ଝାଡ଼ଖଣ୍ଡୀ ହାତୀପଲଙ୍କ ଉତ୍ପାତ ଜାରି : ଭାଙ୍ଗିଲା ୬ ଘର, ୧ ଗାଈ ମୃତ

ସଜନାଗଡ଼, ୧୫ା୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳର ତିନିକୋଶିଆ ସଂରକ୍ଷିତ ଜଙ୍ଗଲରେ ୪ଦିନ ହେଲା ଝାଡ଼ଖଣ୍ଡ ହାତୀପଲ ଉତ୍ପାତ ଚଳାଇଛନ୍ତି। ଏହି ପଲରେ ୨୮ଟି ହାତୀ ରହିଛନ୍ତି। ଖାଦ୍ୟ ଅଭାବରୁ ହାତୀପଲ ଜନବସତିମୁହଁା ହେଉଥିବା କୁହାଯାଉଛି। ଗୁରୁବାର ସନ୍ଧ୍ୟାରେ ଜଙ୍ଗଲକୁ ଲାଗି ରହିଥିବା ପାଖଗ୍ରାମ ଜାମୁଡ଼ିହା ପଞ୍ଚାୟତର ଗୋଡ଼ିଶୁଳ, ଜଡ଼ିଦା ପଞ୍ଚାୟତର ବାଉଁଶନାଳ ଓ ଜାମୁଡ଼ିହି ସାହିରେ ୬ଗୋଟି ଘରଭାଙ୍ଗିବା ସହ ଗୋଟିଏ ଗୋରକୁ ମଧ୍ୟ କଚାଡ଼ି ମାରିଥିବା ଜଣାପଡ଼ିଛି। ଯୁଗଳ ସିଂ, ଦୟାନିଧି ପ୍ରଧାନ, ଗୁରା ମୁର୍ମୁ, ସାବିତ୍ରୀ ସିଂ, ଗଦାଧର ମହାଳିକ, ନରହରି ଜେନାଙ୍କ ଘର ଭାଙ୍ଗିବା ସହ ଘରେ ଥିବା ଧାନ, ଚାଉଳ ଓ ବାଡ଼ିରେ ପଣସ, କଦଳୀ ଗଛକୁ ନଷ୍ଟ କରିଥିବା ସୂଚନା ମିଳିଛି। ଅନ୍ୟ ପକ୍ଷରେ ହାତୀ ଉପଦ୍ରବ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ସୌରବାଡ଼ ଅଚଳ ହୋଇ ପଡ଼ିଥିବା, ଟ୍ରେଞ୍ଜଗୁଡ଼ିକ ପୋତିଯାଇଥିବାରୁ ହାତୀମାନେ ସହଜରେ ଜଙ୍ଗଲ ପାର୍ଶ୍ୱରେ ଥିବା ଗ୍ରାମଗୁଡ଼ିକୁ ପଶିବାରେ ସଫଳ ହେଉଛନ୍ତି । ଏହାକୁ ନେଇ ବନାଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ତିନିକୋଶିଆ ସଂରକ୍ଷିତ ଜଙ୍ଗଲକୁ ଲାଗି ରହିଥିବା ଗ୍ରାମ ସାତରାଣ୍ଡ, ତେରେଲଡିହି, ଧିରିଗୁଠ, ଭାଲୁକାଶୁଣି, ଆମ୍ବଝର, ଚେକାମରା ଆଦି ଗ୍ରାମରେ ଧନଜୀବନ ନଷ୍ଟ ହେବାର ଆଶଙ୍କା ରହିଛି। ଅଞ୍ଚଳବାସୀ ରାତ୍ରି ଅନିଦ୍ରା ହୋଇ ଗଁା ମୁଣ୍ଡରେ ଅସୁରକ୍ଷିତ ଅବସ୍ଥାରେ ପାଳି କରି ଜଗି ରହୁଛନ୍ତି । ବନ ବିଭାଗ ପକ୍ଷରୁ ରେଞ୍ଜର, ଫରେଷ୍ଟର, ଗାର୍ଡ଼, ସବୁଜ ବାହିନୀ ଜଙ୍ଗଲରେ ହାତୀର ଗତିବିଧିକୁ ଲକ୍ଷ୍ୟ କରି ଜଙ୍ଗଲ ଚାରିପାର୍ଶ୍ୱରେ ରହି ଡାକବାଜି ଯନ୍ତ୍ର ଦ୍ୱାରା ଗ୍ରାମବାସୀଙ୍କୁ ସଚେତନ କରାଉଥିବା ଜଣାପଡ଼ିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀକାନ୍ତଙ୍କ ପ୍ରାର୍ଥିତ୍ୱରୁ ତ୍ରିମୁଖୀ ଲଢ଼େଇ

ବାଲେଶ୍ୱର,୧୬ା୪(ମାନସ ବିଶ୍ୱାଳ):ବାଲେଶ୍ୱର ଲୋକ ସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ ଶ୍ରୀକାନ୍ତ ଜେନାଙ୍କ ନାମ ଘୋଷଣା କରାଯାଇଛି। ପୂର୍ବରୁ ଭାଜପାରୁ ପ୍ରତାପ ଷଡ଼ଙ୍ଗୀ ଓ ବିଜେଡିରୁ...

ପ୍ରତାପ ଷଡଙ୍ଗୀଙ୍କୁ ନିଜ ଦଳର କର୍ମୀ ଚେତାବନୀ, ଏମିତି ନ କଲେ ନିର୍ବାଚନମଣ୍ଡଳୀରେ ପୂରାଇ ଦିଆଯିବ ନାହିଁ

ବାଲେଶ୍ୱର,୧୪।୪(ମାନସ ବିଶ୍ୱାଳ)- ଜଳେଶ୍ୱର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ପକ୍ଷରୁ ଘୋଷଣା କରାଯାଇଥିବା ପ୍ରାର୍ଥୀଙ୍କୁ ବିରୋଧ କରାଯାଇଛି। ଏନେଇ ବାଲେଶ୍ୱର ସହର ସହଦେବଖୁଣ୍ଟାସ୍ଥିତ ଏକ ଘରୋଇ...

ଚିଙ୍ଗୁଡ଼ି ଘେରିରେ ଏସିଡ୍‌ ଢାଳି ଯୁବକଙ୍କୁ ହତ୍ୟା

ରୂପସା,୧୪।୪(ବାଞ୍ଛାନିଧି ଦେ)ବାଲେଶ୍ୱର ଜିଲା ସିଂଲା ଥାନା ଅଧୀନ ଗନ୍ଧିଆ ଗାଁ ନିକଟରେ ଥିବା ଏକ ଚିଙ୍ଗୁଡ଼ି ଘେରିରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି।...

ଟିକେଟ୍ ପାଇ ନବୀନଙ୍କୁ କୃତଜ୍ଞତା ଜଣାଇଲେ ଲେଖାଶ୍ରୀ

ଭୁବନେଶ୍ୱର,୧୩ା୪: ବାଲେଶ୍ୱର ଲୋକ ସଭା ପାଇଁ ବିଜୁ ଜନତା ଦଳ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ଶନିବାର ସେ ଦଳର ମୁଖିଆ ତଥା...

ଉଭୟଙ୍କୁ ପ୍ରତିଶ୍ରୁତି, ଭାଗ୍ୟରେ ଟିକେଟ

ବାଲେଶ୍ୱର,୧୩।୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ଟିକେଟକୁ ନେଇ ଲାଗିରହିଛି ଡ୍ରାମା। ଗତ ୨୦୧୪ ନିର୍ବାଚନରେ ବିଜେଡିରୁ ପ୍ରାର୍ଥୀ ହୋଇ...

ନୀଳଗିରିର ବୋହୂ, ପରିବେଶ ବିଜ୍ଞାନରେ ପିଏଚ୍‌ଡି; ବିଜେଡି ଟିକେଟ୍‌ରେ ଲଢ଼ିବାକୁ ଯାଉଥିବା ଲେଖାଶ୍ରୀଙ୍କ ବିଷୟରେ ଜାଣନ୍ତୁ…

ଭୁବନେଶ୍ୱର/ବାଲେଶ୍ବର,୧୨।୪: ଏକଦା ବିରୋଧୀ ଦଳରେ ଥିବା ବେଳେ ବିଜେଡି ସୁପ୍ରିମୋଙ୍କୁ ଶବ୍ଦବାଣରେ କଟାକ୍ଷ କରିବାର ଗୋଟିଏ ବି ସୁଯୋଗ ଛାଡ଼ୁ ନ ଥିଲେ। ହେଲେ ୨୦୨୪...

 ଚଡ଼କ ମେଳାରେ ଅଘଟଣ

ଜଳେଶ୍ୱର,୧୨।୪(ନବୀନ ସାହୁ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବାବା ଚନ୍ଦନେଶ୍ୱରଙ୍କ ଚଡ଼କ ଯାତ୍ରାରେ ଜଣେ ବତ୍ରଧାରୀ ମହିଳାଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଶ୍ରଦ୍ଧାଳୁ...

ଇପିଏଫ୍‌ ପେନସନଭୋଗୀ ସଂଘର ବଡ଼ ନିଷ୍ପତ୍ତି

ରୂପସା,୧୧।୪(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ରୂପସା ଥାନା ଅଧୀନ ପୋଡାଡ଼ିହାସ୍ଥିତ ଆମ ଗାଁ ନର୍ସରୀ ପରିସରରେ ବୁଧବାର ଅଲ୍‌ ଓଡ଼ିଶା ପେନସନଭୋଗୀ ସଂଘର ବାଲେଶ୍ୱର ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri