Posted inଖେଳ

ବାରବାଟୀ ଦିନିକିଆ: କାଉଣ୍ଟରରେ ଉପଲବ୍ଧ ୧୦,୦୩୯ ଟିକେଟ୍‌

କଟକ ଅଫିସ,୧୯ା୧୨- ଆସନ୍ତା ରବିବାର ଦିନ ବାରବାଟୀରେ ହେବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ ୩ୟ ଏକଦିବସୀୟ କ୍ରିକେଟ ମ୍ୟାଚ୍‌ ପାଇଁ ଉଭୟ ଦଳ ଗୁରୁବାର ମଧ୍ୟାହ୍ନରେ ଭୁବନେଶ୍ୱରରେ ପହଞ୍ଚିବେ। ଗୁରୁବାର ଦିନ ୧୨.୧୦ରୁ ୧.୧୦ ମଧ୍ୟରେ ଉଭୟ ଦଳ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେମାନଙ୍କୁ ଭୁବନେଶ୍ୱରର ଏକ ତାରକା ହୋଟେଲକୁ ନିଆଯିବ। ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ପକ୍ଷରୁ ଉଭୟ ଦଳକୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦେବା ନିମନ୍ତେ ବ୍ୟବସ୍ଥା କରାଯାଇଛି। ପରେ ଉଭୟ ଦଳ ପର୍ଯ୍ୟାୟକ୍ରମେ ଶୁକ୍ରବାର ଓ ଶନିବାର ଅଭ୍ୟାସ ପାଇଁ ବାରବାଟୀ ଷ୍ଟାଡିୟମ ଆସିବେ। ଅନ୍ୟପକ୍ଷରେ ଗୁରୁବାରଠାରୁ ଦୁଇ ଦିନ ଧରି ଉକ୍ତ ମ୍ୟାଚ୍‌ ନିମନ୍ତେ କାଉଣ୍ଟରରେ ଟିକେଟ ବିକ୍ରି ଆରମ୍ଭ ହେବ।

ଦର୍ଶକମାନଙ୍କ ନିମନ୍ତେ କାଉଣ୍ଟରରେ ମୋଟ୍‌ ୧୦,୦୩୯ଟି ଟିକେଟ ବିକ୍ରି ପାଇଁ ରଖାଯାଇଛି। ଏହା ମଧ୍ୟରେ ଗ୍ୟାଲେରି ନଂ-୧ର ୩୪୯୮ଟି ଟିକେଟ, ଗ୍ୟାଲେରି ନଂ-୨ର ୪୭୭ଟି ଟିକେଟ, ଗ୍ୟାଲେରି ନଂ-୩ର ୩୭୩୬ଟି ଟିକେଟ, ଗ୍ୟାଲେରି ନଂ-୪ର ୯୮୨ଟି ଟିକେଟ୍‌, ଗ୍ୟାଲେରି ନଂ-୬ର ୧୫ଟି ଟିକେଟ୍‌, ସ୍ପେସାଲ ଏନକ୍ଲୋଜରର ୧୧୮୦ଟି ଟିକେଟ୍‌, ନ୍ୟୁ ପ୍ୟାଭିଲିୟନର ୮୬ଟି ଟିକେଟ ଓ କର୍ପୋରେଟ ବକ୍ସର ୬୫ଟି ଟିକେଟ ରହିଛି। ମୋଟ ୧୨ଟି କାଉଣ୍ଟର ଦର୍ଶକମାନଙ୍କ ନିମନ୍ତେ ଖୋଲାଯିବ। ସମସ୍ତ ଗ୍ୟାଲେରି ଟିକେଟ କାଉଣ୍ଟର ୧ରୁ ୧୦ ମଧ୍ୟରେ ବିକ୍ରି କରାଯିବ। କାଉଣ୍ଟର ନଂ-୧୧ ଓ ୧୨ରେ ସ୍ପେସାଲ ଏନକ୍ଲୋଜର, ନ୍ୟୁ ପ୍ୟାଭିଲିୟନ ଓ କର୍ପୋରେଟ ବକ୍ସର ଟିକେଟ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଓ୍ବାଙ୍ଖଡେ ଷ୍ଟାଡିୟମ୍‌ରେ ସ୍ଥାପିତ ହେବ ସଚିନଙ୍କ ପ୍ରତିମୂର୍ତ୍ତି

ମୁମ୍ବାଇ,୨୮।୨: କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଏପ୍ରିଲ ୨୩ରେ ନିଜର ୫୦ତମ ଜନ୍ମଦିନ ପାଳନ କରିବାକୁ ଯାଉଛନ୍ତି। ହେଲେ ଚଳିତ ଥର ସଚିନଙ୍କ ଜନ୍ମଦିନରେ...

ପ୍ରଥମ ଦିନରେ ନିରାଶ କଲେ ତୀରନ୍ଦାଜ

ଟୋକିଓ,୨୩।୭: ଟୋକିଓ ଅଲିମ୍ପିକ୍ସର ପ୍ରଥମ ଦିବସରେ ଭାରତୀୟ ତୀରନ୍ଦାଜ ନୀରାଶ କରିଛନ୍ତି। ମହିଳା ତୀରନ୍ଦାଜ ଦୀପିକା କୁମାରୀ ଓ ପୁରୁଷ ପ୍ରତିଯୋଗୀ ଅତନୁ ଦାସ, ପ୍ରବୀଣ...

୭୦ ସେକେଣ୍ଡରେ ସଫଳତା ବଖାଣିଲେ ଶାସ୍ତ୍ରୀ

ଦୁବାଇ,୯।୧୧: ଟି -୨୦ ବିଶ୍ୱ ସହିତ ରବି ଶାସ୍ତ୍ରୀଙ୍କ ଟିମ ଇଣ୍ଡିଆର କୋଚ ଭାବରେ କାର୍ଯ୍ୟକାଳ ଶେଷ ହୋଇଛି। ଭାରତ ଶେଷ ଲିଗ ମ୍ୟାଚରେ ନାମ୍ବିଆ...

ଆର୍ଜେଣ୍ଟିନାକୁ ହରାଇଲା ସୌଦି ଆରବ…

ଦୋହା,୨୨।୧୧ : ସୌଦି ଆରବ ବିପକ୍ଷ ମ୍ୟାଚରେ ଲିଓନେଲ ମେସି ଏକ ବଡ଼ ରେକର୍ଡ କରିଛନ୍ତି। ଆର୍ଜେଣ୍ଟିନାର ଲିଓନେଲ ମେସି ୪ଟି ଭିନ୍ନ ବିଶ୍ୱକପରେ ସ୍କୋର...

ୟୁଏଇ କଣ୍ଡିଶନ ସହ ଅଭ୍ୟସ୍ତ ହେବା ବଡ଼ ଚ୍ୟାଲେଞ୍ଜ: ବୋଲ୍ଟ

ଦୁବାଇ, ୧୫ା୯ (ପି.ଟି.)-ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ଆର୍ଦ୍ର ଓ ଉତ୍ତାପ କଣ୍ଡିଶନ ସହ ଅଭ୍ୟସ୍ତ ହେବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ସମସ୍ତ ଦଳ...

ନିର୍ଣ୍ଣାୟକ ଦିନିକିଆ: ଭାରତ ପାଇଁ କଡ଼ା ଚ୍ୟାଲେଞ୍ଜ

ପୁଣେ,୨୮।୩(ପି.ଟି.): ଇଂଲଣ୍ଡ ବିପକ୍ଷ ଦିନକିଆ ସିରିଜ ଜିତିବା ନେଇ ଏବେ ଘରୋଇ ଭାରତ ଆଗରେ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ୩ ମ୍ୟାଚ୍‌ ବିଶିଷ୍ଟ ଏହି...

ସ୍ତ୍ରୀଙ୍କ ସାମ୍ନାରେ ହରଭଜନ କହୁ କହୁ କହିଦେଲେ ଏହି କଥା

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଲେଗ୍‌ ସ୍ପିନର ହରଭଜନ ସିଂ ସ୍ତ୍ରୀ ଗୀତା ବାସ୍ରାଙ୍କ ସହ କପିଲ ଶର୍ମା କମେଡି ଶୋ’ରେ ପହଞ୍ଚିଥିଲେ। ଏହି ଶୋ’...

ହରିୟାଣା ଝିଅ ଶାମିଆଙ୍କୁ ବିବାହ କରିବେ ପାକିସ୍ତାନ କ୍ରିକେଟର ହାସାନ

କରାଚି, ୩୧।୭ (ପି.ଟି.)- ପାକିସ୍ତାନ ଦ୍ରୁତ ବୋଲର ହାସାନ ଅଲି ଜଣେ ଭାରତୀୟ ଝିଅଙ୍କୁ ବିବାହ କରିବେ ବୋଲି ସ୍ଥାନୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।...

Advertisement
Archives

Model This Week