ବହୁଚର୍ଚ୍ଚିତ ଗମ୍ଭାରୀ-ବେଲପଡ଼ା ରାସ୍ତା: ଆରମ୍ଭ ହେଲା ବିଭାଗୀୟ ତଦନ୍ତ

ଖପ୍ରାଖୋଲ, ୧୩।୬(ଡି.ଏନ,ଏ.): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ପୂର୍ତ୍ତ ବିଭାଗ ଡିଭିଜନ ଅନ୍ତର୍ଗତ ବେଲପଡା-ଗମ୍ଭାରୀ ରାସ୍ତା ନିର୍ମାଣର ମାନ ନିର୍ଦ୍ଧାରଣ ପାଇଁ ବୁଧବାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। ଏକ ବୈଷୟିକ ପ୍ରତିନିଧି ଦଳ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ଖୋଳି ନମୁନା ସଂଗ୍ରହ କରିଛନ୍ତି। ପ୍ରତିନିଧି ଦଳ ବୈଜଲ ସାଗରଠାରୁ ବେଲପଡା ମଧ୍ୟରେ ୧୩/୦ରୁ ୨୨/୦ କିଲୋମିଟର ମଧ୍ୟରେ ପ୍ରତି କିଲୋମିଟରରେ ଡ୍ରିଲର ମାଧ୍ୟମରେ ରାସ୍ତା ଖୋଲି ନମୁନା ସଂଗ୍ରହ କରିଛନ୍ତି। ପରୀକ୍ଷା ପାଇଁ ଲାବରେଟୋରିକୁ ପଠାଯିବ। ପରୀକ୍ଷଣ ହୋଇ ରିପୋର୍ଟ ଆସିଲା ପରେ ରାସ୍ତାର ମାନ କିପରି ହୋଇଛି ତାହା ଜଣାପଡିବ ବୋଲି ପ୍ରତିନିଧି ଦଳ କହିଥିଲେ। ପ୍ରତିନିଧି ଦଳରେ ଭୁବନେଶ୍ୱରସ୍ଥିତ ବିଶ୍ୱବ୍ୟାଙ୍କର ମୁଖ୍ୟଯନ୍ତ୍ରୀ ଅନିଲ କୁମାର ତ୍ରିପାଠୀ, ବଲାଙ୍ଗୀର ପୂର୍ତ୍ତ ବିଭାଗ ଏସ.ଇ. ଇଂ. ଉମେଶ ଚନ୍ଦ୍ର ମିଶ୍ର, ଭୁବନେଶ୍ୱର ମୁଖ୍ୟଯନ୍ତ୍ରୀ କାର୍ଯ୍ୟାଳୟର ନିର୍ବାହୀ ଯନ୍ତ୍ରୀ ରଥାଙ୍ଗ ଚରଣ ରାଉତ, ସହକାରୀ ନିର୍ବାହୀ ଯନ୍ତ୍ରୀ ପି.କେ.ଚୌଧୁରୀ, ସମ୍ବଲପୁର କ୍ୱାଲିଟି କଣ୍ଟ୍ରୋଲ ନିର୍ବାହୀ ଯନ୍ତ୍ରୀ ଇଂ. ହୀରାଲାଲ ଅଗ୍ରଓ୍ବାଲ, କଣ୍ଟାବାଞ୍ଜି ସବ୍‌ଡିଭିଜନ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ସୁରେଶ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ, ଏହି ରାସ୍ତା ନିମ୍ନମାନର ହୋଇଥିବା ଅଭିଯୋଗ ପରେ ସପ୍ତାହ ତଳେ ଗମ୍ଭାରୀ ଗାଁଠାରେ ପାଟଣାଗଡ ବିଧାୟକ ସରୋଜ ମେହେର ରାସ୍ତା ନିର୍ମାଣ ଦାୟିତ୍ୱରେ ଥିବା ସହକାରୀ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ କାନଧରି ଉଠ୍‌ବସ୍‌ ହେବା ପାଇଁ କହୁଥିବା ଭିଡିଓ ଭାଇରାଲ ହୋଇଥିଲା। ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ବିଧାୟକ ଘଟଣାକୁ ନେଇ ଦୁଃଖପ୍ରକାଶ କରିଥିଲେ। ଏହି ଘଟଣା ନେଇ ସାରା ରାଜ୍ୟରେ ଆଲୋଡନ ସୃଷ୍ଟି ହୋଇଥିଲା। ରାସ୍ତାର ମାନ ନିର୍ଦ୍ଧାରଣ ପାଇଁ ବିଭାଗୀୟ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ତଦନ୍ତ ହେବ। ନିର୍ମାଣ ନିମ୍ନମାନର ହୋଇଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗଣମାଧ୍ୟମରେ ପ୍ରକାଶ କରିଥିଲେ। ଘଟଣାର ଏକ ସପ୍ତାହ ପରେ ବିଭାଗୀୟ ତଦନ୍ତ ହେବା ସହ ରାସ୍ତାରମାନ ସଂଗ୍ରହ କରାଯାଇଛି । ସୂଚନାଯୋଗ୍ୟ ଯେ, ରାସ୍ତା ନିର୍ମାଣ ପାଇଁ ବର୍ଷକ ତଳୁ କାମ ଆରମ୍ଭ ହୋଇଥିବା ବେଳେ ୮କୋଟି ୫ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ମୋ ସ୍କୁଲ’ ଅଭିଯାନ ପ୍ରକଳ୍ପକୁ ୧୦.୭୫ କୋଟି ଟଙ୍କା ଅନୁମୋଦନ

ଭୁବନେଶ୍ୱର, ୫।୧୨(ବ୍ୟୁରୋ): ‘ମୋ ସ୍କୁଲ’ ଅଭିଯାନର ୧୯ତମ କାର୍ଯ୍ୟକାରୀ ପରିଷଦ ବୈଠକ ଶୁକ୍ରବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ...

ଧର୍ମେନ୍ଦ୍ର ଓ ଜାପାନ ରାଷ୍ଟ୍ରଦୂତ ଏଚ୍‌.ଇ କେନଜି ହୀରାମାତସୁଙ୍କ ଆଲୋଚନା:ଦୁଇ ଦେଶର ସମ୍ପର୍କକୁ ମଜବୁତ କରିବା ଉପରେ ଗୁରୁତ୍ୱ

ଭୁବନେଶ୍ୱର,୨୮-୮(ବ୍ୟୁରୋ)କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଜାପାନ ରାଷ୍ଟ୍ରଦୂତ ଏଚ.ଇ କେନଜି ହୀରାମାତସୁଙ୍କୁ ସାକ୍ଷାତ କରି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି। ଏହି ଅବସରରେ ଉଭୟ ଇସ୍ପାତ...

ଡିସେମ୍ବର ୨୬ରୁ ଜାନୁୟାରୀ ୪ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ଲାଗି ଭିତରକନିକା ବନ୍ଦ

ରାଜନଗର,୨୪।୧୨(ଡି.ଏନ୍‌.ଏ.): ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଚଳିତ ମାସ ଡିସେମ୍ବର ୨୬ରୁ ଜାନୁୟାରୀ ୪ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ଲାଗି ବନ୍ଦ ରହିବ। ଏ...

ବିନା ପାସ୍‌ରେ ଆଉ ଗଡିବନି ଗାଡି

ବରଗଡ଼ ଅଫିସ,୮।୪: ଘାତକ କରୋନା(କୋଭିଡ-୧୯) ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାମାଜିକ ଦୂରତ୍ୱକୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଉଛି। ଦୋକାନ, ବଜାର ପରେ ବରଗଡ଼ ଜିଲା...

ଖାଁ ଖାଁ ଗୋତମରା ଗାଁ

ବଅଁରପାଳ, ୩୧ା୧୦(ଡି.ଏନ.ଏ.) ପ୍ରତିବର୍ଷ ପରି ବାର୍ଷିକ ପୂଜାରେ ଚଳଚଞ୍ଚଳ ହେବନି ବଅଁରପାଳ ବ୍ଲକ ଗୋତମରା ଗ୍ରାମର ମା’ ବ୍ରହ୍ମାୟଣୀଙ୍କ ପୀଠ। ବସିବନି ଦୋକାନ ବଜାର କି...

ଉଚ୍ଚଶିକ୍ଷାନୁଷ୍ଠାନ ଖୋଲିବାକୁ କର୍ତ୍ତୃପକ୍ଷଙ୍କୁ ଚିଠି

ଭୁବନେଶ୍ୱର,୫।୧(ବ୍ୟୁରୋ): ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ଆସନ୍ତା ୧୧ ତାରିଖରୁ ଖୋଲିବ। ୟୁଜି ଓ ପିଜିର ଶେଷବର୍ଷ ଛାତ୍ରୀଛାତ୍ରଙ୍କ ପାଇଁ...

ବଦଳିଲା ୧ନଂ. ପରିବା ହାଟ ନିୟମ

ଭୁବନେଶ୍ୱର,୧୧।୫(ବ୍ୟୁରୋ): ଲକ୍‌ଡାଉନ୍‌ ସମୟରେ ପରିବା ହାଟ ସକାଳ ୬ଟାରୁ ୧୨ଟା ଯାଏ ଖୋଲା ରହିବାକୁ ନିୟମ ହୋଇଥିଲା। ତେବେ ହାଟରେ ଲୋକଙ୍କ ଅତ୍ୟଧିକ ଗହଳି ଦେଖିବାକୁ...

କ୍ଷତିରେ ଯାତ୍ରୀ ପରିବହନ: ଚିନ୍ତାରେ ମାଲିକ

ଭୁବନେଶ୍ୱର,୨୧।୯(ବ୍ୟୁରୋ): କରୋନା ପ୍ରଭାବରୁ ବର୍ତ୍ତିପାରୁନି ଯାତ୍ରୀ ପରିବହନ ସେବା। ବସ୍‌ ଠାରୁ ଆରମ୍ଭ କରି ଟ୍ୟାକ୍ସି ଏବଂ ଅଟୋ ଭଳି ଯାତ୍ରୀବାହୀ ଯାନ କରୋନା ସଂକ୍ରମଣ...

Advertisement


Archives

Model This Week

Why Dharitri