ବାତ୍ୟାରେ କ୍ଷତିଗ୍ରସ୍ତ ପୋଲିସ ବାରାକ୍‌ : ଚିନ୍ତାରେ କର୍ମଚାରୀ

କଟକରୋଡ୍‌,୧୨ା୫(ଡି.ଏନ୍‌.ଏ.) : ଫନୀ ବାତ୍ୟାରେ ବ୍ୟାପକ କ୍ଷତି ହୋଇଛି ରାଜଧାନୀରେ। ବିଭିନ୍ନ ଅଞ୍ଚଳର ବାସଗୃହ ଭାଙ୍ଗିବା ସହ ପାଣି ଓ ବିଦ୍ୟୁତ ସମସ୍ୟାରେ ଲୋକେ ଅତିଷ୍ଠ ହୋଇ ପଡୁଛନ୍ତି। ଯଦିଓ ଏଥିରେ କିଛି ସୁଧାର ଆସିଛି ତଥାପି ପୂରାମାତ୍ରାରେ ସମସ୍ୟା ଦୂର ହୋଇନାହିଁ। ଫନୀ ମୁହଁରୁ ବି ବାଦ୍‌ ପଡ଼ିନି ଲକ୍ଷ୍ମୀସାଗର ଥାନା ପୋଲିସ ବାରାକ । ବାତ୍ୟାରେ ବାରାକ୍‌ର ଆଜବେଷ୍ଟସ ଉଡ଼ିଯାଇଛି। ଫଳରେ କର୍ମଚାରୀମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଇତିମଧ୍ୟରେ ବାତ୍ୟାକୁ ୧୦ଦିନ ପୂରଣ ହୋଇଥିବାବେଳେ ବାରାକ ମରାମତି ଦିଗରେ ରାଜ୍ୟ ପୋଲିସ ଗୃହ ନିର୍ମାଣ ବିଭାଗ ଏ ଦିଗରେ କୌଣସି ଆନ୍ତରିକତା ପ୍ରକାଶ କରୁନାହିଁ। ଫଳରେ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଛି। ବାତ୍ୟା ପରେ ଆଇନଶୃଙ୍ଖଳା ପରିସ୍ଥିତି, ରିଲିଫ ବଣ୍ଟନ କେନ୍ଦ୍ରରେ ଉପସ୍ଥିତ ରହୁଥିବା ପୋଲିସ କର୍ମଚାରୀଙ୍କ ପାଇଁ ସାମାନ୍ୟ ଶୌଚ ପାଇଁ ପାଣି ନ ମିଳିବା ବିଡ଼ମ୍ବନାର ବିଷୟ। ପାଣି ପାଇଁ ବାରଦୁଆର ଶୁଣ୍ଢିପିଣ୍ଡା ହେଉଥିବା ଜଣେ କନଷ୍ଟେବଳ ନାମ ଗୋପନ ରଖି ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଥାନା ସମ୍ମୁଖରେ ଥିବା ନାମଫଳକଟି ମଧ୍ୟ ଉଡ଼ିଯାଇଛି। ସୂଚନାଥାଉ କି, ଏହି ପୋଲିସ ବାରାକରେ ୧୫ ଜଣ କନଷ୍ଟେବଳ ଏବଂ ୫ ଜଣ ଅଧିକାରୀ ରହୁଥିଲେ। ଘଟଣା ସମ୍ପର୍କରେ ଡିସିପି ଅନୁପ କୁମାର ସାହୁ କୁହନ୍ତି, ବାତ୍ୟାରେ କ୍ଷୟକ୍ଷତି ହୋଇଥିବା କେତେକ ବାରାକ ବାବଦରେ ଆକଳନ ଚାଲିଛି। ଖୁବ୍‌ଶୀଘ୍ର ସେଗୁଡ଼ିକର ମରାମତି କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଜାନୁୟାରୀ ୩୧ରେ ସିଟିଇଟି

ଭୁବନେଶ୍ୱର,୫।୧୧(ବ୍ୟୁରୋ): ସିବିଏସ୍‌ଇ ଦ୍ୱାରା ପରିଚାଳିତ ସେଣ୍ଟ୍ରାଲ ଟିଚର ଏଲିଜିବିଲିଟି ଟେଷ୍ଟ (ସିଟିଇଟି) ୨୦୨୧ ଜାନୁୟାରୀ ୩୧ରେ ଅନୁଷ୍ଠିତ ହେବ। କୋଭିଡ୍‌ ସଂକ୍ରାନ୍ତ ସୁରକ୍ଷା ଓ ଗାଇଡ୍‌ଲାଇନ୍‌କୁ...

ବୃତ୍ତ ଚିହ୍ନରେ ଠିଆହୋଇ ସାମଗ୍ରୀ କିଣିବେ ଲୋକେ: ହାଟ, ବଜାରରେ ଲକ୍ଷ୍ମଣରେଖା ଟାଣିଲା ବିଏମ୍‌ସି

ଭୁବନେଶ୍ୱର, ୨୬ା୩ (ବ୍ୟୁରୋ): କରୋନା ପାଇଁ ସାରା ଦେଶ ଏବେ ୨୧ଦିନ ପାଇଁ ଲକ୍‌ ଡାଉନ୍‌। ଆବଶ୍ୟକତା ହେଉ ଅବା ଅଧିକ ଅତ୍ୟାବଶ୍ୟକ ସାମଗ୍ରୀ ଘରେ...

ନୂତନ, ସଶକ୍ତ ଓଡ଼ିଶା ଗଠନ ଆମ ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୮।୨(ବ୍ୟୁରୋ): ଲୋକ କୈନ୍ଦ୍ରିକ ଶାସନ ହେଉଛି ଗଣତନ୍ତ୍ରର ମୁଖ୍ୟ ଆକର୍ଷଣ। ଓଡ଼ିଶାବାସୀଙ୍କ ଲଗାତର ଭରସା ମୋ ସରକାରକୁ ଭଲ କାମ କରିବାକୁ ପ୍ରେରଣା ଏବଂ ଶକ୍ତି...

ହୀରାକୁଦ ଜଳଭଣ୍ଡାରରେ କେଜ୍‌ କଲ୍‌ଚର ମାଛ ଚାଷ

ଭୁବନେଶ୍ୱର,୪।୧୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଭିଡିଓ କନ୍‌ଫରେନ୍ସ ଜରିଆରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର ୧୫ ଅନ୍‌ଲାଇନ ସେବା ଶୁଭାରମ୍ଭ କରିଛନ୍ତି। ଏଥିସହିତ...

ଭୁବନେଶ୍ୱରରେ ପହଞ୍ଚିଲେ ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର,୮।୭(ବ୍ୟୁରୋ): ଓଡ଼ିଶାରେ ପହଞ୍ଚିଲେ ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଶୁକ୍ରବାର ଦିଲ୍ଲୀରୁ ବାହାରି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି। ଦ୍ରୌପଦୀଙ୍କୁ ସ୍ବାଗତ ପାଇଁ ବିମାନବନ୍ଦରଠାରେ...

ଅଗଷ୍ଟରେ ଆସିବେ ଆନ୍ନାକୋଣ୍ଡା, ନାଇହର୍ନ କୁମ୍ଭୀର, ଜିରାଫ

ନରାଜ,୨୩।୭(ଡି.ଏନ୍‌.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ଆସନ୍ତା ଅଗଷ୍ଟ ଶେଷ ସୁଦ୍ଧା ଅନେକ ନୂଆ ଅତିଥି ଆସିବେ। ସେଥିରୁ ଚେନ୍ନାଇର କ୍ରୋକୋଡାଇଲ ବ୍ୟାଙ୍କସ ଟ୍ରଷ୍ଟ ଚେନ୍ନାଇରୁ ଏକ...

ଆଜିଠୁ ୪୭ କେନ୍ଦ୍ରରେ ଓଜେଇଇ

ଭୁବନେଶ୍ୱର,୮।୫(ବ୍ୟୁରୋ): ସୋମବାରଠାରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା(ଓଜେଇଇ) ପରୀକ୍ଷା ଆରମ୍ଭ ହେଉଛି। ୨୩ ପାଠ୍ୟକ୍ରମରେ ମୋଟ ୫୫,୯୭୯ଜଣ ପରୀକ୍ଷାର୍ଥୀ ପରୀକ୍ଷାଦେବାକୁ ନାମ ପଞ୍ଜୀକରଣ କରିଛନ୍ତି। ଏଥିପାଇଁ ରାଜ୍ୟରେ...

ଏଣିକି ଛୁଟିଦିନରେ ଅସ୍ତ୍ରୋପଚାର ଗୃହ ଖୋଲା ରହିବ

ଭୁବନେଶ୍ୱର, ୨୮।୧(ବ୍ୟୁରୋ): ରାଜ୍ୟରେ ଥିବା ସରକାରୀ ଡାକ୍ତରଖାନାରେ ଏଣିକି ଛୁଟିଦିନରେ ମଧ୍ୟ ଅସ୍ତ୍ରୋପଚାର ଗୃହ (ଓଟି) ଖୋଲା ରହିବ। ଫଳରେ ଜରୁରିକାଳୀନ ଚିକିତ୍ସା ସେବା ପାଇଁ...

Advertisement
Archives

Model This Week