ବାରିପଦା ବିଦ୍ୟୁତ୍‌ ଡିଭିଜନ : ଜାଲ୍‌ ଚେକ୍‌ରେ ଟାର୍ଗେଟ ପୂରଣ ଘଟଣା; ୩ ଅଧିକାରୀ ନିଲମ୍ବିତ

ଧରିତ୍ରୀ ପ୍ରଭାବ
ବାରିପଦା ଅଫିସ,୯।୮- ମୟୂରଭଞ୍ଜ ଜିଲା ବାରିପଦା ବିଦ୍ୟୁତ୍‌ ଡିଭିଜନରେ ବିଲ୍‌ ଆଦାୟ ଟାର୍ଗେଟ ପୂରଣ ପାଇଁ ଜାଲ୍‌ ଚେକ୍‌ ଦେଇ ବିଭାଗକୁ ଠକିଥିବା ୩ ଅଧିକାରୀଙ୍କୁ ବୁଧବାର କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ଏ ନେଇ କେବଳ ‘ଧରିତ୍ରୀ’ରେ ଗତ ଜୁଲାଇ ୧୮ ଓ ୨୩ ତାରିଖରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଏହା ପରେ ବିଭାଗ ପକ୍ଷରୁ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ବିତ କରାଯାଇଥିଲା। ବିଭାଗର ଚିଫ୍‌ ଭିଜିଲାନ୍ସ ଅଫିସର ଏବଂ ଏଜିଏମ (ଏଫ) ଏହାର ତଦନ୍ତ କରୁଥିଲେ। ଏହି ଘଟଣାରେ ସମ୍ପୃକ୍ତି ଥିବା ପ୍ରମାଣ ମିଳିବା ପରେ ନେସ୍କୋ ୟୁଟିଲିଟିର ଏଚ୍‌ଆର୍‌ ମୁଖ୍ୟ ସଂପୃକ୍ତ ୩ ଅଧିକାରୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି। ଚିଠି ନଂ. ୩୯୦ରେ ବାରିପଦା ଡିଭିଜନର ତତ୍କାଳୀନ ନିର୍ବାହୀ ଯନ୍ତ୍ରୀ ସିଦ୍ଧାର୍ଥ ଶଙ୍କର ରାୟ ଓ ଚିଠି ନଂ. ୩୯୪ ରେ କୁଳିଅଣା ସେକ୍ସନରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ସୂର୍ଯ୍ୟକାନ୍ତ ସାହୁଙ୍କୁ ନିଲମ୍ବନ କରାଯାଇଛି। ସେହିପରି କାର୍ଯ୍ୟରେ ଅବହେଳା କରିଥିବା ଦର୍ଶାଇ ବାରିପଦା ଡିଭିଜନ କାର୍ଯ୍ୟାଳୟର ଆସିଷ୍ଟାଣ୍ଟ ଫାଇନାନ୍ସ ମ୍ୟାନେଜର ଅର୍ଣ୍ଣବ ରଞ୍ଜନ ଜେନାଙ୍କୁ ଚିଠି ନଂ. ୩୯୮ରେ ନିଲମ୍ବନ କରାଯାଇଛି।
ବିଦ୍ୟୁତ ବିଲ୍‌ ଆଦାୟ ଟାର୍ଗେଟ ପୂରଣ ଲାଗି ବାରିପଦା ଡିଭିଜନର କେତେକ ଅଧିକାରୀ ଜାଲ୍‌ ଚେକ୍‌ ଦେଇ ବିଭାଗରେ ପ୍ରଶଂସା ସାଉଁଟୁଥିଲେ। କେବଳ କାଗଜପତ୍ରରେ ବିଭାଗର ଟାର୍ଗେଟ ପୂରଣ ହେଉଥିବା ବେଳେ ବିତ୍ତୀୟ ବ୍ୟବସ୍ଥାରେ ବକେୟା ଗଡୁଥିଲା। ବିଭାଗ ଏହି କାରସାଦି ଜାଣିଥିଲେ ସୁଦ୍ଧା କିଛି ବରିଷ୍ଠ ଅଧିକାରୀଙ୍କ ଚାପ ଯୋଗୁ ତଦନ୍ତ ବାଟବଣା ହୋଇଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ, ନେସ୍କୋ ଦ୍ୱାରା ପ୍ରତି ମାସ ତଥା ବାର୍ଷିକ ବିଦ୍ୟୁତ ବିଲ୍‌ ଆଦାୟ ପାଇଁ ଟାର୍ଗେଟ ଦିଆଯାଏ। ଏହି ଟାର୍ଗେଟ ପୂରଣ କଲେ ବିଭାଗୀୟ ଅଧିକାରୀମାନଙ୍କୁ ବିଭାଗ ଦ୍ୱାରା ସମ୍ମାନିତ କରାଯାଇଥାଏ। ଏହି ଅନୁଯାୟୀ ବାରିପଦା ବିଦୁତ୍‌ ଡିଭିଜନରେ ନିର୍ବାହୀ ଯନ୍ତ୍ରୀ କାର୍ଯ୍ୟ କରୁଥିବା ସିଦ୍ଧାର୍ଥ ଶଙ୍କର ରାୟ ପ୍ରତି ଥର ବିଦ୍ୟୁତ୍‌ ବିଲ୍‌ ଆଦାୟ ଟାର୍ଗେଟ ପୂରଣ କରିଥିଲେ। ସେତେବେଳେ ବାରିପଦା ଟାଉନ ସବ ଡିଭିଜନର ଭଞ୍ଜପୁର ସେକ୍ସନରେ କାର୍ଯ୍ୟ କରୁଥିବା କନିଷ୍ଠ ଯନ୍ତ୍ରୀ ସୂର୍ଯ୍ୟକାନ୍ତ ସାହୁ ଏହି କାର୍ଯ୍ୟରେ ତାଙ୍କୁ ସହଯୋଗ କରୁଥିଲେ। ଯନ୍ତ୍ରୀ ସାହୁ ତାଙ୍କ ସମ୍ପର୍କୀୟମାନଙ୍କ ନାମରେ ଥିବା ଚେକ୍‌ଗୁଡିକ ବିଭାଗକୁ ଦେଇଥିଲେ। ନିର୍ବାହୀ ଯନ୍ତ୍ରୀ ରାୟ ଓ କନିଷ୍ଠ ଯନ୍ତ୍ରୀ ସାହୁ ବିଶେଷ କରି ୨୦୧୭ ଜୁନରୁ ୨୦୧୯ ମାର୍ଚ୍ଚ ମଧ୍ୟରେ ଏଭଳି ଜାଲ୍‌ ଚେକ୍‌ ଦେଇଥିବା ଜଣାପଡିଥିଲା। ତେବେ କାଗଜପତ୍ରରେ ବିଦ୍ୟୁତ୍‌ ବିଲ୍‌ ଆଦାୟ ଟାର୍ଗେଟ ପୂରଣ ହୋଇଥିବା ଜଣାପଡୁଥିବା ବେଳେ ବିଭାଗର ବିତ୍ତ ବ୍ୟବସ୍ଥା ବିଭାଗରେ କିନ୍ତୁ ବକେୟା ପଡ଼ିି ରହୁଥିଲା। ଏଥିନେଇ ବିଭାଗର ସନ୍ଦେହ ହେବାରୁ ତଦନ୍ତ ଆରମ୍ଭ କରାଯାଇଥିଲା। ତଦନ୍ତ ବେଳେ ଜାଲ୍‌ ଚେକ୍‌ ଦେଇ ଟାର୍ଗେଟ ପୂରଣ କରାଯାଇଥିବା ଜଣାପଡିଥିଲା। ଏହିଭଳି ଭାବେ ପ୍ରାୟ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଜାଲ୍‌ ଚେକ୍‌ ଉକ୍ତ ଅଧିକାରୀମାନେ ବିଭାଗକୁ ଦେଇଥିବା ଜଣାପଡିଥିଲା। ବିଭାଗ ପକ୍ଷରୁ ତଦନ୍ତ ସହ ଅଡିଟ କରାଯିବା ପାଇଁ ପଦକ୍ଷେପ ନିଆଯାଇଥିଲା। ପରେ ବାରିପଦା ଡିଭିଜନରେ ନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ରାୟଙ୍କୁ ଗତ ଜୁଲାଇ ମାସରେ ବାଲେଶ୍ୱର ସ୍ଥିତ କର୍ପୋରେଟ ଅଫିସକୁ ବଦଳି କରାଯାଇଥିଲା। ଅନ୍ୟପକ୍ଷରେ ଏହି ଜାଲ୍‌ ଚେକ୍‌ ଦେଇ ବିଭାଗର ଟାର୍ଗେଟ ପୂରଣ କରିବା ପରେ ଏହି ବାବଦକୁ କମିଶନ ଟଙ୍କା ମଧ୍ୟ କିଛି କର୍ମଚାରୀ ପାଇଛନ୍ତି। ଏ ଦିଗରେ ତଦନ୍ତ କରି ଏହି ଟଙ୍କା ଆଦାୟ କରିବା ଦିଗରେ ବିଭାଗ ଅଧିକ ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଢାବା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥ ଗଡଦେଉଳିଆ ସ୍ଥିତ ଏକ ଢ଼ାବାରେ ଶନିବାର ସନ୍ଧ୍ୟାରେ ୪ଜଣ ଦୁର୍ବୃତ୍ତ ପଶି…

ଝିଅ ଘରକୁ ବୁଲିବାକୁ ଯାଇଥିଲେ, କଳାକନା ବୁଲାଇଲେ ଦୁର୍ବୃତ୍ତ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଉଳିଆ ଗ୍ରାମର ଜନୈକ ବ୍ୟକ୍ତି ତାଙ୍କ ଝିଅ ଘରକୁ ବୁଲିବାକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି…

ବାରିପଦାରୁ ୨ ଅଡିଟ୍ ଅଫିସର୍‌ଙ୍କୁ ଧରିଲା ବାଲେଶ୍ୱର ଭିଜିଲାନ୍ସ ଟିମ୍

ବାରିପଦା,୧୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଅନୁସୂଚୀତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଓ ଗଣଶିକ୍ଷା ବିଭାଗ ଅଧିନରେ ଥିବା ଆଦିବାସୀ ହଷ୍ଟେଲ ଗୁଡିକର ଅଡିଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?