ବାଙ୍ଗାଲୋରରେ ଓଡିଆ ଯୁବକଙ୍କ ମୃତ୍ୟୁ

ରୂପ୍‌ସା, ୧୩।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ବସ୍ତା ବ୍ଲକ ମଥାନୀ ପଞ୍ଚାୟତ ଅନ୍ତର୍ଗତ ପୋଡାପଡା ଗ୍ରାମର ସୁଦାମ ଚରଣ ସିଂହଙ୍କର ପୁଅ ସତ୍ୟନାରାୟଣ(୨୧)ଙ୍କ ବାଙ୍ଗାଲୋରରେ ମୃତ୍ୟୁ ଘଟିଛି। ଗତ ୯ତାରିଖ ରାତିରେ ସେ ବାଇକ ଯୋଗେ ନିଜ ଭଡା ଘରକୁ ଫେରୁଥିବା ବେଳେ ଅନ୍ୟ ଏକ ବାଇକ୍‌ ସହ ଧକ୍କା ହୋଇଥିଲା। ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇଥିଲେ। ସମ୍ପର୍କୀୟମାନେ ପହଞ୍ଚି ତାଙ୍କୁ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ ସେ ୪ବର୍ଷ ଧରି ବାଙ୍ଗାଲୋରରେ ଘରଭଡା ନେଇ ଫ୍ଲାଇଟ୍‌, ଟ୍ରେନ, ବସ୍‌ ଟିକେଟ ବିକ୍ରି ଲାଗି କାଉଣ୍ଟର ଖୋଲିଥିଲେ। ପୁଅର ରୋଜଗାରରେ ପରିବାର ଲୋକ ଆରାମରେ ଚଳିଯାଉଥିଲେ। ପୁଅର ମୃତ୍ୟୁ ହେବା ଶୁଣିବା ପରେ ତାଙ୍କ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି। ବୁଧବାର ସନ୍ଧ୍ୟାରେ ଯୁବକଙ୍କ ମୃତଦେହ ଗାଁରେ ପହଞ୍ଚିବା ପରେ ଅନ୍ତ୍ୟେଷ୍ଟିକ୍ରିୟା ସମ୍ପନ୍ନ ହୋଇଥିଲା ା ପୁଅକୁ ସେଠାରେ ମାରି ଦିଆଯାଇଥିବା ମା’ ବାପା ଅଭିଯୋଗ କରିବା ସହ ପୋଲିସ ତଦନ୍ତ ପାଇଁ ଦାବି କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବସନ୍ତମଞ୍ଜରୀ ହସ୍ପିିଟାଲର ଉନ୍ନତୀକରଣ ପାଇଁ ବୈଠକ

ଭୁବନେଶ୍ୱର,୫ା୧୧(ବ୍ୟୁରୋ): ନୟାଗଡ଼ ଜିଲା ରଣପୁର ଚାନ୍ଦିପୁରସ୍ଥିତ ବସନ୍ତ ମଞ୍ଜରୀ ହସ୍ପିଟାଲର ଉନ୍ନତୀକରଣ ଦିଗରେ ସୋମବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କ...

ମନ୍ଦିର ଖୋଲା ନ ଯିବା ନେଇ ପ୍ରଶ୍ନ ଉଠାଇଲା ଭାଜପା

ଭୁବନେଶ୍ୱର,୨୦ା୮(ବ୍ୟୁରୋ): କରୋନା ମହାମାରୀ ଏବଂ ଲୋକଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଧର୍ମାନୁଷ୍ଠାନ ବନ୍ଦ ରଖିବା ପାଇଁ କଟକଣା ଜାରି କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ କେନ୍ଦ୍ର...

ଅଲିଭ ରିଡ୍‌ଲେଙ୍କ ସୁରକ୍ଷା ଚିନ୍ତା: ଅସ୍ତରଙ୍ଗ ଦେବୀମୁହାଁଣରୁ କେଳୁଣୀ ମୁହାଁଣ ପର୍ଯ୍ୟନ୍ତ ମାଛଧରା ବନ୍ଦ

କାକଟପୁର,୧।୧୧(ଡି.ଏନ୍‌.ଏ.): ବିରଳ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ସୁରକ୍ଷା ପାଇଁ ଶୁକ୍ରବାରଠାରୁ ଅସ୍ତରଙ୍ଗ ଦେବୀମୁହାଁଣଠାରୁ କେଳୁଣୀ ମୁହାଁଣ ପର୍ଯ୍ୟନ୍ତ ମାଛ ଧରା ଉପରେ ସରକାର କଟକଣା ଜାରି...

ନାବାଳିକାଙ୍କୁ ତିନିଦିନ ଧରି ଗଣବଳାତ୍କାର

ଗୋପ,୯।୭(ଡି.ଏନ୍‌.ଏ.): ଗୋପ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ତିନିଜଣ ଯୁବକ ଗୋଟିଏ ଘରେ ରଖି ଗଣବଳାତ୍କାର କରିଥିବା ଘଟଣା ଏବେ ପଦାକୁ ଆସିଛି। ପ୍ରାୟ ମାସେ...

ବିଭିନ୍ନ ସ୍ଥାନରେ ରଜକେଶ୍ୱରଙ୍କ ପୂଜାର୍ଚ୍ଚନା

ଖଇରା,୧୭।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଅଧୀନ ଖଇରା ବ୍ଲକର ବିଭିନ୍ନ ସ୍ଥାନରେ ରଜକେଶ୍ୱରଙ୍କ ପୂଜାର୍ଚ୍ଚନା ନିରାଡମ୍ବର ଭାବେ ପାଳିତ ହୋଇଯାଇଛି ା ସାରଡାଙ୍ଗ ପଞ୍ଚାୟତ ଅଧୀନ ଭୁଆଁଳଗଡିଆ ଗ୍ରାମରେ...

୧୧ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୧୫ ପଜିଟିଭ୍‌ ଚିହ୍ନଟ: ଅଞ୍ଚଳବାସୀ ଭୟଭୀତ

ଭୋଗରାଇ,୧୦ା୫(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକରେ ରବିବାର ଏକା ଥରକେ ୧୧ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୧୫ ଜଣ କରୋନା ପଜିଟିଭ୍‌ ଚି଼ହ୍ନଟ ହୋଇଛନ୍ତି। ଏନେଇ ସ୍ଥାନୀୟ...

୭ ଜିଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୮।୯(ବ୍ୟୁରୋ): ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି...

ପୁରୀକୁ ଗଡ଼ିବ ୨୦୦ ସ୍ବତନ୍ତ୍ର ବସ୍‌

କଟକ ଅଫିସ, ୧୧।୬: ରଥଯାତ୍ରା ପାଇଁ ପୁରୀକୁ ଅଧିକ ସ୍ବତନ୍ତ୍ର ୨୦୦ ବସ୍‌ ଚାଲିବ। ୪ ଦିନ ଏହି ବସ୍‌ ଚାଲିବ। ଜୁଲାଇ ୪ ତାରିଖରେ...

Coronavirus Update


Archives

Model This Week

Why Dharitri