ବାଇକ୍‌ ମୁହଁ।ମୁହିଁ ପରେ ବସ୍‌ରେ ପିଟିହେଲା, ୨ ମୃତ

ଦିଗପହଣ୍ଡି(ଡି.ଏନ.ଏ.)/ପାଟପୁର,୨୫ା୧- ଦିଗପହଣ୍ଡି-ରାୟଗଡ଼ା ୩୨୬ ନଂ. ରାଜ୍ୟ ରାଜପଥର କଂସାମାରି-ଧର୍ମପୁର ମଧ୍ୟବର୍ତ୍ତୀ ଶ୍ମଶାନ ସମ୍ମୁଖ ମୁଖ୍ୟ ରାସ୍ତାରେ ଶୁକ୍ରବାର ସକାଳ ପ୍ରାୟ ସାଢେ ୮ଟାରେ ଏକ ଦୁର୍ଘଟଣା ଘଟିଛି। ଦୁଇ ବାଇକ ମୁହଁାମୁହିଁ ଧକ୍କା ହେବାପରେ ଆରୋହୀମାନେ ସେହି ରାସ୍ତାଦେଇ ଆସୁଥିବା ଏକ ମିନିବସ୍‌ରେ ପିଟି ହୋଇଥିଲେ। ଏଥିରେ ୨ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଥିବାବେଳେ ୨ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ଗଜପତି ଜିଲା ଚନ୍ଦ୍ରଗିରି ଗ୍ରାମ ପାତ୍ରସାହିର ଚନ୍ଦନ ଘଡେଇ ଓ ରାଉତ ସାହିର ହିମାଂଶୁ ପ୍ରଧାନ। ଆହତମାନେ ହେଲେ ପାଟପୁର ଥାନା କେ. ନୂଆଗଡ ଗ୍ରାମର ଗଞ୍ଜୁ ମଣ୍ଡଳ ଓ ଦିଲୀପ ଶବର। ସେମାନଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଛି।
ପ୍ରକାଶ ଯେ, ସକାଳୁ ଏକ ବାଇକରେ ଚନ୍ଦନ ଓ ହିମାଂଶୁ ବ୍ରହ୍ମପୁରରୁ କାମ ସାରି ଚନ୍ଦ୍ରଗିରି ଫେରୁଥିଲେ। ବିପରୀତ ଦିଗ ପୋଡାମାରି ଗ୍ରାମରୁ ହିଞ୍ଜିଳକାଟୁ ଅଭିମୁଖେ ଆସୁଥିଲା ମହାବୀର ନାମକ ଘରୋଇ ଯାତ୍ରୀବାହୀ ମିନିବସ (ନଂ.ଓଆର୦୭-୫୨୧୫)। ଏହା ପଛରେ ଅନ୍ୟ ଏକ ବାଇକରେ ଗଞ୍ଜୁ ଓ ଦିଲୀପ ଆସୁଥିଲେ। କଂସାମାରି-ଧର୍ମପୁର ମଧ୍ୟବର୍ତ୍ତୀ ଶ୍ମଶାନ ରାସ୍ତା ନିକଟରେ ଗଞ୍ଜୁ ଓ ଦିଲୀପ ବସ୍‌କୁ ଓଭରଟେକ୍‌ କଲାବେଳେ ଦୁଇ ବାଇକ ମଧ୍ୟରେ ମୁହଁାମୁହିଁ ହୋଇଥିଲା। ଭାରସାମ୍ୟ ହରାଇ ୨ ବାଇକ୍‌ ଦ୍ରୁତ ଗତିରେ ଆସୁଥିବା ମିନିବସ୍‌ରେ ପିଟି ହୋଇଯାଇଥିଲା। ସାନଖେମୁଣ୍ଡି ଅଗ୍ନିଶମ ବାହିନୀ ଆହତମାନଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ଚନ୍ଦନଙ୍କୁ ମୃତ ଘୋଷଣା କରିଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ଅନ୍ୟମାନଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ହିମାଂଶୁଙ୍କର ମୃତ୍ୟୁ ହୋଇଥିଲା। ପାଟପୁର ପୋଲିସ ପହଞ୍ଚତ୍ ଦୁର୍ଘଟଣାଗ୍ରସ୍ତ ଗାଡ଼ିଗୁଡ଼ିକୁ ଜବତ କରିଛି। ନଂ.୧୩/୨୦ରେ ଏକ ମାମଲା ରୁଜୁକରି ପୋଲିସ ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ତଦନ୍ତ ଚଳାଇଛି। ମିନି ବସ ଚାଳକ ଫେରାର ଥିବା ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

୨ କ୍ୟାଡର ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି,୧୮ା୭(ଡି.ଏନ୍‌.ଏ.): ମାଲକାନଗିରି ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ ଅଭୟ ଆସିଥିବା ବେଳେ ଏନେଇ ତେମୁରପାଲିଠାରେ ବିଏସ୍‌ଏଫ୍‌ କ୍ୟାମ୍ପର ମାଓବାଦୀଙ୍କ ସ୍ଥିତି ନେଇ ସମୀକ୍ଷା କରିଛନ୍ତି। ତାଙ୍କ ଗସ୍ତ...

୮ରେ ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ପୁରୀ ଅଫିସ,୩ା୭: ଆସନ୍ତା ୧୨ ତାରିଖରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଏନେଇ ୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସମୀକ୍ଷା କରିବେ। ଏଥିରେ ଶ୍ରୀମନ୍ଦିର...

ବ୍ୟବସାୟୀଙ୍କ ମଧ୍ୟରେ ଛନକା

ଅନୁଗୋଳ ଅଫିସ,  ୧।୭  ପରିବେଶ ପ୍ରଦୂଷଣକୁ ଅଧିକ ବଢ଼ାଉଥିବା ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକକୁ ଜୁଲାଇ ୧ରୁ କେନ୍ଦ୍ର ସରକାର ନିଷିଦ୍ଧ କରିଛନ୍ତି। ତେଣୁ ଅନୁଗୋଳ ଜିଲାରେ...

ଅନନ୍ତ, କୁମ୍‌କୁମ୍‌ ପାଇଲେ ‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ’

ଭୁବନେଶ୍ୱର, ୩୧।୮ (ବ୍ୟୁରୋ): ଦୁଇବର୍ଷ ପାଇଁ ୩୪ଜଣ ଯଶସ୍ବୀ ଶିଳ୍ପୀଙ୍କୁ ସମ୍ମାନିତ କଲା ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ। ସୋମବାର ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ଉତ୍ସବରେ...

ସତର୍କ ରହିଲେ ସଂକ୍ରମଣ ଶୃଙ୍ଖଳ ଭାଙ୍ଗିବ

ଭୁବନେଶ୍ୱର,୨୯।୪(ବ୍ୟୁରୋ):ରାଜ୍ୟରେ ବଢୁଥିବା କୋଭିଡ୍‌ ସଂକ୍ରମଣ ଭିତରେ ବୁଧବାର ରାଜ୍ୟବାସୀଙ୍କ ବିଭିନ୍ନ ଦ୍ୱନ୍ଦ୍ୱ ଦୂର କରିଛନ୍ତି ଆର୍‌ଏମ୍‌ଆର୍‌ସି ନିର୍ଦ୍ଦେଶିକା ଡା. ସଂଘମିତ୍ରା ପତି। ସୂଚନା ଓ ଲୋକ...

ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ସ୍ଥାନ ପାଇବ ଓଡ଼ିଶା ମଣ୍ଡପ : ପୁଞ୍ଜିନିବେଶ ଆକୃଷ୍ଟ ଉପରେ ଗୁରୁତ୍ୱ

ଭୁବନେଶ୍ୱର,୮ା୧୧(ବ୍ୟୁରୋ) : ଚଳିତବର୍ଷ ନୂଆଦିଲ୍ଲୀର ପ୍ରଗତି ମଇଦାନଠାରେ ଆୟୋଜିତ ହେବାକୁ ଥିବା ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ସ୍ଥାନ ପାଇବ ଓଡ଼ିଶାର ଆକର୍ଷଣୀୟ ମଣ୍ଡପ। ରାଜ୍ୟର ବଛା...

CORONAVIRUS UPDATE: ଆଉ ୯୦ ହେଲେ ସୁସ୍ଥ

ଭୁବନେଶ୍ୱର, ୨୯।୫(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର ଆଉ ୯୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୯୭୭ରେ ପହଞ୍ଚିଛି। ଏ...

ଏସ୍‌ସିବିରୁ ରାମଚନ୍ଦ୍ର ନିଖୋଜ: ମାସେ ହେବ ଜିଲା ପ୍ରଶାସନ ପାଖରେ ଖବର ନାହିଁ

ପୁରୀ ଅଫିସ,୮ା୧୧: ବର୍ଷେ କି ଦୁଇବର୍ଷ ନୁହେଁ ଦୀର୍ଘ ୧୮ ବର୍ଷ ଶିକୁଳିରେ ବନ୍ଧା ପଡିଥିଲା ଜୀବନ। ଅସ୍ବାଭାବିକ ଆଚରଣ ପାଇଁ ତାଙ୍କ ଦୁଇହାତକୁ ଲୁହାଚେନ୍‌ରେ...

Advertisement
Archives

Model This Week