ ପାନ ଆଦି ସେବନ କରନ୍ତି ତେଣୁ ଲୋକ ସମ୍ପର୍କରେ ଆସିଥିବା ସନ୍ଦେହ କରାଯାଉଛି। ସେହିପରି ତିରୁଣାର ବ୍ୟକ୍ତିଙ୍କ ଭାଇ ମଙ୍ଗଳବାର ତାଙ୍କୁ ଦେଖା କରିବାକୁ ଯାଇଥିଲେ। ମାତ୍ର ସେମାନେ ସାମାଜିକ ଦୂରତା ଅବଲମ୍ବନ କରିଥିଲେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। କହିବାକୁ ଗଲେ ସେମାନଙ୍କ ସହ ଆଲୋଚନା କରାଗଲେ ଅଧିକ କିଛି ତଥ୍ୟ ମିଳିପାରେ ବୋଲି କୁହାଯାଉଛି। ଏ ସମ୍ପର୍କରେ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର କହିଛନ୍ତି, ଜିଲାକୁ ୧୩୨ଜଣ ରାଜ୍ୟ ବାହାରୁ ଫେରିଛନ୍ତି। ସେମାନଙ୍କ ମଧ୍ୟରୁ ଏବେ ସୁଦ୍ଧା ୯୮ଜଣଙ୍କ ସ୍ବାବ୍‌ ଟେଷ୍ଟ ହୋଇଛି। ସେଥିରୁ ୯୪ ଜଣଙ୍କ ସ୍ବାବ୍‌ ନେଗେଟିଭ ଆସିଛି। ଆକ୍ରାନ୍ତମାନେ ୪ ତାରିଖରେ ଫେରିଛନ୍ତି। ପ୍ରଥମର ୪ ପିଜିଟିଭ ହୋଇଥିବାରୁ ସେମାନଙ୍କୁ କଣ୍ଟେନମେଣ୍ଟରେ ରଖାଯାଇଛି। ତେବେ ସେମାନେ କେଉଁମାନଙ୍କ ସଂସ୍ପର୍ଶରେ ଆସିଛନ୍ତି ତାହା ଯାଞ୍ଚ କରାଯାଉଛି। ଯାଞ୍ଚ ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଜିଲାପାଳ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri