Posted inଖେଳ

ବାପା ବିକୁଥିଲେ କ୍ଷୀର, ପୁଅ ଦେଶ ପାଇଁ ଆଣିଲେ ପଦକ

ନୁର୍‌-ସୁଲତାନ(କଜାଖସ୍ତାନ),୨୩।୯: ଭାରତର ଯୁବ ରେସଲର୍‌ ଦୀପକ ପୁନିଆ ଆହତ କାରଣରୁ ୱାଲର୍‌ଡ ରେସଲିଂ ଚାମ୍ପିୟନଶିପର ଫାଇନାଲ ଓହରିଯାଇଛନ୍ତି, ଯାହା ଫଳରେ ତାଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡିଛି। ୱାଲର୍‌ଡ ଚାମ୍ପିୟନଶିପରେ ଭାଗ ନେବା ପୂର୍ବରୁ ଦୀପକ କାନ୍ଧଜନିତ ଆଘାତ ସମସ୍ୟାରେ ଥିଲେ। ଏହା ସତ୍ତ୍ୱେ ସେ ପୂରା ଟୁର୍ଣ୍ଣାମେଣ୍ଟରେ ଦମ ଦେଖାଇଥିଲେ। ସେ ଚଳିତ ସଂସ୍କରଣରେ ପ୍ରଥମ ଭାରତୀୟ ଭାବେ ଫାଇନାଲରେ ପହଞ୍ଚିଥିଲେ। ସେ ପୂର୍ବରୁ ହିଁ ଅଲିମ୍ପିକ କୋଟା ହାସଲ କରିସାରିଛନ୍ତି। ଦୀପକଙ୍କ ଏହି ସଫଳତା ପାଇଁ ତାଙ୍କ ବହୁ ସଂଘର୍ଷ କରିବାକୁ ପଡିଥିଲା। ଯେତେବେଳେ ସେ କୁସ୍ତି ଖେଳିବା ଆରମ୍ଭ କରିଥିଲେ, ସେତେବେଳେ ତାଙ୍କର ଏକମାତ୍ର ଲକ୍ଷ୍ୟ ଥିଲା କେବିତି ଏକ ସରକାରୀ ଚାକିରି ପାଇ ଘର ଚଳାଇବେ। ୨୦୧୬ରେ ତାଙ୍କୁ ଭାରତୀୟ ସେନାରେ ସିପାହୀ ପଦରେ ନିଯୁକ୍ତି ମିଳିଥିଲା। ଅଲମ୍ପିକ୍ସ ବିଜେତା ସୁଶୀଲ କୁମାର ଦୀପକଙ୍କୁ ଏଭଳି ଛୋଟ ଲକ୍ଷ୍ୟ ଛାଡି ଆଗକୁ ବଢିବା ପାଇଁ ଉପଦେଶ ଦେଇଥିଲେ। ପ୍ରଥମେ କୁସ୍ତିକୁ ପ୍ରାଥମିକତା ଦିଅ, ବଡ ବଡ ଚାକିରି ତୁମ ପଛେ ଗୋଡାଇବ ବୋଲି ସୁଶୀଲଙ୍କଠାରୁ ଶୁଣି ଦୀପକ ନିଜ କ୍ୟାରିୟର ଉପରେ ବେଶୀ ଧ୍ୟାନ ଦେଇଥିଲେ। ଦୀପକଙ୍କ ପିତା ୬୦ କିମି ଦୂର ପର୍ଯ୍ୟନ୍ତ ସାଇକେଲରେ ଯାଇ କ୍ଷୀର ବିକ୍ରି କରି ପରିବାର ଚଳାନ୍ତି।
ଫାଇନାଲରୁ ଓହରିବା ନେଇ ଦୀପକ କହିଛନ୍ତି, ମୋ ବାମ ପାଦରେ ଆଘାତ ଲାଗିଛି। ଏଭଳି ସ୍ଥିତିରେ ମ୍ୟାଚ ପାଇଁ ଓହ୍ଲାଇବା ମୋ ପାଇଁ କଷ୍ଟକର। ମୁଁ ଜାଣିଛି ଇରାନର ରେସଲରଙ୍କ ବିପକ୍ଷରେ ଲିବାର ଏକ ବଡ ସୁଯୋଗ ହାତଛଡା କଲି। ସ୍ବର୍ଣ୍ଣ ପଦକ ପାଇଁ ଲଢି ନ ପାରିବା ମୋତେ ନିରାଶ କରିଛି। କିନ୍ତୁ ପୂରା ଟୁର୍ଣ୍ଣାମେଣ୍ଟରେ ନିଜର ପ୍ରଦର୍ଶନ ନେଇ ମୁଁ ବହୁତ ଖୁସି। ଅଲିମ୍ପିକରେ ପଦକ ଜିତିବା ପାଇଁ ମୁଁ କଠିନ ପରିଶ୍ରମ କରିବି।
ଦୀପକଙ୍କ ପାଖରେ ଇତିହାସ ରଚିବାର ଭଲ ସୁଯୋଗ ଥିଲା। ଯଦି ସେ ଫାଇନାଲ ମୁକାବିଲା ଜିତିଥାନ୍ତେ, ତାହେଲେ ବିଶ୍ୱ ଚାମ୍ପିୟନଶିପରେ ଭାରତ ପକ୍ଷରୁ ସ୍ବର୍ଣ୍ଣ ପଦକ ଜିତିବାରେ ଦ୍ୱିତୀୟ ଖେଳାଳି ହୋଇଛନ୍ତି। ଦୁଇଥରର ଅଲିମ୍ପିକ ପଦକ ବିଜେତା ସୁଶୀଲ କୁମାର ୨୦୧୦ରେ ମସ୍କୋରେ ଆୟୋଜିତ ବିଶ୍ୱ ଚାମ୍ପିୟନଶିପରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ଦୀପକ ମଧ୍ୟ ଭାରତର କନିଷ୍ଠ ରେସଲର୍‌ ଭାବେ ୱାଲର୍‌ଡ ଚାମ୍ପିୟନଶିପର ଫାଇନାଲରେ ସ୍ଥାନ ହାସଲ କରିଥିଲେ। ସେ ମଧ୍ୟ ଜୁନିୟର ବିଶ୍ୱ ଚାମ୍ପିୟନଶିପ ଟାଇଟଲ ମଧ୍ୟ ନିଜ ନାଁରେ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ୟୁଏସ୍‌ ଓପନ: ଗ୍ରାଣ୍ଡସ୍ଲାମ ଟେନିସରେ ନାଗାଲଙ୍କ ଚମକ

ନ୍ୟୁୟର୍କ, ୩।୯(ପି.ଟି.)- ଦୀର୍ଘ ୭ ବର୍ଷ ବ୍ୟବଧାନରେ ପ୍ରଥମ ଭାରତୀୟ ଭାବେ ସୁମିତ ନାଗାଲ କୌଣସି ଏକ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ନାମେଣ୍ଟର ପ୍ରଥମ ରାଉଣ୍ଡ ମ୍ୟାଚ...

ଦିଲ୍ଲୀ ହାତରୁ ମ୍ୟାଚ୍‌ ଛଡ଼ାଇ ନେଲେ ମୋରିସ

ମୁମ୍ବାଇ,୧୫।୪ : ଚଳିତ ସପ୍ତାହରେ ଆଇପିଏଲରେ ଦେଖିବାକୁ ମିଳୁଛି ଗୋଟିଏ ପରେ ଗୋଟିଏ ରୋମାଞ୍ଚକ ମ୍ୟାଚ୍‌। ପୂର୍ବ ୩ ଦିନ ଭଳି ଗୁରୁବାର ପ୍ରଥମେ ବ୍ୟାଟିଂ...

ମୁସ୍‌ଫିକର, ବ୍ରାଇସ୍‌ ପ୍ଲେୟର ଅଫ୍‌ ଦି ମନ୍ଥ୍‌

ଦୁବାଇ, ୧୪ା୬ (ପି.ଟି.)-ବାଂଲାଦେଶର ପୂର୍ବତନ ଅଧିନାୟକ ମୁସ୍‌ଫିକର ରହିମ ଓ ସ୍କଟିଶ ଅଲ୍‌ରାଉଣ୍ଡର କ୍ୟାଥରିନ୍‌ ବ୍ରାଇସ୍‌ ଯଥାକ୍ରମେ ପୁରୁଷ ଓ ମହିଳା ବର୍ଗରେ ଆଇସିସି ପ୍ଲେୟର...

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌: ଭାରତୀୟ ଦଳ ସ୍ବତନ୍ତ୍ର ଆଇସୋଲେଶନରେ ରହିବ

ଦୁବାଇ,୩୦।୫(ପି.ଟି.): ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଖେଳିବା ପୂର୍ବରୁ ଭାରତୀୟ କ୍ରିକେଟ ଦଳ ସାଉଥାମ୍ପଟନରେ ସ୍ବତନ୍ତ୍ର ମ୍ୟାନେଜ୍‌ଡ ଅର୍ଥାତ ପ୍ରବନ୍ଧିତ ଆଇସୋଲେଶନରେ ରହିବ।...

୧୦ ଉଇକେଟରେ ଜିତିଲା ଟିମ୍‌ ଇଣ୍ଡିଆ

ହରାରେ,୧୮।୮: ଭାରତର ବିଜୟ ସହ ଆରମ୍ଭ ହୋଇଛି ଜିମ୍ବାଓ୍ବେ ଗସ୍ତ। ହରାରେ ସ୍ପୋର୍ଟସ କ୍ଲବରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚକୁ ଭାରତ ୧୦ ଉଇକେଟରେ ଜିତି...

ହକି ଇଣ୍ଡିଆ ସଭାପତି ପାଇଁ ପ୍ରାର୍ଥତ୍ପତ୍ର ଦାଖଲ କଲେ ଦିଲୀପ ତିର୍କୀ

ଭୁବନେଶ୍ୱର, ୧୯।୯(କ୍ରୀଡ଼ା ପ୍ରତିନିଧି):ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ତଥା ଅଲିମ୍ପିଆନ ଦିଲୀପ ତିର୍କୀ ନିଜ କ୍ୟାରିୟରରେ ନୂଆ ଫର୍ଦ୍ଦ ଯୋଡ଼ିବା ଦିଗରେ ଏକପାଦ ଅଗ୍ରସର...

ରୋହିତଙ୍କ ସହ କରିବେ ଓପନିଂ: ସିରିଜ ଜିତିବା ପରେ ପ୍ରତିକ୍ରିୟା ରଖି ଏଭଳି ସଙ୍କେତ ଦେଲେ ଅଧିନାୟକ

ଅହମ୍ମଦାବାଦ,୨୧।୩: ଇଂଲଣ୍ଡକୁ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜକୁ ୩-୨ରେ ଜିତିଛି ଭାରତ। ଦଳ ଶେଷ ତଥା ନିର୍ଣ୍ଣାୟକ ମୁକାବିଲାରେ ଜିତିବା ପାଇଁ ଇଂଲଣ୍ଡ ସମ୍ମୁଖରେ...

ଜୁନିୟର ଶୁଟିଂ ବିଶ୍ୱକପ୍‌:ଦ୍ୱିତୀୟ ଦିବସରେ ଭାରତକୁ ୬ ପଦକ

ନୂଆଦିଲ୍ଲୀ, ୧୪ା୭ (ପି.ଟି.)- ଜର୍ମାନୀର ସୁଲ୍‌ଠାରେ ଚାଲିଥିବା ଆଇଏସ୍‌ଏସ୍‌ଏଫ୍‌ ଜୁନିୟର ଓ୍ବାଲର୍‌ଡ କପ୍‌ ରାଇଫଲ/ପିସ୍ତଲ/ଶଟ୍‌ଗନ୍‌ ଚାମ୍ପିୟନଶିପ୍‌ରେ ରବିବାର ଦ୍ୱିତୀୟ ଦିବସରେ ଭାରତ ଦୁଇ ସ୍ବର୍ଣ୍ଣ ସମେତ...

Advertisement
Archives

Model This Week