Posted inଖେଳ

ବାଲକୋନୀରୁ ଡେଇଁ ଆତ୍ମହତ୍ୟା କରିବାକୁ ଚାହୁଁଥିଲେ ଉଥାପ୍ପା

ନୂଆଦିଲ୍ଳୀ,୪।୬(ପି.ଟି.): ୨୦୦୭ରେ ଅନୁଷ୍ଠିତ ଟି୨୦ ବିଶ୍ୱକପ୍‌ର ପ୍ରାରମ୍ଭିକ ସଂସ୍କରଣରେ ଭାରତକୁ ଚାମ୍ପିୟନ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ରବିନ୍‌ ଉଥାପ୍ପା ଏକଦା ମାନସିକ ଦୁଃଶ୍ଚିନ୍ତାର ଶିକାର ହୋଇ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ। କ୍ୟାରିୟରରେ ୨ ବର୍ଷ ସେ ଏ ଭଳି ମାନସିକ ଚାପ ଦେଇ ଗତି କରି ଆସୁଥିଲେ। ସେ ବାଲକୋନୀରୁ ଡେଇଁ ଆତ୍ମହତ୍ୟା କରିବାକୁ ଚିନ୍ତା କରୁଥିଲେ। ତେବେ ଏହି ଦୁଃସମୟରେ କ୍ରିକେଟ ହିଁ ତାଙ୍କୁ ଏଥିରୁ ନିବୃତ୍ତ ରହିବାକୁ ସାହାସ ଦେଇଥିଲା ବୋଲି ଉଥାପ୍ପା କହିଛନ୍ତି। ରୟାଲ ରାଜସ୍ଥାନ ଫାଉଣ୍ଡେଶନ ଲାଇଭ୍‌ ସେସନ ‘ମାଇଣ୍ଡ, ବଡି ଆଣ୍ଡ ସୋଲ’ରେ ଅଂଶଗ୍ରହଣ କରି ଉଥାପ୍ପା ନିଜ ଜୀବନ ଅନେକ ଗୁପ୍ତ କଥା ସାର୍ବଜନୀନ କରିଛନ୍ତି।
୨୦୦୯ରୁ ୨୦୧୧ ମଧ୍ୟରେ ଏଭଳି ପରିସ୍ଥିତର ସମ୍ମୁଖୀନ ହୋଇଥିଲି। ସେତେବେଳେ କ୍ରିକେଟ ବିଷୟରେ ଚିନ୍ତା କରିପାରୁ ନ ଥିଲି। ସେତେବେଳେ ଆଜି କିଭଳି ରହିବ ଓ କାଲି କେମିତି ବିତାଇବି। ମୋ ଜୀବନ କେଉଁଆଡେ ଗତି କରୁଛି ସେ ନେଇ ସନ୍ଦୀହାନ ଥିଲି। ଅବଶ୍ୟ କ୍ରିକେଟ ଏହି ଚିନ୍ତାରୁ ଦୂରେଇ ରହିବା ପାଇଁ ସାହାଯ୍ୟ କରିଥିଲା। ତେବେ ଅଫ୍‌ ସିଜନ ଓ ମ୍ୟାଚ୍‌ ନ ଥିବା ଦିନଗୁଡିକରେ ପୁଣି ସମସ୍ୟାରେ ପଡୁଥିଲି। ବେଳେବେଳେ ମନେ ହେଉଥିଲା ବାଲଲକୋନୀରୁ ଡେଇଁ ଜୀବନ ହାରି ଦେବି। କିନ୍ତୁ କୌଣସ କାରଣରୁ ଏଥିରୁ ନିବୃତ୍ତ ରହିବାରେ ସକ୍ଷମ ହୋଇଥିଲି। ସେତେବେଳେ ଡାଏରୀ ଲେଖିବା ଆରମ୍ଭ କରିଥିଲି। ଜଣେ ମଣିଷ ହିସାବରେ ନିଜକୁ ବୁଝିବାକୁ ପ୍ରୟାସ କରିଥିଲି। ଏହାପରେ ବାହାରୁ ସହାଯ୍ୟ ନେଇଥିଲି ଓ ଜୀବନର ଗତିପଥ ବଦଳାଇବାକୁ ଚେଷ୍ଟା କରିଥିଲି।
ଏହାପରେ ଅଷ୍ଟ୍ରେଲିଆରେ ଭାରତ ଏ’ ଦଳରେ ନେତୃତ୍ୱ ନେଇଥିଲେ ମଧ୍ୟ ଭାରତୀୟ ଦଳରେ ସ୍ଥାନ ପାଇ ନ ଥିଲି। ଯେତେ ପରିଶ୍ରମ କଲେ ବି ରନ ସଂଗ୍ରହ କରିପାରୁ ନ ଥିଲି। ମୋ ସହିତ କିଛି ସମସ୍ୟା ଥିଲା ବୋଲି ଭାବିଥିଲି। ମାନସିକ ସମସ୍ୟାକୁ ଆମେ ବେଳେବେଳେ ସ୍ବୀକାର କରିବାକୁ ଅକ୍ଷମ ହୋଇଥାଉ ବୋଲି ଉଥାପ୍ପା କହିଛନ୍ତି। ତେବେ ଏହାପରେ ୨୦୧୪- ୧୫ ରଣଜୀ ସେସନରେ ଉଥାପ୍ପା ସର୍ବାଧିକ ରନ ସଂଗ୍ରହ କରିଥିଲେ। ଏପର୍ଯ୍ୟନ୍ତ ଅବସର ଘୋଷଣା କରି ନ ଥିଲେ ମଧ୍ୟ ସେ ୨୦୧୫ ପର୍ଯ୍ୟନ୍ତ ଭାରତ ପାଇଁ ଖେଳିଥିଲେ। ଜୀବନରେ ଖାରପ୍‌ ସମୟ ଦେଇ ଗତି କରିଥିବାରୁ ଓ ନକାରାତ୍କ ଅଭିଜ୍ଞତା ହାସଲ କରିଥିବାରୁ ମୋର କୌଣସି ଅନୁସୋଚନା ନାହିଁ। କାରଣ ଏହା ଦ୍ୱାରା ସକାରାତ୍ମକ ମନୋଭାବ ଆସିଥାଏ। ଗତ ଏକ ଦସନ୍ଧିରେ କ୍ରିକେଟରେ ବହୁ ପରିବର୍ତ୍ତନ ଆସିଛି ବୋଲି ଉଥାପ୍ପା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୩ ହଜାର କୋଟିରୁ ଅଧିକ ପୁଞ୍ଜି ପ୍ରତ୍ୟାହାର କରିଛନ୍ତି ଏଫ୍‌ପିଆଇ

ମୁମ୍ବାଇ,୧୪ା୯: ଭୂ-ରାଜନୀତିକ କାରଣକୁ ନେଇ ବିଶ୍ୱସ୍ତରରେ ଅନିଶ୍ଚିତତା ବୃଦ୍ଧି ପାଇବା ଯୋଗ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ନିବେଶକମାନଙ୍କୁ ପ୍ରଭାବିତ କରିଛି। ଏହାବ୍ୟତୀତ ଆମେରିକାର ବଣ୍ଡ୍‌ ୟିଲ୍ଡ…

ଦାୟିତ୍ୱରୁ ଦୂରେଇ ଯାଉଛି ପୋଲିସର ମାନବାଧିକାର ସୁରକ୍ଷା ସେଲ୍‌

କଟକ ସଦର, ୧୪/୯ (ସୁଶାନ୍ତ କୁମାର ଜେନା): ବିଭିନ୍ନ ଫୌଜଦାରୀ ମାମଲାର ରାୟକୁ ସୁପ୍ରିମକୋର୍ଟ ଓ ହାଇକୋର୍ଟ ସମୟକୁ ସମୟ ସମୀକ୍ଷା କରି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ…

ଆମେରିକାକୁ ପଛରେ ପକାଇ ଭାରତ ହେବ ୨ୟ ବୃହତ୍‌ ଅର୍ଥନୀତି

ନୂଆଦିଲ୍ଲୀ,୧୪ା୯: ଆସନ୍ତା ୨୫ ବର୍ଷ ମଧ୍ୟରେ ଆମେରିକାକୁ ପଛରେ ପକାଇ ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା ହେବା ପଥରେ ଅଗ୍ରସର ହେଉଛି। ପରବର୍ତ୍ତୀ ସମୟରେ ଏହା…

ଆସନ୍ତାକାଲି ନୂଆଖାଇ: ପୂଜା ପାଇଁ ଘର ଘର ବୁଲି ଚାଉଳ ସଂଗ୍ରହ

କେସିଙ୍ଗା, ୧୪।୯ (ତୁମେଶ୍ୱର ସାହୁ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇକୁ ନେଇ ସବୁଠି ଉତ୍ସାହ ଓ ଆନନ୍ଦର ପରିବେଶ। ଆସନ୍ତାକାଲି ନୂଆଖାଇ ପାଳନ ହେବାକୁ ଥିବାବେଳେ ଗରିବଠାରୁ…

ମିଳିତ ଶସ୍ୟ ବଜାର ପ୍ରତିଷ୍ଠା ପାଇଁ ପୁଟିନ୍‌ଙ୍କ ଆହ୍ବାନ

ନୂଆଦିଲ୍ଲୀ,୧୪ା୯: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ଏକ ନୂତନ ବୀମା ବ୍ୟବସ୍ଥା ପ୍ରଚଳନ କରିବା ସହିତ ମିଳିତ ଶସ୍ୟ ବଜାର ପ୍ରତିଷ୍ଠା ପାଇଁ…

‘ଢେମ୍‌ସା ନୃତ୍ୟ ଆନ୍ଧ୍ରପ୍ରଦେଶର’ ଗୁଗ୍‌ଲରେ ଉଲ୍ଲେଖ ନେଇ ବଢ଼ୁଛି ଅସନ୍ତୋଷ

ପଟ୍ଟାଙ୍ଗି,୧୪ା୯(ଶରତ କୁମାର ଧଳ):କୋରାପୁଟ କଫି ଏବେ ବ୍ରିକ୍ସ ସମ୍ମିଳନୀରେ ବିଶ୍ୱ ପ୍ରତିନିଧିମାନଙ୍କୁ ପରଷା ଯାଉଛି। କୋରାପୁଟ କଫିକୁ ବିଶ୍ୱ ଦରବାରରେ ପରିଚିତ କରାଇବା ପାଇଁ ଚେଷ୍ଟା ଜାରି…

ଧରାପଡ଼ିଲା ଓରାଙ୍ଗଉଟାନର ଚାଲାଣର ମାଷ୍ଟରମାଇଣ୍ଡ୍‌: ଏହି ୨ ଜଣ କରୁଥିଲେ…

ଭୁବନେଶ୍ୱର/ଭୋଗରାଇ,୧୪ା୯ (ତ୍ରିନାଥ ମହାନ୍ତି/ପ୍ରଦୀପ ଦାସ):ବାଲେଶ୍ୱର ବିଚିତ୍ରପୁର ଜଙ୍ଗଲରୁ ୫ ଓରାଙ୍ଗ୍‌ଉଟାନ ଶାବକ ଉଦ୍ଧାର ଘଟଣାରେ ଅନ୍ତର୍ଜାତୀୟ ଚୋରା ଚାଲାଣକାରୀଙ୍କ ଲିଙ୍କ୍‌ ରହିଛି। ପଶ୍ଚିବଙ୍ଗ ଦୀଘାସ୍ଥିତ ଗ୍ରାଣ୍ଡ୍‌ ହେରିଟେଜ୍‌…

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?