Posted inଖେଳ

ବାଂଲାଦେଶ ସଫଳତା ପଛରେ ଜାଫରଙ୍କ ହାତ

ନୂଆଦିଲ୍ଲୀ,୧୨।୨- ସଦ୍ୟ ସମାପ୍ତ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ରେ ବାଂଲାଦେଶ ଫାଇନାଲରେ ଗତଥରର ଚାମ୍ପିୟନ ଭାରତକୁ ପରାସ୍ତ କରି ପ୍ରଥମଥର ପାଇଁ ଟାଇଟଲ ହାସଲ କରି ଇତିହାସ ସୃଷ୍ଟି କରିଛି। ତେବେ ବାଂଲାଦେଶ ଜୁନିୟର ଦଳର ଏହି ସଫଳତା ପଛରେ ଜଣେ ଭାରତୀୟଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ତଥା ହାତ ରହିଛି ଓ ଏକଥା ଖୁବ୍‌ କମ୍‌ ଲୋକ ଜାଣିଥିବେ। ସେ ହେଉଛନ୍ତି ଡେମୋଷ୍ଟିକ୍‌ ହେଭିଓ୍ବେଟ୍‌ ତଥା ପୂର୍ବତନ ଭାରତୀୟ ଓପନର ଓ୍ବାସିମ ଜାଫର।
୨୦୧୯ରେ ୧୯ ବର୍ଷରୁ କମ ବାଂଲାଦେଶ ଦଳ ଜାଫରଙ୍କ ତତ୍ତ୍ୱାବଧାନରେ ପ୍ରଶିକ୍ଷଣ ନେଇଥିଲା। ସେ ଏହି ବର୍ଷ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି)ର ହାଇ- ପରଫରମାନ୍ସ ବ୍ୟାଟିଂ କୋଚ ଭାବେ ନିଯୁକ୍ତ ହୋଇଥିଲେ। ଜାଫର ତାଙ୍କ କାର୍ଯ୍ୟକାଳରେ ବହୁ କ୍ରିକେଟରଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ଚାମ୍ପିୟନ ବାଂଲାଦେଶ ଦଳର ଅଧିନାୟକ ଆକବର ଅଲି ଓ ଶାହାଦାତ ହୋସେନ ଭଳି ଉଦୀୟମାନ କ୍ରିକେଟର। ଚାମ୍ପିୟନ ହେବା ପରେ ବାଂଲାଦେଶ ଦଳକୁ ଜାଫର ଅଭିନନ୍ଦନ ଜଣାଇଛନ୍ତି। ବାଂଲାଦେଶ ଏକ ଅସାଧାରଣ ସଫଳତା ହାସଲ କରିଛି ବୋଲି ସେ କହିଛନ୍ତି। ଆକବର ଅଲିଙ୍କ ସହ କାର୍ଯ୍ୟ କରିଛି। ସେ ଫାଇନାଲରେ ଭାରତ ବିପକ୍ଷରେ ଧୈର୍ଯ୍ୟପୂର୍ଣ୍ଣ ତଥା ନିର୍ଣ୍ଣାୟକ ବ୍ୟାଟିଂ କରିଥିଲେ। ଅତୀତରେ ମଧ୍ୟ ସେ ଦଳ ପାଇଁ ଉପଯୋଗୀ ବ୍ୟାଟିଂ କରିଛନ୍ତି ବୋଲି ଜାଫର କହିଛନ୍ତି। ଏହି ବାଂଲାଦେଶ ଦଳର ବହୁ ସଦସ୍ୟ ଜାଫରଙ୍କ ତତ୍ତ୍ୱାବଧାନରେ ପ୍ରଶିକ୍ଷଣ ନେଇଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ଶାହାଦାତ ହୋସେନ ଓ ନାଓରୋଜ ନବିଲ। ଭାରତ ଫେଭରାଇଟ ବିବେଚିତ ହେଉଥିଲେ ମଧ୍ୟ ବାଂଲାଦେଶ ସବୁ ବିଭାଗରେ ଭଲ ପ୍ରଦର୍ଶନ କରି ବାଜି ମାରିଥିଲା। ଆକବର ପୂର୍ବରୁ ୧୪ ଓ ୧୬ ବର୍ଷରୁ କମ୍‌ ଦଳର ମଧ୍ୟ ସଫଳତାର ସହ ନେତୃତ୍ୱ ନେଇଛନ୍ତି। ସେ ଅଧିକାଂଶ ସମୟ ନେତୃତ୍ୱ ନେଇଛନ୍ତି। ଆଗକୁ ଯେତେ ଖେଳିବେ ସେ ସେତେ ଅଭିଜ୍ଞତା ହାସଲ କରିବେ। ଦଳର ପ୍ରାୟ ସବୁ ସଦସ୍ୟ ମୋ ସହିତ କାର୍ଯ୍ୟକରି ପ୍ରଶିକ୍ଷଣ ନେଇଛନ୍ତି ବୋଲି ଜାଫର କହିଛନ୍ତି। ପ୍ରାୟ ସବୁ ଖେଳାଳିଙ୍କୁ ଅତି ନିକଟରୁ ଦେଖିଛି। ସବୁ ବୟସ ବର୍ଗରେ ଏହି ଖେଳାଳିମାନେ କ୍ରିକେଟ ଖେଳି ଆସିଛନ୍ତି। ସେମାନଙ୍କ ମଧ୍ୟରେ ଭଲ ବୁଝାମଣା ରହିଛି। ଏହା ଏକ ପ୍ରତିଭାସମ୍ପନ୍ନ ଦଳ। ବାଂଲାଦେଶ କ୍ରିକେଟର ଭବିଷ୍ୟତ ଉଜ୍ଜ୍ୱଳ ଓ ଦଳର ସଫଳତାରେ ବହୁତ ଖୁସି ବୋଲି ଜାଫର କହିଛନ୍ତି।
ଜାଫର ଭାରତ ପାଇଁ ୩୧ଟି ଟେଷ୍ଟ ଓ ୨ଟି ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି। ସବୁ ଫର୍ମାଟରେ ସେ ଭାରତ ପାଇଁ ୧୯୫୪ ରନ ସଂଗ୍ରହ କରିଛନ୍ତି। ଟେଷ୍ଟରେ ମଧ୍ୟ ସେ ଏକ ଦ୍ୱିଶତକ ହାସଲ କରିଛନ୍ତି। ସେ ଜଣେ ଉଚ୍ଚକୋଟୀର ପ୍ରତିଭା ସମ୍ପନ୍ନ ବ୍ୟାଟ୍ସମ୍ୟାନ ବିବେଚିତ ହେଉଥିଲେ। ତେବେ ସ୍ଥିର ପ୍ରଦର୍ଶନ କରି ନ ପାରିବା କାରଣରୁ ସେ ଜାତୀୟ ଦଳରୁ ବାଦ୍‌ ପଡିଥିଲେ। ଘରୋଇ କ୍ରିକେଟରେ ସେ ଅସାଧାରଣ ପ୍ରଦର୍ଶନ କରିଛନ୍ତି। ୨୬୦ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳି ୫୭ଟି ଶତକ ଓ ୯୧ଟି ଅର୍ଦ୍ଧଶତକ ସହିତ ସେ ୧୯,୪୧୦ ରନ ସଂଗ୍ରହ କରିଛନ୍ତି। ରଣଜୀ ଟ୍ରଫିରେ ସେ ସର୍ବକାଳୀନ ସର୍ବାଧିକ ସ୍କୋରର ମାନ୍ୟତା ମଧ୍ୟ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନ୍ୟୁଜିଲାଣ୍ଡ ସିରିଜରୁ ବାଦ୍‌ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୬ା୯: ଭାରତର ସିନିୟର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଆଘାତପ୍ରାପ୍ତ ହୋଇଛନ୍ତି। ତାଙ୍କ ଆଣ୍ଡୁ ତଳ ଭାଗରେ ଆଘାତ ଲାଗିଛି । ଫଳରେ ସେ ନ୍ୟୁଜିଲାଣ୍ଡ ହ୍ବାଇଟ୍‌…

କବାଡ଼ିରେ ଭାରତକୁ ଦ୍ୱିତୀୟ ସ୍ବର୍ଣ୍ଣ

ନାଗୋୟା,୨୬।୯: ମହିଳା ପରେ ଭାରତୀୟ ପୁରୁଷ କବାଡ଼ି ଦଳ ୨୦୨୬ ଏସୀୟ କ୍ରୀଡ଼ା ଫାଇନାଲରେ ଇରାନକୁ ପରାସ୍ତ କରି ସ୍ବର୍ଣ୍ଣ ପଦକ ହାସଲ କରିଛି। ଏକ କଡ଼ା…

‘ମୋର ଶେଷ ବିଶ୍ୱକପ…’, କ୍ରିକେଟରୁ ବିଦାୟ ନେବା ନେଇ ଭାବପ୍ରବଣ ବୟାନ ଦେଲେ ବିରାଟ କୋହଲି, ପ୍ରଶଂସକ ଜାଣିଲେ…

ନୂଆଦିଲ୍ଲୀ,୨୬।୯: ବିରାଟ କୋହଲି ନିଜେ ଘୋଷଣା କରିଛନ୍ତି ଯେ ୨୦୨୭ ODI ବିଶ୍ୱକପ ତାଙ୍କର ଶେଷ ବିଶ୍ୱକପ ଟୁର୍ଣ୍ଣାମେଣ୍ଟ ହେବ। ୨୦୧୧ ବିଶ୍ୱକପ ବିଜୟୀ ଦଳର ସଦସ୍ୟ…

ଗିଲଙ୍କ କ୍ୟାପଟେନ୍ସି ଉପରେ କୋହଲିଙ୍କ ବଡ଼ କଥା, ଭବିଷ୍ୟତକୁ ନେଇ କହିଲେ…

ନୂଆଦିଲ୍ଲୀ,୨୬।୯: ରୋହିତ ଶର୍ମାଙ୍କ ପରେ ଶୁଭମନ ଗିଲଙ୍କୁ ଭାରତର ଦିନିକିଆ ଓ ଟେଷ୍ଟ ଦଳର ଅଧିନାୟକ କରାଯାଇଛି। ତାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଆସନ୍ତା ୨୭ ସେପ୍ଟେମ୍ବର…

ନିଜ ପତ୍ନୀଙ୍କ ଅପେକ୍ଷା ରୋହିତ ଶର୍ମାଙ୍କୁ ଅଧିକ ଭଲ ପାଆନ୍ତି ଧାୱନ! ଭିଡିଓ ଦେଖି ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୬।୯: କ୍ରିକେଟ ଦୁନିିଆରେ କିଛି ଖେଳାଳି କେବଳ ସେମାନଙ୍କ ଖେଳ ପାଇଁ ନୁହେଁ, ବରଂ ସେମାନଙ୍କ ବନ୍ଧୁତା ପାଇଁ ମଧ୍ୟ ବେଶ ଜଣାଶୁଣା। ପୂର୍ବତନ ଭାରତୀୟ ଅଧିନାୟକ…

କବାଡ଼ିରେ ଭାରତକୁ ସ୍ବର୍ଣ୍ଣ: ରୋମାଞ୍ଚକର ଫାଇନାଲ ମ୍ୟାଚ୍‌ରେ ଇରାନକୁ ହରାଇଲା

ନାଗୋୟା,୨୬।୯:ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ମହିଳା କବାଡ଼ି ଦଳ ଦମଦାର ପ୍ରଦର୍ଶନ କରି ସ୍ବର୍ଣ୍ଣ ପଦକ ଜିତିଛି। ରୋମାଞ୍ଚକର ଫାଇନାଲ ମ୍ୟାଚ୍‌ରେ ଭାରତ ଇରାନକୁ ୩୭-୩୪ ପଏଣ୍ଟରେ…

ପ୍ରଥମ ଦିନିକିଆ ପାଇଁ ଟିମ ଇଣ୍ଡିଆର ମାଷ୍ଟରପ୍ଲାନ ହେଲା ଲିକ୍‌’! ବଡ଼ କଥା କହିଲେ ଭାରତୀୟ କୋଚ

ନୂଆଦିଲ୍ଲୀ,୨୬।୯: ୨୦୨୭ ଦିନିକିଆ ବିଶ୍ୱକପକୁ ନଜରରେ ରଖି ଭାରତୀୟ କ୍ରିକେଟ ଦଳ ପାଇଁ ଆଗାମୀ ପ୍ରତ୍ୟେକ ସିରିଜ ଗୁରୁତ୍ୱପୂର୍ଣ୍ଣ ହେବ। ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ୩…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଢିଲା ଟେନ୍‌ସନ୍‌: ଲାଗିଲା ପୁଣି ଝଟକା

ନୂଆଦିଲ୍ଲୀ,୨୬।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଇଦାନକୁ ଫେରିବା ଅପେକ୍ଷା ଆହୁରି ଲମ୍ବା ହୋଇଛି। ୱେଷ୍ଟଇଣ୍ଡିଜ ବିପକ୍ଷ ଘରୋଇ ଦିନିକିଆ ସିରିଜ୍‌ରୁ ବାଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?