Posted inଜାତୀୟ

ବାଚସ୍ପତିଙ୍କ କ୍ଷମତାର ସମୀକ୍ଷା ହେଉ

ନୂଆଦିଲ୍ଲୀ,୨୨ା୧(ଆଇଏଏନ୍‌ଏସ୍‌):ବିଧାନସଭା ଓ ଲୋକ ସଭାର ବାଚସ୍ପତି ବି କୌଣସି ଏକ ଦଳରୁ ଆସିଥାନ୍ତି। ତେଣୁ ଦଳବଦଳ ଆଇନାନୁସାରେ ସେ ଗୃହର କୌଣସି ସଦସ୍ୟଙ୍କୁ ଅଯୋଗ୍ୟ ଘୋଷଣା କରିପାରିବେ କି? ଏହା ଉପରେ ପାର୍ଲାମେଣ୍ଟ ବିଚାର କରୁ। ବିଧାୟକ ଏବଂ ଏମ୍‌ପିମାନଙ୍କ ସଦସ୍ୟତା ରଦ୍ଦ କରିବା ନେଇ ବାଚସ୍ପତିଙ୍କ ଏକାଧିକାର କ୍ଷମତାର ସମୀକ୍ଷା ହେଉ ବୋଲି ପାର୍ଲାମେଣ୍ଟକୁ ମଙ୍ଗଳବାର ସୁପ୍ରିମକୋର୍ଟ ପ୍ରସ୍ତାବ ଦେଇଛନ୍ତି। ମଣିପୁରର ପରିବେଶ ମନ୍ତ୍ରୀ ଥୋଉନାଜୋରାମ ଶ୍ୟାମକୁମାରଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ଦାଏର ପିଟିଶନର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ଏହା କହିଛନ୍ତି। କର୍ନାଟକର ବିଧାୟକମାନଙ୍କ ଅଯୋଗ୍ୟ ଘୋଷଣା ମାମଲା ନେଇ ଗତବର୍ଷ ସୁପ୍ରିମକୋର୍ଟଙ୍କ ରାୟ ଆସିଥିବାରୁ ଏହି ଟିପ୍ପଣୀ ବିଶେଷ ଗୁରୁତ୍ୱ ବହନ କରେ। ମଣିପୁର ବିଧାୟକ ଥୋଉନାଜୋରାମ ଶ୍ୟାମକୁମାର କଂଗ୍ରେସ ଟିକେଟରେ ଜିତି ବିଧାନସଭାକୁ ଯାଇଥିଲେ। ବିଜୟୀ ହେବା ପରେ ସେ ଭାଜପା ନେତୃତ୍ୱାଧୀନ ସରକାରରେ ଯୋଗଦେଇ ରାଜ୍ୟ କ୍ୟାବିନେଟରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ହୋଇଛନ୍ତି। ଦଳବଦଳ ଆଇନ ଅନୁସାରେ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଉ ବୋଲି କଂଗ୍ରେସ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ଜଷ୍ଟିସ୍‌ ଆର୍‌.ଏଫ୍‌. ନରିମାନ୍‌ଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠ ମଙ୍ଗଳବାର ଏହାର ଶୁଣାଣି କରି କହିଛନ୍ତି, ବିଧାୟକ ଏବଂ ଏମ୍‌ପିମାନଙ୍କୁ ଅଯୋଗ୍ୟ ଘୋଷଣା ନେଇ ବାଚସ୍ପତିଙ୍କ କ୍ଷମତାର ପୁନର୍ବିଚାର ହେଉ। ବାଚସ୍ପତି ମଧ୍ୟ ଏକ ନିର୍ଦ୍ଦିଷ୍ଟ ଦଳରୁ ବିଧାୟକ ବା ଏମ୍‌ପି ଭାବେ ନିର୍ବାଚିତ ହୋଇ ଗୃହକୁ ଆସିଥାନ୍ତି। ତେଣୁ ଅନ୍ୟ ବିଧାୟକ ବା ଏମ୍‌ପିମାନଙ୍କ ସଦସ୍ୟତା ରଦ୍ଦ କରିବାବେଳେ ସେ ସମ୍ପୂର୍ଣ୍ଣ ନିରପେକ୍ଷ ହୋଇ ନିଷ୍ପତ୍ତି ନେଇଥିବେ ବୋଲି କୁହାଯାଇ ପାରିବ ନାହିଁ। ତେଣୁ ଏଭଳି ଆବେଦନର ଫଇସଲା ପାଇଁ ବାଚସ୍ପତିଙ୍କ ଉପରେ ନିଷ୍ପତ୍ତି ଛାଡ଼ିଦେବା ପରିବର୍ତ୍ତେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉ ବୋଲି ଖଣ୍ଡପୀଠ ପାର୍ଲାମେଣ୍ଟକୁ ପ୍ରସ୍ତାବ ଦେଇଛନ୍ତି।
ଆବେଦନକାରୀ ଦୁଇ କଂଗ୍ରେସ ବିଧାୟକ ଫଜୁର ରହିମ୍‌ ଏବଂ କେ. ମେଘଚନ୍ଦ୍ର ସେମାନଙ୍କ ପିଟିଶନରେ ଉଲ୍ଲେଖ କରିଛନ୍ତି ଯେ, ଶ୍ୟାମକୁମାର କଂଗ୍ରେସ ଟିକେଟରେ ଜିତିଥିଲେ। କିନ୍ତୁ କେବଳ ରାଜ୍ୟ କ୍ୟାବିନେଟରେ ମନ୍ତ୍ରୀପଦ ପାଇବା ପାଇଁ ଭାଜପାରେ ସାମିଲ ହୋଇଥିଲେ। ତେବେ ମଣିପୁର ବିଧାନସଭା ବାଚସ୍ପତି ଓ୍ବାଇ. ଖେମଚନ୍ଦ୍ର ସିଂ ୪ ସପ୍ତାହ ମଧ୍ୟରେ ସେମାନଙ୍କ ଆବେଦନର ବିଚାର କରି ଶ୍ୟାମକୁମାରଙ୍କ ସଦସ୍ୟତା ରଦ୍ଦ ପାଇଁ କୌଣସି ନିଷ୍ପତ୍ତି ନେଇ ନ ପାରିଲେ ଆବେଦନକାରୀ କଂଗ୍ରେସ ବିଧାୟକ ଦ୍ୱୟ ପୁଣି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇପାରିବେ ବୋଲି ଖଣ୍ଡପୀଠ ସେମାନଙ୍କୁ ସ୍ବାଧୀନତା ଦେଇଛନ୍ତି। ବାଚସ୍ପତିଙ୍କ ସ୍ବାଧୀନତାକୁ ନେଇ ଅନେକ ସମୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବାଚସ୍ପତି ମଧ୍ୟ ଏକ ରାଜନୈତିକ ଦଳରୁ ଆସୁଥିବାରୁ ବିଧାୟକ କିମ୍ବା ଏମ୍‌ପିମାନଙ୍କୁ ଅଯୋଗ୍ୟ ଘୋଷଣା ଲାଗି କ୍ଷମତା କେବଳ ତାଙ୍କ ହାତରେ ନ୍ୟସ୍ତ କରାଯିବା କେତେଦୂର ଯୁକ୍ତିଯୁକ୍ତ ବୋଲି ଅଦାଲତ ପ୍ରଶ୍ନ ଉଠାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟର ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠୁ ନାମାଙ୍କନ ଦାଖଲ

ନୂଆଦିଲ୍ଲୀ /ଭୁବନେଶ୍ୱର,୧୮।୪:ଦେଶର ଚତୁର୍ଥ ଏବଂ ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇଛି ବିଜ୍ଞପ୍ତି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି...

ଆସନ୍ତାକାଲି ଘଣ୍ଟାଏ ବନ୍ଦ ରହିବ ଟ୍ରେନ ରିଜର୍ଭଭେଶନ ସେବା

ନୂଆଦିଲ୍ଲୀ,୧୭।୪: ଯଦି ଆପଣ କୌଣସି ସ୍ଥାନକୁ ଟ୍ରେନରେ ଯିବା ପାଇଁ ରିଜର୍ଭଭେଶନ ଟିକେଟ୍‌ ବୁକ୍‌ କରୁଛନ୍ତି ତେବେ ଏହାକୁ ତୁରନ୍ତ କରିନିଅନ୍ତୁ । କାରଣ ବୈଷୟିକ...

‘ଆଚରଣ ବିଧି ଉଲଂଘନ କରନ୍ତୁ ନାହିଁ’, ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ନିର୍ବାଚନ ଆୟୋଗ ଦେଲେ ପରାମର୍ଶ

ନୂଆଦିଲ୍ଲୀ,୧୭।୪: ମତଦାନ ଦିନ କୁଚ ବିହାର ଗସ୍ତ ବାତିଲ କରିବାକୁ ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି ଆନନ୍ଦ ବୋଷଙ୍କୁ ପରାମର୍ଶ ଦେଇଛନ୍ତି ନିର୍ବାଚନ ଆୟୋଗ। ଏହି ନିର୍ବାଚନ...

ନାମାଙ୍କନ ଦାଖଲ କରି ଓହରିଲେ ଗୁଲାମ ନବୀ ଆଜାଦ, ଲଢିବେ ନାହିଁ ଲୋକ ସଭା ନିର୍ବାଚନ

ନୂଆଦିଲ୍ଲୀ, ୧୭।୪: ଡେମକ୍ରାଟିକ୍ ପ୍ରୋଗ୍ରେସିଭ ଆଜାଦ ପାର୍ଟି (DPAP) ମୁଖ୍ୟ ଗୁଲାମ ନବୀ ଆଜାଦ ୨୦୨୪ ନିର୍ବାଚନରେ ନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାପୂର୍ବ ପୂର୍ବତନ...

ପ୍ରଥମ ପଯର୍‌ୟାୟ ମତଦାନ ପାଇଁ ପ୍ରଚାର ଶେଷ, ବହୁ ଭେଟେରାନଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୧୭।୪: ଆଉ ଦିନକ ପରେ ଆରମ୍ଭ ହେବାକୁ ଯାଉଛି ଲୋକ ସଭା ନିର୍ବାଚନ। ପ୍ରଥମ ପର୍ଯ୍ୟାୟ ଭୋଟ ଏପ୍ରିଲ ୧୯ରେ ହେବାକୁ ଯାଉଛି। ଏଥିପାଇଁ ବୁଧବାର...

ମାଗଣା ଗ୍ୟାସ ସିଲିଣ୍ଡର, ସମସ୍ତଙ୍କୁ ଘର, ଯୁବକଙ୍କୁ ରୋଜଗାର, ଟିଏମସି ଘୋଷଣାପତ୍ରରେ ଆନକ ଗ୍ୟାରେଣ୍ଟି ଦେଲେ ମମତା

କୋଲକାତା,୧୭।୪: ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭର ଦୁଇ ଦିନ ପୂର୍ବରୁ ବୁଧବାର ତ୍ରୁଣମୂଳ କଂଗ୍ରେସ ଏହାର ନିର୍ବାଚନୀ ଇସ୍ତାହାର ପ୍ରକାଶ...

କ୍ୟାବିନେଟ ମନ୍ତ୍ରୀଙ୍କ ସହ ଭର୍ଚୁଆଲ ମିଟିଂ ପାଇଁ କେଜରିଓ୍ବାଲଙ୍କୁ ମିଳିଲା ଅନୁମତି

ନୂଆଦିଲ୍ଲୀ,୧୭।୪: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। ଏହି ଆବେଦନରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ସରକାରଙ୍କୁ ଜେଲରୁ ଚଳାଇବାକୁ...

ଭାଜପାକୁ ମିଳିବ କେତେ ଆସନ ଭବିଷ୍ୟବାଣୀ କଲେ ରାହୁଲ, ଚମକାଇଦେବ ସଂଖ୍ୟା

ନୂଆଦିଲ୍ଲୀ,୧୭।୪: ଲୋକ ସଭା ନିର୍ବାଚନକୁ ନେଇ ଉତ୍ତେଜନା ମଧ୍ୟରେ ଗୋଟିଏ ପଟେ ଭାଜପା ଦାବି କରିଛି ଯେ ଏନଡିଏ ୪୦୦ ରୁ ଅଧିକ ସିଟ ଜିତିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri