ବହୁ ତଳିଆ ଗାଁ ଜଳବନ୍ଦୀ

କେନ୍ଦୁଝର,୧୫ା୮ (ସ୍ବ.ପ୍ର.): କେନ୍ଦୁଝର ଜିଲାରେ ଲଘୁଚାପଜନିତ ବର୍ଷା ଯୋଗୁ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଅନେକ ଗ୍ରାମ, ବସ୍ତି, ଓ୍ବାର୍ଡ ଜଳବନ୍ଦୀ ହୋଇଛି। ତେବେ ଏନେଇ ପ୍ରଶାସନ ପାଖରେ ଠିକ ସୂଚନା ନାହିଁ। ନଦୀନାଳରେ ଜଳସ୍ତର ବୃଦ୍ଧି ପାଉଥିବାରୁ ଅନେକ ସ୍ଥାନରେ ପୋଲ ଉପରେ ପାଣି ପ୍ରବାହିତ ହୋଇ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଜଙ୍ଗଲ ଓ ପାହାଡ଼ି ଅଞ୍ଚଳରେ ସବୁ ନଦୀନାଳରେ ଜଳପତ୍ତନ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ରାସ୍ତା ଉପରେ ପାଣି ପ୍ରବାହିତ ହେଉଥିବାରୁ ଲୋକେ ଯାତାୟାତ କରିପାରୁନାହାନ୍ତି। ଅନେକ ଗାଁ ଓ ସାହିରେ ଲଗାଣ ବର୍ଷା ଯୋଗୁ ମାଟି ଘର ଭାଙ୍ଗିଯାଇଛି। ଜିଲାର ପ୍ରମୁଖ ବୈତରଣୀ ନଦୀରେ ଜଳ ପତ୍ତନ ବୃଦ୍ଧି ପାଇବାରେ ଲାଗିଛି। ଜିଲା ମୁଖ୍ୟାଳୟର ଭାଲୁକିପତଳା,ଜଗନ୍ନାଥପୁର, କାଶୀପୁର, ଟିକର ଗୁମୁରା ଆଦି ସାହିର ବହୁ ଲୋକ ଦୀର୍ଘ ତିନି ଧରି ପାଣି ଘେରରେ ରହିଛନ୍ତି। ନରଣପୁର ପେଟ୍ରୋଲ ପମ୍ପ ନିକଟରେ ଗଛ ଉପୁଡି ଏକ ଅଟୋ ଉପରେ ଖସି ପଡିଥିଲା। ଫଳରେ ଅଟୋରେ ଯାଉଥିବା ଯାତ୍ରୀମାନେ ଆହତ ହୋଇଛନ୍ତି। ଭାଟୁଣିଆ ମାଛ କାନ୍ଦଣା ପୋଲ, କାଦଗଡ ରେଲଓ୍ବେ ଫାଟକ, ଘସଡା ପୋଲ, ହାତୀକୁଚା ଝିଟିଙ୍ଗା ଓ ହାତୀକୁଚା ପୁରୁଣାସାହି ଆଦି ପୋଲ ଉପରେ ପାଣି ପ୍ରବହିତ ହେଉଛି। ହରିଚନ୍ଦନପୁର- ଦୈତାରୀ ରାସ୍ତାର ମୂଷଳ ନାଳ ପୋଲ ଉପରେ ୩ ଫୁଟ ପାଣି ପ୍ରବାହିତ ହେଉଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡ୍ରାଇଭରଙ୍କୁ ହତ୍ୟା କରିଥିଲେ ହେଲପର

ରୂପସା, ୨୬ା୧୧(ଡି.ଏନ.ଏ.): ବାଲେଶ୍ୱର ୬୦ ନମ୍ବର ଜାତୀୟ ରାଜପଥର ସଦର ବ୍ଲକ ଅଧୀନ ହଳଦୀପଦା ବାଇପାସ୍‌ ନିକଟସ୍ଥ ଏକ ପୋଲ ତଳୁ ଗତ ୧୬ ତାରିଖରେ...

ରାଜନୈତିକ ଚାପରେ ଡ୍ରେନ ନିର୍ମାଣ: ଘଣ୍ଟାଏ ବର୍ଷାରେ ଘରେ ପଶିଲା ପାଣି

ଓଡ଼ଗାଁ,୮ା୮(ସ୍ବ.ପ୍ର.): ଓଡଗାଁ ଏନ୍‌ଏସି ମାନ୍ୟତା ପାଇବା ପରେ ବିଭିନ୍ନ ଓ୍ବାର୍ଡର ରାସ୍ତା ଓ ଡ୍ରେନ ନିର୍ମାଣ କରାଯାଇଥିଲା। ହେଲେ ଜରୁରୀ ଆବଶ୍ୟକତା ଥିବା ସ୍ଥାନକୁ ବାଦ୍‌ଦେଇ...

ନାହାନ୍ତି ଡାକ୍ତର: ଚିକିତ୍ସା ଅଭାବରୁ ଦିବ୍ୟାଙ୍ଗଙ୍କ ଜୀବନ ଗଲା

ଜଗନ୍ନାଥ ପ୍ରସାଦ, ୨୪।୧୦(ଡି.ଏନ.ଏ): ଗଞ୍ଜାମ ଜିଲା ଜଗନ୍ନାଥ ପ୍ରସାଦ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଦୁଇଦିନ ଧରି ଡାକ୍ତର ଅନୁପସ୍ଥିତ ଥିବା ଯୋଗୁ ଜଣେ ଆୟୁଷ ଆୟୁର୍ବେଦ ଡାକ୍ତରଙ୍କ...

ଶର୍ମିଷ୍ଠାଙ୍କୁ ପୁଣି ୫ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିବ କ୍ରାଇମବ୍ରଞ୍ଚ

ଭୁବନେଶ୍ୱର,୩।୪(ବ୍ୟୁରୋ): କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ପୁଣି ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ । ୪ ଅଭିଯୁକ୍ତ ଶର୍ମିଷ୍ଠା, ନିରଞ୍ଜନ, ରଞ୍ଜନ ଓ ଝୁନାଙ୍କ...

ବର୍ଷାରେ ବେହାଲ ରେଶମ ସହର

ବ୍ରହ୍ମପୁର ଅଫିସ,୨୧ା୮- ବର୍ଷାରେ ପୁଣି ବେହାଲ ହୋଇଛି ବ୍ରହ୍ମପୁର ମହାନଗର ନିଗମର ବହୁ ଅଞ୍ଚଳ। ମଙ୍ଗଳବାର ଅପରାହ୍ନରେ ମାତ୍ର ଦେଢଘଣ୍ଟା ବର୍ଷାରେ ସହରର ଅନେକ ଅଞ୍ଚଳ...

CORONAVIRUS UPDATE: ଆଉ ଜଣେ ଆକ୍ରାନ୍ତ ହେଲେ ସୁସ୍ଥ

ଭୁବନେଶ୍ୱର, ୨୫।୪ (ବ୍ୟୁରୋ)- ରାଜ୍ୟ ପାଇଁ ଏକ ଖୁସିଖବର, ଆଉ ଜଣେ କରୋନା ଆକ୍ରାନ୍ତ ହେଲେ ସୁସ୍ଥ। ଏହାକୁ ମିଶାଇ ରାଜ୍ୟରେ କରୋନା ସଂକ୍ରମିତ ସୁସ୍ଥ...

ବିଜୁଳି ଚୋରି ଧରାଇଲେ ମିଳିବ ପୁରସ୍କାର, ନାମ ଗୋପନ ରହିବ

ଭୁବନେଶ୍ୱର,୫।୯(ବ୍ୟୁରୋ): ଏଣିକି ବିଜୁଳି ଚୋରି ସମ୍ପର୍କରେ ସୂଚନା ଦେଲେ ସୂଚନାଦାତାଙ୍କୁ ମିଳିବ ଆର୍ଥିକ ପୁରସ୍କାର। ଯେଉଁମାନେ ବିଜୁଳି ଚୋରି କରୁଛନ୍ତି ସେମାନଙ୍କଠାରୁ ଜରିମାନା ଆଦାୟ କରାଯିବ।...

ବ୍ରହ୍ମପୁରରେ ଘରୋଇ ବସ୍‌ ସେବା ଠପ୍‌: ଯାତ୍ରୀ ହନ୍ତସନ୍ତ

ବ୍ରହ୍ମପୁର ଅଫିସ,୨୬।୧୧: ଗଞ୍ଜାମ ଜିଲା ବ୍ରହ୍ମପୁର ନୂଆ ବସ୍‌ଷ୍ଟାଣ୍ଡ ତଥା ସିଟି ବସ୍‌ଷ୍ଟାଣ୍ଡ ମଙ୍ଗଳବାର ବନ୍ଦ ହୋଇଛିି। ବିଡିଏ ପକ୍ଷରୁ ଜାରି କରାଯାଇଥିବା ପୂର୍ବ ନୋଟିସ୍‌...

Advertisement
Archives

Model This Week