ବସ୍‌ରେ ବିଦ୍ୟୁତ୍‌ ତାର ଲାଗି ମୃତ୍ୟୁ ଘଟଣା: ମୁଖ୍ୟମନ୍ତ୍ରୀଙ୍କ ଶୋକ, ମୃତକଙ୍କ ପରିବାର ପିଛା ମିଳିବ ୨ ଲକ୍ଷ ଟଙ୍କା ଅନୁକମ୍ପା

ଭୁବନେଶ୍ୱର,୯।୨(ବ୍ୟୁରୋ)- ଗଞ୍ଜାମ ଜିଲାରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଘଟିଥିବା ବସ୍‌ ଦୁର୍ଘଟଣାରେ ମୃତକଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଗଭୀର ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ପ୍ରତି ସମବେଦନା ମଧ୍ୟ ଜ୍ଞାପନ କରିଛନ୍ତି। ଏଥିସହିତ ମୃତକଙ୍କ ପରିବାର ପିଛା ୨ ଲକ୍ଷ ଟଙ୍କାଏ ସହାୟତା ରାଶି ମଧ୍ୟ ଘୋଷଣା କରିଛନ୍ତିି। ଆହତ ସମସ୍ତ ବ୍ୟକ୍ତିବିଶେଷଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାରଙ୍କ ପକ୍ଷରୁ ବହନ କରାଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମ୍‌ଓ) ପକ୍ଷରୁ କୁହାଯାଇଛି। ୧୧ କେ.ଭି. ବିଦ୍ୟୁତ ତାର ଲାଗି ଏହି ଦୁର୍ଘଟଣା ଘଟିଥିଲା। ତେଣୁ ଏହି ତାର କେତେ ଉଚ୍ଚତାରେ ରହିଥିଲା, ସେ ନେଇ ପ୍ରଶାସନିକ ତଦନ୍ତ ଆରମ୍ଭ ହୋଇଛି। ଓଡ଼ିଶା ପାୱାର ଟ୍ରାନ୍ସମିଶନ୍‌ କର୍ପୋରେଶନ ଲିଃ (ଓପିଟିସିଏଲ୍‌) ଅଧ୍ୟକ୍ଷ ତଥା କାର୍ଯ୍ୟନିର୍ବାହୀ (ସିଏମ୍‌ଡି) ସୌରଭ ଗର୍ଗଙ୍କ ପକ୍ଷରୁ ସାଉଥ୍‌କୋକୁ ରିପୋର୍ଟ ମଗାଯାଇଛି। ରିପୋର୍ଟ ଆସିବା ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୭ରୁ ବ୍ରହ୍ମପୁର ୪ଦିନିଆ ଶଟ୍‌ଡାଉନ୍‌

ଛତ୍ରପୁର,୨୬ା୬(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ବ୍ରହ୍ମପୁର ସହରରେ କରୋନା ପଜିଟିଭ ସଂଖ୍ୟା ବଢିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଆସନ୍ତା ୨୭ରୁ ୩୦ ତାରିଖ (୪ଦିନ) ପର୍ଯ୍ୟନ୍ତ ବ୍ରହ୍ମପୁର...

ବରଗଡ଼ରେ ପୁଣି ୧୦ କରୋନା ପଜିଟିଭ୍‌: ସଂକ୍ରମିତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା

ବରଗଡ଼ ଅଫିସ୍‌,୪।୮: ବରଗଡ଼ ଜିଲାରେ ମଙ୍ଗଳବାର ୧୦ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ବରଗଡ଼ ପୌର ପରିଷଦ ଅଧୀନ ୱାର୍ଡ ନଂ-୭...

ଆଜିଠାରୁ ପ୍ରସିଦ୍ଧ ଓଳାଶୁଣୀ ଗୁମ୍ଫା ମେଳା

ଚଣ୍ଡିଖୋଲ,୧୮ା୧(ଡି.ଏନ.ଏ.): ଓଡ଼ିଶାର ପ୍ରସିଦ୍ଧ ଓଳାଶୁଣୀ ଗୁମ୍ଫା ମେଳା ବୁଧବାର ଭୋର ସମୟରୁ ଆରମ୍ଭ ହେବ। ଏଥି ପାଇଁ ବ୍ୟାପକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମାଘ...

ଖୁବ୍‌ଶୀଘ୍ର ୧୨ ନୂଆ ବିମାନ ସେବା

ଭୁବନେଶ୍ୱର,୨୩ା୧(ବ୍ୟୁରୋ): ଓଡ଼ିଶାବାସୀ ଗତ ୨୦ ତାରିଖରେ ୨ ନୂଆ ବିମାନ ସେବା ପାଇଛନ୍ତି। ଖୁବ୍‌ଶୀଘ୍ର ଆଉ ୧୨ ନୂଆ ବିମାନ ସେବା ପାଇବେ। ଏନେଇ ରାଜ୍ୟ...

ପୋଲିଂ ବୁଥ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ: ଆପତ୍ତି ଉଠାଇଲେ କେନ୍ଦ୍ରମନ୍ତ୍ରୀ

ବାରିପଦା ଅଫିସ,୧୬।୨-ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକର ଖୁଣ୍ଟାପାଳ ବୁଥ୍‌ରେ ଆଚରଣ ବିଧି ଉଲ୍ଲଂଘନ କରାଯାଇଛି। ଏନେଇ କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ଇଂ....

ନିର୍ବାଚନ ଲଢ଼ିବେ ଦୁଇ ଯାଆ

ଧାମନଗର, ୨୩|୧ (ଡି.ଏନ.ଏ)  ଭଦ୍ରକ ଜିଲା ଧାମନଗର ବ୍ଲକ ଦୋବଲ ୧୧ ନଂ. ଜିଲା ପରିଷଦ ଜୋନ୍‌ ପାଇଁ ପ୍ରାର୍ଥୀ ହୋଇଛନ୍ତି ଦୁଇ ଯାଆ। ଏହି ଜୋନ୍‌...

ପାଇନାନ୍ସ କର୍ମଚାରୀ କହି ଲୁଟୁଥିଲେ ଟଙ୍କା: ଗ୍ରାମବାସୀଙ୍କ ହାତରେ ଧରାପଡ଼ି ମାଡ଼ ଖାଇଲେ ଯୁବକ

ବଇଣ୍ଡା,୫।୮(ଡି.ଏନ.ଏ.)-ଅନୁଗୋଳ ଜିଲା ହଣ୍ଡପା ଥାନା ଗରୁଡ଼ ଗ୍ରାମରେ ଜଣେ ଅଟୋ ମାଲିକଙ୍କଠାରୁ ବଇଣ୍ଡା ଅଞ୍ଚଳର ୨ଜଣ ଯୁବକ ଟଙ୍କା ଲୁଟୁଥିବାବେଳେ ଗ୍ରାମବାସୀଙ୍କ ହାତରେ ଧରା ପଡ଼ି...

ରାସ୍ତାକାମ କରୁଥିଲା ଆନ୍ଧ୍ର ସିମେଣ୍ଟ, ମିକ୍ସଚର ମେଶିନ ଉଠାଇନେଲା ଓଡ଼ିଶା

କାଶୀନଗର,୨୦ା୨: ପୁଣି ଆନ୍ଧ୍ରର ଦାଦାଗିରି। ଓଡ଼ିଶା ଭିତରେ ପଶି ବେଆଇନ ଭାବେ ରାସ୍ତା ନିର୍ମାଣ ଚଳାଇଥିଲା। ଏଥର କିନ୍ତୁ ସ୍ଥାନୀୟ ପ୍ରଶାସନ ମୁହଁତୋଡ଼ ଜବାବ ଦେଇଛି।...

Advertisement
Archives

Model This Week