ବାତରକ୍ତ ସମସ୍ୟା ଦୂର କରିବ ଅମୃତଭଣ୍ଡା ଚା’

ଶରୀରରେ ୟୁରିକ୍‌ ଏସିଡ୍‌ର ମାତ୍ରା ଅଧିକ ହେଲେ ବାତରକ୍ତ ସମସ୍ୟା ଉପୁଜିଥାଏ। ଏହି ରୋଗ ଯୋଗୁ ଜଏଣ୍ଟ୍‌ ପେନ୍‌ ଯନ୍ତ୍ରଣା ପୀଡ଼ିତକୁ ଦରମରା କରିପକାଏ। ଯନ୍ତ୍ରଣା ଲାଘବ କରିବାକୁ ଚାହଁୁଥିଲେ, ଅମୃତଭଣ୍ଡା ଚା’ ଏ କ୍ଷେତ୍ରରେ ରାମବାଣ ପରି ସହାୟକ ହେବ। ବାତରକ୍ତ ଏକ ଗମ୍ଭୀର ସମସ୍ୟା, ଯେଉଁ କାରଣରୁ ପୀଡ଼ିତଙ୍କୁ ଦୀର୍ଘଦିନ ପର୍ଯ୍ୟନ୍ତ ଜଏଣ୍ଟ୍‌ ପେନ୍‌ର ସମ୍ମୁଖୀନ ହେବାକୁ ପଡ଼େ। ଆଜିକାଲି ଅନେକ ଲୋକଙ୍କଠାରେ ଏହି ଗମ୍ଭୀର ସମ୍ଯଯା ଦେଖିବାକୁ ମିଳୁଛି। ଏହାର ମୁ୍ଯଯ କାରଣ ଶରୀରରେ ୟୁରିକ୍‌ ଏସିଡ୍‌ର ମାତ୍ରାଧିକ ବୃଦ୍ଧି। ଅଚାନକ ମେଦବୃଦ୍ଧି କିମ୍ବା ଓଜନ ବୃଦ୍ଧି ଦ୍ୱାରା ମଧ୍ୟ ୟୁରିକ୍‌ ଏସିଡ୍‌ ସ୍ତର ବୃଦ୍ଧି ପାଇଥାଏ। କିନ୍ତୁ ଏକ ବିଶେଷ ଉପଚାର ମାଧ୍ୟମରେ ଏହି ରୋଗଠାରୁ ସବୁଦିନ ପାଇଁ ରକ୍ଷା ପାଇହେବ। କଞ୍ଚା ଅମୃତଭଣ୍ଡା ଚା’। ଏହା ରକ୍ତବାତ ରୋଗ ଭଲ କରିବାରେ ସହାୟକ ହୋଇଥାଏ। ନିୟମିତ ଭାବେ ଦିନକୁ ଥରେ ଲେଖାଏ ଏହି ଚା’ ସେବନ କଲେ ରକ୍ତବାତ ସମସ୍ୟାରୁ ଉପଶମ ମିଳେ। ଏହାଛଡ଼ା ହାଡ଼ ମଧ୍ୟ ମଜଭୁତ୍‌ ରହେ। ଅମୃତଭଣ୍ଡା ଚା’ ସମ୍ପର୍କରେ ଖୁବ୍‌ କମ୍‌ ଲୋକଙ୍କୁ ଜଣା। କିନ୍ତୁ ଚିକିତ୍ସା ବିଜ୍ଞାନ ଜଗତରେ ଏହି ଚା’ର ବିଶେଷ ମହତ୍ତ୍ୱ ରହିଛି। ଗଣ୍ଠିବାତ ଯନ୍ତ୍ରଣା ବ୍ୟତୀତ ଏହି ଚା’ ଆହୁରି ଅନେକ ରୋଗର ନିଦାନରେ ସାହାଯ୍ୟ କରିଥାଏ। ଅମୃତଭଣ୍ଡା ଶରୀରରେ ୟୁରିକ୍‌ ଏସିଡ୍‌ ମାତ୍ରାକୁ ହ୍ରାସ କରିଥାଏ। ଏହି ଚା’ ପ୍ରସ୍ତୁତି ପାଇଁ ପ୍ରଥମେ ଅମୃତଭଣ୍ଡାକୁ ଛୋଟ ଛୋଟ ଟୁକୁଡ଼ା କରି ପାଣିରେ ଧୋଇବାକୁ ପଡ଼େ। ପରେ ଏକ ପାତ୍ରରେ ୨ କପ୍‌ ପାଣି ଦେଇ ଏହି ଟୁକୁଡ଼ାକୁ କିଛି ସମୟ ଆଞ୍ଚରେ ବସାଯାଏ। ପରେ ପାଣିକୁ ଛାଣି ସେଥିରେ ଗ୍ରୀନ୍‌ ଟି’ ବ୍ୟାଗ୍‌ ପକାଇ ଗରମ ଗରମ ପିଅନ୍ତୁ। ଏହି ଚା’ ପିଇବା ଦ୍ୱାରା ରକ୍ତବାତ ରୋଗ ତ ଭଲ ହୁଏ; ତା’ ସାଙ୍ଗକୁ ପୁରୁଣା ଯନ୍ତ୍ରଣାରୁ ମଧ୍ୟ ଉପଶମ ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କୋଲେଷ୍ଟରଲ କମାଏ ଏହି ରସ…

ସକାଳେ ଚାମୁଚେ ଅଁଳାରସ ପିଇଲେ ଶରୀରର ଅନେକ ଉପକାର ହୋଇଥାଏ। ଏହା ରକ୍ତ ସଞ୍ଚାଳନ ବୃଦ୍ଧି କରିବା ସହିତ କୋଲେଷ୍ଟରଲ ସ୍ତର ହ୍ରାସ କରେ। ଫଳରେ...

ଆଖିତଳ ଦାଗ ଦୂର କରିବାର ଉପାୟ ଆଖି ତଳର

କଳାଦାଗ ଦୂର କରିବା ପାଇଁ ବିଭିନ୍ନ ପ୍ରକାରର କ୍ରିମ୍‌ ରହିଛି। ଏହା ସହିତ ବ୍ୟୁଟି ପାର୍ଲରରେ ବି ବିଭିନ୍ନ ପ୍ରକାରର ଉପଚାର କରିହୁଏ। ତେବେ ଏହି...

କେଶ : କିଛି କଥା

ଆମ ଶରୀରର ପ୍ରତ୍ୟେକ ଅଙ୍ଗପ୍ରତ୍ୟଙ୍ଗର ଭିନ୍ନ ଭିନ୍ନ କାର୍ଯ୍ୟକଳାପ ରହିଛି। ତେବେ ମୁଣ୍ଡକୁ ଖରାଦାଉରୁ ରକ୍ଷା କରୁଥିବା ଓ ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧିରେ ସାହାଯ୍ୟ କରୁଥିବା...

ସ୍ବାସ୍ଥ୍ୟୋପକାରୀ ଧନିଆ ପତ୍ର

ଧନିଆ ପତ୍ରରେ ସ୍ବାସ୍ଥ୍ୟ ଉପକାରୀ ଗୁଣ ଭରି ରହିଛି। ଏଥିରେ ପ୍ରୋଟିନ୍‌, କାର୍ବୋହାଇଡ୍ରେଡ୍‌, ମିନେରାଲ୍‌, କ୍ୟାଲସିୟମ, ଫସଫରସ, ପୋଟାସିୟମ ଏବଂ ଫାଇବର ଆଦି ଭରି ରହିଛି।...

ଗଣ୍ଠି ଯନ୍ତ୍ରଣା ସହ ଏସବୁ ସମସ୍ୟାରୁ ମୁକ୍ତି ଦିଏ ମେଥି ଶାଗ

ପ୍ରାୟ ସମସ୍ତଙ୍କୁ ଶାଗ ଖାଇବା ପସନ୍ଦ। ଅନେକ ଉପାଦେୟ ଗୁଣରେ ଭରପୂର ଥାଏ ଶାଗ। କେଶ ସମସ୍ୟାରୁ ନାନାଦି ରୋଗ ପାଇଁ ଶାଗ ଖାଇବା ଲାଭଦାୟକ।...

ପରିଣତ ବୟସରେ…

ଜୀବନର ସାୟାହ୍ନରେ ଯୌବନର ମାଦକତା ଓ ଇନ୍ଦ୍ରିୟ କାର୍ଯ୍ୟ କ୍ଷମତା ଧୀରେ ଧୀରେ ହ୍ରାସ ପାଏ। ଏହି ସମୟରେ ରୁଗ୍ଣତା ଆସିଲେ ଶରୀର ହୋଇପଡ଼େ ଦୁର୍ବଳ...

ପିଲାଙ୍କୁ ଶିଖାନ୍ତୁ…

ଛୋଟ ପିଲାମାନେ କୋମଳମତି । କେତେକ ବିଷୟ ପ୍ରତି ଯଦି ସେମାନେ ପିଲାଟି ଦିନରୁ ସଚେତନ ହେବେ ତେବେ ତାହା ସେମାନଙ୍କ ଭବିଷ୍ୟତ ପାଇଁ ବେଶ୍‌...

ଶ୍ୱେତପ୍ରଦରର ଉପଚାର

ଶ୍ୱେତପ୍ରଦର ରୋଗ ନାରୀମାନଙ୍କୁ ହୋଇଥାଏ। ଅସାମଞ୍ଜସ୍ୟ ଆହାର, ବିହାର, ଦୂଷିତ ପରିବେଶ, ଅତ୍ୟଧିକ ପରିଶ୍ରମ, ମାସିକ ଋତୁସ୍ରାବ ସମୟରେ ପରିଷ୍କାର ନ ରହିବା ଦ୍ୱାରା ଏହି...

Advertisement
Archives

Model This Week