Posted inଖେଳ

ବାରବାଟୀ ଦିନିକିଆ: କାଉଣ୍ଟରରେ ଉପଲବ୍ଧ ୧୦,୦୩୯ ଟିକେଟ୍‌

କଟକ ଅଫିସ,୧୯ା୧୨- ଆସନ୍ତା ରବିବାର ଦିନ ବାରବାଟୀରେ ହେବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ ୩ୟ ଏକଦିବସୀୟ କ୍ରିକେଟ ମ୍ୟାଚ୍‌ ପାଇଁ ଉଭୟ ଦଳ ଗୁରୁବାର ମଧ୍ୟାହ୍ନରେ ଭୁବନେଶ୍ୱରରେ ପହଞ୍ଚିବେ। ଗୁରୁବାର ଦିନ ୧୨.୧୦ରୁ ୧.୧୦ ମଧ୍ୟରେ ଉଭୟ ଦଳ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେମାନଙ୍କୁ ଭୁବନେଶ୍ୱରର ଏକ ତାରକା ହୋଟେଲକୁ ନିଆଯିବ। ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ପକ୍ଷରୁ ଉଭୟ ଦଳକୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦେବା ନିମନ୍ତେ ବ୍ୟବସ୍ଥା କରାଯାଇଛି। ପରେ ଉଭୟ ଦଳ ପର୍ଯ୍ୟାୟକ୍ରମେ ଶୁକ୍ରବାର ଓ ଶନିବାର ଅଭ୍ୟାସ ପାଇଁ ବାରବାଟୀ ଷ୍ଟାଡିୟମ ଆସିବେ। ଅନ୍ୟପକ୍ଷରେ ଗୁରୁବାରଠାରୁ ଦୁଇ ଦିନ ଧରି ଉକ୍ତ ମ୍ୟାଚ୍‌ ନିମନ୍ତେ କାଉଣ୍ଟରରେ ଟିକେଟ ବିକ୍ରି ଆରମ୍ଭ ହେବ।

ଦର୍ଶକମାନଙ୍କ ନିମନ୍ତେ କାଉଣ୍ଟରରେ ମୋଟ୍‌ ୧୦,୦୩୯ଟି ଟିକେଟ ବିକ୍ରି ପାଇଁ ରଖାଯାଇଛି। ଏହା ମଧ୍ୟରେ ଗ୍ୟାଲେରି ନଂ-୧ର ୩୪୯୮ଟି ଟିକେଟ, ଗ୍ୟାଲେରି ନଂ-୨ର ୪୭୭ଟି ଟିକେଟ, ଗ୍ୟାଲେରି ନଂ-୩ର ୩୭୩୬ଟି ଟିକେଟ, ଗ୍ୟାଲେରି ନଂ-୪ର ୯୮୨ଟି ଟିକେଟ୍‌, ଗ୍ୟାଲେରି ନଂ-୬ର ୧୫ଟି ଟିକେଟ୍‌, ସ୍ପେସାଲ ଏନକ୍ଲୋଜରର ୧୧୮୦ଟି ଟିକେଟ୍‌, ନ୍ୟୁ ପ୍ୟାଭିଲିୟନର ୮୬ଟି ଟିକେଟ ଓ କର୍ପୋରେଟ ବକ୍ସର ୬୫ଟି ଟିକେଟ ରହିଛି। ମୋଟ ୧୨ଟି କାଉଣ୍ଟର ଦର୍ଶକମାନଙ୍କ ନିମନ୍ତେ ଖୋଲାଯିବ। ସମସ୍ତ ଗ୍ୟାଲେରି ଟିକେଟ କାଉଣ୍ଟର ୧ରୁ ୧୦ ମଧ୍ୟରେ ବିକ୍ରି କରାଯିବ। କାଉଣ୍ଟର ନଂ-୧୧ ଓ ୧୨ରେ ସ୍ପେସାଲ ଏନକ୍ଲୋଜର, ନ୍ୟୁ ପ୍ୟାଭିଲିୟନ ଓ କର୍ପୋରେଟ ବକ୍ସର ଟିକେଟ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟସ୍‌ ଜିତିଲା ଇଂଲଣ୍ଡ: ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ

ବର୍ମିଂହାମ,୧୪।୭: ବର୍ମିଂହାମର ଏଜବାଷ୍ଟନରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଇଂଲଣ୍ଡ ଅଧିନାୟକ ହ୍ୟାରି ବ୍ରୁକ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଟିମ ଇଣ୍ଡିଆ…

ଟିମ ଇଣ୍ଡିଆରେ ଫାଟ! ପରସ୍ପର ସହିତ କଥା ହେଉନାହାଁନ୍ତି ଗୌତମ ଗମ୍ଭୀର-ବିରାଟ କୋହଲି? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧୪।୭: ଭାରତୀୟ କ୍ରିକେଟ ଦଳ ଆଜି ଇଂଲଣ୍ଡ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ଆରମ୍ଭ କରିବାକୁ ଯାଉଛି। ତଥାପି, ଏହି ମ୍ୟାଚ ପୂର୍ବରୁ ଟିମ…

ରୋହିତ ଶର୍ମାଙ୍କ ଆଖିରେ ଲୁହ: ଜାଣନ୍ତୁ ପୂରା ଘଟଣା…

ନୂଆଦିଲ୍ଲୀ,୧୪।୭: ଆଜିଠାରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହେବ। ଟି-୨୦ ସିରିଜ୍‌ ହାରିବା ପରେ ଦିନିକିଆ ସିରିଜ୍‌ ହାତେଇବାକୁ ପଡ଼ିଆକୁ ଓହ୍ଲାଇବ ଭାରତ।…

୩୮ ବର୍ଷୀୟ ରେଫରିଙ୍କ ମୃତ୍ୟୁକୁ ନେଇ ଉଠିଛି ପ୍ରଶ୍ନ, ୨୦୨୬ ଫିଫା ବିଶ୍ୱକପରୁ ବାଦ ପଡିଥିଲେ

ମାୟାମି,୧୪।୭: ଫୁଟବଲ ଜଗତରୁ ଏକ ଦୁଃଖଦ ଖବର ଆସିଛି: ଡଚ ରେଫରି ରବ ଡାଏପେରିଙ୍କ ମୃତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ତାଙ୍କୁ ପୂର୍ବରୁ 2026 FIFA ବିଶ୍ୱକପ…

ବୈଭବ ସୂର୍ଯ୍ୟବଂଶୀଙ୍କ ଟ୍ରେନର ସାଜିବେ ଯୁବରାଜ ସିଂହ? ନିଜେ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୪।୭: ବୈଭବ ସୂର୍ଯ୍ୟବଂଶୀଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ଆରମ୍ଭ ଭଲ ନଥିଲା; ସେ ସଦ୍ୟ ସମାପ୍ତ ଇଂଲଣ୍ଡ ବିପକ୍ଷରେ T20 ସିରିଜରେ ଡେବ୍ୟୁ କରିଥିଲେ କିନ୍ତୁ ପରେ ତାଙ୍କୁ…

ଫ୍ରାନ୍ସ ଦଳ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ: ସ୍ପେନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ କଡ଼ା ସମାଲୋଚନା

ମାଡ୍ରିଡ୍‌,୧୩ା୭: ନିକଟରେ ଫ୍ରାନ୍ସ ବିଶ୍ୱକପ୍‌ ଦଳରେ କୌଣସି ଫ୍ରେଞ୍ଚ ଖେଳାଳି ନାହାନ୍ତି ବୋଲି ମନ୍ତବ୍ୟ ଦେଇଥିବା ସ୍ପେନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କନ୍‌ଜରଭେଟିଭ ପପୁଲାର ପାର୍ଟିର ମାରିଆନୋ…

ଲର୍ଡସରେ ଇତିହାସ ରଚିଲା ଟିମ୍‌ଇଣ୍ଡିଆ: ୧୪୨ ବର୍ଷ ପରେ…

ଲର୍ଡସ,୧୩।୭: ଲର୍ଡସରେ ଭାରତ ଇଂଲଣ୍ଡକୁ ୨୭୦ ରନରେ ପରାସ୍ତ କରି ଐତିହାସିକ ବିଜୟ ହାସଲ କରିଛି। ୧୪୨ ବର୍ଷର ଇତିହାସରେ ଲର୍ଡସରେ ଖେଳାଯାଇଥିବା ଏହା ପ୍ରଥମ ମହିଳା…

ଟିମ ଇଣ୍ଡିଆକୁ ଫେରିବେ ସୂର୍ଯ୍ୟକୁମାର! ସାମ୍ନାରେ ବଡ଼ ସର୍ତ୍ତ ରଖିଲା BCCI

ନୂଆଦିଲ୍ଲୀ, ୧୩।୭: ୨୦୨୬ ଟି-୨୦ ୱାଲର୍‌ଡ କପ ଟ୍ରଫି ଜିତିବା ସତ୍ତ୍ୱେ ଭାରତୀୟ ଟି-୨୦ ଦଳରୁ ବାଦ୍‌ ପଡ଼ିଥିବା ଷ୍ଟାର୍‌ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri