Posted inଫୁରସତ

ବାଟ ଭୁଲି ଜଙ୍ଗଲରେ ହଜିଗଲେ ମା’ଙ୍କ ସହ ୩ ସନ୍ତାନ, ୩୪ଦିନ ଫଳମୂଳ ଖାଇ ଜୀବନ ବଞ୍ଚାଇଲେ

ବୋଗୋଟା: କଲମ୍ବିଆର ଜଙ୍ଗଲରେ ଏକ ପରିବାର ଛୁଟି କଟାଇବାକୁ ଯାଇଥିବା ବେଳେ ମା’ ଏବଂ ୩ ସନ୍ତାନ ବାଟ ଭୁଲି ରହିଯାଇଥିଲେ। ଏମାନଙ୍କୁ ୩୪ ଦିନ ପରେ କଲମ୍ବିଆର ନାଭି ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ନୌସେନା କମାଣ୍ଡର ଜେନେରାଲ ସର୍ଜିୟୋ ଆଲଫ୍ରେଡୋ ସେରାନୋ କୁହନ୍ତି, ୪୦ ବର୍ଷୀୟା ଜଣେ ମହିଳାଙ୍କ ସହ ତାଙ୍କର ତିନି ସନ୍ତାନ ୧୯ ଡିସେମ୍ବରରେ ଛୁଟି କାଟିବା ପାଇଁ ଜଙ୍ଗଲକୁ ଆସିଥିଲେ। ତିନି ସନ୍ତାନଙ୍କ ବୟସ ଯଥାକ୍ରମେ, ୧୪, ୧୨ ଏବଂ ୧୦ ବର୍ଷ। ରାତି ହେବାରୁ ସେମାନେ ରାସ୍ତା ଭୁଲି କଲମ୍ବିଆ-ପେରୁ ସୀମାରେ ହଜି ଯାଇଥିଲେ। ତେଣୁ ଜଙ୍ଗଲରେ କେମିତି ବଞ୍ଚିବେ ସେନେଇ ଚିନ୍ତାରେ ପଡ଼ିଥିଲେ। ଅନ୍ୟ ଉପାୟ ନ ପାଇ ଶେଷରେ ଜଙ୍ଗଲରେ ଥିବା କୋଳି ଖାଇ, ପାଣି ପିଇ ଜୀବନ ବଞ୍ଚାଇଥିଲେ। ଜୀବଜନ୍ତୁଙ୍କ ଭୟରେ ରାତିରେ ଗଛ ଉପରେ ଆଶ୍ରୟ ନେଇଥିଲେ। ଅନ୍ୟପଟେ ପରିବାର ଲୋକେ ବହୁ ଖୋଜାଖୋଜି କରି ନ ପାଇବାରୁ ନାଭି କର୍ମଚାରୀଙ୍କୁ ଜଣାଇଥିଲେ। ଏହା ପରେ ଖୋଜିବା ଅଭିଯାନ ଆରମ୍ଭ ହୋଇଥିଲା। ଶେଷରେ ୩୪ ଦିନ ପରେ ସେମାନଙ୍କୁ ନାଭିର କର୍ମଚାରୀମାନେ ଉଦ୍ଧାର କରିଥିଲେ।
କମାଣ୍ଡର ସୂଚନା ଦେଇଛନ୍ତି, ଉତ୍ତର-ପୂର୍ବ ପେରୁର ୟୁବିନାଟୋ ସେକ୍ଟର ଲା ଏସ୍‌ପେରେଞ୍ଜାର ଏକ ଗାଁରୁ ସେମାନଙ୍କୁ ଉଦ୍ଧାର କରାଯାଇଛି। ଖାଇବା ଏବଂ ପାଣି ପିଇବା ପାଇଁ ଚାଲି ଚାଲି ପୁଟ୍ରୁମାଓ ନଦୀକୂଳରେ ପହଞ୍ଚଥିଲେ। ଏହା ପରେ ସେମାନେ ସେକୋୟା ସମ୍ପ୍ରଦାୟର ସଂସ୍ପର୍ଶରେ ଆସିଥିଲେ। ପେରୁର ଅଧିକାରୀମାନେ କଲମ୍ବିଆ ନୌସେନାଙ୍କୁ ଏ ସମ୍ପର୍କରେ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନ ଛାଡି ଖାଉଥିଲେ ବର୍ଗର! CJP ନେଲା କାର୍ଯ୍ୟାନୁଷ୍ଠାନ, ସଂଗଠନର ମୁଖପାତ୍ର ପଦରୁ…

ନୂଆଦିଲ୍ଲୀ,୨୧।୭: କକ୍ରୋଚ ଜନତା ପାର୍ଟି (CJP) ବିଜେତା ଦହିୟାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ସଂଗଠନର ମୁଖପାତ୍ର ପଦରୁ ହଟାଇ ଦେଇଛି। ଏହାର ସୂଚନା CJP…

୬୪୭ ଦିନ ପରେ ଟିମ୍‌ ଇଣ୍ଡିଆକୁ ଫେରିବେ ଏହି ଘାତକ ଖେଳାଳି: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୭: ଇଂଲଣ୍ଡ ବିପକ୍ଷ ନିରାଶାକୁ ପଛରେ ପକାଇ, ଭାରତୀୟ କ୍ରିକେଟ ଦଳ ଏବେ ଜିମ୍ବାୱେ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ପ୍ରସ୍ତୁତ। ଶ୍ରେୟସ…

କଲ୍ୟାଣସିଂହପୁର ସେରିଗୁମାଠାରେ ଭାଜପାର ମିଶ୍ରଣ ପର୍ବ: ବିଭିନ୍ନ ଦଳ ଛାଡ଼ି ପଦ୍ମ ଧରିଲେ ୨୦୦ କର୍ମୀ

କଲ୍ୟାଣସିଂହପୁର,୨୧।୭( ଦୀପକ କୁମାର ପରିଡା ): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ମାଝିଗୁଡ଼ା ମଣ୍ଡଳର ସେରିଗୁମା ଠାରେ ଭାରତୀୟ ଜନତା ପାର୍ଟି (ଭାଜପା ) ପକ୍ଷରୁ…

ଆଗକୁ ପେଟ୍ରୋଲରେ ମିଶିବ କି ୨୦% ରୁ ଅଧିକ ଇଥାନଲ୍? ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୧।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ ବା ଇ-୨୦ ପେଟ୍ରୋଲକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ଏହାଦ୍ୱାରା ଗାଡି଼ର ଇଞ୍ଜିନ ଖରାପ ହେଉଥିବା ନେଇ କହୁଛନ୍ତି…

ଅଗଷ୍ଟ ୩ରୁ ୫ ପର୍ଯ୍ୟନ୍ତ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର, ୨୧।୭: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ଅଗଷ୍ଟ ୩ରୁ ୫ ତାରିଖ ପର୍ଯ୍ୟନ୍ତ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ଏହି ଗସ୍ତ ଅବସରରେ ସେ…

CJP ଆନ୍ଦୋଳନକୁ ନେଇ ମମତାଙ୍କ ବଡ଼ ଘୋଷଣା, ବିରୋଧୀ ହେଲେ କାବା!

ନୂଆଦିଲ୍ଲୀ,୨୧।୭: ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ (TMC) ପ୍ରମୁଖ ମମତା ବାନାର୍ଜୀ ଦଳର ବିଦ୍ରୋହୀ ନେତାମାନଙ୍କ ଉପରେ ଏପର୍ଯ୍ୟନ୍ତର ସବୁଠାରୁ କଡ଼ା ଆକ୍ରମଣ କରିଛନ୍ତି। ସେ ସ୍ପଷ୍ଟ ଶବ୍ଦରେ…

ଆସିଲା ଆଜ୍ଞାମାଳ: ରଥ ନେବ ଦକ୍ଷିଣ ମୋଡ଼

ପୁରୀ,୨୧ା୭: ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପମଣ୍ଡପରେ ଲୀଳାଖେଳା ସାରି ବାହୁଡ଼ାରେ ଶ୍ରୀମନ୍ଦିରକୁ ବାହୁଡ଼ିବେ ଦାରୁଦିଅଁ। ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ସମ୍ମୁଖରେ ଦଣ୍ଡାୟମାନ ରହିଥିବା…

ଭିଟାମାଟି ଛାଡ଼ିଲେ ନାହିଁ ଗ୍ରାମବାସୀ: ଅସ୍ତ୍ର ଶସ୍ତ୍ର ପୂଜାର୍ଚ୍ଚନା କରି ନେଲେ ଶପଥ, ପ୍ରଶାସନ ନାକେଦମ

ବଲାଙ୍ଗୀର, ୨୧।୭ ( ସୁନିଲ କୁମାର ମହାନ୍ତି): ଲୋୟର ସୁକତେଲ ପ୍ରକଳ୍ପ ପ୍ରଭାବିତ କୁମିଆପାଲି ଗାଁରେ ମଙ୍ଗଳବାର ସକାଳୁ ଜିଲା ପ୍ରଶାସନ ପକ୍ଷରୁ ବିସ୍ଥାପନ ପ୍ରକ୍ରିୟା ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri