ବସ୍‌-ଟ୍ରକ୍‌ ଧକ୍କା: ୩୦ ଆହତ, ୬ ଗୁରୁତର

ରଣପୁର/ଟାଙ୍ଗୀ,୧।୨(ସ୍ବ.ପ୍ର./ଡି.ଏନ୍‌.ଏ.): ନୟାଗଡ ଜିଲା ଚାନ୍ଦପୁର ଥାନା ୧୬ ନମ୍ବର ଜାତୀୟ ରାଜପଥର ବେଣ୍ଟଛକ ନିକଟରେ ଶୁକ୍ରବାର ଅପରାହ୍ନରେ ଏକ ଟ୍ରକ ସହ ବସ୍‌ର ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଚାଳକଙ୍କ ସମେତ ୩୦ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬ଜଣଙ୍କ ଅବସ୍ଥା ଗୁରୁତର ରହିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ୨ଟିକୁ ଜବତ କରିବା ସହିତ ଘଟଣାର ତଦନ୍ତ ଜାରି ରଖିଛି। ଏହି ଘଟଣାକୁ ନେଇ ଦୀର୍ଘ ୨ଘଣ୍ଟା ଧରି ରାସ୍ତାରୋକୋ କରାଯାଇଥିଲା।
ପ୍ରକାଶ ଯେ, ଓଡି୦୨ଏ ୯୨୩୭ ନମ୍ବର ବିଶିଷ୍ଟ ଓମ୍‌ ମା ନାମକ ଏକ ଘରୋଇ ବସ୍‌ ଭୁବନେଶ୍ୱରରୁ ବାହାରି ବାଲୁଗଁ। ଅଭିମୁଖେ ଯାଉଥିଲା ବେଳେ ଅପରାହ୍ନ ୩ଟାରେ ଚାନ୍ଦପୁର ନିକଟସ୍ଥ ବେଣ୍ଟଛକଠାରେ ବିପରୀତ ଦିଗରୁ ଆସୁଥିବା ଓଡି୦୭ ଏଲ୍‌ ୨୦୦୩ ନମ୍ବର ବିଶିଷ୍ଟ ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଉକ୍ତ ବସ୍‌ରେ ପ୍ରାୟ ୪୦ରୁ ୪୫ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରୁ ପ୍ରାୟ ୩୦ଜଣ ଆହତ ହୋଇଥିବାବେଳେ ୬ଜଣଙ୍କ ଅବସ୍ଥା ଗୁରୁତର ଅଛି। ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ଟାଙ୍ଗୀ ଦମକଳ ବାହିନୀ ସହାୟତାରେ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ନିକଟସ୍ଥ ଚାନ୍ଦପୁର ଏବଂ ଟାଙ୍ଗୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ସେମାନଙ୍କ ମଧ୍ୟରୁ ବସ୍‌ ଡ୍ରାଇଭର ଅଖିଳ ବେହେରା (୫୫), ଯାତ୍ରୀ ଅନୀତା ସାହୁ (୧୪), ରଙ୍ଗଲତା ତାଡ (୬୨), ଅନୀତା ସାହୁ (୩୫), ଭୁବନେଶ୍ୱର ମହନ୍ତ (୪୫) ଏବଂ ବନମାଳୀ ପ୍ରଧାନ (୨୭)ଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି। ଆହତ ବସଯାତ୍ରୀଙ୍କ ଘର ନିକଟସ୍ଥ ଟାଙ୍ଗୀ, ଚାନ୍ଦପୁର, ନାଚୁଣୀ, ବାଲୁଗଁା ଅଞ୍ଚଳରେ ବୋଲି ଜଣାପଡ଼ିଛି। ବେଣ୍ଟଛକଠାରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ତାହାର ପ୍ରତିକାର ଦାବି ସହ ସେଠାରେ ଏକ ଓଭରବ୍ରିଜ ନିର୍ମାଣ ଦାବିରେ ସ୍ଥାନୀୟ ଲୋକମାନେ ଅପରାହ୍ନ ୪ଟାରୁ ସେଠାରେ ରାସ୍ତାରୋକୋ କରିଥିଲେ। ଫଳରେ ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ବହୁ ଯାନବାହନ ଅଟକି ରହିଥିଲା। ଥାନା ଏସଆଇ ଏସ.ଏସ. ହରୋ ସେଠାରେ ପହଞ୍ଚତ୍ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ। ଦୀର୍ଘ ୨ଘଣ୍ଟା ପରେ ଅର୍ଥାତ ସନ୍ଧ୍ୟା ୬ଟାରେ ରାସ୍ତାରୋକୋ ପ୍ରତ୍ୟାହୃତ ହୋଇଥିଲା। ଖବରପାଇ କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂ ସେଠାରେ ପହଞ୍ଚି ଘଟଣାର ତଦାରଖ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦନ୍ତା ହାତୀ ଆକ୍ରମଣରେ ଜେଜେମା ମୃତ, ନାତୁଣୀ ଗୁରୁତର

ବେତନଟୀ, ୨୦।୬(ଡି.ଏନ୍‌.ଏ): ମୟୁରଭଞ୍ଜ  ଜିଲା ବେତନଟୀ ବନାଞ୍ଚଳ ଅଧିନ ଯୁଗୋଳ ପଞ୍ଚାୟତର ହଳଦୀପଦା ଗଁାରେ ବୁଧବାର ବିଳମ୍ବିତ ରାତିରେ ଏକ ଦନ୍ତାହାତୀ ୨ ଜଣଙ୍କୁ ଆକ୍ରମଣ...

ରାଜ୍ୟବାସୀଙ୍କୁ ମାଗଣାରେ ମିଳିବ ପ୍ଲାଜମା ଥେରାପି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୫।୭(ବ୍ୟୁରୋ)-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଭିଡିଓ କନଫରେନ୍ସ ଜରିଆରେ ଗୁରୁତର କୋଭିଡ୍‌ ରୋଗୀଙ୍କ ଚିକିତ୍ସା ପାଇଁ କଟକ ଏସ୍‌ସିବି ମେଡିକାଲ କଲେଜରେ କୋଭିଡ୍‌ ପ୍ଲାଜ୍‌ମା ବ୍ୟାଙ୍କ...

ସାହାଯ୍‌ ଆଶ୍‌ରେ ପକ୍ଷାଘାତ ରୁଗୀ ନିତ୍ୟାନନ୍ଦ

ଲାଠୋର, ୧୧।୧୧(ଡି.ଏନ୍‌.ଏ.)-  ସରକାର ଅନେକ ଯୋଜନା କାଯ୍‌କାରୀ କରି ଗରିବ୍‌ ଦୁଖିକୁ ମାହାଲିଆ ଚିକିଛା ସୁବିଧା, ଉଷୋକଷା ଯୁଗେଇ ଦେଉଛନ୍‌। ହେଲେ ପରଚାର ପରସାର ଅଭାବୁ...

ଆସିକା ଲୋକ ସଭା ନିର୍ବାଚନମଣ୍ଡଳୀ : ପ୍ରଥମକରି ଦୁଇ ମହିଳା ପ୍ରାର୍ଥୀଙ୍କ ଲଢ଼େଇ ତୀବ୍ର

ବ୍ରହ୍ମପୁର ଅଫିସ,୨୫ା୪-ଗଞ୍ଜାମ ଜିଲାର ଆସିକା ଲୋକ ସଭା ନିର୍ବାଚନ ମଣ୍ଡଳୀର ୨୦୧୯ ନିର୍ବାଚନରେ ପ୍ରଥମ କରି ଦୁଇ ମହିଳା ଭାଜପାରୁ ଅନିତା ଶୁଭଦର୍ଶିନୀ ଏବଂ ବିଜେଡରୁ...

ମନ୍ତ୍ରୀ ସୁଶାନ୍ତ ସିଂଙ୍କ ନାମରେ କରୁଥିଲେ ବ୍ଲାକ୍‌ମେଲିଂ, ଅଭିଯୁକ୍ତଙ୍କୁ ଗିରଫ କଲା ସୋହେଲା ପୋଲିସ

ବରଗଡ଼ ଅଫିସ,୧୯।୯- ଗ୍ରାମ୍ୟ ଉନ୍ନୟନ ତଥା ଶ୍ରମମନ୍ତ୍ରୀ ସୁଶାନ୍ତ ସିଂଙ୍କ ନାମରେ ବ୍ଲାକମେଲିଂ କରି ବିଭିନ୍ନ ସରକାରୀ ଅଧିକାରୀଙ୍କୁ ଧମକ ଦେଇ ଟଙ୍କା ଆଦାୟ ଅଭିଯୋଗରେ...

୧୮ ହଜାର ହେକ୍ଟର ଚାଷଜମି ପଡ଼ିଆ

ତିହିଡ଼ି, ୨୦।୭ (ଡି.ଏନ.ଏ.) – ଆଷାଢ଼ ଯାଇ ଶ୍ରାବଣ ହେଲା। ଜମିରେ ଧାନ ଗଛଟିଏ ବସି ପାରିଲା ନାହିଁ। ଦୀର୍ଘଦିନ ଧରି ବର୍ଷା ଛାଡ଼ି ଯାଇଥିବାରୁ...

କାଳବୈଶାଖୀ :୨ ପଞ୍ଚାୟତରେ ଶତାଧିକ ଘର କ୍ଷତିଗ୍ରସ୍ତ

ବୈପାରୀଗୁଡା,୪ା୬(ଡି.ଏନ୍‌.ଏ)-କୋରାପୁଟ ଜିଲା ବୈପାରୀଗୁଡା ବ୍ଲକରେ ବୁଧବାର  କାଳବୈଶାଖୀ ଶତାଧିକ ଲୋକଙ୍କୁ କ୍ଷତିଗ୍ରସ୍ତ କରିଛି। ବ୍ଲକ ଅନ୍ତର୍ଗତ ମାଠପଡା ଓ ବାଲିଗାଁ ପଞ୍ଚାୟତରେ କାଳବୈଶାଖୀ ଯୋଗୁ ଶତାଧିକ...

ଅଲାରନାଥଙ୍କ ପୀଠରେ ୧୪୪ ଧାରା ଜାରି

ବ୍ରହ୍ମଗିରି,୫ା୬(ଡି.ଏନ.ଏ.)- ଅନବସର ଦର୍ଶନ ପାଇଁ ମହାପ୍ରଭୁ ବ୍ରହ୍ମଗିରି ଅଲାରନାଥଙ୍କ ପୀଠରେ ପ୍ରଶାସନ ତରଫରୁ ୧୪୪ ଧାରା ଜାରି ହୋଇଛି। ଶୁକ୍ରବାର ଚତୁର୍ଦ୍ଧାମୂତ୍ତିଙ୍କ ମହାସ୍ନାନପରେ ଶ୍ରୀଜୀଉମାନେ ଶୁକ୍ରବାରଠାରୁ...

Coronavirus Update


Archives

Model This Week

Why Dharitri