Posted inଖେଳ

ବାଂଲାଦେଶ ସଫଳତା ପଛରେ ଜାଫରଙ୍କ ହାତ

ନୂଆଦିଲ୍ଲୀ,୧୨।୨- ସଦ୍ୟ ସମାପ୍ତ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ରେ ବାଂଲାଦେଶ ଫାଇନାଲରେ ଗତଥରର ଚାମ୍ପିୟନ ଭାରତକୁ ପରାସ୍ତ କରି ପ୍ରଥମଥର ପାଇଁ ଟାଇଟଲ ହାସଲ କରି ଇତିହାସ ସୃଷ୍ଟି କରିଛି। ତେବେ ବାଂଲାଦେଶ ଜୁନିୟର ଦଳର ଏହି ସଫଳତା ପଛରେ ଜଣେ ଭାରତୀୟଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ତଥା ହାତ ରହିଛି ଓ ଏକଥା ଖୁବ୍‌ କମ୍‌ ଲୋକ ଜାଣିଥିବେ। ସେ ହେଉଛନ୍ତି ଡେମୋଷ୍ଟିକ୍‌ ହେଭିଓ୍ବେଟ୍‌ ତଥା ପୂର୍ବତନ ଭାରତୀୟ ଓପନର ଓ୍ବାସିମ ଜାଫର।
୨୦୧୯ରେ ୧୯ ବର୍ଷରୁ କମ ବାଂଲାଦେଶ ଦଳ ଜାଫରଙ୍କ ତତ୍ତ୍ୱାବଧାନରେ ପ୍ରଶିକ୍ଷଣ ନେଇଥିଲା। ସେ ଏହି ବର୍ଷ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି)ର ହାଇ- ପରଫରମାନ୍ସ ବ୍ୟାଟିଂ କୋଚ ଭାବେ ନିଯୁକ୍ତ ହୋଇଥିଲେ। ଜାଫର ତାଙ୍କ କାର୍ଯ୍ୟକାଳରେ ବହୁ କ୍ରିକେଟରଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ଚାମ୍ପିୟନ ବାଂଲାଦେଶ ଦଳର ଅଧିନାୟକ ଆକବର ଅଲି ଓ ଶାହାଦାତ ହୋସେନ ଭଳି ଉଦୀୟମାନ କ୍ରିକେଟର। ଚାମ୍ପିୟନ ହେବା ପରେ ବାଂଲାଦେଶ ଦଳକୁ ଜାଫର ଅଭିନନ୍ଦନ ଜଣାଇଛନ୍ତି। ବାଂଲାଦେଶ ଏକ ଅସାଧାରଣ ସଫଳତା ହାସଲ କରିଛି ବୋଲି ସେ କହିଛନ୍ତି। ଆକବର ଅଲିଙ୍କ ସହ କାର୍ଯ୍ୟ କରିଛି। ସେ ଫାଇନାଲରେ ଭାରତ ବିପକ୍ଷରେ ଧୈର୍ଯ୍ୟପୂର୍ଣ୍ଣ ତଥା ନିର୍ଣ୍ଣାୟକ ବ୍ୟାଟିଂ କରିଥିଲେ। ଅତୀତରେ ମଧ୍ୟ ସେ ଦଳ ପାଇଁ ଉପଯୋଗୀ ବ୍ୟାଟିଂ କରିଛନ୍ତି ବୋଲି ଜାଫର କହିଛନ୍ତି। ଏହି ବାଂଲାଦେଶ ଦଳର ବହୁ ସଦସ୍ୟ ଜାଫରଙ୍କ ତତ୍ତ୍ୱାବଧାନରେ ପ୍ରଶିକ୍ଷଣ ନେଇଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ଶାହାଦାତ ହୋସେନ ଓ ନାଓରୋଜ ନବିଲ। ଭାରତ ଫେଭରାଇଟ ବିବେଚିତ ହେଉଥିଲେ ମଧ୍ୟ ବାଂଲାଦେଶ ସବୁ ବିଭାଗରେ ଭଲ ପ୍ରଦର୍ଶନ କରି ବାଜି ମାରିଥିଲା। ଆକବର ପୂର୍ବରୁ ୧୪ ଓ ୧୬ ବର୍ଷରୁ କମ୍‌ ଦଳର ମଧ୍ୟ ସଫଳତାର ସହ ନେତୃତ୍ୱ ନେଇଛନ୍ତି। ସେ ଅଧିକାଂଶ ସମୟ ନେତୃତ୍ୱ ନେଇଛନ୍ତି। ଆଗକୁ ଯେତେ ଖେଳିବେ ସେ ସେତେ ଅଭିଜ୍ଞତା ହାସଲ କରିବେ। ଦଳର ପ୍ରାୟ ସବୁ ସଦସ୍ୟ ମୋ ସହିତ କାର୍ଯ୍ୟକରି ପ୍ରଶିକ୍ଷଣ ନେଇଛନ୍ତି ବୋଲି ଜାଫର କହିଛନ୍ତି। ପ୍ରାୟ ସବୁ ଖେଳାଳିଙ୍କୁ ଅତି ନିକଟରୁ ଦେଖିଛି। ସବୁ ବୟସ ବର୍ଗରେ ଏହି ଖେଳାଳିମାନେ କ୍ରିକେଟ ଖେଳି ଆସିଛନ୍ତି। ସେମାନଙ୍କ ମଧ୍ୟରେ ଭଲ ବୁଝାମଣା ରହିଛି। ଏହା ଏକ ପ୍ରତିଭାସମ୍ପନ୍ନ ଦଳ। ବାଂଲାଦେଶ କ୍ରିକେଟର ଭବିଷ୍ୟତ ଉଜ୍ଜ୍ୱଳ ଓ ଦଳର ସଫଳତାରେ ବହୁତ ଖୁସି ବୋଲି ଜାଫର କହିଛନ୍ତି।
ଜାଫର ଭାରତ ପାଇଁ ୩୧ଟି ଟେଷ୍ଟ ଓ ୨ଟି ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି। ସବୁ ଫର୍ମାଟରେ ସେ ଭାରତ ପାଇଁ ୧୯୫୪ ରନ ସଂଗ୍ରହ କରିଛନ୍ତି। ଟେଷ୍ଟରେ ମଧ୍ୟ ସେ ଏକ ଦ୍ୱିଶତକ ହାସଲ କରିଛନ୍ତି। ସେ ଜଣେ ଉଚ୍ଚକୋଟୀର ପ୍ରତିଭା ସମ୍ପନ୍ନ ବ୍ୟାଟ୍ସମ୍ୟାନ ବିବେଚିତ ହେଉଥିଲେ। ତେବେ ସ୍ଥିର ପ୍ରଦର୍ଶନ କରି ନ ପାରିବା କାରଣରୁ ସେ ଜାତୀୟ ଦଳରୁ ବାଦ୍‌ ପଡିଥିଲେ। ଘରୋଇ କ୍ରିକେଟରେ ସେ ଅସାଧାରଣ ପ୍ରଦର୍ଶନ କରିଛନ୍ତି। ୨୬୦ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳି ୫୭ଟି ଶତକ ଓ ୯୧ଟି ଅର୍ଦ୍ଧଶତକ ସହିତ ସେ ୧୯,୪୧୦ ରନ ସଂଗ୍ରହ କରିଛନ୍ତି। ରଣଜୀ ଟ୍ରଫିରେ ସେ ସର୍ବକାଳୀନ ସର୍ବାଧିକ ସ୍କୋରର ମାନ୍ୟତା ମଧ୍ୟ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚତୁର୍ଥ ଦିନରେ ଫିଲ୍ଡିଂ କରିବାକୁ ଆସିଲେନି ଶୁଭମନ? ବିସିସିଆଇ କହିଲା…

ଚେନ୍ନାଇ,୧୬।୨: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ଚତୁର୍ଥ ଦିନରେ ଫିଲ୍ଡିଂ କରିବାକୁ ଆସି ନ ଥିଲେ ଯୁବ ବ୍ୟାଟ୍ସମ୍ୟାନ୍‌ ଶୁଭମନ ଗିଲ। ଏହା ପଛର କାରଣ...

ମ୍ୟାଚ ଫି’ ଅପେକ୍ଷାରେ ଘରୋଇ କ୍ରିକେଟର

ମୁମ୍ବାଇ, ୨୯।୬: ଗତ କ୍ରିକେଟ ସିଜନରେ ରଣଜୀ ଟ୍ରଫି ଏବଂ ସୟଦ ମୁସ୍ତାକ ଅଲୀ ଟି୨୦ ଟୁର୍ନାମେଣ୍ଟ ଖେଳିଥିବା ଅନେକ ଘରୋଇ କ୍ରିକେଟର ଏପର୍ଯ୍ୟନ୍ତ ମ୍ୟାଚ...

ଆଉ ଟେଷ୍ଟ କ୍ରିକେଟ ଖେଳିବାକୁ ଚାହୁଁନାହାନ୍ତି ଭାରତୀୟ ଦଳର ଏହି ପ୍ରମୁଖ ଖେଳାଳି; କାରଣ ଜାଣିଲେ…

ନୂଆଦିଲ୍ଲୀ,୧୫।୫: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ଏବଂ ଇଲଂଣ୍ଡ ବିପକ୍ଷରେ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ବିସିସିଆଇ ପକ୍ଷରୁ ଭାରତୀୟ ଦଳ ଘୋଷଣା...

ଭୋ ଭୋ ହୋଇ କାନ୍ଦୁଥିଲେ ବିରାଟ କୋହଲି, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବିଶ୍ୱର ନମ୍ବର ୱାନ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଆଜି ୩୨ତମ ଜନ୍ମଦିନ ପାଳନ କରୁଛନ୍ତି। ନଭେମ୍ବର ୫, ୧୯୮୮ରେ ନୂଆଦିଲ୍ଲୀରେ ଜନ୍ମଗ୍ରହଣ କରିଥିବା କୋହଲି ଆଜି...

‘ଅନେକ ବଳିଦାନ ଦେଇଛି’

ନୂଆଦିଲ୍ଲୀ,୨୪।୭: ଅଲିମ୍ପିକ୍ସ ସଫଳତା ପାଇବା ପାଇଁ ଅନେକ ବଳିଦାନ ଦେଇଛି। ଟୋକିଓ ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ପଦକ ଆଣି ଦେବା ପରେ ଏଭଳି କହିଛନ୍ତି ମୀରାବାଇ...

ଦିନିକିଆରେ ଇଂଲଣ୍ଡର ବିଶ୍ୱ ରେକର୍ଡ

ଆମଷ୍ଟେଲଭିନ(ନେଦରଲାଣ୍ଡ୍ସ), ୧୭।୬: ଦିନିକିଆ କ୍ରିକେଟ ଇତିହାସରେ ଗୋଟିଏ ଇନିଂସରେ ସର୍ବାଧିକ ସ୍କୋର କରି ଇଂଲଣ୍ଡ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଶୁକ୍ରବାର ଅନୁଷ୍ଠିତ ନେଦରଲାଣ୍ଡ୍ସ ବିପକ୍ଷ...

୭୦ ସେକେଣ୍ଡରେ ସଫଳତା ବଖାଣିଲେ ଶାସ୍ତ୍ରୀ

ଦୁବାଇ,୯।୧୧: ଟି -୨୦ ବିଶ୍ୱ ସହିତ ରବି ଶାସ୍ତ୍ରୀଙ୍କ ଟିମ ଇଣ୍ଡିଆର କୋଚ ଭାବରେ କାର୍ଯ୍ୟକାଳ ଶେଷ ହୋଇଛି। ଭାରତ ଶେଷ ଲିଗ ମ୍ୟାଚରେ ନାମ୍ବିଆ...

ଏହି ଖେଳାଳିଙ୍କ ପାଇଁ ଡ୍ରେସିଂ ରୁମ୍‌ରେ ଶର୍ଟ ଖୋଲି ଦେଇଥିଲେ ସୌରଭ ଗାଙ୍ଗୁଲି

ଭାରତୀୟ କ୍ରିକେଟ ଦଳର ଚମତ୍କାର ଫିଲ୍ଡର ମହମ୍ମଦ କୈଫ ୪୦ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ମହମ୍ମଦ କୈଫଙ୍କ ନାମ ଆସିବା...

Advertisement
Archives

Model This Week