ବାରିପଦା ବିଦ୍ୟୁତ୍‌ ଡିଭିଜନ : ଜାଲ୍‌ ଚେକ୍‌ରେ ଟାର୍ଗେଟ ପୂରଣ ଘଟଣା; ୩ ଅଧିକାରୀ ନିଲମ୍ବିତ

ଧରିତ୍ରୀ ପ୍ରଭାବ
ବାରିପଦା ଅଫିସ,୯।୮- ମୟୂରଭଞ୍ଜ ଜିଲା ବାରିପଦା ବିଦ୍ୟୁତ୍‌ ଡିଭିଜନରେ ବିଲ୍‌ ଆଦାୟ ଟାର୍ଗେଟ ପୂରଣ ପାଇଁ ଜାଲ୍‌ ଚେକ୍‌ ଦେଇ ବିଭାଗକୁ ଠକିଥିବା ୩ ଅଧିକାରୀଙ୍କୁ ବୁଧବାର କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ଏ ନେଇ କେବଳ ‘ଧରିତ୍ରୀ’ରେ ଗତ ଜୁଲାଇ ୧୮ ଓ ୨୩ ତାରିଖରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଏହା ପରେ ବିଭାଗ ପକ୍ଷରୁ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ବିତ କରାଯାଇଥିଲା। ବିଭାଗର ଚିଫ୍‌ ଭିଜିଲାନ୍ସ ଅଫିସର ଏବଂ ଏଜିଏମ (ଏଫ) ଏହାର ତଦନ୍ତ କରୁଥିଲେ। ଏହି ଘଟଣାରେ ସମ୍ପୃକ୍ତି ଥିବା ପ୍ରମାଣ ମିଳିବା ପରେ ନେସ୍କୋ ୟୁଟିଲିଟିର ଏଚ୍‌ଆର୍‌ ମୁଖ୍ୟ ସଂପୃକ୍ତ ୩ ଅଧିକାରୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି। ଚିଠି ନଂ. ୩୯୦ରେ ବାରିପଦା ଡିଭିଜନର ତତ୍କାଳୀନ ନିର୍ବାହୀ ଯନ୍ତ୍ରୀ ସିଦ୍ଧାର୍ଥ ଶଙ୍କର ରାୟ ଓ ଚିଠି ନଂ. ୩୯୪ ରେ କୁଳିଅଣା ସେକ୍ସନରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ସୂର୍ଯ୍ୟକାନ୍ତ ସାହୁଙ୍କୁ ନିଲମ୍ବନ କରାଯାଇଛି। ସେହିପରି କାର୍ଯ୍ୟରେ ଅବହେଳା କରିଥିବା ଦର୍ଶାଇ ବାରିପଦା ଡିଭିଜନ କାର୍ଯ୍ୟାଳୟର ଆସିଷ୍ଟାଣ୍ଟ ଫାଇନାନ୍ସ ମ୍ୟାନେଜର ଅର୍ଣ୍ଣବ ରଞ୍ଜନ ଜେନାଙ୍କୁ ଚିଠି ନଂ. ୩୯୮ରେ ନିଲମ୍ବନ କରାଯାଇଛି।
ବିଦ୍ୟୁତ ବିଲ୍‌ ଆଦାୟ ଟାର୍ଗେଟ ପୂରଣ ଲାଗି ବାରିପଦା ଡିଭିଜନର କେତେକ ଅଧିକାରୀ ଜାଲ୍‌ ଚେକ୍‌ ଦେଇ ବିଭାଗରେ ପ୍ରଶଂସା ସାଉଁଟୁଥିଲେ। କେବଳ କାଗଜପତ୍ରରେ ବିଭାଗର ଟାର୍ଗେଟ ପୂରଣ ହେଉଥିବା ବେଳେ ବିତ୍ତୀୟ ବ୍ୟବସ୍ଥାରେ ବକେୟା ଗଡୁଥିଲା। ବିଭାଗ ଏହି କାରସାଦି ଜାଣିଥିଲେ ସୁଦ୍ଧା କିଛି ବରିଷ୍ଠ ଅଧିକାରୀଙ୍କ ଚାପ ଯୋଗୁ ତଦନ୍ତ ବାଟବଣା ହୋଇଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ, ନେସ୍କୋ ଦ୍ୱାରା ପ୍ରତି ମାସ ତଥା ବାର୍ଷିକ ବିଦ୍ୟୁତ ବିଲ୍‌ ଆଦାୟ ପାଇଁ ଟାର୍ଗେଟ ଦିଆଯାଏ। ଏହି ଟାର୍ଗେଟ ପୂରଣ କଲେ ବିଭାଗୀୟ ଅଧିକାରୀମାନଙ୍କୁ ବିଭାଗ ଦ୍ୱାରା ସମ୍ମାନିତ କରାଯାଇଥାଏ। ଏହି ଅନୁଯାୟୀ ବାରିପଦା ବିଦୁତ୍‌ ଡିଭିଜନରେ ନିର୍ବାହୀ ଯନ୍ତ୍ରୀ କାର୍ଯ୍ୟ କରୁଥିବା ସିଦ୍ଧାର୍ଥ ଶଙ୍କର ରାୟ ପ୍ରତି ଥର ବିଦ୍ୟୁତ୍‌ ବିଲ୍‌ ଆଦାୟ ଟାର୍ଗେଟ ପୂରଣ କରିଥିଲେ। ସେତେବେଳେ ବାରିପଦା ଟାଉନ ସବ ଡିଭିଜନର ଭଞ୍ଜପୁର ସେକ୍ସନରେ କାର୍ଯ୍ୟ କରୁଥିବା କନିଷ୍ଠ ଯନ୍ତ୍ରୀ ସୂର୍ଯ୍ୟକାନ୍ତ ସାହୁ ଏହି କାର୍ଯ୍ୟରେ ତାଙ୍କୁ ସହଯୋଗ କରୁଥିଲେ। ଯନ୍ତ୍ରୀ ସାହୁ ତାଙ୍କ ସମ୍ପର୍କୀୟମାନଙ୍କ ନାମରେ ଥିବା ଚେକ୍‌ଗୁଡିକ ବିଭାଗକୁ ଦେଇଥିଲେ। ନିର୍ବାହୀ ଯନ୍ତ୍ରୀ ରାୟ ଓ କନିଷ୍ଠ ଯନ୍ତ୍ରୀ ସାହୁ ବିଶେଷ କରି ୨୦୧୭ ଜୁନରୁ ୨୦୧୯ ମାର୍ଚ୍ଚ ମଧ୍ୟରେ ଏଭଳି ଜାଲ୍‌ ଚେକ୍‌ ଦେଇଥିବା ଜଣାପଡିଥିଲା। ତେବେ କାଗଜପତ୍ରରେ ବିଦ୍ୟୁତ୍‌ ବିଲ୍‌ ଆଦାୟ ଟାର୍ଗେଟ ପୂରଣ ହୋଇଥିବା ଜଣାପଡୁଥିବା ବେଳେ ବିଭାଗର ବିତ୍ତ ବ୍ୟବସ୍ଥା ବିଭାଗରେ କିନ୍ତୁ ବକେୟା ପଡ଼ିି ରହୁଥିଲା। ଏଥିନେଇ ବିଭାଗର ସନ୍ଦେହ ହେବାରୁ ତଦନ୍ତ ଆରମ୍ଭ କରାଯାଇଥିଲା। ତଦନ୍ତ ବେଳେ ଜାଲ୍‌ ଚେକ୍‌ ଦେଇ ଟାର୍ଗେଟ ପୂରଣ କରାଯାଇଥିବା ଜଣାପଡିଥିଲା। ଏହିଭଳି ଭାବେ ପ୍ରାୟ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଜାଲ୍‌ ଚେକ୍‌ ଉକ୍ତ ଅଧିକାରୀମାନେ ବିଭାଗକୁ ଦେଇଥିବା ଜଣାପଡିଥିଲା। ବିଭାଗ ପକ୍ଷରୁ ତଦନ୍ତ ସହ ଅଡିଟ କରାଯିବା ପାଇଁ ପଦକ୍ଷେପ ନିଆଯାଇଥିଲା। ପରେ ବାରିପଦା ଡିଭିଜନରେ ନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ରାୟଙ୍କୁ ଗତ ଜୁଲାଇ ମାସରେ ବାଲେଶ୍ୱର ସ୍ଥିତ କର୍ପୋରେଟ ଅଫିସକୁ ବଦଳି କରାଯାଇଥିଲା। ଅନ୍ୟପକ୍ଷରେ ଏହି ଜାଲ୍‌ ଚେକ୍‌ ଦେଇ ବିଭାଗର ଟାର୍ଗେଟ ପୂରଣ କରିବା ପରେ ଏହି ବାବଦକୁ କମିଶନ ଟଙ୍କା ମଧ୍ୟ କିଛି କର୍ମଚାରୀ ପାଇଛନ୍ତି। ଏ ଦିଗରେ ତଦନ୍ତ କରି ଏହି ଟଙ୍କା ଆଦାୟ କରିବା ଦିଗରେ ବିଭାଗ ଅଧିକ ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଫରେଷ୍ଟର ଶୋଭାକର ସିଂ ଗିରଫ ଘଟଣା: ବନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

କପ୍ତିପଦା,୧୦।୨(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା କପ୍ତିପଦା ବନ ବିଭାଗ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ କରି ଫରେଷ୍ଟର ଶୋଭାକର ସିଂଙ୍କୁ ଫେବୃୟାରୀ ୬ତାରିଖରେ ଗିରଫ କରିଥିଲା। ଏହି ଘଟଣାରେ...

ଢୁଢୁଆ ବାରୁଣୀ ଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁ

ଖୁଣ୍ଟା/କୁଆମରା,୩୧।୩(ଡି.ଏନ.ଏ.):  ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ଅଧୀନ ଖୁଣ୍ଟା ନିକଟ ବାଲିଡ଼ିହା ଗ୍ରାମ ଦେଇ ପ୍ରବାହିତ ଗଙ୍ଗାହାର ନଦୀ କୂଳରେ ଥିବା ବାବା ଢୁଢେଶ୍ବର...

୫ଦିନ ବନ୍ଦ ରହିବ ଶିମିଳିପାଳ

ବାରିପଦା ଅଫିସ, ୧୧।୧: ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ବୁଧବାରଠାରୁ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ବନବିଭାଗର ଯଶିପୁର କାଳିଆଣି ଓ ପିଠାବଟାର...

ରଖେ ହରି ମାରେ କିଏ: ପ୍ଲାଟଫର୍ମ -ଟ୍ରେନ ମଝିରେ ଫସି ରହିଲେ ଯୁବତୀ

ବାରିପଦା ଅଫିସ,୧୯ା୧୧- କଥାରେ ଅଛି ରଖେ ହରି ମାରେ କିଏ। ମୟୂରଭଞ୍ଜ ଜିଲା ବାରିପଦା ସହର ଭଞ୍ଜପୁର ରେଳଷ୍ଟେଶନରେ ସୋମବାର ଘଟିଥିବା ଏକ ଘଟଣା ଉପରୋକ୍ତ...

ସଫେଇ କର୍ମଚାରୀଙ୍କ ବିକ୍ଷୋଭ

ବାରିପଦା ଅଫିସ, ୧୨ା୩- ବାରିପଦା ପୌର ପରିଷଦ କାର୍ଯ୍ୟାଳୟ ଆଗରେ ବୁଧବାର ସଫେଇ କର୍ମଚାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଜାନୁୟାରୀ, ଫେବୃୟାରୀ ମାସର ଦରମା ନ...

ଚିକିତ୍ସା ଆଳରେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ: ଡାକ୍ତରଙ୍କୁ ଅଟକ, ତଦନ୍ତ ଜାରି

ବାରିପଦା ଅଫିସ,୧୩।୧୨: ମୟୂରଭଞ୍ଜ ଜିଲା ବାରିପଦା ପିଆର୍‌ଏମ୍‌ ମେଡିକାଲ କଲେଜରେ ଏକ ଅଭାବନୀୟ ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ଚିକିତ୍ସା ପାଇଁ ଆସିଥିବା...

ଠାକୁରମୁଣ୍ଡା ବଜାର ହେଲା ବିଶୋଧନ

ଠାକୁରମୁଣ୍ଡା,୮ା୩ (ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବଜାର ଅଞ୍ଚଳକୁ ବିଶୋଧନ କରାଯାଇଛି। କରୋନା ସଂକ୍ରମଣକୁ ରୋକିବାଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍‌ ଡାଉନ...

‘ମାସକ ମଧ୍ୟରେ ରିପୋର୍ଟ ଦିଅ’

ବାରିପଦା ଅଫିସ,୩।୬ ବିଶ୍ୱପ୍ରସିଦ୍ଧ ମୟୂରଭଞ୍ଜ ଛଉ ନୃତ୍ୟର ପୁନରୁଦ୍ଧାର ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ମୟୂରଭଞ୍ଜ ଛଉ ନୃତ୍ୟ ପ୍ରତିଷ୍ଠାନ ଅଧୀନରେ...

Advertisement
Archives

Model This Week