ବାତ୍ୟାରେ ମଣିମୁହଁ ଛାରଖାର: ପୁନର୍ବାର ବୃକ୍ଷରୋପଣ ଦାବି

ନିରାକାରପୁର,୨୯ା୫(ଡି.ଏନ୍‌.ଏ.)-ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତ ଅଧୀନ ରାଉଳହଜ ମୌଜାସ୍ଥିତ ପ୍ରାୟ ୨ ହଜାରରୁ ଊର୍ଦ୍ଧ୍ୱ ଆମ୍ବଗଛ ଥିବା ଏକ ତୋଟା ଫନୀ ଯୋଗୁ ଛାରଖାର ହୋଇଯାଇଛି। ଏହି ବିସ୍ତୃତ ସୁନ୍ଦର ସବୁଜ ଅଞ୍ଚଳଟି ମଣିମୁହଁ ନାମରେ ପରିଚିତ। ମଣିମୁହଁ ଯେପରି ସମସ୍ତଙ୍କୁ ଆକର୍ଷିତ କରିପାରୁଥିଲା ଫନୀ ପରେ ଏହାର ସୌନ୍ଦର୍ଯ୍ୟ ସମ୍ପୂର୍ଣ୍ଣ ହରାଇ ସାରିଛି ବୋଲି ସ୍ଥାନୀୟ ଲୋକେ କହୁଛନ୍ତି । କାରଣ ବାତ୍ୟା ପବନରେ ହଜାର ହଜାର ଗଛ ଭାଙ୍ଗି, ଉପୁଡ଼ିଯାଇଛି। ତୋଟାଟି ଖରାଦିନେ ବେଶ୍‌ ଥଣ୍ଡା, ଆରାମ ଲାଗୁଥିବାରୁ ସ୍ଥାନୀୟ ଲୋକେ ଏବଂ ପଶୁପକ୍ଷୀ ଆଶ୍ରୟ ନେଉଥିଲେ। ଗରିବ ଲୋକେ ତୋଟାରୁ ଶୁଖିଲା ପତ୍ର ସଂଗ୍ରହ କରି ଜାଳେଣି ଭାବେ ବ୍ୟବହାର କରୁଥିଲେ। ରଜ ପର୍ବ ସମୟରେ ଝିଅମାନେ ଏଠାରେ ଥିବା ବୃକ୍ଷରେ ଦଉଡ଼ି ବାନ୍ଧି ରଜଦୋଳି କରୁଥିଲେ। ସମ୍ପ୍ରତି ତୋଟାର ଚତୁଃପାର୍ଶ୍ୱରେ କେବଳ ଥୁଣ୍ଟାଗଛ ଦୃଷ୍ଟିଗୋଚର ହେଉଛି। ମଣିମୁହଁର ପୂର୍ବ ସୌନ୍ଦର୍ଯ୍ୟ ଫେରାଇ ଆଣିବାକୁ ପୁନର୍ବାର ସରକାରଙ୍କ ତରଫରୁ ଏଠାରେ ପ୍ରଚୁର ପରିମାଣରେ ଆମ୍ବ ଆଦି ଚାରାରୋପଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସହରକୁ ସ୍ବଚ୍ଛ, ସୁନ୍ଦର କରିବାକୁ ସଙ୍କଳ୍ପ

ବ୍ରହ୍ମପୁର ଅଫିସ,୨ା୧- ନୂତନବର୍ଷରେ ବହୁ ନୂଆ ପଦକ୍ଷେପ ଗ୍ରହଣ କରିଛି ବ୍ରହ୍ମପୁର ମହାନଗର ନିଗମ। ସହରବାସୀ ଘର ପାଖରେ ବିଭିନ୍ନ ଅତ୍ୟାବଶ୍ୟକ ସେବା ଉପଲବ୍ଧ କରାଇବା...

ଚୁଲିରୁ ନିଆଁଲାଗି ନାବାଳିକା ଗୁରୁତର

ମୁନିଗୁଡ଼ା,୧୪।୧୦(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ମୁନିଗୁଡ଼ା ଥାନା ମୁନିଖୋଲ ଗାଁରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ମା’ ପଞ୍ଚାୟତକୁ ଚାଉଳ ଆଣିବାକୁ ଯାଇଥିଲେ। ଏହି ସମୟରେ...

ପ୍ରେମିକାଙ୍କୁ ଭେଟିବାକୁ ଆସିି ପ୍ରେମିକ ହଟହଟା: ରାତାରାତି ବିବାହ କରାଇଲେ ଗ୍ରାମବାସୀ

ସୋର, ୧୩ା୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ସୋର ଥାନା ମାଣିପୁର ଗୁଲୁଣିଆ ଗ୍ରାମରେ ଗୁରୁବାର ଏକ ନାଟକୀୟ ଘଟଣା ଘଟିଛି। ଫେସ୍‌ବୁକ୍‌ରୁ ପ୍ରେମ ସମ୍ପର୍କ ସ୍ଥାପନ କରିଥିବା ଜଣେ...

ଆଳୁ, ପିଆଜ ଦର ବୃଦ୍ଧି କରୁଛନ୍ତି ଅସାଧୁ ବ୍ୟବସାୟୀ, ପ୍ରଶାସନର ଚଢ଼ାଉ

ଜୟପୁର,୨୫।୩(ଡି.ଏନ୍‌.ଏ.): ରାଜ୍ୟର ସମସ୍ତ ଜିଲାରେ ଲକ୍‌ଡାଉନ୍‌ ନେଇ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଏହାର ସୁଯୋଗ ନେଇ କିଛି ଅସାଧୁ ବ୍ୟବସାୟୀ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର...

ବରଗଡ଼ ଉପନିର୍ବାଚନ LIVE UPDATES: ୧୮ ରାଉଣ୍ଡ ସୁଦ୍ଧା ୮୭,୩୭୩ ଭୋଟରେ ବିଜେଡି ଆଗୁଆ

ବରଗଡ଼ ଅଫିସ/ପଦ୍ମପୁର,୨୪।୧୦: ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ପାଇଁ ଗୁରୁବାର ଭୋଟ ଗଣତି ଜାରି ରହିଛି। ୧୮ ରାଉଣ୍ଡ ସୁଦ୍ଧା ବିଜେଡିକୁ ୧,୨୦,୯୮୪ ଭୋଟ ମିଳିଥିବା...

ପୂଜା ପାଇଁ ସଜେଇ ହେଉଛି କୁଲାଡ଼ ଗାଁ: ୯ ମଣ୍ଡପରେ ପୂଜା ପାଇବେ ମା’ ଲକ୍ଷ୍ମୀ

ବଅଁରପାଳ, ୧୧।୧୦ (ଡି.ଏନ୍‌.ଏ.)-କୁମାର ପୂର୍ଣ୍ଣିମା ତିଥିରୁ ଆରମ୍ଭ ହେବ ମା’ ଲକ୍ଷ୍ମୀଙ୍କ ପୂଜା। ଢେଙ୍କାନାଳ ପରି ଅନୁଗୋଳ ଜିଲା ବଅଁରପାଳ ବ୍ଲକ କୁଲାଡ଼ ଗ୍ରାମରେ ଏହି...

ଟଙ୍କା ଲୋଭରେ ନାବାଳକ ଘଟାଉଛନ୍ତି ଅପରାଧ

ବ୍ରହ୍ମପୁର ଅଫିସ,୧୮ା୭-ଏବେ ସମସ୍ତେ ଏକ ବିଳାସପୂର୍ଣ୍ଣ ଜୀବନ ଶୈଳୀ ବିତାଇବା ପାଇଁ ଇଚ୍ଛା କରୁଛନ୍ତି। ଏଥିପାଇଁ କିଏ କଠିନ ପରିଶ୍ରମ କରୁଛି ତ ଆଉ କେହି...

ମାଛ ମାରିବାକୁ ଯାଇ ହାତରେ ଫୁଟିଲା ବୋମା

ଫୁଲବାଣୀ ଅଫିସ, ୯ା୧-ନଦୀରେ ବୋମା ଫୁଟାଇ ମାଛ ଧରିବା ଯୁବକଙ୍କ ପାଇଁ କାଳ ହୋଇଛି। ହାତରେ ବୋମା ଫୁଟିଯିବାରୁ ପାପୁଲି ଉଡିଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ...

Coronavirus Update


Archives

Model This Week

Why Dharitri