ବାଙ୍କେଶ୍ୱରୀ ଘାଟିରେ ଅଟୋ ଓଲଟି ଚାଳକ ମୃତ

ଦିଗପହଣ୍ଡି,୨୫ା୧୧(ଡି.ଏନ.ଏ.)- ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ କେରାଣ୍ଡିମାଳ ପାହାଡ଼ ବାଙ୍କେଶ୍ୱରୀ ଘାଟିରେ ରବିବାର ଅଟୋ ଓଲଟି ଚାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶେରଗଡ଼ ଗ୍ରାମ ପାଇକ ସାହିର ଉଜ୍ଜ୍ୱଳ ମହାନ୍ତି। ପାହାଡ଼ ଶିଖରରେ ଥିବା ମାଁ ବାଙ୍କେଶ୍ୱରୀଙ୍କ ଦର୍ଶନ ସାରି ଶେରଗଡ଼ ଗାଁର କିଛି ଦର୍ଶନାର୍ଥୀ ଅଟୋରେ ଫେରୁଥିବା ବେଳେ ଅଟୋ ଚାଳକ ଘାଟିରେ ନିୟନ୍ତ୍ରଣ ହରାଇ ରାସ୍ତାକଡ଼ରେ ଥିବା ଏକ ପଥରକୁ ଧକ୍କା ଦେଇ ଓଲଟି ପଡ଼ିଥିଲା। ଅଟୋରେ ଥିବା ଶେରଗଡ଼ ଗ୍ରାମର ସୂର୍ଯ୍ୟନାରାୟଣ ପାତ୍ର, ସଂଯୁକ୍ତା ପାତ୍ର, ବଡ଼ଗଡ ଗ୍ରାମର ସିକନ୍ଦର ପାତ୍ର, ପୁଷ୍ପଲତା ପାତ୍ରଙ୍କ ସମେତ ଅଟୋ ଚାଳକ ଗୁରୁତର ଆହାତ ହୋଇଥିଲେ। ଦିଗପହଣ୍ଡି ଅଗ୍ନିଶମ ଅଧିକାରୀମାନେ ପହଞ୍ଚି ଆହାତଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡାକ୍ତରଖାନା ପଠାଇଥିଲେ। ସେଠାରେ ଡାକ୍ତର ଉଜ୍ଜ୍ୱଳଙ୍କୁ ମୃତ ଘୋଷଣା କରିଥିଲେ। ବ୍ରହ୍ମପୁର ବୈଦ୍ୟନାଥପୁର ପୋଲିସ ମୃତଦେହ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନାଲ୍‌କୋର ୧୪୧ କର୍ମଚାରୀଙ୍କ ସ୍ବାବ୍‌ ପରୀକ୍ଷା

ବଅଁରପାଳ,୧ା୭(ଡି.ଏନ୍‌.ଏ.): ଅନୁଗୋଳ ଜିଲା ନାଲ୍‌କୋର ଜଣେ ଡିଜିଏମ୍‌ଙ୍କର ସୋମବାର ରାତିରେ କରୋନାରେ ମୃତ୍ୟୁ ଘଟିଥିଲା। ଏଥିସହିତ ସମ୍ପୃକ୍ତ ଡିଜିଏମ୍‌ଙ୍କର ସ୍ତ୍ରୀ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।...

ଅବ୍ୟବସ୍ଥାରେ ୧୧୦ବର୍ଷର ସ୍କୁଲ -୮ ଶ୍ରେଣୀ ପାଇଁ ୬ ଗୃହ

ନିରାକାରପୁର,୨୧ା୧(ଡି.ଏନ୍‌.ଏ.): ‘ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ’ ଶିକ୍ଷା ବିଭାଗ ପକ୍ଷରୁ ଏହି ନାରା ଦିଆଯାଉଛି। ଭିତ୍ତିଭୂମି ସୁଦୃଢ ନ କରି ଏହି ନାରା ଦେବାର ଯଥାର୍ଥତା...

ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା: ପୁଅକୁ ମାରିଦେଇଥିବା ଅଭିଯୋଗ ଆଣିଲା ପରିବାର

ଚନ୍ଦାହାଣ୍ଡି, ୧।୧୧(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ଫଟକିଗ୍ରାମ ନିକଟସ୍ଥ ଏକ ମହୁଲ ଗଛରେ ରଶି ଲଗାଇ ପ୍ରେମୀଯୁଗଳ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି। ସେମାନେ...

କାଳବୈଶାଖୀରେ ଭାଙ୍ଗିଲା ୭ଶହ ବିଦ୍ୟୁତ୍‌ଖୁଣ୍ଟ, ୩୦ ଟ୍ରାନ୍ସଫର୍ମର

ନିମାପଡ଼ା,୨୯ା୫(ଡି.ଏନ.ଏ.): ଓଡ଼ିଶାର କେତେକ ଅଞ୍ଚଳରେ ଗୁରୁବାର ବିଳମ୍ବିତ ରାତିରେ ଅଚାନକ ପ୍ରବଳ ପବନ, ବିଜୁଳି ମାରିବା ସହ ବର୍ଷା ହୋଇଥିଲା। ବିଜୁଳିର ଶବ୍ଦ ଏତେ ଭୟାନକ...

ହୃଦ୍‌ଘାତରେ କଏଦୀ ମୃତ

ବ୍ରହ୍ମପୁର ଅଫିସ,୧୪।୯: ପତ୍ନୀହନ୍ତା ମାମଲାରେ ଅଭିଯୁକ୍ତ ଭାବେ ଗଞ୍ଜାମ ଜିଲା ମଣ୍ଡଳକାରାଗାରରେ ଥିବା ଜଣେ କଏଦୀଙ୍କର ଶନିବାର ଭୋରରେ ମୃତ୍ୟୁ ଘଟିଛି। ସେ ହେଲେ ନିର୍ମଳ...

ଡେପୁଟି ଅଗ୍ନି ନିର୍ବାପକ ଅଧିକାରୀଙ୍କ ଆଦର୍ଶ ବିଦ୍ୟାଳୟ କୋଠା ଅନୁଧ୍ୟାନ

ଶେରଗଡ଼,୧।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ସ୍ଥିତ ଆଦର୍ଶ ବିଦ୍ୟାଳୟ ପରିଦର୍ଶନରେ ଡେପୁଟି ଅଗ୍ନି ନର୍ବାପକ ଅଧିକାରୀ ଡିକେ ସ୍ବାଇଁ ପହଞ୍ଚିଛନ୍ତି। ଗୁରୁବାର ପୂର୍ବାହ୍ନରେ ବିଦ୍ୟାଳୟରେ ପହଞ୍ଚି କୋଠାର...

ଟ୍ରେନ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ

ରାଉରକେଲା ଅଫିସ,୪।୮: ରାଉରକେଲା ରେଲଓ୍ବେ ଷ୍ଟେଶନ ଡାଉନ୍‌ ଲାଇନରେ ଟ୍ରେନ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ହେଲେ ମୃତ ଯୁବକଙ୍କ ପରିଚୟ ମିଳିନାହିଁ। ଏ...

ରାୟଗଡ଼ା, କନ୍ଧମାଳ ଜିଲାପାଳଙ୍କୁ ରିପୋର୍ଟ ତଲବ

କଟକ ଅଫିସ,୩୧।୧୦: ସ୍ବେରେଜ ଟାଙ୍କିରେ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ହାଇକୋର୍ଟ ରାୟଗଡ଼ା ଓ କନ୍ଧମାଳ ଜିଲାପାଳଙ୍କୁ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଭୁବନେଶ୍ୱର...

Advertisement
Archives

Model This Week