ବାରଣ ସତ୍ତ୍ୱେ କମୁନି ପଲିଥିନ ବ୍ୟବହାର: ବିଜେପୁର ଏନ୍‌ଏସି ପକ୍ଷରୁ ଚଢ଼ାଉ, ୩,୯୦୦ ଟଙ୍କା ଜରିମାନା ଆଦାୟ

ବିଜେପୁର, ୩।୧୨(ଡି.ଏନ୍‌.ଏ.): ବରଗଡ ଜିଲା ବିଜେପୁର ଏନ୍‌ଏସି ପକ୍ଷରୁ ସହରରେ ପଲିଥିନ ଚଢାଉ ଅଭିଯାନ ମଙ୍ଗଳବାରରୁ ଆରମ୍ଭ ହୋଇଛି। କାର୍ଯ୍ୟନିର୍ବାହୀ ଅଧିକାରୀ ରୁକ୍ମଣ ମେହେରଙ୍କ ନେତୃତ୍ୱରେ ତଥା ସ୍ବଚ୍ଛ ଭାରତ ଅଭିଯାନର ନୋଡାଲ ଅଫିସର ଦିବ୍ୟ କିଶୋର ପୂରୋହିତଙ୍କ ତତ୍ତ୍ୱାବଧାନରେ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନରେ ଚଢାଉ ହୋଇଥିଲା। ଏଥିରେ ବାରଣ ସତ୍ତ୍ବେ ବେଆଇନ ଭାବେ ବ୍ୟବହାର କରୁଥିବା ଦୋକନୀମାନଙ୍କ ନିକଟରୁ ୧୪ କିଗ୍ରା ପଲିଥିନ ଜବତ ହୋଇଥିଲା। ସେମାନଙ୍କଠାରୁ ୩୯୦୦ଟଙ୍କା ଜୋରିମାନା ଆଦାୟ ହୋଇଛି। ଟ୍ୟାକ୍ସ କଲେକ୍ଟର ପ୍ରକାଶ ଭୋଇଙ୍କ ସମେତ ସ୍ବଚ୍ଛ ସାଥି ଓ ପୋଲିସ କର୍ମଚାରୀଗଣ ଚଢ଼ାଉରେ ସାମିଲ ହୋଇଥିଲେ। ଆଗାମୀ ଦିନରେ ଦୋକାନୀମାନଙ୍କୁ ପଲିଥିନ ବ୍ୟବହାର ନ କରିବାକୁ ନୋଟିସ ଦିଆଯିବ। ଏହାର ଖିଲାପ କଲେ ଦୋକାନୀଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରାଯିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏନ୍‌ଏସି ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପରିସ୍ଥିତି ସ୍ବାଭାବିକ କର: ସୁରେଶ ପୂଜାରୀ

ସମ୍ବଲପୁର,୨୮ା୧୨(ବ୍ୟୁରୋ): ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି ନେଇ ଆନ୍ଦୋଳନ ସମୟରେ ହୋଇଥିବା ଅଭାବନୀୟ ଘଟଣା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ଦାୟୀ।...

ଦିଗହରା ହେଉଛି ଖଣ୍ଡପଡ଼ାର ବିକାଶ

ଖଣ୍ଡପଡ଼ା,୩୦ା୩(ସ୍ବ.ପ୍ର.): ଦୀର୍ଘଦିନ ପରେ ନୟାଗଡ଼ ଜିଲା ଖଣ୍ଡପଡ଼ା ଅଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ବିଭିନ୍ନ ପ୍ରକଳ୍ପ ହାତକୁ ନିଆଯାଇଛି। ଏଥିପାଇଁ...

ଫୁଲ, ଫଳ ଚାଷ କରି ପାଲଟିଛନ୍ତି ପ୍ରେରଣା

ନିଶ୍ଚିନ୍ତକୋଇଲି, ୨୩।୬(ଅଶୋକ କୁମାର ମହାପାତ୍ର) : ସାମ୍ପ୍ରତିକ ସମାଜରେ ଉଚ୍ଚ ଶିକ୍ଷତ ଯୁବତୀ, ଯୁବକମାନେ ଚାକିରି ପଛରେ ଗୋଡ଼ାଉଛନ୍ତି। ଶେଷରେ ନ ପାଇ ବେକାର ହୋଇଯାଉଛନ୍ତି।...

୫ ଓ୍ବାର୍ଡ କଂଗ୍ରେସ ଶୂନ୍ୟ

ଭୁବନ, ୧୦ା୩(ଡି.ଏନ୍‌.ଏ.): ଭୁବନ ଏନ୍‌ଏସିରେ ନାମାଙ୍କନ ପତ୍ର ଯାଞ୍ଚ ପରେ କଂଗ୍ରେସକୁ ଶକ୍ତ ଧକ୍କା ଲାଗିଛି। ପୂର୍ବରୁ ୧୦ନଂ. ଓ୍ବାର୍ଡରେ ଦଳ ପ୍ରାର୍ଥୀ ଦେଇ ନ...

ରାଷ୍ଟ୍ରପତିଙ୍କୁ ଭେଟିଲେ କେନ୍ଦୁଝରଗଡ଼ ପୌରାଧ୍ୟକ୍ଷା

କେନ୍ଦୁଝର, ୧୭ା୯(ସ୍ବ.ପ୍ର.): ରାଷ୍ଟ୍ରପତି ଭବନରୁ ଡକରା ପାଇ ନୂଆଦିଲ୍ଲୀ ଯାଇଥିବା କେନ୍ଦୁଝରଗଡ଼ ପୌରାଧ୍ୟକ୍ଷା ନିକୁ ସାହୁ ଶୁକ୍ରବାର ସାରେ ରାଇସିନା ହିଲ୍‌ରେ ପହଞ୍ଚତ୍ ରାଷ୍ଟ୍ରପତି ଦ୍ରୌପଦୀ...

ପଥକୁ ଫେରିବ ପଥୋତ୍ସବ

ଅନୁଗୋଳ ଅଫିସ,୧୬ା୧୨: ୨୦୨୩ ଏପ୍ରିଲ ୧ରେ ୩୦ ବର୍ଷରେ ପଦାର୍ପଣ କରିବ ଅନୁଗୋଳ ଜିଲା। ଏହାକୁ ସ୍ବତନ୍ତ୍ର ତଥା ସ୍ମରଣୀୟ କରିବାକୁ ବହୁ ପୂର୍ବରୁ ଯୋଜନା...

ନର୍ସଙ୍କ ଅସାବଧାନତା: ଇଞ୍ଜେକ୍‌ସନ ଦେବା ବେଳେ ଶିଶୁ ପିଚାରେ ରହିଗଲା ଛୁଞ୍ଚି, ମାସେ ଯନ୍ତ୍ରଣା ପରେ ବାହାରିଲା

ମାଧପୁର, ୧୭ା୧୦(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡ ମାଧପୁରରେ ଗୁରୁବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କମ୍ପଲା ପଞ୍ଚାୟତ ମହନଖୋଳି ଗ୍ରାମର ସୀତାକାନ୍ତ ପଣ୍ଡାଙ୍କ...

ସୁନା ବିକିବାକୁ ଆସି ଧରାପଡ଼ିଲେ

ଗଞ୍ଜାମ,୧୧ା୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା କରପଡା ଗ୍ରାମର ବୃନ୍ଦାବନ ଚାର୍ଟଙ୍କ ଘରୁ ଗତ ୨୮ ତାରିଖରେ ୨୧ ଭରି ସୁନା, ୧୦୦ ଭରି ରୁପା ସହ ନଗଦ...

Advertisement
Archives

Model This Week