ବାପାଙ୍କୁ ପିଟି ପିଟି ମାରିଦେଲେ ଦୁଇ ପୁଅ

ବଣାଇଁ, ୪।୬(ସ୍ବ.ପ୍ର.): ସୁନ୍ଦରଗଡ଼ ଜିଲା ଚାନ୍ଦିପୋଷ ଥାନା ଅଧୀନ ରାଣିବେର୍ଣ୍ଣା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳହକୁ କେନ୍ଦ୍ର କରି ଦୁଇ ପୁଅ କାଠ ଫାଳିଆରେ ପିଟି ପିଟି ବାପାଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ବାପା ମଙ୍ଗରା ଭୁମିଜ ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ପରେ ଦ୍ୱିତୀୟ ବିବାହ କରିଥିଲେ। ଏହାକୁ ନେଇ ପ୍ରଥମ ସ୍ତ୍ରୀଙ୍କ ଦୁଇ ପୁଅ ଏବଂ ବାପାଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗି ରହୁଥିଲା। ଅନ୍ୟପକ୍ଷେ ଶୁକ୍ରବାର ରାତିରେ ଗଣ୍ଡଗୋଳ ଉଗ୍ରରୂପ ନେଇଥିଲା। ଏହାପରେ ଉତ୍ତ୍ୟକ୍ତ ଦୁଇପୁଅ କାଠଫାଳିଆରେ ବାପା ମଙ୍ଗରାଙ୍କୁ ପିଟି ପିଟି ହତ୍ୟା କରିଥିଲେ l ଏତିକିରେ ଦୁଇ ଭାଇଙ୍କ ରାଗ ଶାନ୍ତ ହୋଇ ନ ଥିଲା, ବାପାଙ୍କ ଉପରକୁ ସେମାନେ ଏକ ସ୍କୁଟିକୁ ଚଢାଇ ଦେଇଥିଲେ। ତେବେ ଦୁଇ ପୁଅ ମଧ୍ୟରେ ଜଣେ ନାବାଳକ ଥିବା ସୂଚନା ରହିଛି। ଖବର ପାଇ ଚାନ୍ଦିପୋଷ ଥାନା ଅଧିକାରୀ ଶନିବାର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସ ଦୁଇ ଭାଇଙ୍କୁ ଅଟକ ରଖି ତଦନ୍ତ ଚଳାଇଛି। ରାଉରକେଲାରୁ ଏକ ସାଇଣ୍ଟିଫିକ ଟିମ୍‌ ଆସିବା ପରେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଲହୁଣିପଡ଼ା ଡାକ୍ତରଖାନାକୁ ପଠାଇଛି। ଏହି ଘଟଣା ଉକ୍ତ ଅଞ୍ଚଳରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ, କଫ୍‌ ସିରପ୍‌ ଚାଲାଣ ବେଳେ ଠାବ: ପିସ୍ତଲ, ଗୁଳି ଜବତ, ୬ ଅଭିଯୁକ୍ତ ଗିରଫ

ବରଗଡ଼ ଅଫିସ,୨୧।୩: ବରଗଡ଼ ଜିଲା ପୋଲିସର ସ୍ପେଶାଲ ସ୍କ୍ବାଡ୍‌ ଓ ବରପାଲି ଥାନା ପୋଲିସ ଶନିବାର କଫ ସିରପ ଏବଂ ଗଞ୍ଜେଇ ଚାଲାଣ ହେଉଥିବା ବେଳେ...

ଉଦ୍ଧାର, ଥଇଥାନ ପାଇଁ ଅଗ୍ନିଶମ ଅଧିକାରୀଙ୍କ ନମ୍ବର ଜାରି

ଭୁବନେଶ୍ୱର,୨୬ା୫(ବ୍ୟୁରୋ):ବାତ୍ୟା ‘ୟାସ୍‌’ର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ଜୋର୍‌ଦାର ପ୍ରସ୍ତୁତି ଚାଲିଛି। ବାତ୍ୟା କ୍ଷତିଗ୍ରସ୍ତଙ୍କୁ ଉଦ୍ଧାର ଓ ଥଇଥାନ କରିବା ପାଇଁ ୧୦ ଜିଲାରେ ଅଗ୍ନିଶମ...

ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଲେ ମହିଳା

କୁଜଙ୍ଗ,୨୫।୫ (ଡି.ଏନ୍‌.ଏ.): ରାଜୀବଗାନ୍ଧୀ ସେବା କେନ୍ଦ୍ରର ଗୃହରେ ବସାଇ ଦିଆଯାଉ ନ ଥିବା ଅଭିଯୋଗ କରି କୁଜଙ୍ଗ ବ୍ଲକ ଅନ୍ତର୍ଗତ ଗୋପିଆକୁଦ ପଞ୍ଚାୟତ ମହିଳା ମହାସଂଘ...

ଓସିଏ ଭୋଟର୍‌ ତାଲିକାକୁ ନେଇ ବିବାଦ

ବ୍ରହ୍ମପୁର ଅଫିସ୍‌,୧୫ା୯-ଅନେକ ବର୍ଷ ପରେ ଓଡ଼ିଶା କ୍ରିକେଟ ଆସୋସିଏଶନ୍‌(ଓସିଏ) ନିର୍ବାଚନ ହେବାକୁ ଯାଉଛି । ଆସନ୍ତା ୨୭ତାରିଖରେ ନିର୍ବାଚନ ହେବ। ଏଥିରେ ମୋଟ ୭୩ଜଣ ଭୋଟର୍‌ଙ୍କ...

ପୋଖରୀରୁ ଦୁର୍ଲଭ ରକ୍ତଚନ୍ଦନ କାଠଗଣ୍ଡି ଜବତ

ପାରଳାଖେମୁଣ୍ଡି,୨୩ା୪(ଡି.ଏନ୍‌.ଏ.): ଗଜପତି ଜିଲା ଗୋଷାଣୀ ବ୍ଲକ ଗାରବନ୍ଧ ଥାନା ଏବଂ ନାରାୟଣପୁରସ୍ଥ ମହେନ୍ଦ୍ର ବନାଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ଚଢ଼ାଉ କରାଯାଇ ୫୩୮ କେଜି ଓଜନର ୨୭ଟି...

ଅମାନିଆଙ୍କଠାରୁ ଆଦାୟ ହୋଇଛି ୫ କୋଟି ୨୪ଲକ୍ଷ: ଡିଜିପି

କଟକ ଅଫିସ,୨୯।୪: ରାଜ୍ୟରେ କରୋନାର ସ୍ଥିତି ଦିନକୁ ଦିନ ବେକାକୁ ହେବାରେ ଲାଗିଛି। ଟେଷ୍ଟିଂ ଯୋଗୁ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି।...

ଜଟଣୀ ତହସିଲରେ ଚାଲିଛି ଦଲାଲଙ୍କ ରାଜ୍‌: ହାତଗୁଞ୍ଜା ନ ଦେଲେ ଘୁଞ୍ଚୁନି ଫାଇଲ

ଖୋର୍ଦ୍ଧା ଅଫିସ,୨।୧: ସରକାରୀ କାର୍ଯ୍ୟାଳୟରେ ପିସି କାରବାର ରୋକିବାକୁ ସରକାର ଗୁରୁତ୍ୱାରୋପ କରୁଛନ୍ତି। ତେବେ ସରକାରୀ କାର୍ଯ୍ୟାଳୟରେ ହାତ ଗୁଞ୍ଜା ନ ଦେଲେ ଫାଇଲ ଗୋଟିଏ...

ଅଭୟକାନ୍ତଙ୍କୁ ବାଧ୍ୟତାମୂଳକ ଅବସର ପାଇଁ ନବୀନଙ୍କ ସୁପାରିସ

ଭୁବନେଶ୍ୱର,୧୭।୧୨(ବ୍ୟୁରୋ): ବରିଷ୍ଠ ଆଇଏଫଏସ ଅଧିକାରୀ ତଥା ନିଲମ୍ବିତ ଅତିରିକ୍ତ ପିସିସିଏଫ୍‌ ଅଭୟକାନ୍ତ ପାଠକଙ୍କୁ ଦିଆଯିବ ବାଧ୍ୟତାମୂଳକ ଅବସର। ଏଥିପାଇଁ କେନ୍ଦ୍ର ସରକାରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

Advertisement
Archives

Model This Week