![](https://www.dharitri.com/wp-content/uploads/2020/02/71d8c887-042c-4422-8b07-bcdfee9627fa.jpg)
କେନ୍ଦୁଝର,୧୧।୨(ସ୍ବ.ପ୍ର.) :କେନ୍ଦୁଝର ସହର ମାଇନିଂ ସ୍କୁଲ କଲୋନିରେ ରହୁଥିବା ଜଣେ କର୍ମଚାରୀଙ୍କ ବାଇକ୍ରେ କେହି ଦୁର୍ବୃତ୍ତ ସୋମବାର ବିଳମ୍ବିତ ରାତିରେ ନିଆଁ ଲଗାଇଥିବା ଜଣାପଡ଼ିଛି। ବାଇକ୍ଟି ଘର ବାହାରେ ରହିିଥିବା ବେଳେ ରାତିରେ କେହି ଦୁର୍ବୃତ୍ତ ନିଆଁ ଲଗେଇ ଦେଇଥିଲେ। ପରେ କର୍ମଚାରୀ ବଳରାମ ସେଠୀଙ୍କ ସ୍ତ୍ରୀ ତାହା ଦେଖି ଉଭୟ ନିଆଁ ଲିଭାଇଥିଲେ। ଏ ନେଇ ମଙ୍ଗଳବାର ବଳରାମ ଟାଉନ ଥାନାରେ ଅଭିଯୋଗ କରିଛନ୍ତି।