ବାଡ଼ିପାଙ୍ଗାବାସୀଙ୍କ ଭରସା ପରିତ୍ୟକ୍ତ କୂଅ

ତୁମୁଡ଼ିବନ୍ଧ,୧୫ା୬(ଡି.ଏନ୍‌.ଏ.)-ତୁମୁଡ଼ିବନ୍ଧ ବ୍ଲକ ଅଞ୍ଚଳରେ ଉତ୍କଟ ହେଉଛି ପାନୀୟ ଜଳ ସମସ୍ୟା। ଭୂପୃଷ୍ଠ ଜଳସ୍ତର କମିବା ସହ ନଦୀ ନାଳ ପୋଖରୀ ଶୁଖିଯାଇଛି। କୂଅର ଗୋଳିଆ ପାଣି ଉପରେ ଭରସା କରୁଛନ୍ତି ଲୋକେ। ଏପରି ସମସ୍ୟା ଦେଖିବାକୁ ମିଳିଛି କରୁକୁଡୁପା ପଞ୍ଚାୟତ ବାଡ଼ିପାଙ୍ଗା ଗ୍ରାମରେ। ଗ୍ରାମର ମହିଳା ଓ ପୁରୁଷ ଖୋଲାକୂଅର ଗୋଳିଆ ପାଣି ପିଉଛନ୍ତି। ବାଡ଼ିପାଙ୍ଗା ଗ୍ରାମରେ ୪୨ ପରିବାରର ପ୍ରାୟ ୩୦୦ ଲୋକ ବସବାସ କରନ୍ତି। ଗ୍ରାମରେ ୨ଟି ନଳକୂପ ଅଚଳ ହୋଇ ୨ବର୍ଷ ହେବ ପଡିରହିଛି। ତାହା ମରାମତି କଲେ ମଧ୍ୟ ଭଲ ପାଣି ବାହାରୁ ନାହିଁ। ଚୁଆକୁ ଭରସା କରିଥିବାବେଳେ ତାହା ମଧ୍ୟ ଶୁଖିଗଲାଣି। ଗାଁ ପାଖ ତମ୍ବାକେତାଠାରେ ୪୦ବର୍ଷ ପୂବେ ଖୋଳାଯାଇଥିବା ଏକ କୂଅ ଏବେ ଗ୍ରାମବାସୀଙ୍କ ଭରସା। ଉକ୍ତ ପରିତ୍ୟକ୍ତ କୂଅରୁ ଗ୍ରାମର ମହିଳାମାନେ ହାଣ୍ଡି ବାଲ୍‌ଟି ଧରି ପାଣି ସଂଗ୍ରହ କରୁଛନ୍ତି। ଗୋଳିଆ ପାଣି ବାହାରୁ ଥିବାରୁ ଘରକୁ ନେଇ କିଛି ସମୟ ରଖିବା ପରେ ଉକ୍ତ ପାଣିକୁ ପିଇବା ଓ ରୋଷେଇରେ ବ୍ୟବହାର କରୁଛନ୍ତି। ଏନେଇ ପୂର୍ବତନ ଓ୍ବାର୍ଡ ମେମ୍ବର ପ୍ରଜେନ୍ଦ୍ର ମାଝୀ କହିଛନ୍ତି ଯେ, ନୂତନ ଭାବେ ୨ଟି ନଳକୂପ ଖୋଳାଯାଇ ସୌରଚାଳିତ ପମ୍ପ ସଂଯୋଗ କରି ପାନୀୟ ଜଳର ବ୍ୟବସ୍ଥା କରାଯାଉ। ଏନେଇ ତୁମୁଡ଼ିବନ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜୟଦେବ ଦାସଙ୍କୁ ପଚାରିବାରୁ ସେ ତୁରନ୍ତ ଅଚଳ ହୋଇ ପଡ଼ିରହିଥିବା ନଳକୂପ ମରାମତି କରାଯିବା ସହ ପରିତ୍ୟକ୍ତ କୂଅର ପୁନରୁଦ୍ଧାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଅର ଖଣ୍ଡାଚୋଟରେ ବାପା ମୃତ

ଛତ୍ରପୁର,୨୫ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଧୀନ ସୁନ୍ଦରପୁର ଗାଁ ମଠସାହିରେ ହତ୍ୟାକାଣ୍ଡ ଘଟିଛି। ବାପା ପାଣ୍ଡ ମହାଙ୍କୁଡ (୬୦)ଙ୍କୁ ପୁଅ ସଞ୍ଜୟ ଖଣ୍ଡାରେ ହାଣି...

ପୋଖରୀରେ ବୁଡ଼ି ମହିଳାଙ୍କ ମୃତ୍ୟୁ

ବୁଗୁଡ଼ା,୨୮ା୧୦(ଡି.ଏନ.ଏ.)-ବୁଗୁଡ଼ା ଥାନା ରାବଗଡ଼ ନିକଟସ୍ଥ ଏକ ପୋଖରୀରେ ବୁଡ଼ି ରବିବାର ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ରାବଗଡ଼ର ସରମା ନାୟକ (୫୯)। ଏ...

ଜି.ଉଦୟଗିରିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଇଷ୍ଟର କାଣ୍ଟାଟା

ଜି.ଉଦୟଗିରି,୧୮।୫(ଡି.ଏନ.ଏ.)-ଜି.ଉଦୟଗିରି ଠାରେ ଶୁକ୍ରବାର ରାତ୍ର ୮ଟା ସମୟରେ ଆଇୱାଇଏଫ (ଇଣ୍ଟିଗ୍ରାଲ ୟୁଥ୍‌ ଫେଲୋସିପ୍‌) ଜି.ଉଦୟଗିରି ଦ୍ୱାରା ଖ୍ରୀଷ୍ଟିୟାନ ହସ୍ପିଟାଲ ରୋଡ ନିକଟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଇଷ୍ଟର...

ଡାକ୍ତର, କର୍ମଚାରୀଙ୍କ ନାଁରେ ମାମଲା

ବ୍ରହ୍ମପୁର ଅଫିସ,୨୭ା୪- ବ୍ରହ୍ମପୁର  ନୂଆ ବସଷ୍ଟାଣ୍ଡ ରୋଡରେ ଥିବା ଏକ ଘରୋଇ ନର୍ସିଂହୋମରେ ଜଣେ ରୋଗୀଙ୍କୁ ମାଡ଼ ମରାଯିବା ସହ ତାଙ୍କ ସୁନାଚେନ ଛଡ଼ାଇ ନିଆଯାଇଥିବା...

କ୍ଷେତରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବ୍ରହ୍ମପୁର ଅଫିସ,୫।୧୨: ଗଞ୍ଜାମ ଜିଲା ବ୍ରହ୍ମପୁର ଖଜୁରିଆ ଜାତୀୟ ରାଜପଥ କଡରେ ଥିବା ଏକ ବୁଦାମୂଳରୁ ଗୋସାଣି ନୂଆଗାଁ ପୋଲିସ ଜଣେ ଯୁବକଙ୍କ ଗଳିତ ମୃତଦେହ...

ଗଞ୍ଜାମରେ କରୋନାରେ ମୃତ, ଆକ୍ରାନ୍ତଙ୍କ ପାଇଁ ୧୦୪ ଆମ୍ବୁଲାନ୍ସ: ୨୪ ଘଣ୍ଟିଆ ମନିଟରିଂ ସେଲ

ଛତ୍ରପୁର,୧୪।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର କରୋନା ଆକ୍ରାନ୍ତଙ୍କ ପାଇଁ ୧୦୪ ଟି ସ୍ବତନ୍ତ୍ର କୋଭିଡ ଆମ୍ବୁଲାନ୍ସସ ବ୍ୟବସ୍ଥା କରାଯାଇଛି। ଜିଲାର ପ୍ରତିଟି ବ୍ଲକରେ ୪ଟି, ବ୍ରହ୍ମପୁର ମହାନଗର...

ଚୈତ୍ର ମଙ୍ଗଳବାର: କରୋନାରୁ ରକ୍ଷା ଲାଗି ମା’ତାରାତାରିଣୀଙ୍କ ପୀଠରେ ହେଲା ସ୍ବତନ୍ତ୍ର ପୂଜା

ପୁରୁଷୋତ୍ତମପୁର, ୩୧।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତି ପୀଠ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିରରେ ଚୈତ୍ର ମଙ୍ଗଳବାର ଚତୁର୍ଥ ପାଳି ଯାତ୍ରା ଅବସରରେ ଜନଶୂନ୍ୟ ହୋଇପଡିଛି।...

କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଘର ଘର ସର୍ଭେ

ଗଞ୍ଜାମ,୨୯।୧୦(ଡି.ଏନ୍‌.ଏ.): ଗତ କିଛି ଦିନ ହେବ ଗଞ୍ଜାମ ଏନ୍‌ଏସିରେ ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅବିନାଶ ମିଶ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ୱ ନେବା ପରେ...

Advertisement
Archives

Model This Week