Posted inଫୁରସତ

ବାଟ ଭୁଲି ଜଙ୍ଗଲରେ ହଜିଗଲେ ମା’ଙ୍କ ସହ ୩ ସନ୍ତାନ, ୩୪ଦିନ ଫଳମୂଳ ଖାଇ ଜୀବନ ବଞ୍ଚାଇଲେ

ବୋଗୋଟା: କଲମ୍ବିଆର ଜଙ୍ଗଲରେ ଏକ ପରିବାର ଛୁଟି କଟାଇବାକୁ ଯାଇଥିବା ବେଳେ ମା’ ଏବଂ ୩ ସନ୍ତାନ ବାଟ ଭୁଲି ରହିଯାଇଥିଲେ। ଏମାନଙ୍କୁ ୩୪ ଦିନ ପରେ କଲମ୍ବିଆର ନାଭି ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ନୌସେନା କମାଣ୍ଡର ଜେନେରାଲ ସର୍ଜିୟୋ ଆଲଫ୍ରେଡୋ ସେରାନୋ କୁହନ୍ତି, ୪୦ ବର୍ଷୀୟା ଜଣେ ମହିଳାଙ୍କ ସହ ତାଙ୍କର ତିନି ସନ୍ତାନ ୧୯ ଡିସେମ୍ବରରେ ଛୁଟି କାଟିବା ପାଇଁ ଜଙ୍ଗଲକୁ ଆସିଥିଲେ। ତିନି ସନ୍ତାନଙ୍କ ବୟସ ଯଥାକ୍ରମେ, ୧୪, ୧୨ ଏବଂ ୧୦ ବର୍ଷ। ରାତି ହେବାରୁ ସେମାନେ ରାସ୍ତା ଭୁଲି କଲମ୍ବିଆ-ପେରୁ ସୀମାରେ ହଜି ଯାଇଥିଲେ। ତେଣୁ ଜଙ୍ଗଲରେ କେମିତି ବଞ୍ଚିବେ ସେନେଇ ଚିନ୍ତାରେ ପଡ଼ିଥିଲେ। ଅନ୍ୟ ଉପାୟ ନ ପାଇ ଶେଷରେ ଜଙ୍ଗଲରେ ଥିବା କୋଳି ଖାଇ, ପାଣି ପିଇ ଜୀବନ ବଞ୍ଚାଇଥିଲେ। ଜୀବଜନ୍ତୁଙ୍କ ଭୟରେ ରାତିରେ ଗଛ ଉପରେ ଆଶ୍ରୟ ନେଇଥିଲେ। ଅନ୍ୟପଟେ ପରିବାର ଲୋକେ ବହୁ ଖୋଜାଖୋଜି କରି ନ ପାଇବାରୁ ନାଭି କର୍ମଚାରୀଙ୍କୁ ଜଣାଇଥିଲେ। ଏହା ପରେ ଖୋଜିବା ଅଭିଯାନ ଆରମ୍ଭ ହୋଇଥିଲା। ଶେଷରେ ୩୪ ଦିନ ପରେ ସେମାନଙ୍କୁ ନାଭିର କର୍ମଚାରୀମାନେ ଉଦ୍ଧାର କରିଥିଲେ।
କମାଣ୍ଡର ସୂଚନା ଦେଇଛନ୍ତି, ଉତ୍ତର-ପୂର୍ବ ପେରୁର ୟୁବିନାଟୋ ସେକ୍ଟର ଲା ଏସ୍‌ପେରେଞ୍ଜାର ଏକ ଗାଁରୁ ସେମାନଙ୍କୁ ଉଦ୍ଧାର କରାଯାଇଛି। ଖାଇବା ଏବଂ ପାଣି ପିଇବା ପାଇଁ ଚାଲି ଚାଲି ପୁଟ୍ରୁମାଓ ନଦୀକୂଳରେ ପହଞ୍ଚଥିଲେ। ଏହା ପରେ ସେମାନେ ସେକୋୟା ସମ୍ପ୍ରଦାୟର ସଂସ୍ପର୍ଶରେ ଆସିଥିଲେ। ପେରୁର ଅଧିକାରୀମାନେ କଲମ୍ବିଆ ନୌସେନାଙ୍କୁ ଏ ସମ୍ପର୍କରେ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାବନାକୁ ଟାଇପ୍‌ କରିବ ଫେସ୍‌ବୁକ ଏଆର୍‌ ଡିଭାଇସ୍‌

ସାନ୍‌ଫ୍ରନସିସ୍କୋ:ଫେସ୍‌ବୁକ ଏକ ବ୍ରେନ୍‌ କମ୍ପ୍ୟୁଟର ଆଗ୍ୟୁମେଣ୍ଟେଡ ରିୟଲିଟି(ଏଆର) ଇଣ୍ଟରଫେସ ଡିଭାଇସ ବିକାଶ କରୁଛି ଯାହା ଆପଣଙ୍କ ଭାବନାକୁ ଟାଇପ କରିପାରିବ। ୨୦୧୮ରେ କମ୍ପାନୀ ତା’ର ବ୍ରେନ୍‌...

କ୍ଷୀର,ମିଠା ଅର୍ପଣ ଯୋଗୁ ବାବୁଲନାଥ ମନ୍ଦିର ଶିବଲିଙ୍ଗରେ ଫାଟ: ବମ୍ବେ ଆଇଆଇଟି ରିପୋର୍ଟ…

ମୁମ୍ବାଇ,୨୬।୩ : ଦକ୍ଷିଣ ମୁମ୍ବାଇରେ ଥିବା ଦ୍ୱାଦଶ ଶତାବ୍ଦୀର ଶ୍ରୀ ବାବୁଲନାଥ ମନ୍ଦିରରେ ଶିବଲିଙ୍ଗ ଉପରେ ଫାଟ ସୃଷ୍ଟି ହେବାର କାରଣ ସାମ୍ନାକୁ ଆସିଛି। ଆଇଆଇଟି...

ବାଘ, ସିଂହର କରୋନା ମୃତ୍ୟୁ

ରାଞ୍ଚି/ଚେନ୍ନାଇ: ତାମିଲନାଡୁର ଭଣ୍ଡାଲୁରସ୍ଥିତ ଆରିଗ୍‌ନାର ଆନ୍ନା ଜାତୀୟ ଉଦ୍ୟାନରେ ୯ ସିଂହ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୯ ବର୍ଷର ଏକ ମାଈ...

ରାସ୍ତା ଉପରେ ନାଚିବା ପଡ଼ିଲା ମହଙ୍ଗା

ଇନ୍ଦୋର,୧୫।୯: ମଧ୍ୟପ୍ରଦେଶ ଇନ୍ଦୋରର ରସୋମା ସ୍କୋୟାରରେ ରେଡ୍‌ ସିଗନାଲର ଫାଇଦା ଉଠାଇ ଜଣେ ଯୁବତୀ ରାସ୍ତା ଉପରେ ନାଚି ଥିଲେ, ଯାହାର ଭିଡିଓ ଭାଇରାଲ ହେଉଛି...

ଅନନ୍ୟା ନନ୍ଦିନୀ: ରାଜନୀତି ଓ ସାହିତ୍ୟର ଯୁଗଳବନ୍ଦୀ; ଆଗାମୀ ପିଢ଼ି ପାଇଁ ଆଦର୍ଶ

ଜନ୍ମ ଆଉ ମରଣ ଭିତରେ ଥିବା ବ୍ୟବଧାନକୁ ଯଦି ଜୀବନ କୁହାଯାଏ, ତେବେ ସବୁ ଜୀବନ ସମାନ ନୁହେଁ। ଆପଣା ପାଇଁ ବଞ୍ଚିରୁହନ୍ତି ସାଧାରଣ ମଣିଷ।...

ଜ୍ୱାଇଁଙ୍କ ସନ୍ତାନକୁ ଜନ୍ମ ଦେଲେ ଶାଶୁ , ଝିଅ କହିଲେ ଏମିତି..

ଜ୍ୱାଇଁଙ୍କ ସନ୍ତାନକୁ ଜନ୍ମ ଦେଲେ ଶାଶୁ । ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବିି ସତ। ଏପରି ଏକ ଘଟଣା ଘଟିଛି ଆମେରିକାର ସିକାଗୋରେ। ସେଠାରେ ରହୁଥିବା...

୨୧ ବର୍ଷରୁ କମ୍‌ ବୟସ୍କଙ୍କୁ ହ୍ବିିପ୍ଡ କ୍ରିମ୍‌ ଡବା ବିକ୍ରି ମନା

ଲଣ୍ଡନ: ବ୍ରିଟେନ୍‌ ଓ ଆମେରିକାରେ ହ୍ବିପ୍ଡ କ୍ରିମ୍‌ (ମିଠା ଜାତୀୟ ଖାଦ୍ୟ, ଯାହାକୁ ବିଶେଷ ଭାବେ କେକ୍‌ ଖାଇବା ସମୟରେ ବ୍ୟବହାର କରାଯାଏ) ଡବା ବିକ୍ରି...

ଦିନେ ଲୋକେ କହୁଥିଲେ ଡାହାଣୀ, ଏବେ ଜିତିଲେ ପଦ୍ମଶ୍ରୀ

ରାଞ୍ଚି,୨୭।୧: ଚଳିତବର୍ଷ ସାଧାରଣତନ୍ତ୍ର ଦିବସ ପୂର୍ବରୁ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୧୯ ଜଣଙ୍କୁ ପୁରସ୍କାର ଦିଆଯିବ। ଝାଡଖଣ୍ଡର...

Advertisement
Archives

Model This Week