Posted inଜାତୀୟ

ବାଚସ୍ପତିଙ୍କ କ୍ଷମତାର ସମୀକ୍ଷା ହେଉ

ନୂଆଦିଲ୍ଲୀ,୨୨ା୧(ଆଇଏଏନ୍‌ଏସ୍‌):ବିଧାନସଭା ଓ ଲୋକ ସଭାର ବାଚସ୍ପତି ବି କୌଣସି ଏକ ଦଳରୁ ଆସିଥାନ୍ତି। ତେଣୁ ଦଳବଦଳ ଆଇନାନୁସାରେ ସେ ଗୃହର କୌଣସି ସଦସ୍ୟଙ୍କୁ ଅଯୋଗ୍ୟ ଘୋଷଣା କରିପାରିବେ କି? ଏହା ଉପରେ ପାର୍ଲାମେଣ୍ଟ ବିଚାର କରୁ। ବିଧାୟକ ଏବଂ ଏମ୍‌ପିମାନଙ୍କ ସଦସ୍ୟତା ରଦ୍ଦ କରିବା ନେଇ ବାଚସ୍ପତିଙ୍କ ଏକାଧିକାର କ୍ଷମତାର ସମୀକ୍ଷା ହେଉ ବୋଲି ପାର୍ଲାମେଣ୍ଟକୁ ମଙ୍ଗଳବାର ସୁପ୍ରିମକୋର୍ଟ ପ୍ରସ୍ତାବ ଦେଇଛନ୍ତି। ମଣିପୁରର ପରିବେଶ ମନ୍ତ୍ରୀ ଥୋଉନାଜୋରାମ ଶ୍ୟାମକୁମାରଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ଦାଏର ପିଟିଶନର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ଏହା କହିଛନ୍ତି। କର୍ନାଟକର ବିଧାୟକମାନଙ୍କ ଅଯୋଗ୍ୟ ଘୋଷଣା ମାମଲା ନେଇ ଗତବର୍ଷ ସୁପ୍ରିମକୋର୍ଟଙ୍କ ରାୟ ଆସିଥିବାରୁ ଏହି ଟିପ୍ପଣୀ ବିଶେଷ ଗୁରୁତ୍ୱ ବହନ କରେ। ମଣିପୁର ବିଧାୟକ ଥୋଉନାଜୋରାମ ଶ୍ୟାମକୁମାର କଂଗ୍ରେସ ଟିକେଟରେ ଜିତି ବିଧାନସଭାକୁ ଯାଇଥିଲେ। ବିଜୟୀ ହେବା ପରେ ସେ ଭାଜପା ନେତୃତ୍ୱାଧୀନ ସରକାରରେ ଯୋଗଦେଇ ରାଜ୍ୟ କ୍ୟାବିନେଟରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ହୋଇଛନ୍ତି। ଦଳବଦଳ ଆଇନ ଅନୁସାରେ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଉ ବୋଲି କଂଗ୍ରେସ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ଜଷ୍ଟିସ୍‌ ଆର୍‌.ଏଫ୍‌. ନରିମାନ୍‌ଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠ ମଙ୍ଗଳବାର ଏହାର ଶୁଣାଣି କରି କହିଛନ୍ତି, ବିଧାୟକ ଏବଂ ଏମ୍‌ପିମାନଙ୍କୁ ଅଯୋଗ୍ୟ ଘୋଷଣା ନେଇ ବାଚସ୍ପତିଙ୍କ କ୍ଷମତାର ପୁନର୍ବିଚାର ହେଉ। ବାଚସ୍ପତି ମଧ୍ୟ ଏକ ନିର୍ଦ୍ଦିଷ୍ଟ ଦଳରୁ ବିଧାୟକ ବା ଏମ୍‌ପି ଭାବେ ନିର୍ବାଚିତ ହୋଇ ଗୃହକୁ ଆସିଥାନ୍ତି। ତେଣୁ ଅନ୍ୟ ବିଧାୟକ ବା ଏମ୍‌ପିମାନଙ୍କ ସଦସ୍ୟତା ରଦ୍ଦ କରିବାବେଳେ ସେ ସମ୍ପୂର୍ଣ୍ଣ ନିରପେକ୍ଷ ହୋଇ ନିଷ୍ପତ୍ତି ନେଇଥିବେ ବୋଲି କୁହାଯାଇ ପାରିବ ନାହିଁ। ତେଣୁ ଏଭଳି ଆବେଦନର ଫଇସଲା ପାଇଁ ବାଚସ୍ପତିଙ୍କ ଉପରେ ନିଷ୍ପତ୍ତି ଛାଡ଼ିଦେବା ପରିବର୍ତ୍ତେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉ ବୋଲି ଖଣ୍ଡପୀଠ ପାର୍ଲାମେଣ୍ଟକୁ ପ୍ରସ୍ତାବ ଦେଇଛନ୍ତି।
ଆବେଦନକାରୀ ଦୁଇ କଂଗ୍ରେସ ବିଧାୟକ ଫଜୁର ରହିମ୍‌ ଏବଂ କେ. ମେଘଚନ୍ଦ୍ର ସେମାନଙ୍କ ପିଟିଶନରେ ଉଲ୍ଲେଖ କରିଛନ୍ତି ଯେ, ଶ୍ୟାମକୁମାର କଂଗ୍ରେସ ଟିକେଟରେ ଜିତିଥିଲେ। କିନ୍ତୁ କେବଳ ରାଜ୍ୟ କ୍ୟାବିନେଟରେ ମନ୍ତ୍ରୀପଦ ପାଇବା ପାଇଁ ଭାଜପାରେ ସାମିଲ ହୋଇଥିଲେ। ତେବେ ମଣିପୁର ବିଧାନସଭା ବାଚସ୍ପତି ଓ୍ବାଇ. ଖେମଚନ୍ଦ୍ର ସିଂ ୪ ସପ୍ତାହ ମଧ୍ୟରେ ସେମାନଙ୍କ ଆବେଦନର ବିଚାର କରି ଶ୍ୟାମକୁମାରଙ୍କ ସଦସ୍ୟତା ରଦ୍ଦ ପାଇଁ କୌଣସି ନିଷ୍ପତ୍ତି ନେଇ ନ ପାରିଲେ ଆବେଦନକାରୀ କଂଗ୍ରେସ ବିଧାୟକ ଦ୍ୱୟ ପୁଣି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇପାରିବେ ବୋଲି ଖଣ୍ଡପୀଠ ସେମାନଙ୍କୁ ସ୍ବାଧୀନତା ଦେଇଛନ୍ତି। ବାଚସ୍ପତିଙ୍କ ସ୍ବାଧୀନତାକୁ ନେଇ ଅନେକ ସମୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବାଚସ୍ପତି ମଧ୍ୟ ଏକ ରାଜନୈତିକ ଦଳରୁ ଆସୁଥିବାରୁ ବିଧାୟକ କିମ୍ବା ଏମ୍‌ପିମାନଙ୍କୁ ଅଯୋଗ୍ୟ ଘୋଷଣା ଲାଗି କ୍ଷମତା କେବଳ ତାଙ୍କ ହାତରେ ନ୍ୟସ୍ତ କରାଯିବା କେତେଦୂର ଯୁକ୍ତିଯୁକ୍ତ ବୋଲି ଅଦାଲତ ପ୍ରଶ୍ନ ଉଠାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନେ ତାଙ୍କୁ କୋଳରେ ଧରିଥିଲେ ମେସି, ଆଜି ପଡ଼ିଆରେ ହରାଇବା ପରେ କହିଲେ..

ନୂଆଦିଲ୍ଲୀ,୨୦।୭: ଫାଇନାଲରେ ଆର୍ଜେଣ୍ଟିନାକୁ ୧-୦ରେ ପରାସ୍ତ କରି ସ୍ପେନ ୨୦୨୬ ଫିଫା ବିଶ୍ୱକପ ଟାଇଟଲ ଜିତିଛି। ଏହି ମ୍ୟାଚରେ ପ୍ରଶଂସକଙ୍କ ଆଖି ସମସ୍ତ ଷ୍ଟାର ଖେଳାଳିଙ୍କ ଉପରେ…

ବଡ଼ଧରଣର ଚଢ଼ାଉ: ୧୦ ଲକ୍ଷରୁ ଅଧିକ ମହୁଲ ପୋଚ ନଷ୍ଟ ; ପୋଲିସ, ଅବକାରୀ ଟିମ୍‌କୁ ଦେଖି ମାଫିଆ…

ପାଟଣା ,୨୦।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ଅବକାରୀ ସୁପରିଟେଣ୍ଡେଟ୍‌ ତେଜରାତ ଯାନିଙ୍କ ନିର୍ଦ୍ଦେଶରେ ସୋମବାର ପାଟଣା ବ୍ଲକ ଅନ୍ତର୍ଗତ ବାଉଁଶୁଳି ପଞ୍ଚାୟତ ହୀରାପଶି ଗ୍ରାମରେ ବେଆଇନ…

ସରକାରଙ୍କ ନିଦ ଉଡାଇଲା CJPର ୩ ଦାବି: ମୃତ NEET ପରୀକ୍ଷାର୍ଥୀଙ୍କ ପରିବାରକୁ ମିଳୁ…

ନୂଆଦିଲ୍ଲୀ, ୨୦।୭:‘କକରୋଚ ଜନତା ପାର୍ଟି’ର ପ୍ରଦର୍ଶନ ମଧ୍ୟରେ ସୋମବାର ସିଜେପିର ପ୍ରତିନିଧି ଦଳ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡାଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ପ୍ରାୟ ତିନି…

ପେଟ୍ରୋଲ ପମ୍ପ ନିକଟରୁ ନବଜାତ ଶିଶୁ ଉଦ୍ଧାର, କୁକୁର ପଲ ଦେଲେ ସୁରକ୍ଷା

ଭଞ୍ଜନଗର,୨୦।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ମୁଜାଗଡ ପେଟ୍ରୋଲ ପମ୍ପ ନିକଟରେ ସୋମବାର ଅପରାହ୍ନ ୪ଟା ସମୟରେ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର କରାଯାଇଛି…

ରାୟଗଡ଼ାରେ ବଡ଼ ଧରଣର ଡକାୟତି, ଗ୍ରିଲ୍‌ ଭାଙ୍ଗି ନେଇଗଲେ ୧୫ ଭରି ସୁନା ଅଳଙ୍କାର

ରାୟଗଡ଼ା,୨୦।୭(କୈଳାଶ ଚନ୍ଦ୍ର ପୃଷ୍ଟି ): ରାୟଗଡ଼ା ଏବେ ଲୁଟେରାଙ୍କ ଆଡ୍ଡାସ୍ଥଳୀ ପାଲଟିଛି l ଅଞ୍ଚଳରେ ଚୋରି, ଡକାୟତି, ରାହାଜନୀ, ଲୁଯ୍‌ ଭଳି ଘଟଣା ଦିନକୁ ଦିନ ବଢ଼ିବାରେ…

ରଥକାଠ ଭାଙ୍ଗିଲେ ଅଭିମାନିନୀ ମହାଲକ୍ଷ୍ମୀ: ସାନ୍ତ୍ୱନା ଦେଲେ ମହାପ୍ରଭୁ

କେସିଙ୍ଗା,୨୦।୭(ତୁମେଶ୍ୱର ସାହୁ): କେସିଙ୍ଗା ବ୍ଲକ ଅଧିନସ୍ଥ ସିର୍ଜାପାଲି ଗ୍ରାମରେ ଶ୍ରୀ ଜଗନ୍ନାଥ ମନ୍ଦିରରେ ମହାଆଡମ୍ବରରେ ହେରାପଞ୍ଚମୀ ସୋମବାର ପାଳିତ ହୋଇଯାଇଛି। ଉକ୍ତ ଗ୍ରାମର ଶ୍ରୀପଦ୍ମନାଭ(ବଳଭଦ୍ର) ପ୍ରମୋଦ କୁମାର…

ଅନଶନରୁ ଓହରିଲେ ସୋନମ ୱାଙ୍ଗଚୁକ: ଜେପି ନଡ୍ଡାଙ୍କୁ ୩ ଦାବି କଲେ CJP ନେତା, ଆଶ୍ଚର୍ଯ୍ୟ ହୋଇଗଲେ…

ନୂଆଦିଲ୍ଲୀ, ୨୦।୭: ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ସୋମବାର ତାଙ୍କର ୨୩ ଦିନିଆ ଭୋକ ହରତାଳ ଶେଷ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା, ‘କକରୋଚ ଜନତା ପାର୍ଟି’…

ଏହି ସ୍ଥାନରେ ୩୦୦ ବର୍ଷ ଧରି ଟଣା ହୋଇନାହିଁ ରଥ

କେନ୍ଦ୍ରାପଡ଼ା, ୨୦ା୭(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ସହରଠାରୁ ୧୨ କି.ମି. ଦୂର ଇନ୍ଦୁପୁର ବଜାର। ଏଠାରୁ ଦେଢ଼ କି.ମି. ଦୂର ହାବେଳି (ପତିସାହି) ଠାରେ ଥିବା ପ୍ରାୟ ୩୦୦ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri